ବିଦାୟ ନେଲେ ବୁଢ଼ାଗଣେଶ

ଭଦ୍ରକ ଅଫିସ, ୨୯।୯ – ୨୭ ଦିନ ଧରି ପୂଜା ପାଇବା ପରେ ରବିବାର ଭଦ୍ରକର ପ୍ରସିଦ୍ଧ ବାବା ବୁଢ଼ା ଗଣେଶ ବିଦାୟ ନେଇଛନ୍ତି। ପାରମ୍ପାରିକ ଶୋଭାଯାତ୍ରାରେ ନିଆଯାଇ ବୁଢ଼ା ଗଣେଶଙ୍କୁ ବିସର୍ଜନ କରାଯାଇଛି। ଚଳିତବର୍ଷ ପୋଲିସ ପକ୍ଷରୁ ଭସାଣି ଉତ୍ସବର ଭିଡିଓଗ୍ରାଫି ତଥା ଡ୍ରୋନ ଭିଡିଓଗ୍ରାଫି କରାଯାଉଥିବା ଦେଖିବାକୁ ମିଳିଥିଲା। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଠାକୁରଙ୍କୁ ସଜ୍ଜିତ କରାଯାଇ ଶୋଭାଯାତ୍ରାରେ ପୁରୁଣାବଜାର ଅଞ୍ଚଳ ପରିକ୍ରମା ପରେ ସାଳନ୍ଦୀରେ ବିସର୍ଜନ କରାଯାଇଥିଲା। ଭସାଣି ଶୋଭାଯାତ୍ରାରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଡିଜେ, ବାଦ୍ୟଯନ୍ତ୍ର, ଘଣ୍ଟୁଆଳ, ଲୋକନୃତ୍ୟ, ମାଦଳ ବାଦ୍ୟ, ଦୁଲୁଦୁଲି ବାଦ୍ୟ ସାଙ୍ଗକୁ ଲୋକନୃତ୍ୟ ମୁଖ୍ୟ ଆକର୍ଷଣ ଥିଲା। ହଜାର ହଜାର ଶ୍ରଦ୍ଧାଳୁ ରାସ୍ତାର ଉଭୟପାର୍ଶ୍ୱରେ ବାବା ଗଣେଶଙ୍କୁ ଦର୍ଶନ କରିଥିଲେ। ଉଭୟ ସମ୍ପ୍ରଦାୟର ଶ୍ରଦ୍ଧାଳୁ ଶୋଭାଯାତ୍ରାରେ ସାମିଲ ଥିଲେ।
ଭସାଣିରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ଏସ୍‌ପି ରାଜେଶ ପଣ୍ଡିତଙ୍କ ନେତୃତ୍ୱରେ ୭ ଜଣ ଡିଏସ୍‌ପି, ୧୩ ଇନ୍ସପେକ୍ଟର, ୬୦ ସବ୍‌ଇନ୍ସପେକ୍ଟର ଓ ୧୮ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ। ଏହାସହ ୯ ଜଣ ମାଜିଷ୍ଟ୍ରେଟ୍‌ ଦାୟିତ୍ୱ ତୁଲାଇଥିଲେ। ଶୋଭାଯାତ୍ରା ଯାଉଥିବା ସ୍ଥାନଗୁଡ଼ିକରେ ବ୍ୟାପକ ପୋଲିସ ମୁତୟନ ସାଙ୍ଗକୁ ବିଭିନ୍ନ ରାସ୍ତା ବିଶେଷ କରି ପୁରୁଣାବଜାର ଅଞ୍ଚଳ, ନଙ୍ଗାମହଲା, ବାଙ୍କାବଜାର, ଗରଦପୁର ସମେତ ସହରର ପ୍ରମୁଖ ଛକରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ପରିସ୍ଥିତି ନିୟନ୍ତ୍ରଣ ଲାଗି ରେପିଡିଏକ୍ସନ ଫୋର୍ସ ମଧ୍ୟ ମୁତୟନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଗୃହ ପ୍ରବେଶ

ବଲାଙ୍ଗୀର ଅଫିସ, ୪ା୧୨ ବଲାଙ୍ଗୀର ସଦର ବ୍ଳକ ବୈଦିପାଲି ପଞ୍ଚାୟତର କାଲିଝରନ୍‌ ଗଁାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଗୃହ ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି...

‘ବିଶ୍ୱରେ ଶାନ୍ତି ସ୍ଥାପନରେ ବୌଦ୍ଧ ଧର୍ମର ଅବଦାନ ଗୁରୁତ୍ୱପୂର୍ଣ୍ଣ’

ଅମରପାଲି, ୨୬।୯ (ଡି.ଏନ.ଏ): ଭଗବାନ ବୁଦ୍ଧ ଥିଲେ ଅହିଂସାର ପ୍ରଚାରକ। ତାଙ୍କ ଦ୍ୱାରା ପ୍ରତିଷ୍ଠିତ ବୌଦ୍ଧ ଧର୍ମ ନିଜର ସାରଲ୍ୟ ଯୋଗୁଁ କେବଳ ଭାରତ ବର୍ଷ...

ବହିଷ୍କୃତ ହେଲେ ଭିଜିଲାନ୍ସ ଇନ୍ସପେକ୍ଟର

କଟକ ଅଫିସ,୧୦।୬: ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନାଙ୍କୁ ଶୁକ୍ରବାର ଚାକିରିରୁ ବହିଷ୍କାର କରାଯାଇଛି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ମାନସୀଙ୍କୁ ଚାକିରିରୁ ବହିଷ୍କୃତ...

ପ୍ରଧାନଶିକ୍ଷୟିତ୍ରୀଙ୍କ ପୁଅଙ୍କ ମାଡ଼ରେ ଛାତ୍ରୀ ଗୁରୁତର, ଥାନାରେ ଅଭିଯୋଗ କଲେ ଅଭିଭାବକ

ବରଗଡ଼ ଅଫିସ,୨୫ା୨: ରାଜ୍ୟ ସରକାର ସ୍କୁଲ ପରିସରକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଛନ୍ତି। ମାତ୍ର ସରକାରଙ୍କ ଏହି ଘୋଷଣା ବାଟବଣା ହୋଇପଡ଼ିଛି। ବରଗଡ଼ ସହରର ଖଜୁରଟିକ୍ରାସ୍ଥିତ...

ସନ୍ଧ୍ୟା ୬ ପରେ ନନ୍ଦନକାନନକୁ ପ୍ରବେଶ ମନା

ବାରଙ୍ଗ,୨୬।୧୧(ଡି.ଏନ୍‌.ଏ.): ସପ୍ତାହକୁ ଗୋଟେ ଦିନ ପ୍ରତି ସୋମବାର ନନ୍ଦନକାନନ ବନ୍ଦ ରହୁଛି। ଏହିଦିନ ପଶୁପକ୍ଷୀ କୋଳାହଳରୁ ଦୂରେଇ ରହିବା ସହ ପରିସରର ଆନୁଷଙ୍ଗିକ କାର୍ଯ୍ୟ କରିବା...

ମନ୍ଦିର କମିଟି ଗଠନକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ମାରପିଟ୍‌

ବ୍ରହ୍ମପୁର ଅଫିସ,୨୮ା୭: ଶିବମନ୍ଦିର କମିଟି ଗଠନକୁ କେନ୍ଦ୍ରକରି ବ୍ରହ୍ମପୁର ଜଗଦଳପୁର ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଛି। ଏହି ଘଟଣାରେ ସଦର ଥାନା ପୋଲିସ...

ଏସ୍‌ସିବି ମେଡିକାଲରେ ବିରଳ ପ୍ଲାଷ୍ଟିକ ସର୍ଜରି:ଶିଶୁ ହାତରେ ଲାଗିଲା ଆଙ୍ଗୁଠି

କଟକ ଅଫିସ,୧।୩: ଏକ ବିରଳ ପ୍ଲାଷ୍ଟିକ ସର୍ଜରି କରି ଆଉ ଏକ ସଫଳତା ହାସଲ କରିଛି କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ(ଏସ୍‌ସିବି) ମେଡିକାଲ କଲେଜ ଓ ହସ୍ପିଟାଲ।...

ଜନ୍ମରୁ ଝିଅକୁ ପୋଲିଓ, ସ୍ବାମୀଙ୍କୁ ପକ୍ଷାଘାତ

ରାଜକନିକା,୧୭ା୪ (ଡି.ଏନ୍‌.ଏ.): ମୁଣ୍ଡ ଗୁଞ୍ଜିବାକୁ ଘରଖଣ୍ଡେ ନାହିଁ କି ଚାଷ କରି ଚଳିବାକୁ ଜମି ଗୁଣ୍ଠେ ନାହିଁ। ସେପଟେ ସ୍ବାମୀ ମୂଲପାତି ଲାଗି ଆମକୁ ଦି’ଓଳି...

Advertisement
Archives

Model This Week