Posted inଭଦ୍ରକ

ବାଲିଘାଟ ନିଲାମ ନେଇ ତତ୍ପରତା: କ୍ଷେତ୍ର ପରିଦର୍ଶନ କଲେ ତହସିଲଦାର

ବନ୍ତ,୧୫।୫(ଡି.ଏନ୍‌.ଏ./ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକ ସାଳନ୍ଦୀ ନଦୀର ବିଭିନ୍ନ ବାଲିଘାଟ ନିଲାମ ପାଇଁ ପ୍ରଶାସନିକସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଶୁକ୍ରବାର ତହସିଲଦାର ଇନ୍ଦିରା ସାହୁ ଖଣି ଯୋଜନାର ପଞ୍ଜୀକୃତ ଯୋଗ୍ୟ ବ୍ୟକ୍ତି, ଆଗରପଡା ରାଜସ୍ବ ନୀରିକ୍ଷକଙ୍କ ସହିତ ସର୍ବନିମ୍ନ ଗ୍ୟାରେଣ୍ଟି ପରିମାଣ ନିର୍ଦ୍ଧାରଣ ପାଇଁ ଚାରିଗାଁ, ଚକ୍ରାପାଢୀ, ଗୋପିନାଥପୁର, ହରିପୁର, ମହାନ୍ତିପଡା, ସାହୁପଡା ଆଦି ବାଲିଘାଟ ପରିଦର୍ଶନ କରିଥିଲେ। ସର୍ବନିମ୍ନ ଗ୍ୟାରେଣ୍ଟି ପରିମାଣ ନିର୍ଦ୍ଧାରଣ ପରେ ବାଲିଘାଟ ଗୁଡିକ ନିଲାମ କରାଯିବ ବୋଲି ଜଣାପଡ଼ିଛି।
ଉଲ୍ଲେଖ ଯେ, ଉକ୍ତ ଅଞ୍ଚଳରେ ବାଲିଘାଟ ଗୁଡିକ ନିଲାମ ହୋଇ ନ ଥିବାରୁ ବାଲି ମାଫିଆମାନେ ସକ୍ରିୟ ହୋଇ ଉଠିଥିଲେ। ବାଲିଘାଟ ନିଲାମ ହେଲେ ରାଜକୋଷକୁ ରାଜସ୍ବ ଯିବା ସହ ସାଧାରଣ ଲୋକମାନେ ମଧ୍ୟ ନିର୍ମାଣ କାର୍ଯ୍ୟ ପାଇଁ ବାଲି କିଣିପାରିବେ ବୋଲି ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ମୃତ୍ୟୁପରେ ରୋଗୀଙ୍କୁ ରେଫର କଲେ ଡାକ୍ତର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ତିହିଡି଼,୨୨।୮(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି଼ ଥାନା ଭାଟପ ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୬୫)ନାମକ ଜଣେ ବୃଦ୍ଧଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ଘଟିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri