Posted inରାଜ୍ୟ

ବିଗିଡ଼ିଲାଣି ତଦନ୍ତ, ବଢ଼ିପାରେ ଅପରାଧ

ତ୍ରିନାଥ ମହାନ୍ତି
ଭୁବନେଶ୍ୱର,୨୭ା୫: କରୋନା ମହାମାରୀ ଭଳି ବିପତ୍ତିର ମୁକାବିଲା ପାଇଁ ପୋଲିସ କର୍ମଚାରୀ ଆଗ ଧାଡ଼ିର ଯୋଦ୍ଧା ସାଜିଛନ୍ତି। ଦୁଇମାସରୁ ଊର୍ଦ୍ଧ୍ୱ ହେବ ଆଇନଶୃଙ୍ଖଳା ରକ୍ଷା ସହ ସଂକ୍ରମଣ ରୋକିବା ଓ ଲକ୍‌ଡାଉନ୍‌କୁ ସଫଳ କରିବା ପାଇଁ ନିରନ୍ତର ପ୍ରୟାସ କରିଆସୁଛନ୍ତି। ଏଥିପାଇଁ ରାଜ୍ୟ ପୋଲିସ ସବୁ କଳବଳ ଓ କୌଶଳ ଲଗାଇ ଦେଇଛି। ପୋଲିସର ଏପରି ବ୍ୟସ୍ତତା ଓ ଚାପ ଭିତରେ କିନ୍ତୁ ମୂଳ ଦାୟିତ୍ୱ ଅବହେଳିତ ହୋଇଯାଉଛି। ମାମଲା ରୁଜୁଠାରୁ ଆରମ୍ଭ କରି ତଦନ୍ତ ଓ ନ୍ୟାୟିକ ଧାରା ବିଗିଡ଼ିବାରେ ଲାଗିଛି। ଫଳରେ ଆଗକୁ ଅପରାଧ ବୃଦ୍ଧି ପାଇବା ସହ ରାଜ୍ୟ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି।
କରୋନା ଲଢେଇ ଏକ ଲମ୍ବା ସମୟ ଧରି ଚାଲିବ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ସାମାଜିତ ଦୂରତ୍ୱ ପାଳନ, ପ୍ରବାସୀ ଶ୍ରମକିଙ୍କୁ କ୍ୱାରେଣ୍ଟାଇନ୍‌ ନେବା, ଅନ୍ୟ ରାଜ୍ୟ ସୀମାରେ ଛାଡିବା ଓ ଅନ୍ୟାନ୍ୟ ଆଇନଶୃଙ୍ଖଳା କାର୍ଯ୍ୟ ପୋଲିସ ଉପରେ ନ୍ୟସ୍ତ ରହିବ। ଏହାର ପ୍ରଭାବ ନିଶ୍ଚିତଭାବେ ତଦନ୍ତ ଉପରେ ପଡିବ ଓ କୋର୍ଟରେ ସଜା ହାର ଆହୁରି ତଳକୁ ଖସିବ। ବିଶେଷକରି ଖାଲି ପଡିଥିବା ପଦବୀ ସଂଖ୍ୟା, ପେଣ୍ଡିଂ କେସ୍‌ ଓ ଦୁର୍ବଳ ସଜା ହାର ରାଜ୍ୟ ପୋଲିସ ପାଇଁ ସବୁବେଳେ ଚିନ୍ତାର କାରଣ ଭାବେ ରହି ଆସିଛି। ସରକାରୀ ସୂତ୍ର ଅନୁଯାୟୀ, ରାଜ୍ୟରେ ୧୦ ହଜାର ୫୪ଟି ପୋଲିସ ପଦବୀ ଖାଲି ପଡିଛି। ଗ୍ରୁପ୍‌ ଏ’ରେ ୫୦୧, ଗ୍ରୁପ୍‌-ବି’ରେ ୧୮୨୩, ଗ୍ରୁପ୍‌-ସିରେ ୬୪୮୭ ଏବଂ ଗ୍ରୁପ୍‌-ଡି ପୋଷ୍ଟରେ ୧୨୪୩ଟି ପଦବୀ ଖାଲି ରହିଛି। ନିକଟରେ ଦେଶବ୍ୟାପୀ ହୋଇଥିବା ଏକ ସର୍ଭେରୁ ଜଣାପଡିଛି ଯେ, କର୍ମଚାରୀଙ୍କ ସଂଖ୍ୟା କମ୍‌ ହେତୁ ଓଡ଼ିଶା ପୋଲିସର ଜଣେ ବ୍ୟକ୍ତି ସାଧାରଣତଃ ଦିନକୁ ୮ ଘଣ୍ଟାର ପ୍ରକୃତ ଡ୍ୟୁଟି ସମୟର ଦୁଇ ଗୁଣରୁ ଅଧିକ ସମୟ କାର୍ଯ୍ୟ କରନ୍ତି। ଏବେ କରୋନା ଲଢ଼େଇ ଯୋଗୁ ସେମାନଙ୍କ ଉପରେ ଚାପ ବହୁଗୁଣିତ ହୋଇଛି। ଫଳରେ ତଦନ୍ତ ପାଇଁ ପୋଲିସ ପାଖରେ ସମୟ ରହୁନି।
ସେହିପରି ଭାରତରେ ସର୍ବନିମ୍ନ ଦୋଷୀ ସାବ୍ୟସ୍ତ ରାଜ୍ୟ ତାଲିକାରେ ଓଡ଼ିଶା ଶୀର୍ଷରେ ରହିଛି। ନ୍ୟାଶନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ (ଏନ୍‌ସିଆରବି) ତଥ୍ୟ ଅନୁଯାୟୀ,୨୦୧୭ରେ ଓଡ଼ିଶାରେ ଆଇପିସି କ୍ରାଇମ୍‌ ୯.୩ ପ୍ରତିଶତ ରହିଥିବାବେଳେ ତାହା ୨୦୧୮ରେ ଖସି ଆସି ୫.୬ରେ ପହଞ୍ଚତ୍ଛି। ଏସ୍‌ଏଲ୍‌ଏଲ୍‌ ଆକ୍ଟ ଅଧୀନ ନାର୍କୋଟିକ୍ସ ଡ୍ରଗ୍ସ ଏବଂ ସାଇକୋଟ୍ରୋପିକ୍‌ ଆକ୍ଟ ଓ ସାଇବର ଅପରାଧ ସମ୍ବନ୍ଧୀୟ ମାମଲାରେ ଦୋଷୀ ସାବ୍ୟସ୍ତ ହାରରେ ମଧ୍ୟ ଓଡ଼ିଶା ପୋଲିସ ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି। ୨୦୧୭ରେ ଏହି ହାର ୧୨.୫ ରହିଥିବାବେଳେ ୨୦୧୮ରେ ତାହା ଲଜ୍ଜ୍ୟାଜନକ ସ୍ତରକୁ ଅର୍ଥାତ୍‌ ୧.୧କୁ ଖସି ଆସିଛି।
ତେଣୁ ବିଭିନ୍ନ କୋଭିଡ଼୍‌-୧୯ ଗାଇଡ଼ଲାଇନ୍‌ ଅନୁପାଳନ ପାଇଁ ଆଇନଶୃଙ୍ଖଳା ଡ୍ୟୁଟିରେ ପୋଲିସ ଆଗକୁ ବ୍ୟସ୍ତ ରହିବ। ପୋଲିସ ଫୋର୍ସକୁ ଅନ୍ୟକାମରେ ଲଗାଇବା ଦ୍ୱାରା ତଦନ୍ତ ପ୍ରକ୍ରିୟା ଦୁର୍ବଳ ହେବ। ଫଳରେ ବହୁ ଅପରାଧୀ ଦୋଷୀ ସାବ୍ୟସ୍ତ ନ ହୋଇ ଖସିଯିବେ। ତେଣୁ ପରବର୍ତ୍ତୀ ସମୟରେ ରାଜ୍ୟରେ ଆପରାଧିକ ମାମଲା ବଢିବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

ନୂଆବର୍ଷ ଦିନ ହୋଇଯାଇଥିଲେ ନିଖୋଜ, ସକାଳୁ ଗଛରେ ଝୁଲୁଥିଲା ମୃତଦେହ; କୋକସରା ପୋଲିସ…

କୋକସରା,୨।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧିନସ୍ଥ ଜୟନ୍ତପୁର ପଞ୍ଚାୟତ ରଏନଗୁଡା ଗ୍ରାମରୁ ଶୁକ୍ରବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର...

ବିଚ୍ଛିନ୍ନତାବାଦୀଙ୍କ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌: ୭ ମୃତ ୨୦ରୁ ଊର୍ଦ୍ଧ୍ୱ ଆହତ

ଦୁବାଇ,୨ା୧: ପୂର୍ବ ୟେମେନ୍‌ରେ ଥିବା ବିଚ୍ଛିନ୍ନତାବାଦୀଙ୍କ କ୍ୟାମ୍ପ ଉପରେ ସାଉଦି ଆରବ ନେତୃତ୍ୱରେ ଶୁକ୍ରବାର ମିଳିତ ଏୟାରଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିବା...

ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଜେଜେଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...

ବଡ଼ପଣ ଦେଖାଇଲେ ତହସିଲଦାର: ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦୁର୍ଘଟଣା ଜାଣି..

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶତ୍ରୁଘ୍ନ ଦାସ ନିଜ ଗାଁ ମୋତିଗାଁରୁ ଚନ୍ଦାହାଣ୍ଡି ତହସିଲକୁ...

ପ୍ଲାଷ୍ଟିକ ପଲିଥିନ ମୁକ୍ତ ହେବ ହୁମା ବଜାର: ଆହ୍ବାନ ଦେଲେ ବିଧାୟକ

ଗଞ୍ଜାମ,୨।୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ...

ସହକାରୀ ପିପି ଭାବେ ନିଯୁକ୍ତି ହେଲେ ହୀରାଧର

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକର ଆଇନଜୀବୀ ହୀରାଧର ମାଳିଙ୍କୁ ଓଡ଼ିଶା ରାଜ୍ୟ ସରକାରର ଆଇନ ବିଭାଗର ବିଜ୍ଞପ୍ତି ଅନୁସାରେ ଚନ୍ଦାହାଣ୍ଡି ଜେମଏଫସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri