ବିଚକ୍ଷଣ ସଂସଦୀୟ ତଥ୍ୟ

ଭୁବନେଶ୍ୱର, ୧୨।୬: home ଓଡିଶା ବିଧାନସଭାର ପ୍ରାୟ ୧ବର୍ଷ ଜୀବନକାଳ ଥିବା ସତ୍ତ୍ୱେ ୨୦୦୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିନ୍ନ ନିଷ୍ପତ୍ତି ନେଇଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ ବର୍ଷକ ଆଗରୁ ଗୃହର ମୁଖ୍ୟଭାବେ ବିଧାନସଭା ଭାଙ୍ଗି ଏକାସଙ୍ଗେ ଲୋକ ସଭା ସହିତ ବିଧାନସଭା ନିର୍ବାଚନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଫଳରେ ବିଜେଡି ତା’ର ସୁଫଳ ଏ ପର୍ଯ୍ୟନ୍ତ ପାଇଆସୁଛି। ଗତ ନିର୍ବାଚନରେ ମଧ୍ୟ ଏହାର ଏକ ସ୍ପଷ୍ଟ ଝଲକ ଦେଖିବାକୁ ମିଳିଛି। ୨୦୧୯ ସାଧାରଣ ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ସହିତ ବିଜୁ ଜନତା ଦଳ(ବିଜେଡି) ରାଜ୍ୟରେ ୫ମ ପାଳି ପାଇଁ ସରକାର ଗଠନ କରିଛି। ସେହିପରି ପ୍ରଥମ ଥର ଲାଗି ଭାଜପା ମୁଖ୍ୟ ବିରୋଧୀ ଦଳ ଆସନରେ ବସିବାକୁ ଯାଉଛି। ଅନ୍ୟପଟେ ଦୀର୍ଘଦିନ ହେବ ମୁଖ୍ୟ ବିରୋଧୀ ଦଳ ଭୂମିକା ତୁଲାଇ ଆସୁଥିବା କଂଗ୍ରେସ ତୃତୀୟ ସ୍ଥାନକୁ ଖସିଆସିଛି। ଯଦି ଏହି ତଥ୍ୟକୁ ବାଦ୍‌ ଦିଆଯାଇ କେବଳ ଲୋକ ସଭା ଆସନର ଫଳାଫଳକୁ ଭିନ୍ନ ଭାବେ ଦେଖାଯାଏ ତେବେ ଏହାର ଏକ ନୂଆ ଚିତ୍ର ସାମ୍ନାକୁ ଆସୁଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡିଶାର ପ୍ରତ୍ୟେକ ଲୋକ ସଭା କ୍ଷେତ୍ରରେ ୭ଟି ଲେଖାଏ ବିଧାନସଭା ନିର୍ବାଚନମଣ୍ଡଳୀ ରହିଛି। ଅର୍ଥାତ୍‌ ୨୧ ଏମ୍‌ପି ଆସନକୁ ୭ରେ ଗୁଣନ କଲେ ୧୪୭ ବିଧାନସଭା ଆସନ ହେଉଛି। ଯଦି କେବଳ ଲୋକ ସଭା ଆସନ ଫଳାଫଳକୁ ହିସାବକୁ ନିଆଯାଏ, ତେବେ ବିଜେଡି ଜିତିଥିବା ଲୋକ ସଭା ଆସନଗୁଡିକର କିଛି ଭିନ୍ନ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦୁଝରର ନବନିର୍ବାଚିତ ବିଜେଡି ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁ ତାଙ୍କ ଲୋକ ସଭା କ୍ଷେତ୍ରର ୭ ବିଧାନସଭା ଆସନ ମଧ୍ୟରୁ ୫ଟିରେ ବିଜୟୀ ହୋଇଥିଲେ ମଧ୍ୟ ଦୁଇଟି ଆସନ ତଥା ପାଟଣା ଏବଂ କେନ୍ଦୁଝରରେ ପରାଜିତ ହୋଇଛନ୍ତି। ଭଦ୍ରକରୁ ନବନିର୍ବାଚିତ ବିଜେଡି ଏମ୍‌ପି ମଞ୍ଜୁଲତା ମଣ୍ଡଳ ସୋର ଏବଂ ଧାମନଗର ବିଧାନସଭା ଆସନରେ ପରାଜିତ ହୋଇଛନ୍ତି। ଯାଜପୁରର ନବନିର୍ବାଚିତ ଏମ୍‌ପି ଶର୍ମିଷ୍ଠା ସେଠୀ କିନ୍ତୁ ତାଙ୍କ ଲୋକ ସଭା ଆସନ ଅନ୍ତର୍ଗତ ସମସ୍ତ ବିଧାନସଭା କ୍ଷେତ୍ରରେ ବିଜୟୀ ହୋଇପାରିଛନ୍ତି। ଢେଙ୍କାନାଳ ଏମ୍‌ପି ମହେଶ ସାହୁ ପରଜଙ୍ଗ ଏବଂ ପାଲଲହଡା ଆସନରେ ପରାଜୟର ମୁହଁ ଦେଖିଛନ୍ତି। ନବରଙ୍ଗପୁର ଏମ୍‌ପି ରମେଶ ମାଝୀ ନିଜ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଉମରକୋଟ, ନବରଙ୍ଗପୁର, କୋଟପାଡ଼ ଏବଂ ମାଲକାନଗିରି ବିଧାନସଭା ଆସନରେ ପରାଜିତ ହୋଇଛନ୍ତି। କନ୍ଧମାଳ ଏମ୍‌ପି ଅଚ୍ୟୁତ ସାମନ୍ତ ତାଙ୍କ ଲୋକ ସଭା ଆସନ ଅନ୍ତର୍ଗତ ସବୁ ବିଧାନସଭା କ୍ଷେତ୍ରରେ ବିଜୟୀ ହୋଇଛନ୍ତି। ସେହିପରି କଟକ ଏମ୍‌ପି ଭର୍ତ୍ତୃହରି ମହତାବ ବାରବାଟୀ-କଟକ ଏବଂ ଚୌଦ୍ୱାର-କଟକ ଆସନରେ ପରାଜିତ ହୋଇଛନ୍ତି। ହେଲେ କେନ୍ଦ୍ରାପଡା ଏମ୍‌ପି ଅନୁଭବ ମହାନ୍ତି ତାଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସବୁ ବିଧାନସଭା କ୍ଷେତ୍ରରେ ବିଜୟ ହାସଲ କରିଛନ୍ତି। ଅନୁରୂପଭାବେ ଜଗତ୍‌ସିଂହପୁର ଏମ୍‌ପି ରାଜଶ୍ରୀ ମଲ୍ଲିକ ମଧ୍ୟ ତାଙ୍କ କ୍ଷେତ୍ରରେ ଯାଉଥିବା ସମସ୍ତ ବିଧାନସଭା ଆସନରେ ବିଜୟୀ ହେବାରେ ସଫଳ ହୋଇଛନ୍ତି। ପୁରୀ ଏମ୍‌ପି ପିନାକୀ ମିଶ୍ର କିନ୍ତୁ ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୭ ବିଧାନସଭା କ୍ଷେତ୍ର ମଧ୍ୟରୁ ୨ଟି ଆସନ ଯଥା ପୁରୀ ଓ ବ୍ରହ୍ମଗିରିରେ ପରାଜୟ ସ୍ବାଦ ଚାଖିଛନ୍ତି। ଆସିକା ଏମ୍‌ପି ପ୍ରମିଳା ବିଷୋୟୀ ତାଙ୍କ କ୍ଷେତ୍ର ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜୟୀ ହୋଇଛନ୍ତି। ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ ନିଜ କ୍ଷେତ୍ର ଅନ୍ତର୍ଗତ ୫ ବିଧାନସଭା ଆସନରେ ବିଜୟୀ ହୋଇଥିଲା ବେଳେ ପାରଳାଖେମୁଣ୍ଡି ଓ ମୋହନା ଆସନରେ ପରାଜିତ ହୋଇଛନ୍ତି।
ସେହିପରି ଭାଜପାର ୮ ଏମ୍‌ପି କ୍ଷେତ୍ରକୁ ଯଦି ଲକ୍ଷ୍ୟ କରାଯାଏ, ତେବେ ଏଥର ଦଳ ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ମୟୂରଭଞ୍ଜ, ବାଲେଶ୍ୱର, ବଲାଙ୍ଗୀର, କଳାହାଣ୍ଡି ଏବଂ ଭୁବନେଶ୍ୱର ଆସନରେ ବିଜୟ ବାନା ଉଡାଇଛି। ସେଥିମଧ୍ୟରୁ ବରଗଡ଼ ଲୋକ ସଭା ଆସନରୁ ସୁରେଶ ପୂଜାରୀ ଏମ୍‌ପି ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କ କ୍ଷେତ୍ର ଅନ୍ତର୍ଗତ ୭ ବିଧାନସଭା ଆସନ ମଧ୍ୟରୁ ସେ ବିଜେପୁରରେ ପରାଜିତ ହୋଇଛନ୍ତି। ସୁନ୍ଦରଗଡ଼ ଏମ୍‌ପି ଜୁଏଲ ଓରାମ ତାଙ୍କ କ୍ଷେତ୍ର ଅନ୍ତର୍ଗତ ବଣାଇ ବିଧାନସଭା ଆସନରେ ପରାଜିତ ହୋଇଛନ୍ତି। ସେହିପରି ସମ୍ବଲପୁର ଏମ୍‌ପି ନୀତୀଶ ଗଙ୍ଗଦେବ ତାଙ୍କ କ୍ଷେତ୍ର ଅନ୍ତର୍ଗତ ରେଢାଖୋଲ, ଆଠମଲ୍ଲିକ ଏବଂ ଛେଣ୍ଡିପଦା ଆସନରେ ପରାଜୟର ସ୍ବାଦ ଚାଖିଛନ୍ତି। ମୟୂରଭଞ୍ଜ ଏମ୍‌ପି ବିଶେଶ୍ୱର ଟୁଡୁ ନିଜ କ୍ଷେତ୍ର ଅନ୍ତର୍ଗତ ବାଙ୍ଗିରପୋଷୀ, ଉଦଳା ଏବଂ ମୋରଡ଼ା ବିଧାନସଭା ଆସନରେ ପରାଜିତ ହୋଇଛନ୍ତି। ବାଲେଶ୍ୱର ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ନିଜ କ୍ଷେତ୍ର ମଧ୍ୟରେ ଆସୁଥିବା ଜଳେଶ୍ୱର, ଭୋଗରାଇ ଏବଂ ବସ୍ତା ବିଧାନସଭା ଆସନରେ ପରାଜିତ ହୋଇଛନ୍ତି। ବଲାଙ୍ଗୀର ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓ ନିଜ ନିର୍ବାଚନମଣ୍ଡଳୀ ଭିତରେ ଆସୁଥିବା ବୀରମହାରାଜପୁର, ସୋନପୁର ଏବଂ ବଲାଙ୍ଗୀର ଆସନରେ ପରାଜୟ ମୁହଁ ଦେଖିଛନ୍ତି। କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡା ବିଜୟୀ ହୋଇଥିଲେ ମଧ୍ୟ ନିଜ କ୍ଷେତ୍ର ଭିତରେ ଆସୁଥିବା ନୂଆପଡ଼ା ଏବଂ ଲାଞ୍ଜିଗଡ଼ ଆସନରେ ପରାଜିତ ହୋଇଛନ୍ତି। ବସନ୍ତ ଗତଥର ବିଧାୟକ ଭାବେ ଜିତିଥିବା ନିଜ ନିର୍ବାଚନମଣ୍ଡଳୀ ନୂଆପଡ଼ାରେ ତୃତୀୟ ସ୍ଥାନରେ ରହିଛନ୍ତି। ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ନିଜ କ୍ଷେତ୍ର ମଧ୍ୟରେ ଆସୁଥିବା ଜୟଦେବ ବିଧାନସଭା କ୍ଷେତ୍ରରେ ପରାଜିତ ହୋଇଛନ୍ତି। କଂଗ୍ରେସର ଏକମାତ୍ର ଏମ୍‌ପି ଭାବେ ସପ୍ତଗିରି ଉଲାକା କୋରାପୁଟ ଆସନରୁ ବିଜୟୀ ହୋଇଛନ୍ତି। ଉଲାକା କିନ୍ତୁ ନିଜ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୪ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଷମକଟକ, କୋରାପୁଟ ଏବଂ ପଟ୍ଟାଙ୍ଗୀ ବିଧାନସଭା ଆସନରେ ପରାଜିତ ହୋଇଛନ୍ତି। ଏ ସମସ୍ତ ତଥ୍ୟକୁ ଦେଖିଲେ, ନବରଙ୍ଗପୁର ଲୋକ ସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ପ୍ରଦୀପ ମାଝୀ ଏହି କ୍ଷେତ୍ର ଅନ୍ତର୍ଗତ କୋଟପାଡ ଏବଂ ନବରଙ୍ଗପୁର ବିଧାନସଭା ଆସନରେ ବିଜୟୀ ହୋଇଛନ୍ତି। ଅନ୍ୟପଟେ ବ୍ରହ୍ମପୁର ଲୋକ ସଭା ଆସନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଭି. ଚନ୍ଦ୍ରଶେଖର ନାଇଡୁ ଏହି କ୍ଷେତ୍ର ଅନ୍ତର୍ଗତ ମୋହନା ବିଧାନସଭା ଆସନରେ ବିଜୟୀ ହୋଇଛନ୍ତି। ଏହିପରି ସର୍ବମୋଟ ୭ଟି ଆସନରେ କଂଗ୍ରେସ ବିଜୟୀ ହୋଇଛି। ଅନ୍ୟସମସ୍ତ ବିଧାନସଭା କ୍ଷେତ୍ରରେ ବିଜେଡି ହରାଇଥିବା ଆସନ ଭାଜପା ଖାତାକୁ ଏବଂ ଭାଜପା ହରାଇଥିବା ଆସନ ବିଜେଡି ଖାତାକୁ ଚାଲିଯାଇଛି। ଉପରୋକ୍ତ ସଂସଦୀୟ ନିର୍ବାଚନ ଫଳାଫଳ ତଥ୍ୟକୁ ଯଦି ହିସାବ କରାଯାଏ, ତେବେ ବିଜେଡି ମୋଟ ୮୮, ଭାଜପା ୫୨ ଏବଂ କଂଗ୍ରେସ ୭ଟି ବିଧାନସଭା ଆସନରେ ବିଜୟୀ ହୋଇଛନ୍ତି।

-ସୁନୀତ୍‌ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri