Posted inଖେଳ

ବିଜୟ ସହ ଭାରତର ଅଭିଯାନ ଶେଷ

ଅକ୍‌ଲାଣ୍ଡ,୫।୨- ଭାରତୀୟ ମହିଳା ହକି ଦଳ ବିଜୟ ସହ ନ୍ୟୁଜିଲାଣ୍ଡ ଗସ୍ତ ଶେଷ କରିଛି। ଦଳ ତା’ର ଅନ୍ତିମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୩-୦ ଗୋଲରେ ହରାଇ ଦେଇଛି। ବିଜୟୀ ଦଳ ପାଇଁ ନବନିତ କୌର ଡବଲ ଗୋଲ ଦେଇଥିବାବେଳେ ଶର୍ମିଲା ଗୋଟିଏ ଗୋଲ ସ୍କୋର କରିଥିଲେ।
ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ରହିଥିଲା। ତୃତୀୟ କ୍ୱାର୍ଟରର ୪୫ତମ ମିନିଟ୍‌ରେ ନବନିତ ପ୍ରଥମ ଗୋଲ କରିଥିଲେ। ଏହାର ୯ ମିନିଟ୍‌ ପରେ ଭାରତୀୟ ଦଳର ଅଗ୍ରଣୀ ବ୍ୟବଧାନକୁ ଦୁଇଗୁଣିତ କରିଥିଲେ ଶର୍ମିଲା (୫୪ତମ)। ୫୬ ମିନିଟ୍‌ରେ ନବନିତ ବ୍ୟକ୍ତିଗତ ଦ୍ୱିତୀୟ ଓ ଭାରତ ପାଇଁ ତୃତୀୟ ଗୋଲ ସ୍କୋର କରିଥିଲେ। ଭାରତୀୟ ଦଳ ଟୁରର ପ୍ରଥମ ମ୍ୟାଚ୍‌ରେ ୪-୦ ଗୋଲରେ ନ୍ୟୁଜିଲାଣ୍ଡ ଡେଭଲପମେଣ୍ଟ ଦଳକୁ ହରାଇଥିଲା। ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍‌ରେ ଭାରତ ୧-୨ ଓ ୦-୧ ଗୋଲରେ ପରାସ୍ତ ହୋଇଥିଲା। ଅଧିନାୟିକା ରାଣୀ ରାମ୍‌ପାଲଙ୍କ ଗୋଲ ବଳରେ ଭାରତ ଚତୁର୍ଥ ମ୍ୟାଚ୍‌ ଜିତିନେଇଥିଲା। ନ୍ୟୁଜିଲାଣ୍ଡ ବିପକ୍ଷ ଅନ୍ତିମ ମ୍ୟାଚ୍‌ରେ ଆମେ ୩ ଗୋଲ ସ୍କୋର କରିଥିବାରୁ ଆମେ ବହୁତ ଖୁସୀ। ଏହି ଟୁରରୁ ଆମେ ଜାଣି ପାରିଛୁ, କେଉଁ ବିଭାଗରେ ଆମକୁ ଉନ୍ନତି ଦରକାର। ଦଳ ଶୀଘ୍ର ଗୋଲ ସ୍କୋରିଂ ସୁଯୋଗ ସୃଷ୍ଟି କରିପାରୁଛୁ ବୋଲି ଭାରତୀୟ ମହିଳା ଦଳର ମୁଖ୍ୟ କୋଚ୍‌ ଜୋର୍ଡ ମାରିଜନେ କହିଛନ୍ତି। ଆସନ୍ତା ୭ ତାରିଖରେ ଭାରତୀୟ ଦଳ ଘରକୁ ଗସ୍ତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri