ବିଏସ୍‌ଏନ୍‌ଏଲ୍‌ ଠିକା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି

ଭଦ୍ରକ ଅଫିସ, ୩।୧୦- ବିଏସ୍‌ଏନ୍‌ଏଲ୍‌ ଭଦ୍ରକ ଶାଖା ଅଧୀନରେ କାର୍ଯ୍ୟରତ ପ୍ରାୟ ୫୦ ଠିକା କର୍ମଚାରୀ ଗତ ୧ ତାରିଖଠାରୁ ଆରମ୍ଭ କରିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ସେମାନେ ବନ୍ତ ଛକ ନିକଟସ୍ଥ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ସେମାନଙ୍କୁ ୯ ମାସର ବକେୟା ଦରମା ଠିକାଦାର ପ୍ରଦାନ କରି ନ ଥିବା ଓ ମାସରେ ୨୬ ଦିନ ବଦଳରେ ୧୬ ଦିନ କାମ କରିବାକୁ ନିର୍ଦ୍ଦେଶ ଦେଇଥିବାରୁ କର୍ମଚାରୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ମାସରେ ୧୬ ଦିନ କାର୍ଯ୍ୟ କରି ଅନ୍ୟ ଦିନଗୁଡ଼ିକରେ ସେମାନେ କାମ ନ ପାଇ ପାରିଶ୍ରମିକ ପାଇବେ ନାହିଁ ବୋଲି ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ସେମାନେ ଆନ୍ଦୋଳନ କରିଥିବା ପ୍ରକାଶ କରିଛନ୍ତି। କର୍ମଚାରୀ ଜୟନ୍ତ କୁମାର ସେଠୀ, ଶରତ କୁମାର ନାୟକ, ଅକ୍ଷୟ ନାୟକ, ପ୍ରଦୀପ ବାରିକ, ନିର୍ମଳ ପାଢୀ, ସୁଶାନ୍ତ ମିଶ୍ର, ରମାକାନ୍ତ ରାଉତ, ମହେନ୍ଦ୍ର ସୂତାର, ଅଭିମନ୍ୟୁ ବେହେରା ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ସୂଚନା ଥାଉକ, ଭଦ୍ରକ ଜିଲାରେ ପ୍ରାୟ ୪ ହଜାର ଟେଲିଫୋନ ଗ୍ରାହକ ଥିବାବେଳେ ଏହି କର୍ମଚାରୀଙ୍କ ଆନ୍ଦୋଳନ କାରଣରୁ ଖରାପ ଥିବା ଟେଲିଫୋନ ଓ ବ୍ରଡବ୍ୟାଣ୍ଡ ହିତାଧିକାରୀ ନାନା ସମସ୍ୟା ଭୋଗୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସପକ୍ଷରେ ୨୧, ବିପକ୍ଷରେ ୮ ଗାଁ

ବଇଣ୍ଡା, (ପରିକ୍ଷିତ ସାହୁ ) ୩ା୯: ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ଧଉରାଗୋଠ ବାରବାଙ୍କିଆ ନାଳଠାରେ ହେବାକୁ ଥିବା ମଧ୍ୟମ ଜଳସେଚନ ପ୍ରକଳ୍ପର ସ୍ଥିତି ଏଯାଏ ସ୍ପଷ୍ଟ...

ଜେଜଙ୍କ ଏକାଦଶରେ ଚାଲିଗଲା ନାତୁଣୀଙ୍କ ଜୀବନ

ନିଶ୍ଚିନ୍ତକୋଇଲି,୨୨।୨(ସ୍ବ.ପ୍ର.): ଜେଜଙ୍କ ଏକାଦଶରେ ନଦୀରେ ବୁଡି ନାତୁଣୀଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ବୁହାଳ ପଞ୍ଚୟତ ସାଧକନଗର...

ଅଟୋକୁ ପଛରୁ ଧକ୍କାଦେଲା ଟ୍ରେଲର: ୩ ଶିଶୁ ସମେତ ୮ ଆହତ

ଛତ୍ରପୁର,୩୦ା୧୨(ଡି.ଏନ୍‌.ଏ.): ଚମାଖଣ୍ଡି ଥାନା ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥରେ ଏକ ଅଟୋ ରିକ୍ସାକୁ ଟ୍ରେଲର ଧକ୍କା ଦେବା ଫଳରେ ୩ ଶିଶୁଙ୍କ ସମେତ ୮...

୫.୨୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଯୁବକ ଗିରଫ

ଖୋର୍ଦ୍ଧା ଅଫିସ,୨୩।୨:  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ନିର୍ବାଚନ ସମୟରେ ବେଆଇନ ମଦ ଓ ନିଶା କାରବାର ଉପରେ କାର୍ଯ୍ୟାନୁଷ୍ଠାନ ଲାଗି ରାଜ୍ୟ...

ଚିତ୍ରକୋଣ୍ଡାରେ କଂଗ୍ରେସର ଲକ୍ଷ୍ମୀପ୍ରିୟା ନାୟକ ଆଗୁଆ

ମାଲକାନଗିରି,୨୩ା୫(ସ୍ବ.ପ୍ର.): ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଥମ ରାଉଣ୍ଡ ଗଣତିରେ କଂଗ୍ରେସ ଆଗୁଆ ରହିଛି। କଂଗ୍ରେସର ଲକ୍ଷ୍ମୀପ୍ରିୟା ନାୟକ ୭୭୦ ଭୋଟ୍‌ ପାଇଥିବା ବେଳେ ଭାଜପାର...

ଦିନକରେ ପଡ଼ିଲା ୨୮ ନାମାଙ୍କନ

ଢେଙ୍କାନାଳ ଅଫିସ, ୭।୩ – ଢେଙ୍କାନାଳ ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ୫ମ ଦିନରେ ରବିବାର ୨୮ ପ୍ରାର୍ଥତ୍ପତ୍ର ଦାଖଲ ହୋଇଛି। ନାମାଙ୍କନ ଦାଖଲକୁ...

ଭିତର ରତ୍ନଭଣ୍ଡାର ଚାବିକୁ ନେଇ ହଟୁନି ଦ୍ୱନ୍ଦ୍ୱ

ପୁରୀ ଅଫିସ,୨୦।୧୧: ରତ୍ନଭଣ୍ଡାରକୁ ନେଇ ନୂଆ ବିବାଦ ଦେଖାଦେଇଛି। ପୂର୍ବରୁ ରତ୍ନଭଣ୍ଡାର ଚାବି ଘଟଣାରେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟକଳାପ ଉପରେ ସାଧାରଣରେ...

ଭାଇର ଆଖି ଲୁହରେ ଭିଜିଲା ରାଖୀ

ଭବାନୀପାଟଣା,୧୧।୮(ସ୍ବ.ପ୍ର.): ରାଖୀ ପୂର୍ଣ୍ଣିମା ଅବସରରେ ଚାରିଆଡେ ହର୍ସଉଲ୍ଲାସ ରହିଥିବା ବେଳେ କଳାହାଣ୍ଡି ଜିଲା ଭବାନୀପାଟଣାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଗୁରୁବାର ଭାଇଙ୍କୁ ରାଖୀ...

Advertisement
Archives

Model This Week