ବିଛାଖଣ୍ଡି ପଥର ଖାଦାନରେ ମାରାଥନ ଚଢାଉ : ୩ କ୍ରଶର ସିଲ୍‌, ୧୯କୁ ନୋଟିସ

ଧର୍ମଶାଳା/ଜେନାପୁର,୧୨।୮(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନସ୍ଥ ବିଛାଖଣ୍ଡି ଜଙ୍ଗଲ ଜମିରେ ଥିବା ବେଆଇନ ପଥର ଖାଦାନ ଉପରେ ଧର୍ମଶାଳା ତହସିଲ ପକ୍ଷରୁ ମାରାଥନ ଚଢାଉ କରାଯାଇଛି। ଶନିବାର ଚଢାଉବେଳେ ଏକ ହିଟାଚି ମେଶିନ, ହାଇଓା୍ବ ଓ କ୍ରମ୍ପେସର ଜବତ କରାଯାଇଥିଲା। ଏହି ସମୟରେ ପଥର ମାଫିଆମାନେ ପହଞ୍ଚତ୍ ଅତିରିକ୍ତ ତହସିଲଦାରଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରି ଜବତ କମ୍ପ୍ରେସର ଛଡ଼ାଇ ନେଇଥିଲେ। ଏପରି କି ଅତିରିକ୍ତ ତହସିଲ୍‌ଦାରଙ୍କ ସହ ଯାଇଥିବା ଏପିଆର ଫୋର୍ସଙ୍କଠାରୁ ମାଫିଆମାନେ ବନ୍ଧୁକ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ। ଏହି ଘଟଣାକୁ ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିବାବେଳେ ରବିବାର ତହସିଲଦାର ସରୋଜ କୁମାର ପଣ୍ଡା ଆକଶନ ମୋଡ୍‌ରେ ବିଭିନ୍ନ ସ୍ଥାନରେ ଚଢାଉ କରିଛନ୍ତି। ଏହି ସମୟରେ ୩ କ୍ରଶରକୁ ସିଲ କରିଥିବାବେଳେ ୧୯ଟିକୁ ନୋଟିସ କରିଛନ୍ତି। ଏଥିସହ ମାଫିଆମାନେ ଛଡାଇ ନେଇଥିବା କମ୍ପ୍ରେସର ଓ ମହୁଲ ଖଣିଠାରେ ଏକ ଟ୍ରାକ୍ଟର ଜବତ କରି ଚଢେଇଧରା ଫାଣ୍ଡି ଜିମା ଦେଇଛନ୍ତି। ସମସ୍ତ କ୍ରଶର ମାଲିକମାନଙ୍କୁ ଓ୍ବାଇ ଫର୍ମ, ବିଦ୍ୟୁତ୍‌ ଯୋଗାଣ, ପରିବେଶ ମଞ୍ଜୁରୀ, କିସମ ପରିବର୍ତ୍ତନ ଆଦି ବିଭିନ୍ନ କାଗଜପତ୍ର ୭ ଦିନ ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜହସିଲଦାର ସୂଚନା ଦେଇଛନ୍ତି। ମଙ୍ଗଳବାର ନୋଟିସ କରାଯାଇଥିବା କ୍ରଶରଗୁଡିକରେ ଜାଗା ମାପ କାମ କରାଯିବ। ତେବେ ଚଢାଉ ସମୟରେ କର୍ମଚାରୀ ଏବଂ ମାଲିକ ଗିରଫ ଭୟରେ ପଳାଇଥିଲେ। ଚଢାଉରେ ତହସିଲଦାରଙ୍କ ସହ ଅତିରିକ୍ତ ତହସିଲଦାର ଦେବି ପ୍ରସାଦ ମହାନ୍ତି, ଜେନାପୁର ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ଓ ପ୍ରଶାସନର ସମସ୍ତ କର୍ମଚାରୀ ସାମିଲ ହୋଇଥିଲେ। ସୂଚନା ଯୋଗ୍ୟ, ପୂର୍ବରୁ ଧରୀତ୍ରୀରେ ବିଛାଖଣ୍ଡି ପାହାଡ ଜଙ୍ଗଲ ଜମିରେ ବେଆଇନ କ୍ରଶର ସଂକ୍ରାନ୍ତୀୟ ସବିଶେଷ ତଥ୍ୟ ଭିତ୍ତିକ ଖବର ପ୍ରକାଶ ପାଇଥିଲ। ଏହାସହ ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା ଧର୍ମଶାଳା ତହସିଲଦାର ଓ ଜିଲାପାଳଙ୍କୁ ବେଆଇନ କ୍ରଶର ସମ୍ପର୍କରେ ଅଭିଯୋଗ କରିଥିଲେ। ପ୍ରକାଶ ଯେ, ଏହି ତହସିଲ ଅନ୍ତର୍ଗତ ବଳରାମପୁର ସଂରକ୍ଷିତ ଜଙ୍ଗଲରେ ଏକାଧିକ ବେଆଇନ କ୍ରଶର ଓ ପଥର ଖାଦାନ ଚାଲିଛି। ଏ ସମ୍ପ୍ରକେନ୍ତରେ ଧର୍ମଶାଳା ତହସିଲଦାର ତାଙ୍କ ପତ୍ରସଂଖ୍ୟା ୯୮୯/୨୮ା୩ା୨୦୧୯ ଓ ୪୬୧/୭ା୨ା୨୦୧୯ରେ ଡିଏଫ୍‌ଓ(ଡିଭିଜନାଲ ଫରେଷ୍ଟ ଅଫିସର)ଙ୍କୁ ଲିଖିତ ଭାବେ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ କଟକ ଡିଏଫ୍‌ଓ ପତ୍ର ସଂଖ୍ୟା ୫୧୪୬/୬ା୭ା୧୯ରେ ବଳରାମପୁର ସଂରକ୍ଷିତ ଜଙ୍ଗଲରେ ବେଆଇନ ଖାଦାନ ସମ୍ପର୍କରେ ଜିଲାପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ହେଲେ ୩୪୬.୦୧ ହେକ୍ଟର ପରିମିତ ଏହି ଜଙ୍ଗଲରେ ଚାଲିଥିବା ବେଆଇନ ଖାଦାନ ଓ କ୍ରଶର ଉପରେ ପ୍ରଶାସନ ସ୍ତରରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ପାରି ନାହଁି। ଏହି ସଂରକ୍ଷିତ ଜଙ୍ଗଲରେ ତୁରନ୍ତ ଚଢାଉ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଜ୍ଞାନିକ କୌଶଳ ବ୍ୟବହାର କରି ଶିମିଳିପାଳ ଅଭୟାରଣ୍ୟରୁ କରୁଥିଲେ ଶିକାର: ୫ କୁଖ୍ୟାତ ଶିକାରୀଙ୍କୁ…. 

ବାରିପଦା,୧୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରୁ ୫ଜଣ କୁଖ୍ୟାତ ଶିକାରୀ ଧରା ପଡିଛନ୍ତି । ଶିମିଳିପାଳ ବନ୍ୟଜନ୍ତୁ ବୁଦ୍ଧିମତା ନେଟୱର୍କ ପରି...

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

ପିଆଜ, ରସୁଣ ପାଇଁ ଭାଙ୍ଗିଲା ୨୨ ବର୍ଷର ସ୍ତ୍ରୀ-ସ୍ବାମୀ ସମ୍ପର୍କ: ପୂରା ଘଟଣା ଜାଣିଲେ…

ଅହମଦାବାଦ,୧୧ା୧୨:ବିବାହର ୨୨ ବର୍ଷ ପରେ ଗୁଜରାଟର ଏକ ଦମ୍ପତି ସମ୍ପର୍କ ତୁଟାଇ ପରସ୍ପରଠାରୁ ଅଲଗା ହୋଇଛନ୍ତି। ଏହାର କାରଣ ଅନେକଙ୍କୁ ବିସ୍ମିତ କରିଛି। ମହିଳା ଜଣକ...

କେତେ ହ୍ରାସ ପାଇବ ବିରାଟ-ରୋହିତଙ୍କ ଦରମା, ଆସିଲା ବଡ଼ ଅପଡେଟ୍‌, BCCIର ବୈଠକରେ…

ନୂଆଦିଲ୍ଲୀ,୧୧।୧୨: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)ର ୩୧ତମ ବାର୍ଷିକ ସାଧାରଣ ବୈଠକ (AGM) ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥର ସବୁଠାରୁ...

ପାଇପ୍‌ ଫାଟି ରାସ୍ତାରେ ବନ୍ୟା: ଚିନ୍ତାରେ ପଡ଼ାବାସୀ

ଲୋଇସିଂହା,୧୧।୧୨(ସୁଶାନ୍ତ ବାରିକ): ଲୋଇସିଂହାଶକ୍ତି ନଗର ପଡାରେ ପାଇପ ଫାଟି ରାସ୍ତା ଉପରେ ବହୁଛି ପାଣି। ଏ ଦୃଶ୍ୟ ହେଉଛି ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଲୋଇସିଂହା...

୨୦୨୬ଆରମ୍ଭରୁ ଯୁଦ୍ଧ ନୁହେଁ ହେବ ପ୍ରଳୟ! ସଙ୍କେତ ଦେଲାଣି ଗ୍ରହ ଚଳନ, ଭାରତରେ ପଡିବ ପଡ଼ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ୨୦୨୬ ହେଉଛି ଏପରି ଏକ ବର୍ଷ ଯାହାକୁ ବିଶ୍ୱ ଅଣଦେଖା କରିପାରିବ ନାହିଁ। ଅନେକ ସୀମା ଏପରି ଏକ ସମୟରେ ଆସିବ ଯେଉଁଠାରେ ଏକ...

ପୁଣି ବଢ଼ିଲା ଇଣ୍ଟରନେଟ କଟକଣା: ପହଞ୍ଚିଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି,୧୧।୧୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଆଉ ୧୨ ଘଣ୍ଟା ବଢ଼ିଲା ଇଣ୍ଟରନେଟ କଟକଣା। ଏମ୍‌ଭି-୨୬ ଓ ରାଖେଲଗୁଡ଼ା ଗାଁ ମଧ୍ୟରେ ବିବାଦକୁ ନେଇ କଟକଣା ବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri