Posted inରାଜ୍ୟ

ବିଗିଡ଼ିଲାଣି ତଦନ୍ତ, ବଢ଼ିପାରେ ଅପରାଧ

ତ୍ରିନାଥ ମହାନ୍ତି
ଭୁବନେଶ୍ୱର,୨୭ା୫: କରୋନା ମହାମାରୀ ଭଳି ବିପତ୍ତିର ମୁକାବିଲା ପାଇଁ ପୋଲିସ କର୍ମଚାରୀ ଆଗ ଧାଡ଼ିର ଯୋଦ୍ଧା ସାଜିଛନ୍ତି। ଦୁଇମାସରୁ ଊର୍ଦ୍ଧ୍ୱ ହେବ ଆଇନଶୃଙ୍ଖଳା ରକ୍ଷା ସହ ସଂକ୍ରମଣ ରୋକିବା ଓ ଲକ୍‌ଡାଉନ୍‌କୁ ସଫଳ କରିବା ପାଇଁ ନିରନ୍ତର ପ୍ରୟାସ କରିଆସୁଛନ୍ତି। ଏଥିପାଇଁ ରାଜ୍ୟ ପୋଲିସ ସବୁ କଳବଳ ଓ କୌଶଳ ଲଗାଇ ଦେଇଛି। ପୋଲିସର ଏପରି ବ୍ୟସ୍ତତା ଓ ଚାପ ଭିତରେ କିନ୍ତୁ ମୂଳ ଦାୟିତ୍ୱ ଅବହେଳିତ ହୋଇଯାଉଛି। ମାମଲା ରୁଜୁଠାରୁ ଆରମ୍ଭ କରି ତଦନ୍ତ ଓ ନ୍ୟାୟିକ ଧାରା ବିଗିଡ଼ିବାରେ ଲାଗିଛି। ଫଳରେ ଆଗକୁ ଅପରାଧ ବୃଦ୍ଧି ପାଇବା ସହ ରାଜ୍ୟ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି।
କରୋନା ଲଢେଇ ଏକ ଲମ୍ବା ସମୟ ଧରି ଚାଲିବ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ସାମାଜିତ ଦୂରତ୍ୱ ପାଳନ, ପ୍ରବାସୀ ଶ୍ରମକିଙ୍କୁ କ୍ୱାରେଣ୍ଟାଇନ୍‌ ନେବା, ଅନ୍ୟ ରାଜ୍ୟ ସୀମାରେ ଛାଡିବା ଓ ଅନ୍ୟାନ୍ୟ ଆଇନଶୃଙ୍ଖଳା କାର୍ଯ୍ୟ ପୋଲିସ ଉପରେ ନ୍ୟସ୍ତ ରହିବ। ଏହାର ପ୍ରଭାବ ନିଶ୍ଚିତଭାବେ ତଦନ୍ତ ଉପରେ ପଡିବ ଓ କୋର୍ଟରେ ସଜା ହାର ଆହୁରି ତଳକୁ ଖସିବ। ବିଶେଷକରି ଖାଲି ପଡିଥିବା ପଦବୀ ସଂଖ୍ୟା, ପେଣ୍ଡିଂ କେସ୍‌ ଓ ଦୁର୍ବଳ ସଜା ହାର ରାଜ୍ୟ ପୋଲିସ ପାଇଁ ସବୁବେଳେ ଚିନ୍ତାର କାରଣ ଭାବେ ରହି ଆସିଛି। ସରକାରୀ ସୂତ୍ର ଅନୁଯାୟୀ, ରାଜ୍ୟରେ ୧୦ ହଜାର ୫୪ଟି ପୋଲିସ ପଦବୀ ଖାଲି ପଡିଛି। ଗ୍ରୁପ୍‌ ଏ’ରେ ୫୦୧, ଗ୍ରୁପ୍‌-ବି’ରେ ୧୮୨୩, ଗ୍ରୁପ୍‌-ସିରେ ୬୪୮୭ ଏବଂ ଗ୍ରୁପ୍‌-ଡି ପୋଷ୍ଟରେ ୧୨୪୩ଟି ପଦବୀ ଖାଲି ରହିଛି। ନିକଟରେ ଦେଶବ୍ୟାପୀ ହୋଇଥିବା ଏକ ସର୍ଭେରୁ ଜଣାପଡିଛି ଯେ, କର୍ମଚାରୀଙ୍କ ସଂଖ୍ୟା କମ୍‌ ହେତୁ ଓଡ଼ିଶା ପୋଲିସର ଜଣେ ବ୍ୟକ୍ତି ସାଧାରଣତଃ ଦିନକୁ ୮ ଘଣ୍ଟାର ପ୍ରକୃତ ଡ୍ୟୁଟି ସମୟର ଦୁଇ ଗୁଣରୁ ଅଧିକ ସମୟ କାର୍ଯ୍ୟ କରନ୍ତି। ଏବେ କରୋନା ଲଢ଼େଇ ଯୋଗୁ ସେମାନଙ୍କ ଉପରେ ଚାପ ବହୁଗୁଣିତ ହୋଇଛି। ଫଳରେ ତଦନ୍ତ ପାଇଁ ପୋଲିସ ପାଖରେ ସମୟ ରହୁନି।
ସେହିପରି ଭାରତରେ ସର୍ବନିମ୍ନ ଦୋଷୀ ସାବ୍ୟସ୍ତ ରାଜ୍ୟ ତାଲିକାରେ ଓଡ଼ିଶା ଶୀର୍ଷରେ ରହିଛି। ନ୍ୟାଶନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ (ଏନ୍‌ସିଆରବି) ତଥ୍ୟ ଅନୁଯାୟୀ,୨୦୧୭ରେ ଓଡ଼ିଶାରେ ଆଇପିସି କ୍ରାଇମ୍‌ ୯.୩ ପ୍ରତିଶତ ରହିଥିବାବେଳେ ତାହା ୨୦୧୮ରେ ଖସି ଆସି ୫.୬ରେ ପହଞ୍ଚତ୍ଛି। ଏସ୍‌ଏଲ୍‌ଏଲ୍‌ ଆକ୍ଟ ଅଧୀନ ନାର୍କୋଟିକ୍ସ ଡ୍ରଗ୍ସ ଏବଂ ସାଇକୋଟ୍ରୋପିକ୍‌ ଆକ୍ଟ ଓ ସାଇବର ଅପରାଧ ସମ୍ବନ୍ଧୀୟ ମାମଲାରେ ଦୋଷୀ ସାବ୍ୟସ୍ତ ହାରରେ ମଧ୍ୟ ଓଡ଼ିଶା ପୋଲିସ ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି। ୨୦୧୭ରେ ଏହି ହାର ୧୨.୫ ରହିଥିବାବେଳେ ୨୦୧୮ରେ ତାହା ଲଜ୍ଜ୍ୟାଜନକ ସ୍ତରକୁ ଅର୍ଥାତ୍‌ ୧.୧କୁ ଖସି ଆସିଛି।
ତେଣୁ ବିଭିନ୍ନ କୋଭିଡ଼୍‌-୧୯ ଗାଇଡ଼ଲାଇନ୍‌ ଅନୁପାଳନ ପାଇଁ ଆଇନଶୃଙ୍ଖଳା ଡ୍ୟୁଟିରେ ପୋଲିସ ଆଗକୁ ବ୍ୟସ୍ତ ରହିବ। ପୋଲିସ ଫୋର୍ସକୁ ଅନ୍ୟକାମରେ ଲଗାଇବା ଦ୍ୱାରା ତଦନ୍ତ ପ୍ରକ୍ରିୟା ଦୁର୍ବଳ ହେବ। ଫଳରେ ବହୁ ଅପରାଧୀ ଦୋଷୀ ସାବ୍ୟସ୍ତ ନ ହୋଇ ଖସିଯିବେ। ତେଣୁ ପରବର୍ତ୍ତୀ ସମୟରେ ରାଜ୍ୟରେ ଆପରାଧିକ ମାମଲା ବଢିବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri