ବାଲିଅନ୍ତାରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଘଟଣା: ଭାଇରାଲ ଭିଡିଓରୁ ହତ୍ୟାକାରୀ ଚିହ୍ନଟ; ଜମିବାଡ଼ି ବିବାଦକୁ ନେଇ ସାନ ଭାଇଙ୍କୁ ହତ୍ୟା କରିଛନ୍ତି ବଡ଼ ଭାଇ

ଭୁବନେଶ୍ୱର/ବାଲିଅନ୍ତା,୮।୬(ବ୍ୟୁରୋ/ଡି.ଏନ୍‌.ଏ.): ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଧୀନ ଅଟଳାସ୍ଥିତ ପଞ୍ଚମୁଖୀ ବିହାର ମୁଖ୍ୟ ଫାଟକ ନିକଟରେ ଶୁକ୍ରବାର ଅପରାହ୍ନରେ ଜଣେ ଯୁବକଙ୍କୁ ଅନ୍ୟ ଜଣେ ଯୁବକ ଅତି ନୃଶଂସ ଭାବେ ହାଣି ହତ୍ୟା କରିଥିଲେ। ନିକଟରେ ଥିବା ଏକ ଆପାର୍ଟମେଣ୍ଟର ସିସିଟିଭି ଫୁଟେଜ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସଫଳ ହୋଇଛି। ସେ ହେଲେ ମୃତକ ପ୍ରୀତମ ରାଉତରାୟ(୪୦)ଙ୍କ ବଡ଼ ଭାଇ ମାମୁନ ରାଉତରାୟ। ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ସୁଦ୍ଧା ଜମିବାଡ଼ି ବିବାଦକୁ ନେଇ ସୃଷ୍ଟ ପାରିବାରିକ କଳହରୁ ଏହା ଘଟିଥିବା ଥାନାଧିକାରୀ ପ୍ରଦୀପ୍ତ ରାଉତ କହିଛନ୍ତି। ହତ୍ୟାକାଣ୍ଡ ପରେ ମାମୁନ ଫେରାର ହୋଇଯାଇଥିବା ବେଳେ ତାଙ୍କ ସ୍ତ୍ରୀ ମଧ୍ୟ କେଉଁଆଡେ ଚାଲିଯାଇଛନ୍ତି। ସେମାନେ ରହୁଥିବା ଉକ୍ତ ଥାନା ଅଧୀନ ପଞ୍ଚମୁଖୀ ବିହାର ବ୍ଲକ-ବି, ପ୍ଲଟ୍‌ ନଂ-୫୦୪ରେ ତାଲା ଛୁଲୁଥିବା ଦେଖିବାକୁ ମିଳିଛି। ମୃତକଙ୍କ ବାପା ଜଣେ ଅବସରପ୍ରାପ୍ତ ସବରେଜିଷ୍ଟାର ଥିଲେ। ସେ ୩ ଦିନ ଧରି ବଡ଼ ଝିଅଙ୍କ ସହ ଗୁଜରାଟକୁ ବୁଲିବାକୁ ଯାଇଥିବା ଜଣାପଡ଼ିଛି। ପୋଲିସ ଫେରାର ମାମୁନଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି।

ଅପରପକ୍ଷେ ମୃତଦେହ କ୍ୟାପିଟାଲ ହସ୍ପିଟାଲର ଶବଗୃହରେ ରଖାଯାଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ପରିବାରଲୋକ ନ ଆସି ନ ଥିବାରୁ ବ୍ୟବଚ୍ଛେଦ ହୋଇପାରିନାହିଁ। କ୍ୟାପିଟାଲ ହସ୍ପିଟାଲ ଫାଣ୍ଡି ପୋଲିସ ପକ୍ଷରୁ ପରିବାରକୁ ସୂଚନା ଦିଆଯାଇଥିବା ବେଳେ ସେମାନେ ଆସିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ କହିଛି।

ପ୍ରକାଶ ଥାଉ କି, ଉକ୍ତ ହତ୍ୟାକାଣ୍ଡ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ମୃତକ ପ୍ରୀତମ ପ୍ରଥମେ ଏକ ଆପାର୍ଟମେଣ୍ଟ ନିକଟକୁ ଆସୁଛନ୍ତି। ସେଠାରେ ଥିବା ସିକ୍ୟୁରିଟି ଗାର୍ଡଙ୍କ ନିକଟରେ ବିଡ଼ି ଲଗାଉଛନ୍ତି। କିଛି ସମୟ ପରେ ମାମୁନ ପଶ୍ଚିମବଙ୍ଗ ନମ୍ବର ପ୍ଲେଟ୍‌ ଥିବା ଏକ ଗାଡ଼ିରେ ସେଠାରେ ପହଞ୍ଚୁଛନ୍ତି। ଗାଡ଼ି ପାର୍କ କରି ଭାଇ ପ୍ରୀତମଙ୍କ ନିକଟକୁ ଯାଉଛନ୍ତି। ସେଠାରେ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ବଚସା ହେଉଛି। ଏହା ପରେ ମାମୁନ ଗାମୁଛାରେ ଲୁଚାଇ ଆଣିଥିବା ଏକ ଖଣ୍ଡାରେ ତାଙ୍କୁ ଆକ୍ରମଣ କରୁଛନ୍ତି। ଏକ ଖଣ୍ଡାରେ ଗୋଟିଏ ପରେ ଗୋଟିଏ ୧୫ଟି ଚୋଟ ପକାଇବା ଯୋଗୁ ଘଟଣାସ୍ଥଳରେ ପ୍ରୀତମଙ୍କ ମୃତ୍ୟୁ ଘଟୁଛି। ଏହି ସମୟରେ ସେଠାରେ ଲୋକେ ଉପସ୍ଥିତ ଥିଲେ ହେଁ କେହି ପ୍ରତିରୋଧ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁଙ୍କ ଦର୍ଶନ ନ ପାଇ ଫେରିଲେ ଭକ୍ତ

ପୁରୀ ଅଫିସ, ୨୧ା୩: ଖଁ। ଖଁ। ବଡ଼ଦାଣ୍ଡ, ଶୂନ୍‌ଶାନ୍‌ ବେଳାଭୂମି। ପ୍ରତ୍ୟେକ ଦିନ ଭକ୍ତ, ପର୍ଯ୍ୟଟକଙ୍କ ଗହଳିରେ ଫାଟି ପଡୁଥିବା ବଡ଼ଦାଣ୍ଡ ଶୁକ୍ରବାର ସମ୍ପୂର୍ଣ୍ଣ ଭିନ୍ନ...

ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀକୁ ୨୬ଟ୍ରେନ୍‌ ବାତିଲ

ଭୁବନେଶ୍ୱର,୨୦।୬(ବ୍ୟୁରୋ): ପୁରୀରେ ଆସନ୍ତା ମାସରେ ରଥଯାତ୍ରା ଅନୁଷ୍ଠିତ ହେବ। ଏହି ସମୟରେ ଯାତ୍ରୀଙ୍କ ସମ୍ଭାବ୍ୟ ଆଗମନକୁ ରୋକିବା ଏବଂ କୋଭିଡ୍‌-୧୯ ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବା ଉଦ୍ଦେଶ୍ୟରେ...

କପିଳାସ ପାହାଚରେ ଟଳିପଡ଼ିଲେ ଶ୍ରଦ୍ଧାଳୁ

ଢେଙ୍କାନାଳ ଅଫିସ,୧୯।୨: ଢେଙ୍କାନାଳ କପିଳାସ ଶୈବପୀଠରେ ଶନିବାର ଜାଗର ଯାତ୍ରା ପାଇଁ ଉତ୍ସବମୁଖର ହୋଇପଡ଼ିଥିବାବେଳେ ଘଟିଛି ଅଭାବନୀୟ ଘଟଣା। ଜଣେ ଶ୍ରଦ୍ଧାଳୁ ପାହାଚ ରାସ୍ତା ଦେଇ...

ଅସମ୍ଭାଳ ଶୀତ, ସତର୍କ କଲେ ଏସ୍‌ଆର୍‌ସି

ଭୁବନେଶ୍ୱର,୨୧।୧୨(ବ୍ୟୁରୋ): ରାଜ୍ୟରେ ପ୍ରବଳ ଶୀତ ଲହରି ଜାରିରହିଛି। ରାତି ଅପେକ୍ଷା ସକାଳୁ ପାରଦ ସର୍ବନିମ୍ନ ସ୍ତରକୁ ଖସୁଥିବାରୁ ଅସମ୍ଭାଳ ଜାଡ଼ରେ ଥରୁଛନ୍ତି ଲୋକେ। କୁହୁଡ଼ି ସହ...

CORONAVIRUS UPDATE: ରାଜ୍ୟରେ ଚିହ୍ନଟ ହେଲେ ଆଉ ୩୭୪୮ ଆକ୍ରାନ୍ତ; ଆଗରେ ଖୋର୍ଦ୍ଧା

ଭୁବନେଶ୍ୱର, ୯।୯(ବ୍ୟୁରୋ): ରାଜ୍ୟରେ ବୁଧବାର ୩୦ ଜିଲାରୁ ଆଉ ୩୭୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ...

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ଛୁଇଁଲା

ଭୁବନେଶ୍ୱର,୧୪।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ସୋମବାର ଯାଜପୁରର ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିବା ବେଳେ ମଙ୍ଗଳବାର ଆଉ ୪ଜଣଙ୍କୁ...

୭ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୩ା୯(ବ୍ୟୁରୋ): ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାଛଡା ଝାଡଖଣ୍ଡ ଏବଂ ଓଡିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ...

ସଂକ୍ରମିତଙ୍କୁ ସହଯୋଗ ମିଳୁନି

ଅନୁଗୋଳ ଅଫିସ, ୨୭ା୫: କୋଭିଡ୍‌ ସଂକ୍ରମିତଙ୍କ ସ୍ବାବ୍‌ ଟେଷ୍ଟ ଠାରୁ ଚିକିତ୍ସା ଯାଏ ସବୁକିଛିର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ସେମାନଙ୍କୁ ସଙ୍ଗରୋଧରେ ରଖିବା, ନିତ୍ୟ ବ୍ୟବହାର...

Advertisement
Archives

Model This Week