ବିଜେଡି ଛାତ୍ର, ଯୁବ, ମହିଳା ସଙ୍ଗଠନର ପୁନର୍ଗଠନ

ଭୁବନେଶ୍ୱର,୧୭ା୬(ବ୍ୟୁରୋ) : ସାଧାରଣ ନିର୍ବାଚନ ପରେ ବିଜେଡି ଛାତ୍ର, ଯୁବ ଏବଂ ମହିଳା ସଙ୍ଗଠନର ପୁନର୍ଗଠନ ନେଇ ଆଲୋଚନା ଜୋର ଧରିଛି। ୨୦୧୭ ପଞ୍ଚାୟତ ନିର୍ବାଚନ ବିପର୍ଯ୍ୟୟ ପରେ ଛାତ୍ର ଓ ଯୁବ ସଙ୍ଗଠନର ଆମୂଳଚୂଳ ପରିବର୍ତ୍ତନ ହୋଇଥିଲା। ହେଲେ ସାଙ୍ଗଠନିକ ଦାୟିତ୍ୱ ଦୁଇ ପ୍ରଭାବଶାଳୀ ନେତାଙ୍କ ଅନୁଗତଙ୍କୁ ପ୍ରଦାନ କରାଯାଇଥିଲା। ସେମାନଙ୍କ ପ୍ରଦର୍ଶନ ମଧ୍ୟ ସେତେଟା ଆଖିଦୃଶିଆ ହୋଇ ନ ଥିବା ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି। ତେଣୁ ବିଜେଡିର ଶୀର୍ଷ ନେତୃତ୍ୱ ପୁନର୍ବାର ସାଙ୍ଗଠନିକ ପରିବର୍ତ୍ତନ କଥା ଚିନ୍ତା କରୁଥିବା କୁହାଯାଉଛି। ମହିଳା ସଙ୍ଗଠନକୁ କିଛି ମାସ ତଳେ ପୁନର୍ଗଠିତ କରାଯିବା ସହ ନୂଆ ସଭାନେତ୍ରୀ ଏବଂ ଏକାଧିକ କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରାଯାଇଥିଲା। ହେଲେ ଏହି ସଙ୍ଗଠନର କାର୍ଯ୍ୟଶୈଳୀ ମଧ୍ୟ ପ୍ରଭାବହୀନ ରହିଥିବା ଅନୁଭବ କରାଯାଇଛି। ତେଣୁ ପୌର ନିର୍ବାଚନ ପୂର୍ବରୁ ୩ ଛାମୁଆ ସଙ୍ଗଠନର ପରିବର୍ତ୍ତନ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି।
ଛାତ୍ର ଏବଂ ମହିଳା ସଙ୍ଗଠନ ଅପେକ୍ଷା ବିଜୁ ଯୁବ ଜନତା ଦଳ ଅଧିକ ଗୁରୁତ୍ୱ ବହନ କରିଥାଏ। ଏହାର କର୍ମକର୍ତ୍ତା ସିଧା ଦଳୀୟ ସଙ୍ଗଠନ ସହ ଜଡିତ ହୋଇ କାମ କରିଥାନ୍ତି। ୩୦ରୁ ୪୫ ବର୍ଷୀୟ ଭୋଟରଙ୍କୁ ଆଖିଆଗରେ ରଖି ଏହି ସଙ୍ଗଠନ କାର୍ଯ୍ୟ କରିଥାଏ। ହେଲେ ଚଳିତ ବର୍ଷ ହୋଇଥିବା ସାଧାରଣ ନିର୍ବାଚନରେ ରାଜ୍ୟର ଯୁବ ଏବଂ ନୂଆ ଭୋଟର ଭାଜପାକୁ ଅଧିକ ପସନ୍ଦ କରିଥିବା ରାଜନୈତିକ ବିଶ୍ଳେଷକମାନେ ମତ ରଖିଛନ୍ତି। ସେହିଭଳି ସାରା ଦେଶର ନଗରାଞ୍ଚଳରେ ଭାଜପାର ଭୋଟ ହାର ଭଲ ରହିଛି। ଆଗକୁ ପୌର ନିର୍ବାଚନ ଥିବାରୁ ଭାଜପାର ମୁକାବିଲା ବିଜେଡି ପାଇଁ କଠିନ ପରୀକ୍ଷା ସଦୃଶ। ତେଣୁ ଯୁବ ସଙ୍ଗଠନର ପରିବର୍ତ୍ତନର ମଙ୍ଗ କାହା ହାତରେ ରହିବ, ସେ ନେଇ ସମସ୍ତଙ୍କ ନଜର ରହିଛି। ସଭାପତି ଚୟନରେ କେଉଁ ମାନଦଣ୍ଡକୁ ବିଚାରକୁ ନିଆଯିବ, ସେ ନେଇ ଚର୍ଚ୍ଚା ଜୋର ଧରିଛି। ଅତୀତର କାର୍ଯ୍ୟଦକ୍ଷତା, ଦଳ ଏବଂ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତି ଥିବା ଆନୁଗତ୍ୟକୁ ବିଚାର କରାଯିବ କି ନାହିଁ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କିଛିଦିନ ହେବ ବିଜେଡି ଆଭ୍ୟନ୍ତରୀଣ ରାଜନୀତିକୁ ପ୍ରଭାବିତ କରୁଥିବା ଏକ ଗୋଷ୍ଠୀ ପ୍ରତି ଆନୁଗତ୍ୟକୁ ସଭାପତି ଚୟନରେ ଗୁରୁତ୍ୱ ଦିଆଯାଇପାରେ ବୋଲି ସୂଚନା ମିଳିଛି। ଏମିତିକି ଉପକୂଳ ଓଡ଼ିଶାର ଜଣେ ବିଧାୟକଙ୍କୁ ଯୁବ ବିଜେଡି ସଭାପତି କରିବା ପାଇଁ ଯୋଜନା ଚାଲିଛି। ରାଜ୍ୟ କ୍ୟାବିନେଟ୍‌ର ଜଣେ ମନ୍ତ୍ରୀ ଏବଂ ମନ୍ତ୍ରିମଣ୍ଡଳରେ ନ ଥିବା ଜଣେ ବିଧାୟକ ଏହି ଯୋଜନା କରୁଥିବା ଦଳୀୟ ଅନ୍ଦର ମହଲରୁ ଜଣାପଡ଼ିଛି। ଏପରିକି ପୂର୍ବରୁ ଦଳର ଯୁବ ସଭାପତି ଏବଂ ଯୁବ ବ୍ୟାପାର ଦାୟିତ୍ୱରେ ରହିଥିବା ଏକାଧିକ ନେତାଙ୍କୁ ସଙ୍ଗଠନରୁ ଦୂରେଇ ରଖିବା ପାଇଁ ପ୍ରୟାସ କରାଯାଉଛି। ବିଜେଡି ରାଜନୀତିକୁ ଅନୁଶୀଳନ କଲେ ସାମ୍ପ୍ରତିକ ସ୍ଥିତିରେ ବିଧାୟକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଅରୁଣ ସାହୁ ଓ ପ୍ରତାପ ଜେନା, ବିଧାୟକ ଅତନୁ ସବ୍ୟସାଚୀ ନାୟକ ଏବଂ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ପ୍ରଭାବ ଦେଖିବାକୁ ମିଳିଥାଏ। ହେଲେ ବର୍ତ୍ତମାନ ଯେପରି ଯୁବ ମଙ୍ଗୁଆଳ ଚୟନ ପାଇଁ ଚିନ୍ତା କରାଯାଉଛି, ସେପରି ହେଲେ ଉପରେ ଆଲୋଚିତ ନାମ ମଧ୍ୟରୁ ୩ ଜଣଙ୍କୁ ଦୂରେଇ ରଖିବାକୁ ଚେଷ୍ଟା କରାଯାଉଛି। ଆଶ୍ଚର୍ଯ୍ୟର କଥା ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର କୌଣସି ନେତା ଯୁବ ସଙ୍ଗଠନରେ ପ୍ରଭାବ ବିସ୍ତାର କରିପାରିନାହାନ୍ତି। ସଂସଦୀୟ ନିର୍ବାଚନ ଫଳାଫଳ ମଧ୍ୟ ଏହି ସବୁ ଅଞ୍ଚଳରେ ନୈରାଶ୍ୟଜନକ ଥିଲା। ଅନୁସୂଚିତ ଜାତି(ଏସ୍‌ସି) ଏବଂ ଅନୁସୂଚିତ ଜନଜାତି(ଏସ୍‌ଟି) ବର୍ଗର ଯୁବ ପ୍ରତିନିଧିତ୍ୱଙ୍କୁ ମଧ୍ୟ ସଙ୍ଗଠନରେ ଅଗ୍ରାଧିକାର ଦିଆଯାଇ ନାହିଁ। ତେଣୁ ଭବିଷ୍ୟତର ରଣନୀତି ପାଇଁ ଯୁବ ସଙ୍ଗଠନକୁ କିପରି କ୍ରିୟାଶୀଳ କରାଯିବ, ସେ ନେଇ ଦଳ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅପରପକ୍ଷରେ ପୂର୍ବଥର ଯୁବ ସଙ୍ଗଠନକୁ କ୍ରିୟାଶୀଳ କରିବା ପାଇଁ ଜୋନ୍‌ସ୍ତରୀୟ ବର୍ଗୀକରଣ କରାଯାଇ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଥିଲା। କେତେଜଣ ତାହାକୁ ଉତ୍ତମ ରୂପେ ତୁଲାଇଥିବା ବେଳେ କେତେଜଣ ଯୁବ ନେତା ପାରି ନ ଥିଲେ। ଏଭଳିସ୍ଥିତିରେ ଦୀର୍ଘଦିନରୁ ଛାତ୍ର ତଥା ଯୁବ ରାଜନୀତି କରୁଥିବା ଉତ୍ତମ ସଙ୍ଗଠକମାନଙ୍କୁ ଅଣଦେଖା କରାଯାଉଥିବା କୁହାଯାଉଛି। ଏପରିକି ଦଳ ଭିତରେ ଏକ ସମାନ୍ତରାଳ ସଙ୍ଗଠନ ସୃଷ୍ଟି ହେଉଥିବା କେତେଜଣ ଯୁବ କର୍ମୀ ଅନୁଭବ କଲେଣି। ସାଙ୍ଗଠନିକ ଦକ୍ଷତା ଅପେକ୍ଷା ଯଦି ନିର୍ଦ୍ଦିଷ୍ଟ ଗୋଷ୍ଠୀ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରୁଥିବା ବିଧାୟକଙ୍କୁ ଯୁବ ସଭାପତି ଦାୟିତ୍ୱ ପ୍ରଦାନ କରାଯାଏ, ତେବେ ଦୀର୍ଘଦିନରୁ ବିଜେଡି ଯୁବ/ଛାତ୍ର ରାଜନୀତି କରୁଥିବା ସଙ୍ଗଠକମାନେ ବିଦ୍ରୋହ କରିବା ଆଶଙ୍କାକୁ ଏଡାଇ ଦିଆ ଯାଇ ନ ପାରେ ବୋଲି ସମୀକ୍ଷକମାନେ ମତ ରଖିଛନ୍ତି। ପୂର୍ବଥର ବିଧାୟକ ଏବଂ ମନ୍ତ୍ରୀମାନଙ୍କୁ ନିଜ ଅଞ୍ଚଳରେ ଅଧିକ ସମୟ ଦେବା ଉଚିତ ବୋଲି କୁହାଯାଇ ସେମାନଙ୍କୁ ଏହି ପଦବୀ ଦିଆଯାଇ ନ ଥିଲା। ହେଲେ ସେ ସମୟରେ ସାଙ୍ଗଠନିକ ଦକ୍ଷତା ଅପେକ୍ଷା ନିଦ୍ଦିର୍ର୍ଷ୍ଟ ଗୋଷ୍ଠୀ ପ୍ରତି ଆନୁଗତ୍ୟ ରଖିଥିବା ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା। ଚଳିତ ଥର ସେପରି ହେବାକୁ ଯାଉଥିବାରୁ ଆଗକୁ ଯୁବ ବର୍ଗ ବିଜେଡି ପ୍ରତି ବିମୁଖ ହୋଇପାରନ୍ତି ବୋଲି କେତେଜଣ ରାଜନୈତିକ ବିଶ୍ଳେଷକ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ହୋଇନାହିଁ ସ୍କୁଲ ଛୁଟି ଘୋଷଣା, ଘୂରି ବୁଲୁଛି ନକଲି ଚିଠି

ବରଗଡ଼,୧୮ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ତାତି, ଗୁଳୁଗୁଳି ବଢ଼ି ଚାଲିଛି। ଅନ୍ୟପଟେ ସ୍କୁଲ, କଲେଜରେ ପାଠପଢ଼ା ଚାଲିଛି। ପୂର୍ବାହ୍ନ ସାଢ଼େ ୧୦ଟାରେ ଛୁଟି ହେଉଥିବା ଯୋଗୁ ଘରକୁ…

ବରଗଛରେ ଝୁଲୁଥିଲା ଅଣଓଡ଼ିଆ ଶ୍ରମିକଙ୍କ ମୃତଦେହ, ଏଏସ୍‌ଆଇ ପହଞ୍ଚି…

ଦିଗପହଣ୍ଡି,୧୮ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନିସ୍ତିିପୁର ଗ୍ରାମ ନିକଟ ଆନ୍ଧ୍ର ଇଟାଭାଟିରେ ରହି କାମ କରୁଥିବା ଜଣେ ଅଣଓଡ଼ିଆ ଶ୍ରମିକ ଶନିବାର ଭୋର୍‌ରେ…

ଶେଷ ଓଭରରେ ଦିଲ୍ଲୀର ରୋମାଞ୍ଚକ ବିଜୟ

ବେଙ୍ଗାଲୁରୁ,୧୮ା୪: ଡେଭିଡ୍‌ ମିଲରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଖେଳାଯାଇଥିବା ଏକ ରୋମାଞ୍ଚକ ଆଇପିଏଲ୍‌ ମ୍ୟାଚ୍‌ରେ ୬ ଉଇକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ…

୨ ବାଇକ୍‌ ସହ ଧକ୍କା ହେଲା ଅଟୋ: ୩ ଗୁରୁତର

ଦାରିଙ୍ଗବାଡ଼ି,୧୮ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ମ୍ଲୁକ୍‌ଚେରୀ ନିକଟରେ ୨ ବାଇକ୍‌ ଏବଂ ଗୋଟିଏ ଅଟୋ ମଧ୍ୟରେ ଧକ୍କା ହୋଇ ୩ ଜଣ ଗୁରୁତର ହୋଇଛନ୍ତି।…

ବାପା ହେଲେ ଷ୍ଟାର ଅଲରାଉଣ୍ଡର ରଶିଦ ଖାନ

ନୂଆଦିଲ୍ଲୀ,୧୮ା୪: ଆଫଗାନିସ୍ତାନ ଓ ଗୁଜରାଟ ଟାଇଟନ୍ସ (ଜିଟି) ଷ୍ଟାର ଅଲରାଉଣ୍ଡର ରଶିଦ ଖାନ ଶନିବାର ଏକ ପୁତ୍ର ସନ୍ତାନର ପିତା ହୋଇଛନ୍ତି। ରଶିଦ ସୋସିଆଲ ମିଡିଆରେ ଏକ…

ଚାକିରି ଜୀବନରେ ସାଉଁଟିଥିବା ସ୍ମୃତିକୁ ମନେ ପକାଇ ଗୋପାଳକୃଷ୍ଣ କହିଲେ ଅବସର ପରେ…

ଦିଗପହଣ୍ଡି,୧୮ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି(ପାକ୍ସ)ର ସମ୍ପାଦକ ଗୋପାଳକୃଷ୍ଣ ଜେନାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ସମବାୟ…

ଜୁନାଗଡ଼ରେ ଏନଫୋର୍ସ ଟିମର ଖାଦ୍ୟ ସାମଗ୍ରୀ ଯାଞ୍ଚ

ଜୁନାଗଡ଼,୧୮।୪(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ଶନିବାର ଏନଫୋର୍ସ ଟିମ ପକ୍ଷରୁଖାଦ୍ୟ ସାମଗ୍ରୀ ଯାଞ୍ଚ କରାଯାଇଛି। ଏହି ଟିମରେ ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ,ଜୁନାଗଡ଼…

ସିବିଏସ୍‌ଇ ଦଶମ ପରୀକ୍ଷା: ପ୍ରଗତି କନ୍‌ସେପ୍ଟ ସ୍କୁଲ ଛାତ୍ରୀଛାତ୍ରଙ୍କ ସଫଳତା

ଭବାନୀପାଟଣା,୧୮ା୪(ଉତ୍ତମ କୁମାର ଦାଶ)-ସିବିଏସ୍‌ଇ ଦଶମ ପରୀକ୍ଷାରେ କଳାହାଣ୍ଡି ଜିଲା ଭବାନୀପାଟଣା ସହର ପ୍ରଗତି କନ୍‌ସେପ୍ଟ ସ୍କୁଲର ଛାତ୍ରୀଛାତ୍ର ସଫଳତା ପାଇଛନ୍ତି। ଛାତ୍ର ବବୁଲ କୁମାର ମେହେର ୯୭.୬୦%…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri