Posted inଖେଳ

ବିଜୟ ହଜାରେ ଟ୍ରଫି: ଓଡ଼ିଶା ଦଳ ଘୋଷିତ

କଟକ ଅଫିସ,୧୭ | ୯-
ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆନୁକୂଲ୍ୟରେ ଆସନ୍ତା ୨୪ ତାରିଖରୁ ବିଜୟ ହଜାରେ ଟ୍ରଫି ଆରମ୍ଭ ହେବ। ଏହି ପ୍ରତିଯୋଗିତାରୁ ବିସିସିଆଇର ଚଳିତବର୍ଷ ଘରୋଇ ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଯାଉଛି । ବିଜୟ ହଜାରେ ଟ୍ରଫିରେ ଓଡ଼ିଶା ଏଲିଟ ଗ୍ରୁପ-ବିରେ ସ୍ଥାନ ପାଇଛି । ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପକ୍ଷରୁ ସୋମବାର ରାଜ୍ୟ ଦଳ ଘୋଷଣା କରାଯାଇଛି । ଦଳରେ ଜୁନିୟର ବର୍ଗର ପ୍ରତିଭା ସମ୍ପନ୍ନ ଖେଳାଳି ତଥା ଡାହାଣହାତୀ ବ୍ୟାଟ୍ସମ୍ୟାନ ସ୍ବସ୍ତିକ ସାମଲ ଓ ବାମହାତୀ ବ୍ୟାଟ୍ସମ୍ୟାନ ଦେବାଶିଷ ସାମନ୍ତରାୟ ନୂଆମୁହଁ ଭାବେ ସାମିଲ ହୋଇଛନ୍ତି । ଉଭୟଙ୍କ ପାଖରେ ଅଲରାଉଣ୍ଡର ଦକ୍ଷତା ମଧ୍ୟ ରହିଛି। ଅନ୍ୟପକ୍ଷରେ ପୂର୍ବରୁ ରାଜ୍ୟ ପାଇଁ ପ୍ରତିନିଧିତ୍ୱ କରିଥିବା ଅଭିଷେକ ଯାଦବ ପୁର୍ନବାର ରାଜ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଅଭିଷେକ ଗତ ସଂସ୍କରଣରେ ରେଲୱେ ନିମନ୍ତେ ଖେଳୁଥିଲେ । ଦଳର ଅଧିନାୟକ ଭାର ରହିଛି ଯୁବ ତାରକା ଶୁଭ୍ରାଂଶୁ ସେନାପତିଙ୍କ କାନ୍ଧରେ। ପୂର୍ବତନ ଅଧିନାୟକ ଗୋବିନ୍ଦ ପୋଦ୍ଦାର ଦଳରେ ଥିବା ବେଳେ ବିପ୍ଳବ ସାମନ୍ତରାୟଙ୍କୁ ବିଶ୍ରାମ ଦିଆଯାଇଛି । ସିନିୟର ଦଳ ଚୟନ କମିଟି ଅଧ୍ୟକ୍ଷ ବିଷ୍ଣୁଦେବ ମହାନ୍ତି ଏ ସମ୍ପର୍କରେ କହିଛନ୍ତି ଯେ, ବିପ୍ଳବଙ୍କ ଉପରେ ଦଳର ଅନେକ ଭରସା ରଖିଛି । ସେ ଆଘାତ ନ ଥିଲେ ମଧ୍ୟ ଫିଲ୍ଡରେ ତାଙ୍କ ପ୍ରଦର୍ଶନକୁ ନେଇ କିଛି ଆଶଙ୍କା ଦେଖିବାକୁ ମିଳିଥିଲା। ଆଗାମୀ ଦିନରେ ବିପ୍ଳବଙ୍କୁ ନେଇ ଦଳ ନିଃଶ୍ଚିତ ପଡ଼ିଆକୁ ଓହ୍ଲାଇବ ବୋଲି ବିଷ୍ଣୁଦେବଙ୍କ ମତ। ଅଧିନାୟକ ଶୁଭ୍ରାଂଶୁ ନିଜ ପ୍ରତିକ୍ରିୟାରେ କହିଥିଲେ, ଯୁବ ପ୍ରତିଭା ଅଧିକ ଅଛନ୍ତି । ଏଣୁ ରାଜ୍ୟ ପାଇଁ ନିଶ୍ଚିତ ଭାବେ ଚ୍ୟାଲେଞ୍ଜିଂ ହେବ। ଏହି ଚ୍ୟାଲେଞ୍ଜ ସମ୍ମୁଖୀନ କରିବାକୁ ଆମେ ପ୍ରସ୍ତୁତ ବୋଲି ଶୁଭ୍ରାଂଶୁଙ୍କ କହିଥିଲେ। ଅନ୍ୟପକ୍ଷରେ ୯ଜଣ ଖେଳାଳିଙ୍କୁ ଷ୍ଟାଣ୍ଡବାଇରେ ରଖାଯାଇଛି। ଭଦୋଦରାଠାରେ ଆସନ୍ତା ୨୪ ତାରିଖରେ ଓଡ଼ିଶା ପ୍ରଥମ ମ୍ୟାଚ୍‌ ବରୋଦା ବିପକ୍ଷରେ ଖେଳିବ । ୨୧ ତାରିଖରେ ଦଳ ବରୋଦା ଅଭିମୁଖେ ଯାତ୍ରା କରିବ ।
ଓଡ଼ିଶା ଦଳ: ଶୁଭ୍ରାଂଶୁ ସେନାପତି(ଅଧିନାୟକ), ସନ୍ଦୀପ ପଟ୍ଟନାୟକ, ସ୍ବସ୍ତିକ ସାମଲ, ଶାନ୍ତନୁ ମିଶ୍ର, ଦେବାଶିଷ ସାମନ୍ତରାୟ, ଅଭିଷେକ ଯାଦବ, ଅଭିଷେକ ରାଉତ, ଗୋବିନ୍ଦ ପୋଦ୍ଦାର, ସୂର୍ଯ୍ୟକାନ୍ତ ପ୍ରଧାନ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ପ୍ରୟାସ କୁମାର ସିଂ, ସୁଜିତ ଲେଙ୍କା(ଉଇକେଟ କିପର), ପପୁ ରାୟ, ଦୀପକ ରଞ୍ଜନ ବେହେରା । କୋଚ୍‌: ରଶ୍ମୀରଞ୍ଜନ ପରିଡ଼ା, ଫିଜିଓ: ଶୁଭକାନ୍ତ ସାହୁ, ଟ୍ରେନର: ମନୋଜ କୁମାର ବିଶ୍ୱାଳ ।
ଷ୍ଟାଣ୍ଡବାଇ: ଶୁଭମ ନାୟକ, ଅଙ୍କିତ ଯାଦବ, ରାଜକିଶନ ପଟେଲ, ଐଶକାନ୍ତ ସାହୁ, ପ୍ରୀତ କନୱର ସିଂ ଚୌହ୍ବାନ, କ୍ରୀଷ୍ଣା ପଲେଇ, ଆଶୁତୋଷ ଦାସ, ଆଶିଷ ରାୟ, ପ୍ରବୀଣ ଲୋହା ।
କାର୍ଯ୍ୟସୂଚୀ
ସେପ୍ଟେମ୍ବର ୨୪- ଓଡ଼ିଶା ବନାମ ବରୋଦା
ସେପ୍ଟେମ୍ବର ୨୬- ଓଡ଼ିଶା ବନାମ ହରିୟାଣା
ସେପ୍ଟେମ୍ବର ୨୮- ଓଡ଼ିଶା ବନାମ ହିମାଚଳପ୍ରଦେଶ
ସେପ୍ଟେମ୍ବର ୨୯- ଓଡ଼ିଶା ବନାମ ଦିଲ୍ଲୀ
ଅକ୍ଟୋବର ୩- ଓଡ଼ିଶା ବନାମ ବିଦର୍ଭ
ଅକ୍ଟୋବର ୭- ଓଡ଼ିଶା ବନାମ ଉତ୍ତରପ୍ରଦେଶ
ଅକ୍ଟୋବର ୯- ଓଡ଼ିଶା ବନାମ ମହାରାଷ୍ଟ୍ର
ଅକ୍ଟୋବର ୧୩- ଓଡ଼ିଶା ବନାମ ପଞ୍ଜାବ


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri