Posted inଖେଳ

ବିଡବ୍ଲ୍ୟୁଏଫ୍‌ ର଼୍ୟାଙ୍କିଙ୍ଗ୍‌: କ୍ୟାରିୟାର ଶ୍ରେଷ୍ଠ ୨୯ତମ ସ୍ଥାନରେ ସୌରଭ

ନୂଆଦିଲ୍ଲୀ,୩।୧୨(ପି.ଟି.)- ମଙ୍ଗଳବାର ପ୍ରକାଶିତ ହୋଇଥିବା ବିଡବ୍ଲ୍ୟୁଏଫ୍‌ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ତାରକା ବ୍ୟାଡମିଣ୍ଟନ ଖେଳାଳି ସୌରଭ ବର୍ମା ୭ଟି ସ୍ଥାନ ଉପରକୁ ଉଠି କ୍ୟାରିୟରର ଶ୍ରେଷ୍ଠ ୨୯ତମ ସ୍ଥାନ ଅଧିକାର କରିଛନ୍ତି। ଗତ ରବିବାର ସୟଦ ମୋଦି ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ସେ ରନର୍ସଅପ୍‌ ବିବେଚିତ ହୋଇ ଏହି ସଫଳତା ପାଇଛନ୍ତି। ୨୬ ବର୍ଷୀୟ ସୌରଭ ୨୦୧୨ରେ ୩୦ତମ ସ୍ଥାନ ଅଧିକାର କରିଥିଲେ। ସେ ମଧ୍ୟ ଗତ ମେ’ରେ ହାଇଦ୍ରାବାଦ ଓ ସ୍ଲୋଭେନିଆ ଇଣ୍ଟରନ୍ୟାଶନାଲ ସିରିଜରେ ଦୁଇଟି ବିଡବ୍ଲ୍ୟୁଏଫ୍‌ ସୁପର ୧୦୦ ଟାଇଟଲ ଜିତିଥିଲେ। ଏଥି ସହିତ ଭାରତ ୬ଜଣ ଖେଳାଳି ଶ୍ରେଷ୍ଠ ୩୦ରେ ପ୍ରବେଶ କରିଛନ୍ତି। ଚାଇନାର ଶ୍ରେଷ୍ଠ ୫ ଜଣ ଖେଳାଳି ଟପ୍‌ ୩୦ରେ ମଧ୍ୟ ସ୍ଥାନ ପାଇଛନ୍ତି।

ସେହିପରି ମହିଳା ତାରକା ଅଶ୍ମିତା ଚାଲିହା ୧୮ଟି ସ୍ଥାନ ଉପରକୁ ଉଠି ଟପ୍‌- ୧୦୦ରେ ସ୍ଥାନ ପାଇଛନ୍ତି। ଅନ୍ୟପଟେ ପି.ଭି. ସିନ୍ଧୁ ଓ ସାଇନା ନେହ୍ବାଲଙ୍କ ର଼୍ୟାଙ୍କିଙ୍ଗରେ କୌଣସି ପରିବର୍ତ୍ତନ ହୋଇନାହିଁ ଓ ଯଥାକ୍ରମେ ଷଷ୍ଠ ଓ ଦଶମ ସ୍ଥାନରେ ପୂର୍ବପରି ରହିଛନ୍ତି। ଏହି ଦୁଇଜଣ ସୟଦ ମୋଦି ଇଣ୍ଟରନ୍ୟାଶନାଲ ଟୁର୍ନାମେଣ୍ଟରୁ ଓହରିଯାଇଥିଲେ। କିଡମ୍ବୀ ଶ୍ରୀକାନ୍ତ ଓ ବି ସାଇ ପ୍ରଣୀତ ଏହି ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପରାସ୍ତ ହୋଇ ଯଥାକ୍ରମେ ପୂର୍ବପରି ୧୨ ଓ ୧୧ତମ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ଭାରତୀୟ କ୍ରିକେଟର୍‌ଙ୍କ ପୂର୍ବତନ ସ୍ତ୍ରୀଙ୍କୁ ମିଳିଲା ବଳାତ୍କାର ଧମକ

ନୂଆଦିଲ୍ଲୀ, ୬।୮: ଭାରତୀୟ କ୍ରିକେଟ୍‌ ଦଳର ପ୍ରମୁଖ ଦ୍ରୁତ ବୋଲର ମହମ୍ମଦ ସାମି ତାଙ୍କ ସ୍ତ୍ରୀ ହାସିନ ଜାହାନଙ୍କଠାରୁ କେବେଠୁ ଅଲଗା ହୋଇସାରିଛନ୍ତି। କିନ୍ତୁ ହାସିନ...

୭ ନଂର ଯାଦୁଗର ଧୋନୀ: ଏହି ୭ ରେକର୍ଡ ତାଙ୍କୁ କରିଛି ସବୁଠାରୁ ଶ୍ରେଷ୍ଠ

ନୂଆଦିଲ୍ଲୀ,୧୬।୮: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ସେ ଏକାଧିକ ରେକର୍ଡ ନିଜ ନାମରେ...

ଭାରତ-ଦକ୍ଷିଣ ଆଫ୍ରିକାର ପ୍ରଥମ ମ୍ୟାଚ୍ ବାତିଲ

ଧର୍ମଶାଳା,୧୨୩- ସ୍ଥାନୀୟ ହିମାଚଳ ପ୍ରଦେଶ ଷ୍ଟାଡିୟମରେ ଗୁରୁବାର ଖେଳାଯିବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ବାତିଲ ହୋଇଯାଇଛି। ଲଗାଣ...

ଟେଷ୍ଟ ବଞ୍ଚିବା ଶିଖାଏ, ଏହା ଶ୍ରେଷ୍ଠ: ଗେଲ୍‌

ନୂଆଦିଲ୍ଲୀ,୨୩।୬(ପି.ଟି.): ସୀମିତ ଓଭର କ୍ରିକେଟରେ ସବୁଠାରୁ ବିପଜ୍ଜନକ ବିବେଚିତ ହେଉଥିବା ଓ୍ବେଷ୍ଟଇଣ୍ଡିଜ ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ କିନ୍ତୁ ଟେଷ୍ଟ କ୍ରିକେଟକୁ ଅଧିକ ପସନ୍ଦ କରନ୍ତି।...

ଇଣ୍ଟରନେଟ୍‌ ସର୍ଚ୍ଚରେ ଏକ ନମ୍ବର ସ୍ଥାନରେ ବିରାଟ କୋହଲୀ: ଦ୍ୱିତୀୟ ସ୍ଥାନରେ ଧୋନୀ

ନୂଆଦିଲ୍ଲୀ,୨୧।୧: କ୍ରିକେଟ୍‌ ଖେଳରେ ଶ୍ରେଷ୍ଠତ୍ୱ ଜାରି ରଖିଥିବା ବିରାଟ କୋହଲୀ ଇଣ୍ଟରନେଟ୍‌ ସର୍ଚ୍ଚରେ ମଧ୍ୟ ଏକ ନମ୍ବର ସ୍ଥାନରେ ରହିଛନ୍ତି। ୨୦୧୫ ଡିସେମ୍ବର ରୁ ୨୦୧୯...

ଇଂଲଣ୍ଡ- ପାକିସ୍ତାନ ଟେଷ୍ଟ ସିରିଜ: ଫ୍ରଣ୍ଟଫୁଟ୍‌ ନୋ ବେଲ୍‌ ନେଇ ଟିଭି ଅମ୍ପାୟର ନିଷ୍ପତ୍ତି ନେବେ

ଦୁବାଇ,୬।୮(ପି.ଟି.): ପ୍ରଥମଥର ପାଇଁ ଟେଷ୍ଟ କ୍ରିକେଟରେ ଫ୍ରଣ୍ଟ ଫୁଟ୍‌ ନୋ ବଲ ସଂକ୍ରାନ୍ତରେ ଫିଲ୍ଡ ଅମ୍ପାୟର ନୁହେଁ ଟିଭି ଅମ୍ପାୟର ନିଷ୍ପତ୍ତି ନେବେ। ବୁଧବାରଠାରୁ ଆରମ୍ଭ...

ଅଲିମ୍ପିକ୍‌ କ୍ୱାଲିଫାୟର୍ସ: ଭାରତୀୟ ଦଳରେ ବକ୍ସର ବିକାଶ

ବେଙ୍ଗାଲୁରୁ, ୩୦।୧୨(ପି.ଟି.)- ପ୍ରତ୍ୟାବର୍ତ୍ତନରେ ଭାରତୀୟ ବକ୍ସର ବିକାଶ କ୍ରିଷନ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଏଠାରେ ଚାଲିଥିବା ଫାଇନାଲ ଟ୍ରାଏଲ ବାଉଟ୍‌ରେ ବିଜୟୀ ହୋଇ ବିକାଶ ଆସନ୍ତାବର୍ଷ...

ଆଜମଙ୍କ ଶତକ ସତ୍ତ୍ୱେ ଅଷ୍ଟେଲିଆର ଇନିଂସ ବିଜୟ

ବ୍ରିସବେନ୍‌,୨୫।୧୧(ଏଏଫ୍‌ପି)- ସ୍ଥାନୀୟ ଗାବା ଷ୍ଟାଡିୟମରେ ଅନୁଷ୍ଠିତ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଅଷ୍ଟ୍ରେଲିଆ ଏକ ଇନିଂସ ଓ ୫ ରନରେ ବିଜୟ ହାସଲ...

Coronavirus Update


Archives

Model This Week

Why Dharitri