ବାସ୍ତବ ଜୀବନରେ କୌଣସି ସୁପରହିରୋଙ୍କଠାରୁ କମ୍‌ ନୁହନ୍ତି ବଲିଉଡ୍‌ର ଏହି ‘ସିଙ୍ଗଲ ଫାଦର୍ସ’

ମୁମ୍ବାଇ: ଚଳଚ୍ଚିତ୍ରରେ ବିଭିନ୍ନ ଚରିତ୍ରରେ ଅଭିନୟ କରିବା ହେଉ ଅଥବା ନିର୍ଦ୍ଦେଶନା, ପ୍ରଯୋଜନା କ୍ଷେତ୍ରକୁ ଓହ୍ଲାଇଥିବା ବଲିଉଡ୍‌ କଳାକାରମାନେ ବାସ୍ତବ ଜୀବନରେ କେତେ ସଫଳ ତାହା ସେମାନଙ୍କ ସନ୍ତାନମାନଙ୍କୁ ଦେଖିଲେ ଜଣାପଡେ। ସେମାନଙ୍କ ମଧ୍ୟରୁ କେତେକ କଳାକାର ସିଙ୍ଗଲ୍‌ ଫାଦର୍‌ ହେବାକୁ ପସନ୍ଦ କରିଛନ୍ତି।

ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବଲିଉଡ୍‌ ଅଭିନେତା ତଥା ଲୋକପ୍ରିୟ ନିର୍ଦ୍ଦେଶକ କରନ୍‌ ଜୋହର। ୨୦୧୭ରେ କରନ୍‌ଙ୍କ ସରୋଗେସୀ ଜରିଆରେ ଜମଜ ସନ୍ତାନ ଜନ୍ମ ହୋଇଥିଲେ। ସେବେଠାରୁ ସେ ଉଭୟଙ୍କ ଯତ୍ନ ନେଉଥିବା ଦେଖିବାକୁ ମିଳେ। ସୋସିଆଲ ମିଡିଆରେ କରନଙ୍କ ପୁଅ ୟଶ ଓ ଝିଅ ରୁହିଙ୍କ ଅନେକ ଭିଡିଓ ଭାଇରାଲ ହୋଇଛି। ପ୍ରଥମେ କରନଙ୍କ ଦୁନିଆ ମା’ବାପା ଥିବା ବେଳେ ଏବେ ସେଥିରେ ଦୁଇଟି ନୂଆ ନାମ ଯୋଡି ହୋଇଥିବା ସେ କୁହନ୍ତି।

କରନ୍‌ଙ୍କ ଭଳି ବଲିଉଡ୍‌ ଅଭିନେତା ତୁଷାର କପୁର ଧ୍ୟ ସରୋଗେସୀ ମାଧ୍ୟମରେ ପୁତ୍ର ସନ୍ତାନ ଲାଭ କରିଛନ୍ତି। ୨୦୧୬ରେ ସେ ପିତା ହେବା ପରେ ସେ ବେଶ୍‌ ଉତ୍ସାହିତ ଥିବା ପ୍ରକାଶ କରିଥିଲେ। ସେହିପରି ଅଭିନେତା ରାହୁଲ ବୋଷ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ୬ଟି ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପରେ ସିଙ୍ଗଲ୍‌ ଫାଦର ଭାବେ ସେମାନଙ୍କ ଲାଳନପାଳନ କରିଆସୁଛନ୍ତି। ଏଥିପାଇଁ ସେ ବିଶେଷ ଯତ୍ନ ମଧ୍ୟ ନେଉଛନ୍ତି।
ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନ ମଧ୍ୟ ସିଙ୍ଗଲ୍‌ ଫାଦର୍‌ ପାଲଟିଛନ୍ତି। ସ୍ତ୍ରୀ ସୁଜୈନଙ୍କଠାରୁ ଅଲଗା ହେବା ପରେ ମଧ୍ୟ ସେ ପିଲାମାନଙ୍କ ସହ କ୍ୱାଲିଟି ସମୟ ବିତାଇବାକୁ ପଛାନ୍ତି ନାହିଁ। ସେହିଭଳି ସ୍ତ୍ରୀ ରିନା ଦେବଙ୍କ ମୃତ୍ୟୁ ପରେ ସିଙ୍ଗଲ୍‌ ଫାଦର୍‌ ଭାବେ ଖଳ ଅଭିନେତା ତଥା ମଡେଲ ରାହୁଲ ଦେବ ପୁଅର ଯତ୍ନ ନେଇ ଆସୁଛନ୍ତି। ପୁଅ ସିର୍ଦ୍ଧାର୍ଥ ଦେବଙ୍କ ଦେଖାଶୁଣା ସେ ନିଜେ କରନ୍ତି। ୨୦୧୦ରେ ରାହୁଲ ବିଗ୍‌ ବସ୍‌ରେ ନଜର ଆସିଥିଲେ। ତେବେ ସେ ପୁଅର ପଢ଼ା ଲାଗି ପଇସା ଚାହୁଁଥିବାରୁ ଏପରି କରୁଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

ଧୁରନ୍ଧର ୨ ଦେଖିବା ପରେ କୋହଲି ଦେଲେ ଏମିତି ପ୍ରତିକ୍ରିୟା: ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ,୭।୪: ରଣବୀର ସିଂହଙ୍କ ଅଭିନୀତ ଧୁରନ୍ଧର ୨ ଇତିହାସ ରଚିଛି। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ଏପର୍ଯ୍ୟନ୍ତ ୧୬୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି। ଏହି…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ଜନ୍ମଦିନର ୬ ଦିନ ପୂର୍ବରୁ ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ: ମୃତ୍ୟୁ ପୂର୍ବରୁ ସ୍ବାମୀଙ୍କୁ ଭିଡିଓ କଲ୍‌ କରି…

ଟିଭି ଅଭିନେତ୍ରୀ ସୁଭାଷିନୀ ତାଙ୍କ ଜନ୍ମଦିନର ମାତ୍ର ୬ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସୁଭାଷିନୀ ଫାଶୀ ଦେଇ ଦେଇଥିବା ଜଣାପଡ଼ିଛି। ସେ ସନ ଟିଭିରେ ପ୍ରସାରିତ…

ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ କରିଶ୍ମା: ଖୁବ୍‌ଶୀଘ୍ର…

ଅଭିନେତ୍ରୀ କରିଶ୍ମା ତନ୍ନା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ତାଙ୍କ ସ୍ବାମୀ ବରୁଣ ବାଙ୍ଗେରା ସହ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଏହି ଗୁଡ୍‌ନ୍ୟୁଜ୍‌ ଦେଇଛନ୍ତି।…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri