Posted inଖେଳ

ବିକାଶଙ୍କ ଦ୍ୱିତୀୟ ପ୍ରଫେଶନାଲ ବାଉଟ୍‌

ନ୍ୟୁୟର୍କ, ୨୦ା୪ (ପି.ଟି.)-ଭାରତୀୟ ବକ୍ସର ବିକାଶ କ୍ରିଷନ ତାଙ୍କ ଦ୍ୱିତୀୟ ପ୍ରଫେଶନାଲ ବାଉଟ୍‌ରେ ଆମେରିକାର ନୋଆ କିଡ୍‌ଙ୍କୁ ଭେଟିବେ। ଏହି ମୁକାବିଲା ଶନିବାର ସ୍ଥାନୀୟ ଆଇକନିକ ମାଡିସନ ସ୍କୋୟାର ଗାର୍ଡେନରେ ହେବ। ଭିଓ୍ବାନୀର ଏହି ୨୭ ବର୍ଷୀୟ ବକ୍ସର କିମ୍ବଦନ୍ତୀ ପ୍ରମୋଟର ବବ୍‌ ଅରୁମ୍‌ଙ୍କ ଟପ୍‌ ର଼୍ୟାଙ୍କ ପ୍ରମୋଶନ୍ସ ସହିତ ସମ୍ପୃକ୍ତ ଅଛନ୍ତି। ଜାନୁୟାରୀରେ ସେ ତାଙ୍କର ପଦାର୍ପଣ ପ୍ରଫେଶନାଲ ବାଉଟ୍‌ରେ ଯୁକ୍ତରାଷ୍ଟ୍ର ଆମେରିକାର ଷ୍ଟିଭେନ ଆଣ୍ଡ୍ରାଡେଙ୍କୁ ଦ୍ୱିତୀୟ ରାଉଣ୍ଡରେ ନକ୍‌ଆଉଟ୍‌ କରିଦେଇଥିଲେ। ମାଡିସନ ସ୍କୋୟାର ହେଉଛି ବିଶ୍ୱର ଅନ୍ୟତମ ବୃହତ୍‌ ତଥା ପ୍ରସିଦ୍ଧ ଆରେନା। ଏଠାରେ ଫାଇଟ୍‌ ପାଇଁ ମୋର ଖୁବ୍‌ ଉତ୍କଣ୍ଠା ରହିଛି। ପଦର୍ପଣ ବର୍ଷରେ ୫ଟି ବାଉଟ୍‌ ପାଇଁ ବିକାଶ ଚୁକ୍ତିବଦ୍ଧ ହୋଇଛନ୍ତି। ବିକାଶ ବର୍ତ୍ତମାନ ନ୍ୟୁଜର୍ସି ଅନ୍ତର୍ଗତ ନଓ୍ବୋର୍କ ସହରରେ ଭେଟେରାନ ବକ୍ସିଂ କୋଚ୍‌ ଓ୍ବାଲି ମୋସେସଙ୍କ ଅଧୀନରେ ଟ୍ରେନିଂ ନେଉଛନ୍ତି। ତାଙ୍କ ପ୍ରତିଦ୍ୱନ୍ଦୀ ୨୩ ବର୍ଷୀୟ କିଡ୍‌ ହେଉଛନ୍ତି ମିସୋରି ବାସିନ୍ଦା। ସେ ୨୦୧୬ରେ ପ୍ରଫେଶନାଲ ବକ୍ସିଂରେ ପଦାର୍ପଣ କରିଥିଲେ। ତାଙ୍କର ଦୁଇଟି ନକ୍‌ଆଉଟ୍‌ ସହ ୩-୧-୧ ରେକର୍ଡ ରହିଛି। ବିକାଶଙ୍କୁ ଜେଏସ୍‌ଡବ୍ଲ୍ୟୁ ସ୍ପୋଟର୍‌ସ ୨୦୧୪ରୁ ସହାୟତା କରି ଆସୁଛି। ସେ ଏସିଆନ ଗେମ୍ସ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଲାଭ କରିଥିଲେ। ସେ ଆହୁରି ମଧ୍ୟ ପୂର୍ବତନ ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ବିଜେତା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମନ୍ଧାନାଙ୍କୁ ମିଳିଲା ୫୦ ଲକ୍ଷ ପୁରସ୍କାର

ମୁମ୍ବାଇ, ୧୫ା୧୧: ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ (ଏମ୍‌ସିଏ) ପକ୍ଷରୁ ଶନିବାର ବିଶ୍ୱକପ୍‌ରେ ଭାରତୀୟ ମହିଳା ଦଳର ଓପନର ତଥା ଉପଅଧିନାୟିକା ସ୍ମୃତି ମନ୍ଧାନାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।...

IPL 2026 Retention: ରିଟେନସନ ପରେ କେଉଁ ଟିମ୍‌ ପର୍ସରେ କେତେ ଟଙ୍କା ଅଛି, ଗୋଟିଏ ଫ୍ରାଞ୍ଚାଇଜ ତ ହେଲା…

ନୂଆଦିଲ୍ଲୀ,୧୫।୧୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ପାଇଁ ରିଟେନସନ ତାଲିକା ପ୍ରକାଶ ପାଇଛି। ରିଟେନସନ ପୂର୍ବରୁ, ସମସ୍ତ ଦଳ ଟ୍ରେଡ ୱିଣ୍ଡୋରେ ଖେଳାଳିମାନଙ୍କୁ ଅଦଳବଦଳ କରିଥିଲେ।...

ପ୍ରଥମ ଆଶେସ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟ୍‌କା

ପର୍ଥ,୧୫ା୧: ହାମ୍‌ଷ୍ଟ୍ରିଙ୍ଗ ଇଞ୍ଜୁରୀ ପାଇଁ ଅଷ୍ଟ୍ରେଲିଆ ଫାଷ୍ଟ ବୋଲର ଜୋସ୍‌ ହାଜେଲ୍‌ଉଡ୍‌ ଆସନ୍ତା ଶୁକ୍ରବାର ପର୍ଥଠାରେ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଆଶେସ...

ନିର୍ଣ୍ଣାୟକ ମୋଡ଼ରେ କୋଲକାତା ଟେଷ୍ଟ: ଗୋଟିଏ ଦିନରେ ପଡ଼ିଲା ୧୬ ଉଇକେଟ

କୋଲକାତା,୧୫ା୧୧: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ମ୍ୟାଚ୍‌ର...

ଜାଡେଜା CSK ଛାଡି ଯିବାରେ ଧୋନୀଙ୍କ ହାତ ? ଜଣାପଡିଗଲା ସବୁ ସତ! କ୍ରିକେଟ ଜଗତରେ ହଇଚଇ

ନୂଆଦିଲ୍ଲୀ,୧୫।୧୧: ଚେନ୍ନାଇ ସୁପର କିଙ୍ଗ୍ସ ସହିତ ଏମଏସ ଧୋନୀଙ୍କର ଏକ ଅତୁଟ ସମ୍ପର୍କ ରହିଛି। ସେ ୨୦୦୮ ରେ ଆଇପିଏଲ ଆରମ୍ଭ ହେବା ପରଠାରୁ CSK...

CSKରେ ଯୋଗ ଦେବା ପରେ ଏମିତି କହିଲେ ସଞ୍ଜୁ ସାମସନ, କ୍ରିକେଟରେ ଖେଳିଗଲା ଚର୍ଚ୍ଚା

ନୂଆଦିଲ୍ଲୀ,୧୫।୧୧: ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ (IPL ୨୦୨୬) ରେ ଚେନ୍ନାଇ ସୁପର କିଙ୍ଗ୍ସରେ ଏମଏସ ଧୋନୀଙ୍କ ସହ ସଞ୍ଜୁ ସାମସନ ଖେଳିବେ। ବିସିସିଆଇ ଏହା...

ଭାରତ ୧୮୯ ରନରେ ଅଲ୍‌ଆଉଟ୍‌: ରାହୁଲଙ୍କୁ ଛାଡ଼ି ସମସ୍ତେ ଫ୍ଲପ୍‌

କୋଲକାତା,୧୫।୧୧:ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ପ୍ରଥମ ଇନିଂସ ଶେଷ ହୋଇଛି। ପ୍ରଥମ ଇନିଂସରେ ଭାରତ ୧୮୯ ରନ କରିଛନ୍ତି। ଫଳରେ ଟିମ୍‌ଇଣ୍ଡିଆ ଦକ୍ଷିଣ ଆଫ୍ରିକା ଉପରେ...

୨ ଭିନ୍ନ ଡିଜାଇନ୍‌ ଜୋତା ପିନ୍ଧି ପଡ଼ିଆକୁ ଆସିଲେ ପନ୍ତ: ଭାଙ୍ଗିଦେଲେ ସେହ୍ବାଗଙ୍କ ବଡ଼ ରେକର୍ଡ

କୋଲକାତା,୧୫।୧୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ରିଷଭ ପନ୍ତ ଟିମ ଇଣ୍ଡିଆକୁ ଫେରିଛନ୍ତି। ପୂର୍ବରୁ ସେ ପାଦରେ ଆଘାତ ଯୋଗୁ ବାହାରେ ଥିଲେ।...

Advertisement
Dharitri Youth Conclave 2025

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri