ବିଦେଶାଗତଙ୍କ ଉପରେ ନଜର: ମାର୍ଚ୍ଚ ୪ ପରେ ଆସିଥିବା ବ୍ୟକ୍ତିଙ୍କୁ ୪୮ ଘଣ୍ଟା ମହଲତ,ନାମପଞ୍ଜୀକରଣ କଲେ ମିଳିବ ୧୫ ହଜାର ଟଙ୍କା

ଭୁବନେଶ୍ୱର,୧୬।୩(ବ୍ୟୁରୋ)- ବିଦେଶରୁ ଓଡ଼ିଶା ଆସୁଥିବା ବ୍ୟକ୍ତିଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି। ସେମାନେ ପହଞ୍ଚିବାର ୨୪ ଘଣ୍ଟା ମଧ୍ୟରେ ଟୋଲ୍‌ ଫ୍ରି ନମ୍ବର ୧୦୪କୁ କଲ୍‌ କରି କିମ୍ବା ଅନଲାଇନ ପୋର୍ଟାଲ https://covid19.odisha.gov.in ଜରିଆରେ ନିଜର ନାମ ପଞ୍ଜୀକୃତ କରି ପାରିବେ। ସମ୍ପୃକ୍ତି ବିଦେଶାଗତ ବ୍ୟକ୍ତିଙ୍କୁ ନିଜର ଟେଲିଫୋନ ନମ୍ବର ସହିତ ସମସ୍ତ ବିବରଣୀ ଦେବାକୁ ପଡିବ। ଯଦି କେହି ପହଞ୍ଚିବା ପୂର୍ବରୁ ନିଜର ନାମ ପଞ୍ଜୀକୃତ କରିବେ ତାହା ଅତ୍ୟନ୍ତ ସ୍ବାଗତ ଯୋଗ୍ୟ । ସେହିପରି ମାର୍ଚ୍ଚ ୩ ତାରିଖ ମଧ୍ୟ ରାତ୍ର କିମ୍ବା ୪ ତାରିଖ ପରେ ଆସିଥିବା ଲୋକମାନଙ୍କୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ନାମ ପଞ୍ଜୀକରଣ କରିବାକୁ କୁହାଯାଇଛି। ମାର୍ଚ୍ଚ ୧୭ ତାରିଖ ସକାଳ ୬ଟାରୁ ୧୯ ତାରିଖ ସନ୍ଧ୍ୟା ୬ଟା ଯାଏ ନାମ ପଞ୍ଜୀକରଣ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି। ସେମାନଙ୍କୁ ନିଜ ଘରେ କିମ୍ବା ହସ୍ପିଟାଲରେ ଚିକିତ୍ସା କରାଯିବ। ସୋମବାର ଏଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଯେଉଁ ବିଦେଶାଗତ ବ୍ୟକ୍ତିମାନେ ନାମ ପଞ୍ଜୀକୃତ କରିବେ ସେମାନେ ନିଜ ଘରେ ଅଲଗା ହୋଇ ରହିବେ। ସେମାନଙ୍କୁ ପ୍ରୋତ୍ସାହନ ରାଶି ଭାବେ ୧୫ ହଜାର ଟଙ୍କା ମଧ୍ୟ ପ୍ରଦାନ କରାଯିବ। ଏଥିସହିତ ସେହି ସନ୍ଦିଗ୍ଧ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଉପରେ ବରାବର ନଜର ରଖାଯିବା ସହିତ ୧୪ ଦିନ ପରିବାରର ଅନ୍ୟ ସଦସ୍ୟଙ୍କ ଠାରୁ ଘରେ ଅଲଗା ରଖାଯିବ। ପ୍ରତ୍ୟେକ ଦିନ ସ୍ବାସ୍ଥ୍ୟ ବିଷୟରେ ଜାଣିବା ଏବଂ ଆବଶ୍ୟକ ପରାମର୍ଶ ଦେବା ପାଇଁ କେତେକ ବାଧ୍ୟତାମୂଳକ ଟେଲିଫୋନ କଲ୍‌ କରାଯିବ। ଏହାଦ୍ୱାରା ବିଦେଶରୁ ଆସିଥିବା ବ୍ୟକ୍ତିଙ୍କୁ ଠାବ କରାଯିବା ସଙ୍ଗେ ସଙ୍ଗେ ସେମାନଙ୍କୁ ନିଜ ଘରେ ଅଲଗା ରଖିବା ପାଇଁ ପ୍ରୋତ୍ସାହନ କରାଯାଇ ପାରିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଯଦି କୌଣସି ବ୍ୟକ୍ତି ଏହି ନିର୍ଦ୍ଦେଶନାମାକୁ ପାଳନ ନ କରିବେ ସେମାନଙ୍କ ବିରୋଧରେ ଭାରତୀୟ ପିଙ୍ଗଳକୋଡ ଅନୁଯାୟୀ ଫୌଜଦାରି ମାମଲା ରୁଜୁ କରାଯିବ। ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ରେଗୁଲେଶନ ଆସନ୍ତା ଏପ୍ରିଲ ୧୫ ତାରିଖ ଯାଏ ବଳବତ୍ତର ରହିବ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ସମୟ ସୀମାକୁ ମଧ୍ୟ ବୃଦ୍ଧି କରାଯାଇ ପାରିବ। ଲୋକମାନଙ୍କୁ କରୋନା ଭୂତାଣୁର ଭୟାବହତାରୁ ସୁରକ୍ଷା ଦେବା ସକାଶେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ପାରି ହେବାବେଳେ ବୁଡି ଗଲା ଡଙ୍ଗା: ପହଁରି ପହଁରି କୂଳରେ ଲାଗିଲେ ଶ୍ରମିକ

ମହାକାଳପଡା,୧୯।୬(ଡି.ଏନ୍‌.ଏ)-କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକ ରାମନଗର ପିତାପାଟ ନିକଟରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ମହାନଦୀ ପାରି ହୋଇ ପାରାଦୀପକୁ କାମ କରିବାକୁ ଯାଉଥିବାବେଳେ...

ରପ୍ତାନିରେ ୧ଲକ୍ଷ କୋଟିରେ ପହଞ୍ଚିବ ଓଡ଼ିଶା

ଭୁବନେଶ୍ୱର,୨୨।୯: ରାଜ୍ୟ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ଓ ଶିଳ୍ପ ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲ ପରିସରରେ ବାଣିଜ୍ୟ ଉତ୍ସବ...

ସିଏଜି ରିପୋର୍ଟ ଦର୍ଶାଇଲା ଅନିୟମିତତା

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ୨୦୧୪ରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର କ୍ଷମତାକୁ ଆସିବା ପରଠାରୁ ଅନେକ ଯୋଜନା ଆରମ୍ଭ କରିଛନ୍ତି। ଯୋଜନାର ସଫଳତା ନେଇ ମଧ୍ୟ ପ୍ରଚାର ଜୋରସୋର...

ଶିକ୍ଷାରେ ସୃଜନଶୀଳତାକୁ ଗୁରୁତ୍ୱ

ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ ଏକ ଗରିବ ଓ୍ବାର୍କର୍ସ କଲୋନିରୁ ଆମେରିକା ପର୍ଯ୍ୟନ୍ତ ଯାତ୍ରା ବେଶ୍‌ ସ୍ମରଣୀୟ। ଦୁର୍ଗାପୁରରୁ ପାଠପଢ଼ି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଅନେକ ବହୁରାଷ୍ଟ୍ରୀୟ...

ଟୋକନ ବ୍ୟବସ୍ଥାରେ ଅସୁବିଧା ଭୋଗୁଛନ୍ତି ଚାଷୀ: କଂଗ୍ରେସ

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ):ରାଜ୍ୟ ସରକାର ଚଳିତବର୍ଷ ଧାନ ବିକ୍ରି ପାଇଁ ଟୋକନ୍‌ ବ୍ୟବସ୍ଥା କରିଥିବାରୁ ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏଥର...

ପୋଲ ଗାର୍ଡଓ୍ବାଲ ଉପରେ ଚଢିଗଲା ବସ୍‌

ପାଟପୁର,୧୯ା୨: ଗଞ୍ଜାମ-ଗଜପତି ସୀମାନ୍ତ ଟି.ଗୋବିନ୍ଦପୁର ପଞ୍ଚାୟତ ଖେମୁଣ୍ଡିଖୋଲ ନିକଟରେ ବୁଧବାର ପୂର୍ବାହ୍ନ ପ୍ରାୟ ସାଢେ ୯ଟାରେ ଏକ ଯାତ୍ରିବାହୀ ବସ୍‌ ପୋଲ ଗାର୍ଡଓ୍ବାଲ୍‌ ଉପରକୁ ଚଢିଯାଇଥିଲା।...

୩ ଦିନ ଗ୍ରୀଷ୍ମ ପ୍ରବାହ ପାଇଁ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୧।୪(ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି। ଦିନ ବେଳା ବାହାରକୁ ଆସିବା ମୁସ୍କିଲ ହୋଇପଡୁଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ...

ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା: ପ୍ରଥମ ଥର ପାଇଁ ଛୁଇଁଲା ଏହି ଦୁଇ ଜିଲାକୁ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ରାଜ୍ୟରେ ଆଉ ୧୦ ମୁଣ୍ଡ ନେଇଛି କରୋନା। ରବିବାର ଭଦ୍ରକର ଜଣେ ୭୫ ବର୍ଷୀୟ ବୃଦ୍ଧା, ଭୁବନେଶ୍ୱରର ୩୨ ବର୍ଷର ଜଣେ ମହିଳା, ୫୫...

Advertisement
Archives

Model This Week