ଦେବଗଡ଼,୧୮ା୪(ଡ଼ି.ଏନ୍.ଏ.)
ଦେବଗଡ଼ ଜିଲା ବାରକୋଟ ବ୍ଲକ ବଲଣ୍ଡା ଗ୍ରାମ ନିକଟ ଜଙ୍ଗଲରେ ବାର୍ହା ଶିକାରପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଯୁବକ ଗୁରୁତର ହୋଇଛନ୍ତି। ଯୁବକ ଜଣକ ହେଲେ ବିଭୂତି ଭୂୟାଁ(୨୬)। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ବାରକୋଟ ପୋଲିସ ଘଟଣାସ୍ଥଳରୁ ବିଦ୍ୟୁତ୍ ତାର ଓ ଶିକାର ପାଇଁ ଉଦ୍ଧିଷ୍ଟ ଅନ୍ୟାନ୍ୟ ସରଞ୍ଜାମ ଜବତ କରିଛି। ଗ୍ରାମବାସୀ ବିଦ୍ୟୁତ୍ ତାର ବିଛାଇଥିବା ଶିକାରୀକୁ ପୋଲିସ ଜିମା ଦେଇଛନ୍ତି। ଏ ନେଇ ବାରକୋଟ ପୋଲିସ୍ ଓ ବନ ବିଭାଗ ପକ୍ଷରୁ ମାମଲା ଋଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି। ସୂଚନା ମୁତାବକ ବାରକୋଟ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବଲଣ୍ଡା ଗ୍ରାମ ନିକଟ ଜଙ୍ଗଲରେ ବାର୍ହା ଶିକାର ପାଇଁ ତାର ବିଛାଇ ଶିକାରୀ ସେଥିରେ ବିଦ୍ୟୁତ୍ ସଂଯୋଗ କରିଥିଲେ। ସେହି ରାସ୍ତାଦେଇ କୌଣସି କାମରେ ବିଭୂତି ଯାଉଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପୋଡ଼ି ଯାଇଥିଲେ।
ଟିପିଡବ୍ଲୁଓଡିଏଲ୍ର ଗ୍ରାହକ ମାରଣ ନୀତିର ପ୍ରତିବାଦ, କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
ବାରକୋଟ,୩୦|୧୨(ଶଶାଙ୍କ ଶେଖର ଝାଙ୍କର): ଟିପିଡବ୍ଲୁଓଡିଏଲ୍ (ବିଦ୍ୟୁତ ବିଭାଗ)ର ଗ୍ରାହକ ମାରଣ ନୀତିର ତୀବ୍ର ବିରୋଧ କରି ଦେବଗଡ ଜିଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ...
ଶ୍ୱଶୁର ଘରୁ ଫେରିବା ବେଳେ ବାଟରେ ବିଷ ଖାଇ ସ୍ୱାମୀ-ସ୍ତ୍ରୀ ମୃତ, ରାତିସାରା ଜଙ୍ଗଲରେ ଜଗି ରହିଲା ୫ ବର୍ଷର ପୁଅ
ଦେବଗଡ,୨୮|୧୨(ଶଶାଙ୍କ ଶେଖର ଝାଙ୍କର): ପାରିବାରିକ କଳହର କରୁଣ ପରିଣତି । ନିଛାଟିଆ ଜଙ୍ଗଲ ଭିତରେ ବିଷ ପିଇ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର...
ଛାତ ଉପରକୁ ଯାଇଥିବାବେଳେ ମାଙ୍କଡ କଲା ଆକ୍ରମଣ, ଉପରୁ ତଳକୁ ଖସି ପଡି ମହିଳା ଗୁରୁତର
ଦେବଗଡ,୨୩।୧୨(ଶଶାଙ୍କ ଶେଖର ଝାଙ୍କର): ମାଙ୍କଡ ଆକ୍ରମଣରେ ଦେବଗଡ ପୌରାଞ୍ଚଳର ଜଣେ ମହିଲା ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଦେବଗଡ଼ ପୌରାଞ୍ଚଳ ଖପର...
୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…
ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...
ଦେବଗଡ ବନ୍ଦ ପ୍ରସଙ୍ଗ : ଆନ୍ଦୋଳନର ନେତୃତ୍ୱ ନେବ ଜିଲା ମହିଳା ଏକତା ମଞ୍ଚ
ଦେବଗଡ, ୧୫ା୧୨ (ଶଶାଙ୍କ ଶେଖର ଝାଙ୍କର):ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ କୋଠାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟ ସେବା ଦାବିରେ ଜିଲା ଯୁବ ଏକତା ମଞ୍ଚ ପକ୍ଷରୁ...
ଥାନାରେ କୀଟନାଶକ ଔଷଧ ଖାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ସ୍ବାମୀଙ୍କ ଅନ୍ୟତ୍ର ବିବାହ ପ୍ରସ୍ତୁତି ଖବର ପାଇ..
ଦେବଗଡ, ୧୨।୧୨ (ଶଶାଙ୍କ ଶେଖର ଝାଙ୍କର): ଅଭିଯୋଗ କରିବାକୁ ଆସିଥିବା ମହିଳା ଦେବଗଡ ଥାନା ଭିତରେ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପୋଲିସ...
ଜଙ୍ଗଲକୁ ଟେକିନେଇ ମାନସିକ ଅନଗ୍ରସର ନାବାଳିକାଙ୍କୁ ବଳାତ୍କାର କଲେ ୪୩ ବର୍ଷୀୟ ବ୍ୟକ୍ତି, ଧରାପଡିବା ପରେ…
ଦେବଗଡ଼,୧୨ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ଲଇମୁରା ଥାନା ଅଞ୍ଚଳରେ ମାନସିକ ଅନଗ୍ରସର ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି...
ଘରକୁ ଡାକି ବଳାତ୍କାର କରିଥିଲେ ବୃଦ୍ଧ, ହେଲା ଆଜୀବନ କାରାଦଣ୍ଡ
ଦେବଗଡ଼,୧୨ା୧୨(ଶଶାଙ୍କ ଶେଖର ଝାଙ୍କର): ନାବାଳିକା ବଳାତ୍କାର ମାମଲାର ବିଚାରକରି ଅତିରିକ୍ତ ଦୌରାଜଜ୍ ତଥା ସ୍ବତନ୍ତ୍ର ଜଜ୍ ଜଣେ ବୃଦ୍ଧଙ୍କୁ ଗୁରୁବାର ଆଜୀବନ କାରାଦଣ୍ଡ ସହ ୧୦,୦୦୦...
Archives


