ବାସ୍ତୁ ଅନୁଯାୟୀ ଶୌଚାଳୟ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ଦକ୍ଷିଣ କିମ୍ବା ଦକ୍ଷିଣ-ପଶ୍ଚିମ କୋଣରେ ଶୌଚାଳୟ ରହିବା ଶୁଭ ହୋଇଥାଏ। ଏହାଦ୍ୱାରା ଘର ଉପରେ ଅନେକ ସୁ-ପ୍ରଭାବ ପଡିଥାଏ ବୋଲି ବିଶ୍ୱାସ କରାଯାଏ। ତେବେ ଅନ୍ୟ କୌଣସି ଦିଗରେ ଶୌଚାଳୟ କଲେ କ’ଣ ସବୁ ସମସ୍ୟା ଉପୁଜିଥାଏ ଆସନ୍ତୁ ଜାଣିବା ସେ ସମ୍ପର୍କରେ…

କୁହାଯାଏ, ଘରର ପୂର୍ବ ଦିଗରେ ଶୌଚାଳୟ ଥିଲେ ପରିବାର ସଦସ୍ୟଙ୍କୁ ସବୁବେଳେ ଥକ୍କାପଣ ଅନୁଭବ ହୋଇଥାଏ। ତା’ସହିତ ସମ୍ପର୍କରେ ଫାଟ ସୃଷ୍ଟି ହେବାର ମଧ୍ୟ ଆଶଙ୍କା ଦେଖାଯାଇଥାଏ।
ଦକ୍ଷିଣ-ପଶ୍ଚିମ କୋଣରେ ଶୌଚାଳୟ ଗଢିହେବ କିନ୍ତୁ ପଶ୍ଚିମ ଦିଗରେ ଶୌଚାଳୟ ରହିବା ଆଦୌ ଭଲ ନୁହେଁ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହାଦ୍ୱାରା ଘରେ ଅଶାନ୍ତି ଉପୁଜିଥାଏ ବୋଲି କୁହାଯାଏ।
ସେହିପରି ଉତ୍ତର ଦିଗରେ ଶୌଚାଳୟ ରହିବା ଠିକ୍‌ ନୁହେଁ। କୁହାଯାଏ, ଏହି ଦିଗରେ ଶୌଚାଳୟ ରହିଲେ ଘରର ସଦସ୍ୟଙ୍କ ରୋଜଗାର ଉପରେ ଏହାର କୁ-ପ୍ରଭାବ ପଡିଥାଏ। ଯଦ୍ଦ୍ବାରା ଧନହାନି ହେବାର ଆଶଙ୍କା ଦେଖାଯାଇଥାଏ।
ଶୌଚାଳୟ ପାଇଁ ଉତ୍ତର-ପୂର୍ବ କୋଣ ମଧ୍ୟ ଠିକ୍‌ ନୁହେଁ। ଏହାର ପ୍ରଭାବ ପରିବାର ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପଡିଥାଏ ବୋଲି ବିଶ୍ୱାସ କରାଯାଏ।
ଏଥିସହିତ ଧ୍ୟାନ ରଖିବେ, ଶୌଚାଳୟ କେବେ ବି ଭୂଲ୍‌ରେ ଯେମିତି ରୋଷେଇ ଘରର ସମ୍ମୁଖରେ ନ ଥିବ, କାରଣ ଏହାଦ୍ୱାରା ଘରେ ଅଭାବ ଅନଟନ ଲାଗି ରହିଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ବନ୍ୟା ଜଳ: ବିପଦପୂର୍ଣ୍ଣ ଭାବେ ଚାଲୁଛି ଡଙ୍ଗା

ମହାକାଳପଡ଼ା,୨୮ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ମହାନଦୀରେ ବଢୁଛି ବନ୍ୟା ଜଳ। ଏହା ଦ୍ବାରା ମହାନଦୀ – ବାହାକୁଦ – ମୂଷାଡିଆ ଫେରିଘାଟରେ…

କରୁର ଦଳାଚକଟା ଘଟଣା, ମୃତକ ପରିବାରକୁ ଚାକିରି ନିର୍ଦ୍ଦେଶ ହାଇକୋର୍ଟରେ ରଦ୍ଦ

ଚେନ୍ନାଇ,୨୮।୭: ତାମିଲନାଡୁର କରୁର ଦଳାଚକଟା ଘଟଣାରେ ମୃତକଙ୍କ ପରିବାରକୁ ସରକାରୀ ନିଯୁକ୍ତି ଦେବା ପାଇଁ ତାମିଲନାଡୁ ସରକାରଙ୍କ ଏକ ନିର୍ଦ୍ଦେଶନାମାକୁ ମାଡ୍ରାସ ହାଇକୋର୍ଟ ସୋମବାର ଖାରଜ କରିଦେଇଛନ୍ତି।…

ଏତଲା ପାଇଁ ଯିବାକୁ ପଡ଼ିବନି ଥାନା,‘ଆମ ସାଥୀ’ରେ ମିଳିବ ୧୯୦ ପ୍ରକାର ସେବା

ସାଧାରଣ ଲୋକଙ୍କୁ ଏଣିକି ଏତଲା ଦେବା ପାଇଁ ଆଉ ଥାନାକୁ ଦୌଡ଼ିବାକୁ ପଡ଼ିବ ନାହିଁ। ସେହିପରି କୌଣସି ମେଡିକାଲରେ ଡାକ୍ତରଙ୍କୁ ଦେହ ଖରାପ ପାଇଁ ଘଣ୍ଟା ଘଣ୍ଟା…

ଆସାମ ବନ୍ୟା, ମୃତ୍ୟୁସଂଖ୍ୟା ୬୮

ଗୁଆହାଟୀ,୨୮।୭: ଆସାମରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ସଙ୍କଟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଟଳି ନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨…

ଧନୀ ଦେଶରେ ବଢ଼ିବ ଏସି ବ୍ୟବହାର, ଗରିବ ଦେଶରେ ଯିବ ଅଧିକ ଜୀବନ

ନୂଆଦିଲ୍ଲୀ, ୨୮ା୭ (ପି.ଟି.):ଜଳବାୟୁ ପରିବର୍ତ୍ତନ ଜନିତ ତାପମାତ୍ରା ବୃଦ୍ଧି ଯୋଗୁ ୨୦୫୦ ସୁଦ୍ଧା ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୪ ଲକ୍ଷ ୩୦ ହଜାର ଅତିରିକ୍ତ ଲୋକଙ୍କ ମୃତ୍ୟୁ…

ବ୍ଲେଡ୍‌ରେ ସ୍ତ୍ରୀଙ୍କ ବେକ, ହାତ କାଟି ମାରିଲେ ସ୍ବାମୀ: ହତ୍ୟା ପରେ ନିଜେ…

ଭୁବନେଶ୍ୱର,୨୮।୭(ତ୍ରିନାଥ ମହାନ୍ତି):ମଞ୍ଚେଶ୍ୱର ଥାନା ଚକେଇଶିଆଣି ସାହୁ କଲୋନୀରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ଘରେ ଅନ୍ୟ କେହି ସଦସ୍ୟ ନ ଥିବାବେଳେ ବ୍ଲେଡ୍‌ରେ ସ୍ତ୍ରୀଙ୍କ ବେକ କାଟି…

ପ୍ରହ୍ଲାଦ ନାଟକ ନୃତ୍ୟଗୁରୁ ପଦ୍ମଶ୍ରୀ ସୀମାଞ୍ଚଳଙ୍କୁ ଭେଟିଲେ ବିଧାୟକ: ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ..

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହ୍ଲାଦ ନାଟକର ହିରଣ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ ତଥା…

କାଗଜ ପତ୍ର ନ ଥାଇ ଚାଲୁଥିଲା ବସ୍‌: ଧରିଲା ପରିବହନ ବିଭାଗ, ଏତିକି ଟଙ୍କା ଜୋରିମନା

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୌଣସି ସଠିକ କାଗଜ ପତ୍ର ନଥାଇ ଗାଡି ଚଳାଇବା ଏକ ବସକୁ ପଡିଛି ମହଙ୍ଗା। ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri