ବିଜେଡି ବିଧାୟକ ଦଳ ବୈଠକରେ ବଦଳିଲା ସ୍ବର : ତୁଣ୍ଡରେ କେନ୍ଦ୍ର ଅବହେଳାର ଶବ୍ଦ ନାହିଁ

ଭୁବନେଶ୍ୱର,୨୪ା୬(ବ୍ୟୁରୋ) : ସମୟ ବଦଳିବା ସହ ରାଜନୀତିରେ ସ୍ବର ବଦଳିଥାଏ। ବଦଳୁଥିବା ସ୍ବର ନୂଆ ରଣନୀତିର ରୂପ ନିଏ। ସାମ୍ପ୍ରତିକ ପରିସ୍ଥିତିରେ ରାଜ୍ୟ ରାଜନୀତିରେ ସେପରି କିଛି ଘଟିଛି। କେନ୍ଦ୍ର ଅବହେଳାକୁ ନେଇ ଗଳା ଫଟାଇ ଚିତ୍କାର କରୁଥିବା ବିଜେଡି ନରମି ଯାଇଛି। ପ୍ରତ୍ୟେକ ବିଧାନସଭା ଅଧିବେଶନ ପୂର୍ବରୁ କେନ୍ଦ୍ର ବିରୋଧରେ ରାଜ୍ୟର ସ୍ବରକୁ ଶାଣିତ କରାଯିବ ବୋଲି କହୁଥିବା ବିଜେଡି ୫ମ ପାଳି ସରକାର ଗଠନ ପରେ ବଦଳିଯାଇଛି। ତୁଣ୍ଡରେ କେନ୍ଦ୍ର ଅବହେଳାର ଶବ୍ଦ ନାହିଁ। ରାଜ୍ୟର ସ୍ବାର୍ଥ ପାଇଁ କେନ୍ଦ୍ରକୁ ସମସ୍ତ ପ୍ରକାର ସହଯୋଗ ଓ ଆଲୋଚନା ଲାଗି ପ୍ରସ୍ତୁତ ଥିବା ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି। ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ରବିବାର ବସିଥିବା ବିଜେଡି ବିଧାୟକ ଦଳ ବୈଠକ ପରେ ମୁଖ୍ୟମନ୍ତ୍ରୀ ଏହି କଥା କହିଛନ୍ତି।
ନବୀନ କହିଛନ୍ତି ଯେ, ଆସନ୍ତା ଅଧିବେଶନରେ ବିଜେଡିର ପ୍ରତ୍ୟେକ ବିଧାୟକ ସକାରାତ୍ମକ ଭାବେ ଗୃହକାର୍ଯ୍ୟରେ ଅଂଶଗ୍ରହଣ କରିବେ। ନିର୍ବାଚନ ସମୟରେ ଦଳ ପକ୍ଷରୁ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରାଯିବ। ଇସ୍ତାହାରରେ ଉପସ୍ଥାପନ କରାଯାଇଥିବା ବିଷୟକୁ କାର୍ଯ୍ୟକାରୀ କରାଯିବ। ରାଜ୍ୟ ସ୍ବାର୍ଥ ସମ୍ବନ୍ଧିତ ଯେକୌଣସି ପ୍ରସଙ୍ଗରେ ସରକାର କେନ୍ଦ୍ର ସହ ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ, ଦୁଇଟି ପର୍ଯ୍ୟାୟରେ ଅଧିବେଶନକୁ ଭାଗ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ବଜେଟ ଉପସ୍ଥାପନ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ବଜେଟ ଆଲୋଚନା ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଆଗତ କରାଯିବ। ଲୋକଙ୍କ ପାଇଁ କାର୍ଯ୍ୟ କରିବା ଜନପ୍ରତିନିଧିଙ୍କ କାମ। ବିରୋଧୀଙ୍କୁ ବିଶ୍ୱାସଭାଜନ କରାଯାଇ ଗୃହକାର୍ଯ୍ୟ ପରିଚାଳନା କରାଯିବ ବୋଲି ଆରୁଖ କହିଛନ୍ତି।
ସା ୫ଟା ୩୦ରେ ହୋଇଥିବା ବୈଠକରେ ପ୍ରାୟ ୯୬ ଜଣ ବିଜେଡି ବିଧାୟକ ଉପସ୍ଥିତ ଥିଲେ। ନିର୍ଦ୍ଧାରିତ ସମୟର ସାମାନ୍ୟ ବିଳମ୍ବରେ ମୁଖ୍ୟମନ୍ତ୍ରୀ ବୈଠକରେ ପହଞ୍ଚି ଅଧ୍ୟକ୍ଷତା କରିଥିଲେ। ନବନିର୍ବାଚିତ ବିଧାୟକଙ୍କୁ ସ୍ବାଗତ କରିବା ସହ ଗୃହ କାର୍ଯ୍ୟରେ ସମସ୍ତଙ୍କୁ ସହଯୋଗ କରିବା ପାଇଁ କହିଥିଲେ। ବିଧାନସଭାରେ ଉପଯୁକ୍ତ ସମନ୍ବୟ ନେଇ ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏବଂ ଉପ-ମୁଖ୍ୟ ସଚେତକ ପ୍ରଣବ ବଳବନ୍ତରାୟ କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ବୈଠକରେ ସୂଚନା ଦିଆଯାଇଥିଲା। ଓଡ଼ିଶାର ଜନସାଧାରଣ ଲଗାତର ପଞ୍ଚମଥର ପାଇଁ ବିଜେଡିକୁ ବିଜୟୀ କରିଛନ୍ତି। ତେଣୁ ଲୋକଙ୍କ ବିଶ୍ୱାସକୁ ବଜାୟ ରଖିବା ଉପରେ ନବୀନ ଗୁରୁତ୍ୱ ଦେଇଛନ୍ତି।
ସଂଖ୍ୟା ନ ଥାଇ ଭାଜପା ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସହଯୋଗରେ ରାଜ୍ୟ ସଭାକୁ ପଠାଇବାକୁ ଯାଉଛି। ତେଣୁ ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନ ସମୟରେ ପରସ୍ପର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ସାଜିଥିବା ବିଜେଡି-ଭାଜପା ପରବର୍ତ୍ତୀ ସମୟରେ ଉଭୟଙ୍କର ଆବଶ୍ୟକତା ପାଲଟିଥିବା ଆଲୋଚନା ହେଉଛି। ସେହିପରି ଅଶ୍ୱିନୀଙ୍କ ପ୍ରାର୍ଥତ୍ତ୍ୱ ଓ ବିଜେଡିର ସହଯୋଗ ନେଇ ବିଜେଡିର ଅନେକ ନେତାଙ୍କୁ ଗଣମାଧ୍ୟମର ପ୍ରତିନିଧିମାନେ ପ୍ରଶ୍ନ କରୁଥିବାର ଦେଖାଯାଉଥିଲା। ହେଲେ ମୁରୁକିହସା ମାରି ବିଜେଡି ନେତାମାନେ କଥାକୁ ଏଡାଇ ଯାଉଥିବାର ଲକ୍ଷ୍ୟ କରାଯାଇଥିଲା। ଆସନ୍ତା ୨୫ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ହେଲେ ବିଜେଡି-ଭାଜପା ମଧ୍ୟରେ ସଦ୍ୟ ରାଜନୈତିକ ବୁଝାମଣା ପରେ ଗୃହ ଭିତରେ କିପରି ସ୍ଥିତି ରହିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ସୂଚନାଥାଉ କି, ମୌସୁମୀ ଅଧିବେଶନର ପ୍ରଥମ ଦିନ ରାଜ୍ୟପାଳ ଗଣେଶୀ ଲାଲ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ୨୬ ତାରିଖରେ ରାଜ୍ୟପାଳଙ୍କ ଉଦ୍‌ବୋଧନ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରାଯିବ। ସେହିଦିନ ଉପବାଚସ୍ପତି ନିର୍ବାଚନ ନେଇ ବିଧିବଦ୍ଧଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ୨୭ରେ ଆବଶ୍ୟକ ପଡ଼ିଲେ ନିର୍ବାଚନ ହେବ। ୨୮ ତାରିଖରେ ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରାଯିବ। ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜୁଲାଇ ୨ ଯାଏ ଚାଲିବ। ଏହା ପରେ ପୁନର୍ବାର ଜୁଲାଇ ୧୨ରୁ ବୈଠକ ଆରମ୍ଭ ହୋଇ ଅଗଷ୍ଟ ୮ ଯାଏ ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ, ଗିରଫ ହେଲେ ଶିକ୍ଷକ

ଭଦ୍ରକ ଅଫିସ, ୧୨ା୧୦: ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଞ୍ଚଳରେ ଜଣେ ଛାତ୍ରୀଙ୍କୁ ବହି ଆଣିବା ଆଳରେ ଜଣେ ଶିକ୍ଷକ ବଳାତ୍କାର ଉଦ୍ୟମ କରି ପୋଲିସ...

ଦୀପାବଳି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୧୧(ବ୍ୟୁରୋ): ଆଜି ଆଲୋକର ପର୍ବ ଦୀପାବଳି। ଏହି ଅବସରରେ ସମଗ୍ର ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ଏହି ପର୍ବ ସମସ୍ତଙ୍କ ଜୀବନରେ ସୁଖ...

ଖୁବ୍‌ ଶୀଘ୍ର ପଞ୍ଚାୟତ ନିର୍ବାଚନ ପାଇଁ ଲାଗୁ ହେବ ଆଚରଣ ବିଧି

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ଅବାଧ ଓ ନିରପେକ୍ଷ ପଞ୍ଚାୟତ ନିର୍ବାଚନ ଲାଗି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଭାରତୀୟ ସମ୍ବିଧାନର ୨୪୩-କେ ନିର୍ବାଚନ ଆଚରଣ ବିଧି ପ୍ରସ୍ତୁତ କରାଯାଉଛି।...

ଜୁଲାଇ ଆରମ୍ଭରୁ କରୋନାର କରାଳ ରୂପ: ୭ ଦିନରେ ଚିହ୍ନଟ ହେଲେଣି ୩ହଜାରରୁ ଅଧିକ ଆକ୍ରାନ୍ତ, ବଢ଼ୁଛି ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର, ୭।୭(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜୁଲାଇ ପ୍ରଥମ ସପ୍ତାହ ଅର୍ଥାତ୍‌ ୭ ଦିନ...

ଯାନ୍ତ୍ରୀକ ତ୍ରୁଟି ଯୋଗୁ ଓପିଜିସିର ପ୍ରଥମ ୟୁନିଟ୍‌ ବନ୍ଦ, ୨୧୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ

ଲଖନପୁର,୨।୫(ଡି.ଏନ୍‌.ଏ.)-ଓଡିଶା ବିଦ୍ୟୁତ୍‌ ଉତ୍ପାଦନ ନିଗମ(ଓପିଜିସି)ର ବନହରପାଲି ସ୍ଥିତ ଇବ୍‌ ତାପଜ ବିଦ୍ୟୁତ୍‌ କେନ୍ଦ୍ରରେ ୪ଟି ୟୁନିଟ୍‌ ରହିଛି। ଏଥିମଧ୍ୟରୁ ୧ମ ୟୁନିଟ୍‌ରେ ଯାନ୍ତ୍ରୀକ ତ୍ରୁଟି ଦେଖାଦେବା...

ଆସନ୍ତା ୧୧ରୁ ନାଇଟ୍‌ କର୍ଫ୍ୟୁ, ଅପରାଧୀଙ୍କ ଉପରେ ରଖାଯିବ ନଜର: ପୋଲିସ କମିଶନର

ଭୁବନେଶ୍ୱର, ୯।୧୦(ବ୍ୟୁରୋ): ଆରମ୍ଭ ହୋଇଛି ପାର୍ବଣ ଋତୁ। ଏହାକୁ ନେଇ ବିଭିନ୍ନ ସ୍ଥାନରେ ଲୋକଙ୍କ ଗହଳି ବଢ଼ିବାରେ ଲାଗିଛି। ଏଥିଯୋଗୁ କରୋନା ସଂକ୍ରମଣ ବ୍ୟାପିବାର ସମ୍ଭାବନା...

ମଙ୍କିପକ୍ସ ଲକ୍ଷଣ ଥିଲେ ପୁଣେ ପଠାଯିବ ନମୁନା

ଭୁବନେଶ୍ୱର, ୨୨।୫(ବ୍ୟୁରୋ): ଏବେ ବିଶ୍ୱରେ ମଙ୍କିପକ୍ସ ଭୂତାଣୁକୁ ନେଇ ଆତଙ୍କ ଲାଗି ରହିଛି। ଓଡ଼ିଶାରେ ମଧ୍ୟ ଛନକା ପଶିଛି। ତେବେ ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ...

ଏନ୍‌ଆର୍‌ଆର୍‌ଆଇର ୯ ନୂଆ ଧାନ

କଟକ ଅଫିସ, ୭।୮: କଟକ ବିଦ୍ୟାଧରପୁର ସ୍ଥିତ ଏନ୍‌ଆର୍‌ଆର୍‌ଆଇ ନିର୍ଦ୍ଦେଶକ ଡ.ଦୀପଙ୍କର ମାଇତିଙ୍କ ନେତୃତ୍ୱରେ ୯ କିସମର ନୂତନ ଧାନ ଉଦ୍ଭାବନ କରାଯାଇଛି। ଡ. ଶରତ...

Advertisement
Archives

Model This Week