ବାଲେଶ୍ୱରରେ ପୋଲିସ ମହାନିର୍ଦ୍ଦେଶକ: ‘ଆପରାଧିକ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖ’

ବାଲେଶ୍ୱର ଅଫିସ, ୫।୨-ଓଡ଼ିଶା ପୋଲିସ ବିଭାଗର ମହାନିର୍ଦ୍ଦେଶକ (ଡିଜିପି) ଅଭୟ ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ବାଲେଶ୍ୱରରେ ପହଞ୍ଚତ୍ ପୂର୍ବାଞ୍ଚଳ ଆଇଜିଙ୍କ ଅଫିସ୍‌୍‌ରେ ୫-ଟି ଓ ମୋ ସରକାର ସହିତ ବିଭିନ୍ନ ଆପରାଧିକ ମାମଲାର ସମୀକ୍ଷା କରିଛନ୍ତି।
ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଜିଲାରେ ଅପରାଧକୁ ହ୍ରାସ କରିବା, ଦଣ୍ଡବିଧାନ, ବିଶେଷକରି ମୋ ସରକାରଙ୍କୁ ଅଧିକ କ୍ରିୟାଶୀଳ କରିବା ଏବଂ ଜନସାଧାରଣଙ୍କୁ ସେବା ଯୋଗାଇବା ଉପରେ ଡିଜିପି ଅଭୟ ବିଧିବଦ୍ଧ ସମୀକ୍ଷା କରିଥିଲେ। ତିନି ଜିଲାରେ ଘଟୁଥିବା ଆପରାଧିକ କାର୍ଯ୍ୟକଳାପକୁ ରୋକିବା ନିମନ୍ତେ ସ୍ବତନ୍ତ୍ର ନଜର ଦେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ବିଶେଷ କରି ଯୋଜନାବଦ୍ଧ ଭାବେ ଅପରାଧ ଘଟାଉଥିବା ବ୍ୟକ୍ତିଙ୍କ ଉପରେ କଡ଼ା ନଜର, ଅପରାଧପ୍ରବଣ ସ୍ଥାନ ଉପରେ ଅଧିକ ପାଟ୍ରୋଲିଂ, ମହିଳା ଓ ଶିଶୁ ନିର୍ଯାତନା ରୋକିବା ନିମନ୍ତେ ବିଭାଗର ଦାୟିତ୍ୱ ଉପରେ ଆଲୋଚନା କରି ବିଭିନ୍ନ ମାମଲାର ତଦନ୍ତ ଓ ଚାର୍ଜଶିଟ୍‌ ଠିକ୍‌ ସମୟରେ ସମ୍ପାଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷ କରି ମୋ ସରକାର ଓ ବିଭିନ୍ନ ମାମଲାର ଦଣ୍ଡବିଧାନ ନିମନ୍ତେ ତଦନ୍ତ ରିପୋର୍ଟ ପ୍ରସ୍ତୁତି ଉପରେ ଡିଜିପି ଗୁରୁତ୍ୱାରୋପ କରିଥିଲେ। ସମୀକ୍ଷା ବୈଠକରେ ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକ, ଅର୍ଥନୈତିକ ଅପରାଧ ଶାଖା ଆଇଜି ଘନଶ୍ୟାମ ଉପାଧ୍ୟାୟ, ବାଲେଶ୍ୱର ଜିଲା ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋର, ମୟୂରଭଞ୍ଜ ଜିଲା ଆରକ୍ଷୀ ଅଧୀକ୍ଷକ ପି. ସ୍ମିଥ ପରମାର, ଭଦ୍ରକ ଜିଲା ଆରକ୍ଷୀ ଅଧୀକ୍ଷକ ରାଜେଶ ପଣ୍ଡିତ ପ୍ରମୁଖଙ୍କ ସହିତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ରହିଥିବା ଜଣାପଡ଼ିଛି। ଅପରାହ୍ନ ସାଢେ ୪ଟାରେ ବାଲେଶ୍ୱର ଜିଲାର ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ, ଡିଏସ୍‌ପି, ଏସ୍‌ଡିପିଓ, ଆଇଆଇସିମାନଙ୍କୁ ବିଭିନ୍ନ ମାମଲାରେ ଠିକ୍‌ ତଦନ୍ତ କରିବା ସହ ପ୍ରତ୍ୟେକ ମାମଲାକୁ ଅତିଶୀଘ୍ର ଶେଷ କରିବା ପାଇଁ ପରାମର୍ଶ ଦେଇଥିଲେ। ୫-ଟି ଓ ମୋ ସରକାର କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri