ବାଲିଅନ୍ତାରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଘଟଣା: ଭାଇରାଲ ଭିଡିଓରୁ ହତ୍ୟାକାରୀ ଚିହ୍ନଟ; ଜମିବାଡ଼ି ବିବାଦକୁ ନେଇ ସାନ ଭାଇଙ୍କୁ ହତ୍ୟା କରିଛନ୍ତି ବଡ଼ ଭାଇ

ଭୁବନେଶ୍ୱର/ବାଲିଅନ୍ତା,୮।୬(ବ୍ୟୁରୋ/ଡି.ଏନ୍‌.ଏ.): ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଧୀନ ଅଟଳାସ୍ଥିତ ପଞ୍ଚମୁଖୀ ବିହାର ମୁଖ୍ୟ ଫାଟକ ନିକଟରେ ଶୁକ୍ରବାର ଅପରାହ୍ନରେ ଜଣେ ଯୁବକଙ୍କୁ ଅନ୍ୟ ଜଣେ ଯୁବକ ଅତି ନୃଶଂସ ଭାବେ ହାଣି ହତ୍ୟା କରିଥିଲେ। ନିକଟରେ ଥିବା ଏକ ଆପାର୍ଟମେଣ୍ଟର ସିସିଟିଭି ଫୁଟେଜ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସଫଳ ହୋଇଛି। ସେ ହେଲେ ମୃତକ ପ୍ରୀତମ ରାଉତରାୟ(୪୦)ଙ୍କ ବଡ଼ ଭାଇ ମାମୁନ ରାଉତରାୟ। ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ସୁଦ୍ଧା ଜମିବାଡ଼ି ବିବାଦକୁ ନେଇ ସୃଷ୍ଟ ପାରିବାରିକ କଳହରୁ ଏହା ଘଟିଥିବା ଥାନାଧିକାରୀ ପ୍ରଦୀପ୍ତ ରାଉତ କହିଛନ୍ତି। ହତ୍ୟାକାଣ୍ଡ ପରେ ମାମୁନ ଫେରାର ହୋଇଯାଇଥିବା ବେଳେ ତାଙ୍କ ସ୍ତ୍ରୀ ମଧ୍ୟ କେଉଁଆଡେ ଚାଲିଯାଇଛନ୍ତି। ସେମାନେ ରହୁଥିବା ଉକ୍ତ ଥାନା ଅଧୀନ ପଞ୍ଚମୁଖୀ ବିହାର ବ୍ଲକ-ବି, ପ୍ଲଟ୍‌ ନଂ-୫୦୪ରେ ତାଲା ଛୁଲୁଥିବା ଦେଖିବାକୁ ମିଳିଛି। ମୃତକଙ୍କ ବାପା ଜଣେ ଅବସରପ୍ରାପ୍ତ ସବରେଜିଷ୍ଟାର ଥିଲେ। ସେ ୩ ଦିନ ଧରି ବଡ଼ ଝିଅଙ୍କ ସହ ଗୁଜରାଟକୁ ବୁଲିବାକୁ ଯାଇଥିବା ଜଣାପଡ଼ିଛି। ପୋଲିସ ଫେରାର ମାମୁନଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି।

ଅପରପକ୍ଷେ ମୃତଦେହ କ୍ୟାପିଟାଲ ହସ୍ପିଟାଲର ଶବଗୃହରେ ରଖାଯାଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ପରିବାରଲୋକ ନ ଆସି ନ ଥିବାରୁ ବ୍ୟବଚ୍ଛେଦ ହୋଇପାରିନାହିଁ। କ୍ୟାପିଟାଲ ହସ୍ପିଟାଲ ଫାଣ୍ଡି ପୋଲିସ ପକ୍ଷରୁ ପରିବାରକୁ ସୂଚନା ଦିଆଯାଇଥିବା ବେଳେ ସେମାନେ ଆସିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ କହିଛି।

ପ୍ରକାଶ ଥାଉ କି, ଉକ୍ତ ହତ୍ୟାକାଣ୍ଡ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ମୃତକ ପ୍ରୀତମ ପ୍ରଥମେ ଏକ ଆପାର୍ଟମେଣ୍ଟ ନିକଟକୁ ଆସୁଛନ୍ତି। ସେଠାରେ ଥିବା ସିକ୍ୟୁରିଟି ଗାର୍ଡଙ୍କ ନିକଟରେ ବିଡ଼ି ଲଗାଉଛନ୍ତି। କିଛି ସମୟ ପରେ ମାମୁନ ପଶ୍ଚିମବଙ୍ଗ ନମ୍ବର ପ୍ଲେଟ୍‌ ଥିବା ଏକ ଗାଡ଼ିରେ ସେଠାରେ ପହଞ୍ଚୁଛନ୍ତି। ଗାଡ଼ି ପାର୍କ କରି ଭାଇ ପ୍ରୀତମଙ୍କ ନିକଟକୁ ଯାଉଛନ୍ତି। ସେଠାରେ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ବଚସା ହେଉଛି। ଏହା ପରେ ମାମୁନ ଗାମୁଛାରେ ଲୁଚାଇ ଆଣିଥିବା ଏକ ଖଣ୍ଡାରେ ତାଙ୍କୁ ଆକ୍ରମଣ କରୁଛନ୍ତି। ଏକ ଖଣ୍ଡାରେ ଗୋଟିଏ ପରେ ଗୋଟିଏ ୧୫ଟି ଚୋଟ ପକାଇବା ଯୋଗୁ ଘଟଣାସ୍ଥଳରେ ପ୍ରୀତମଙ୍କ ମୃତ୍ୟୁ ଘଟୁଛି। ଏହି ସମୟରେ ସେଠାରେ ଲୋକେ ଉପସ୍ଥିତ ଥିଲେ ହେଁ କେହି ପ୍ରତିରୋଧ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ପଦକ୍ଷେପ: ୭୦୭ ଦୁର୍ଗମ ଗାଁରେ ବସିବ ୪ଜି ଟାୱାର

ଭୁବନେଶ୍ୱର,୧୮।୬: ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାର ୭୦୭ଟି ଦୁର୍ଗମ ଗାଁରେ ୪ଜି ଟାୱାର ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା…

Delhi High Court on Telegram: ‘ଆତଙ୍କବାଦୀ କାର୍ଯ୍ୟ ପାଇଁ ବ୍ୟବହାର କରାଯାଏ ଟେଲିଗ୍ରାମ’

ନୂଆଦିଲ୍ଲୀ,୧୮।୬: ଦିଲ୍ଲୀ ହାଇକୋର୍ଟ ସିଧାସଳଖ ମେସେଜିଂ ପ୍ଲାଟଫର୍ମ ଟେଲିଗ୍ରାମକୁ ପଚାରିଛନ୍ତି ଯେ ଏହାର ପ୍ଲାଟଫର୍ମର ପ୍ରକୃତ-ସମୟରେ ନଜର ରଖିବା ପାଇଁ କ’ଣ ବ୍ୟବସ୍ଥା ଅଛି। କୋର୍ଟ ଜାଣିବାକୁ…

ଫୋନ ଉଠାଇଲେ ଟଙ୍କା ମାଗୁଛନ୍ତି: ଧର୍ମଗଡ଼ ରେଞ୍ଜରଙ୍କ ବିସ୍ଫୋରକ ବୟାନକୁ ନେଇ ହଇଚଇ

ଭବାନୀପାଟଣା,୧୮।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ରେଞ୍ଜର ଭବାନୀ ଶଙ୍କର କଅଁର ଗୁରୁବାର ଏକ ବିସ୍ପୋରକ ବୟାନ ଦେଇଛନ୍ତି। ଖବରଦାତାମାନେ ତାଙ୍କୁ ଫୋନ କଲେ ସେ…

୭ ଦିନରେ କାର୍ଯ୍ୟାନୁଷ୍ଠାନ ନ ହେଲେ SP ଅଫିସ ଆଗରେ ଧାରଣା ଦେବି: DGP-IGଙ୍କୁ ଚିଠି ଲେଖି ଚେତାବନୀ ଦେଲେ ଚାମେଲି…

ମହାକାଳପଡ଼ା,୧୮।୬(ପ୍ରତାପ ଚନ୍ଦ୍ର ସ୍ବାଇଁ): ନ୍ୟାୟ ପାଇଁ ଏବେ ପୋଲିସର ବରିଷ୍ଠ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ଚାମେଲି। ବିଡିଓଙ୍କ କାର୍ଯ୍ୟାଳୟରେ ଅସଦାଚରଣ ସହ ଧମକ ଦିଆଯାଇଥିବା ନେଇ ସେ…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା! ଶାନ୍ତି ଚୁକ୍ତି ପରେ ଟ୍ରମ୍ପ ଦେଲେ ଧମକ, ରିପୋର୍ଟରେ ସାମ୍ନାକୁ ଆସିଲା…

ଓ୍ବାଶିଂଟନ,୧୮।୬: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ପୁଣି ଥରେ ବିପଦରେ ପଡ଼ିଥିବା ପରି ମନେ ହେଉଛି। ଶାନ୍ତି ଚୁକ୍ତିନାମା ସ୍ବାକ୍ଷର ହେବାର ମାତ୍ର କିଛି…

Iran US Deal: ଇରାନ-ଆମେରିକା ଡିଲକୁ ନେଇ ବଢୁଛି ନେତାନ୍ୟାହୁଙ୍କ ସମସ୍ୟା, ସର୍ଭେରେ ଆସିଲା ଚମକାଇବା ଭଳି ତଥ୍ୟ

ଜେରୁଜେଲମ,୧୮।୬: ଆମେରିକା ଏବଂ ଇରାନ ମଧ୍ୟରେ ମାସ ମାସ ଧରି ଚାଲିଥିବା ସଂଘର୍ଷ ପରେ ଶେଷରେ ଏକ ଶାନ୍ତି ଚୁକ୍ତିନାମା ହୋଇଛି। ଡୋନାଲ୍ଡ ଟ୍ରମ୍ପ ଏବଂ ଇରାନ…

ପ୍ରଗତିଶୀଳ କୃଷି ଆଲୋଚନାରେ ଜୈବିକ କୃଷି ଉପରେ ଗୁରୁତ୍ୱ

ପାଟଣା,୧୮ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଜିଲା ପାଟଣା ବ୍ଲକସ୍ତରୀୟ ୨ୟ ବାର୍ଷିକ କୃଷକ ସମ୍ବାଦ କାର୍ଯ୍ୟକ୍ରମ ଗୁରୁବାର ପାଟଣା ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି ଚଳିତ…

ବୈଭବ ସୂର୍ଯ୍ୟବଂଶୀଙ୍କ ଲଢ଼େଇ ଉପରେ ବିସିସିଆଇ ଦେଲା ଏଭଳି ବୟାନ, ସମସ୍ତେ ଚକିତ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ’ଏ’ ଦଳ ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ଅଛନ୍ତି, ଯେଉଁଠାରେ ତ୍ରିଦେଶୀୟ ସିରିଜ (ଟ୍ରାଇ-ନେସନ ସିରିଜ) ଖେଳାଯାଉଛି। ଏହି ସିରିଜରେ ଶ୍ରୀଲଙ୍କା ‘ଏ’ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri