ବିଏସ୍‌ଏନ୍‌ଏଲ୍‌ର ଖର୍ଚ୍ଚକାଟ ଯୋଜନା; ୮୦ ହଜାର କର୍ମଚାରୀଙ୍କୁ ଦିଆଯିବ ଭିଆର୍‌ଏସ୍‌

ନୂଆଦିଲ୍ଲୀ,୫ା୯: କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ)ନିଜର ଜମି ଭଡା ଦେଇ ଅର୍ଥ ଆୟ ବଢ଼ାଇବାକୁ ପ୍ରୟାସ କରୁଛି। ଅପରପକ୍ଷରେ ଖର୍ଚ୍ଚ କାଟ ଜରିଆରେ କ୍ଷତିକୁ ଯଥାସମ୍ଭବ କମାଇବା ଲାଗି ଏହା କର୍ମଚାରୀ ସଂଖ୍ୟା ହ୍ରାସ କରିବାକୁ ଏବେ ପଦକ୍ଷେପ ନେବାକୁ ଯାଉଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, କର୍ମଚାରୀଙ୍କୁ ଆକର୍ଷଣୀୟ ପ୍ୟାକେଜ ପ୍ରଦାନ କରି କମ୍ପାନୀ ସେମାନଙ୍କୁ ଅବସର ନେବାକୁ ପ୍ରସ୍ତାବ ଦେବ। କର୍ମଚାରୀ ସଂଖ୍ୟାକୁ ବର୍ତ୍ତମାନର ସ୍ଥିତିର ଅଧାକୁ ହ୍ରାସ କରିବା ଲକ୍ଷ୍ୟ ରହିଛି। ଏହା ସମ୍ଭବ ହେଲେ ପ୍ରାୟ ୭୦ରୁ ୮୦ ହଜାର କର୍ମଚାରୀଙ୍କୁ ଭଲ୍ୟୁଣ୍ଟାରୀ ରିଟାୟାମେଣ୍ଟ ସ୍କିମ୍‌ ବା ଭିଆର୍‌ଏସ୍‌ ପ୍ରଦାନ କରାଯିବ ବୋଲି ବିଏସ୍‌ଏନ୍‌ଏଲ୍‌ ଅଧ୍ୟକ୍ଷ ପ୍ରବୀଣ କୁମାର ପୁରଓ୍ବାର ପ୍ରକାଶ କରିଛନ୍ତି।

ଗଣମାଧ୍ୟମ ପ୍ରତିନିଧିଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, କର୍ମଚାରୀ ସଂଖ୍ୟା କମାଇବା ଲକ୍ଷ୍ୟରେ ବିଏସ୍‌ଏନ୍‌ଏଲ୍‌ ଭିଆର୍‌ଏସ୍‌ ସମ୍ପର୍କରେ ବିଚାର କରୁଛି। ଏଥିପାଇଁ ପ୍ୟାକେଜକୁ ଆକର୍ଷଣୀୟ କରାଯିବ। ଏତେ ସଂଖ୍ୟାରେ କର୍ମଚାରୀଙ୍କୁ ବାଦ୍‌ ଦେବା ପରେ କାମ କିପରି ହେବ ବୋଲି ପ୍ରଶ୍ନ ହେବାରୁ ସେ କହିଛନ୍ତି ଯେ, କମ୍ପାନୀ ନିଜର ଦୈନନ୍ଦିନ କାର୍ଯ୍ୟ ତୁଲାଇବା ଲାଗି ଆଉଟସୋର୍ସିଂ କରିବ। ସେହିପରି ଲୋକଙ୍କୁ ମାସିକ ଚୁକ୍ତି ଭିତ୍ତିରେ ନିଯୁକ୍ତି ଦେବା ଲାଗି ମଧ୍ୟ ବିଚାର ଚାଲିଛି। ଏବେ ସୁଦ୍ଧା ବିଏସ୍‌ଏନ୍‌ଏଲ୍‌ରେ ଯଥେଷ୍ଟ ସଂଖ୍ୟାରେ କର୍ମଚାରୀ ରହିଛନ୍ତି।

ରାଜସ୍ବ ଆୟ ପ୍ରାଥମିକତା
ପୁରଓ୍ବାର କହିଛନ୍ତି ଯେ, ଅନ୍ୟ ଟେଲିକମ କମ୍ପାନୀ ଭଳି ବିଏସ୍‌ଏନ୍‌ଏଲ୍‌କୁ ମଧ୍ୟ ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡ଼ୁଛି। ସେ କହିଛନ୍ତି ଯେ, ଏହି କାରଣରୁ କମ୍ପାନୀ ପାଇଁ ରାଜସ୍ବ ଆୟ ବଢ଼ାଇବା ତାଙ୍କର ପ୍ରାଥମିକତା ରହିଛି। ଏଥିଲାଗି କେତେକ ନୀତିଗତ ନିଷ୍ପତ୍ତି ନେବାକୁ ହେବ। ସେହିପରି ଅପରେଶନାଲ ଖର୍ଚ୍ଚ ହ୍ରାସ ଦ୍ୱିତୀୟ ପର୍ଯ୍ୟାୟରେ ହେବ। ସେହିପରି ଏପରି କେତେକ ଖର୍ଚ୍ଚ ରହିଛି, ଯାହାର ପୁନର୍ବିଚାର କରାଯାଇପାରେ। କେତେକ ପଦକ୍ଷେପ ଦ୍ୱାରା ଏହାକୁ ନିୟନ୍ତ୍ରିତ କରାଯାଇପାରେ। ଆଉଟସୋର୍ସିଂକୁ କମାଯାଇପାରେ। ଏହା କିପରି ସମ୍ଭବ ହେବ ତାହା ଦେଖିବାକୁ ହେବ। ଏ କ୍ଷେତ୍ରରେ କମ୍ପାନୀରେ ଥିବା ପ୍ରତିଭାଶାଳୀ କର୍ମଚାରୀଙ୍କ ସହାୟତା ନିଆଯାଇପାରେ। ବିଏସ୍‌ଏନ୍‌ଏଲର ବିଜୁଳି ଖର୍ଚ୍ଚ ସର୍ବାଧିକ। ଏ ବାବଦରେ ପ୍ରାୟ ୨୭୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଏଣୁ ଶକ୍ତି ବ୍ୟୟ ୧୫% ହ୍ରାସ କରିବା ଲାଗି ଲକ୍ଷ୍ୟ ରଖାଯାଇଛି।

ଜମିରୁ ମିଳିବ ଅର୍ଥ
ବିଏସ୍‌ଏନ୍‌ଏଲ୍‌ ନିକଟରେ ବହୁ ଜମି ରହିଛି। କମ୍ପାନୀ ଏହାକୁ ଲିଜ୍‌ ଅଥବା ଭଡ଼ାରେ ଦେଇ ଅତିରିକ୍ତ ଆୟ କରୁଛି। ବର୍ତ୍ତମାନ ସ୍ଥିତିରେ ବାର୍ଷିକ ପ୍ରାୟ ୨୦୦ କୋଟି ଟଙ୍କା ଆୟ ହେବ ବୋଲି ଆଶାକରାଯାଉଛି। ଆଗାମୀ ଦିନରେ ଏହାକୁ ୧୦୦୦ କୋଟି ଟଙ୍କାକୁ ବୃଦ୍ଧି କରିବାର ଯୋଜନା ରହିଛି। ଆସନ୍ତା ୧୨ରୁ ୧୫ ମାସ ମଧ୍ୟରେ ଏ ଦିଗରେ ଦୃଢ଼ ପଦକ୍ଷେପ ନିଆଯିବ। ଦ୍ୱିତୀୟତଃ କମ୍ପାନୀ ନିକଟରେ ୬୮ ହଜାର ଟାଓ୍ବାର ରହିଛି। ଅନ୍ୟ ଟେଲିକମ୍‌ କମ୍ପାନୀଙ୍କୁ ବିଏସ୍‌ଏନ୍‌ଏଲ୍‌ ଭଡ଼ାରେ ୧୩ରୁ ୧୪ ହଜାର ଟାଓ୍ବାର ଦେଇଛି। ଟାଓ୍ବାର ଭଡ଼ା ବଢ଼ାଇବାର ସମ୍ଭାବନା ଖୋଜାଚାଲିଛି। ଏହାଦ୍ୱାରା ଅତିରିକ୍ତ ରାଜସ୍ବ ଆୟ ହେବ ବୋଲି ପୁରଓ୍ବାର କହିଛନ୍ତି।

ଖୁବଶୀଘ୍ର ମିଳିବ ୪ଜି ସ୍ପେକ୍ଟ୍ରମ
ବିଏସ୍‌ଏନ୍‌ଏଲ୍‌ ଅଧ୍ୟକ୍ଷ କହିଛନ୍ତି ଯେ, କମ୍ପାନୀକୁ ୪ଜି ସ୍ପେକ୍ଟ୍ରମ ନ ମିଳିବା କାରଣରୁ ଏହା ଅନ୍ୟ ଟେଲିକମ୍‌ କମ୍ପାନୀଙ୍କ ସହ ପ୍ରତିଯୋଗିତାରେ ସାମିଲ ହୋଇପାରୁନାହିଁ। ଏହି କାରଣରୁ କମ୍ପାନୀର କ୍ଷତି ବଢ଼ି ବଢ଼ି ଚାଲିଛି। ୪ଜି ସ୍ପେକ୍ଟ୍ରମ ସେବା ଦେବା ଲାଗି ବିଏସ୍‌ଏନ୍‌ଏଲ୍‌ ଦୀର୍ଘ ଦିନ ହେଲା ଦାବି କରି ଆସୁଛି। ତେବେ ସରକାରଙ୍କ ସହ ତାଙ୍କର ବିଭିନ୍ନ ସ୍ତରରେ ଆଲୋଚନା ହୋଇଛି ଏବଂ ଖୁବଶୀଘ୍ର କମ୍ପାନୀକୁ ୪ଜି ସ୍ପେକ୍ଟ୍ରମ ମିଳିବ। ଏହା କମ୍ପାନୀ ପୁନରୁଦ୍ଧାର ପ୍ୟାକେଜର ଅଂଶବିଶେଷ ହେବ ବୋଲି ପୁରଓ୍ବାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri