Posted inଫୁରସତ

ବାଲିଯାତ୍ରା

ଆରମ୍ଭ ହୋଇସାରିଛି କଟକର ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା। ୨ବର୍ଷ ପରେ ବିନା କରୋନା କଟକଣାରେ ସଭିଁଏ ବାଲିଯାତ୍ରାରେ ମଉଜ ମଜଲିସ୍‌ କରୁଛନ୍ତି। କିଏ ବିଭିନ୍ନ ପ୍ରକାର ଦୋଳି ଖେଳିବାରେ ମସଗୁଲ୍‌ ତ କିଏ ବୁଲି ବୁଲି ସବୁ ଦୋକାନରୁ ନେଉଛନ୍ତି ଭଳିକି ଭଳି ଖାଇବାର ମଜା।

ଦିନ ଯେତିକି ଗଡୁଛି ବାଲିଯାତ୍ରା ପଡିଆରେ ଗହଳି ସେତିକି ବଢୁଛି। ଖଚାଖଚ୍‌ ଭିଡ ସହ ନାଚଗୀତର ଆସର ଜମୁଛି। ସଭିଏଁ ଦିନ ବଢିବା ସହ ମେଳା ମୁହାଁ ହେଉଛନ୍ତି। ଆଖି ଖୋସି ହେଉଯାଉଥିବା ରଙ୍ଗବେରଙ୍ଗର ଆଲୋକମାଳା ସହ ଚଟପଟି ଖାଦ୍ୟ ଖାଇବାକୁ ପିଲାମାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ। ପିଲାମାନେ ରାମଦୋଳି, ବ୍ରେକଡ୍ୟାନ୍ସ ଆଦି ଦୋଳିରେ ବସି ମଜା କରୁଛନ୍ତି। ଧାଡିକି ଧାଡିକି ଲମ୍ବିଥିବା ଖେଳନା ଦୋକାନରେ ପିଲାଏ ଭଳିକି ଭଳି ଖେଳନା ନେବା ପାଇଁ ଭିଡ ଜମାଇଲେଣି। ଏଥର ଆର୍କଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଦଶହଜାର କାଗଜ ଡଙ୍ଗା ଓ ଲେଜର୍‌ ଲାଇଟ୍‌ ଶୋ।

ଦୋଳିର ମଜା ନେବି
ବାଲିଯାତ୍ରାରେ ବୁଲିବା ସହିତ ଯଦି ଦୋଳି ଖେଳର ମଜ୍ଜା ନ ଉଠାଇଲ ତାହାଲେ ସବୁ ଅଧୁରା ହୋଇଯାଏ। ସବୁବେଳେ ବିଭିନ୍ନ ରକମର ଦୋଳି ବାଲିଯାତ୍ରାରେ ପଡିଥାଏ। ମୁଁ ବାଲିଯାତ୍ରା ତ ଯାଏ କେବଳ ଦୋଳିରେ ବସିବା ଲାଗି। ଏଥର ମୀନାବଜାରରେ ରାମଦୋଳି, ଚକ୍ରି, ବ୍ରେକଡ୍ୟାନ୍ସ, ଟୋରା ଟୋରାରେ ମନ ଶାନ୍ତି ହେବା ଯାଏଁ ବସି ଉପଭୋଗ କରିବି। ସବୁ ଭାଇ ଭଉଣୀ ମିଶି ଢେର ମଜା କରିବୁ। ବାପା ସମସ୍ତଙ୍କ ପାଇଁ ଭଳିକି ଭଳି ଖେଳନା କିଣାଇ ଦେବେ ବୋଲି ବହିଛନ୍ତି।
-ସ୍ବାଗତ କୁମାର ସାହୁ, କ୍ଲାସ୍‌-୫, ଓସ୍ତପାଳ ପ୍ରାଥମିକ ବିଦ୍ୟାଳୟ, ଭଦ୍ରକ

ଯାତ୍ରାରୁ ମନ ପସନ୍ଦର କଣ୍ଢେଇ ଆଣିଛି
ଏଥର ବାଲିଯାତ୍ରାରେ ଭଳିକି ଭଳି ଖେଳନା ଦୋକାନ ପଡିଛି। ଏଥର ମୁଁ କାଠ ତିଆରି ସୁନ୍ଦର କଣ୍ଢେଇ କିଣି ଆଣିଛି। ୨ବର୍ଷ ବାଲିଯାତ୍ରା ନ ବୁଲି ପାରି ମନ ଦୁଃଖ ଥିଲା। ଏବର୍ଷ ବାପାଙ୍କ ସହ ବହୁତ ବୁଲିଲି। ସାରେ ଲେଜର୍‌ ଲାଇଟ୍‌ ସୋ ସବୁଠୁ ଆର୍କଷଣୀୟ ଥିଲା। ମୀନାବଜାରରେ ରାମଦୋଳିରେ ବାପାଙ୍କ ସହ ବସି ଖୁବ୍‌ ମଜା କଲି। ଯାତ୍ରାରେ ଦହିବରା, ମଥୁରା କେକ୍‌, ଠୁଙ୍କାପୁରୀ ବି ଖାଇଲି। ଏଥର ୧୦୦ଟି ଖାଣ୍ଟି ଓଡିଆ ଖାଦ୍ୟ ଷ୍ଟଲ୍‌ ପଡିଛି। ସେଥିରେ ପରଷାଯାଉଥିବା ଖାଦ୍ୟରେ ପେଟଭର୍ତ୍ତି ହୋଇଗଲା।
-ଅଇଶ୍ୱରୟା ସାହୁ, କ୍ଲାସ୍‌-୬, ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ଯାଜପୁର ଟାଉନ

ପ୍ରଥମ ଥର କବାଲି ଶୁଣି ଖୁସି ଲାଗିଲା
୨ବର୍ଷ ପରେ ଏବର୍ଷ ବାଲିଯାତ୍ରାରେ ବହୁତ ଭିଡ ହୋଇଛି। ଲୋକ ଗହଳି ସାଙ୍ଗକୁ ବିଭିନ୍ନ ପ୍ରକାର ଷ୍ଟଲ୍‌ ମଧ୍ୟ ପଡିଛି। କଟକରେ ମୋ ମାମୁଁଙ୍କ ଘର ହୋଇଥିବାରୁ ମୁଁ ମାମୁଁଙ୍କ ପରିବାର ସହ ବାଲିଯାତ୍ରା ବୁଲିବାକୁ ଯାଇଥିଲି। ୨ବର୍ଷ କରୋନା କଟକଣା ଯୋଗୁଁ ବାଲିଯାତ୍ରା ଆସିପାରୁ ନଥିଲି। ଏବର୍ଷ ଖେଳନା ଷ୍ଟଲ୍‌ ଓ ବିଭିନ୍ନ ପ୍ରକାର ଦୋଳି ଲାଗିଛି। ମୋତେ ଅକ୍ଟୋପସ୍‌ ଦୋଳିରେ ବସିବାକୁ ବଢିଆ ଲାଗିଲା। ଏଥର ନାମୀଦାମୀ କଣ୍ଠଶିଳ୍ପୀଙ୍କ ଦ୍ୱାରା କବାଲି ପରିବେଷଣ ହେଉଛି। ପ୍ରଥମଥର କବାଲି ଶୁଣି ବହୁତ ଖୁସି ଲାଗିଲା।
-ଶ୍ୱେତାଶ୍ରୀ ସାହୁ, କ୍ଲାସ୍‌-୫,
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ପୁରୀ

ଠୁଙ୍କାପୁରୀ ଖାଇବାର ମଜା ନେବି
ଏ ବର୍ଷ ବାଲିଯାତ୍ରା ଭିନ୍ନ ଢଙ୍ଗରେ ହୋଇଛି। ଏଥର ଦଶ ହଜାର କାଗଜ ଡଙ୍ଗା ନିର୍ମାଣ ହୋଇ କଟକ ଗିନିଜ୍‌ ରେକର୍ଡରେ ସ୍ଥାନ ପାଇବାକୁ ଯାଉଛି। ଶନିବାର ଏହି ପୋଗ୍ରାମ ରଖାଯାଇଥିବାରୁ ମୁଁ ପରିବାର ସହ ଆଜି ବାଲିଯାତ୍ରା ବୁଲିବାକୁ ପ୍ଲାନ୍‌ କରିଥିଲି। ବୁଲାବୁଲି ସାଙ୍ଗକୁ ଏହି ଡଙ୍ଗା ନିର୍ମାଣ ଦେଖିବି। ବାଲିଯାତ୍ରାରେ ଠୁଙ୍କାପୁରୀ ଖାଇବାର ମଜା ଅଲଗା। ଏହାଛଡା ଷ୍ଟଲ୍‌ରେ ପଡିଥିବା ଅଲଗା ସୁସ୍ବାଦୁ ଖାଦ୍ୟ ଖାଇବାର ମଜା ନେବି।
-ସ୍ମୃତିମୟୀ ବେହେରା, କ୍ଲାସ୍‌-୮, ଏମ୍‌ ଏଲ ଏ ସରକାରୀ ଉଚ୍ଚ ବିଦ୍ୟାଳୟ, ଦୁଲାଖାପାଟଣା

ଲେଜର୍‌ ଶୋ ଦେଖି ବହୁତ ଖୁସି ହେଲି
ଗତକାଲି ସାରେ ପରିବାର ସହ ବାଲିଯାତ୍ରା ବୁଲିବାକୁ ଯାଇଥିଲି। ଖାସ୍‌ କରି ବିଶେଷ ଆର୍କଷଣ ସାଜିଥିବା ଲେଜର ଲାଇଟ୍‌ ଶୋ କୁ ମୁଁ ହାତଛଡା କରିବାକୁ ଚାହୁଁ ନଥିଲି। ମାହାତ୍ମାଗାନ୍ଧୀଙ୍କ ଜୀବନୀ ଓ କଟକର ଐତିହ୍ୟସ୍ଥଳୀ ଉପରେ ଚିତ୍ତାକର୍ଷକ ଶୋ ପରିବେଷଣ ହେଲା। ପ୍ରଥମ ଥର ପାଇଁ ଲେଜର ଶୋ ଦେଖି ବହୁତ ଖୁସି ଲାଗିଲା। ବିଭିନ୍ନ ରାଜ୍ୟରୁ ଆସିଥିବା ଲୋକ ସେମାନଙ୍କ ଲୋକକଳା ପ୍ରର୍ଦଶନ କରୁଥିଲେ। ସେ ସବୁକୁ ମୁଁ ବହୁତ ଉପଭୋଗ କଲି।

-ଅଖ୍ୟଧ୍ୟା ମିଶ୍ର, କ୍ଲାସ୍‌-୭, ଡିଏଭି ପବ୍ଲିକ୍‌ ସ୍କୁଲ୍‌, ଚନ୍ଦ୍ରଶେଖର, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

କଟାଗଲା ଗଛ, ଭଙ୍ଗାଯିବ ଘର, ଜବରଦଖଲକାରୀଙ୍କ ଚିନ୍ତା ବଢ଼ିଲା

ଧର୍ମଶାଳା,୧୦ା୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଶାନ୍ତିବଜାରଠାରୁ କାଏମା ପର୍ଯ୍ୟନ୍ତ ଅଟକି ରହିଥିବା ପ୍ରଶସ୍ତିକରଣ କାର୍ଯ୍ୟ ଦୀର୍ଘ ୨୭ମାସ ପରେ ଆରମ୍ଭ ହୋଇଛି। ଏହାକୁ ଚାରି…

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…

ମଝି ଆକାଶରେ ଗାଏବ ହେଲା ଆମେରିକାର ୧୬୦୦ କୋଟିର ଡ୍ରୋନ! ରହସ୍ୟମୟ ଭାବରେ ହର୍ମୁଜ ଉପରେ ହୋଇଗଲା ଅଦୃଶ୍ୟ

ଓ୍ବାଶିଂଟନ୍‌,୧୦।୪: ଆଜି ହର୍ମୁଜ ପ୍ରଣାଳୀ ଉପରେ ଏକ ସ୍ବତନ୍ତ୍ର ଆମେରିକା ନୌସେନା ନିରୀକ୍ଷଣ ଡ୍ରୋନ, MQ-4C ଟ୍ରାଇଟନ ହଠାତ୍‌ ଅଦୃଶ୍ୟ ହୋଇଯାଇଛି। ଏହି ଡ୍ରୋନଟିକୁ ଆମେରିକାର ସବୁଠାରୁ…

ଆଜିଠୁ ଟୋଲ୍ ପ୍ଲାଜାରେ ନୂଆ ନିୟମ, ଦେଇପାରିବେନି ନଗଦ ଟଙ୍କା

ନୂଆଦିଲ୍ଲୀ,୧୦।୪: ବଦଳିଗଲା ଟୋଲ୍ ପ୍ଲାଜା ନିୟମ । ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(NHAI)  ଟୋଲ୍ ଆଦାୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଡିଜିଟାଲ୍ କରିବାକୁ ନିଷ୍ପତ୍ତି ନେଇଛି  । ଏହି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

ଏହି ୪ ରାଶିର ଫିଟିବ ଭାଗ୍ୟ: ଏପ୍ରିଲ ୧୧ରୁ ମିଳିବ ବଡ଼ ସଫଳତା

ନୂଆଦିଲ୍ଲୀ,୧୦।୪: ମୀନ ରାଶିରେ ବୁଧଙ୍କ ଗୋଚର ଏପରି ଏକ ସମୟ, ଯେଉଁଠାରେ ଲୋକଙ୍କର ଚିନ୍ତା ଶକ୍ତି ଭାବନା ଏବଂ କଳ୍ପନା ଦ୍ୱାରା ପ୍ରଭାବିତ ହେବ। ୧୧ ଏପ୍ରିଲ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri