ବାରିପଦା ଟାଉନ ଥାନା: ହ୍ୟାଣ୍ଡକପ୍‌ ଭାଙ୍ଗି ଅଭିଯୁକ୍ତ ଫେରାର

ବାରିପଦା ଅଫିସ,୫ା୧୧- ସୋମବାର ରାତିରେ ବାରିପଦା ଟାଉନ ଥାନାରୁ ହ୍ୟାଣ୍ଡକପ୍‌ ଭାଙ୍ଗି ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ରାତି ଡ୍ୟୁଟିରେ ଥିବା କର୍ମଚାରୀମାନେ ଶୋଇ ରହିଥିବା ସୁଯୋଗ ନେଇ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ତେବେ ମଙ୍ଗଳବାର ଅପରାହ୍ନ ୨ଟା ବେଳେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ଘଟଣାରେ ଏସ୍‌ପି ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି।

ସୂଚନା ଅନୁଯାୟୀ, ବାରିପଦା ମଧୁବନ ଅଞ୍ଚଳର ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ ଏକ ମାମଲା (ନଂ.୩୩୨/୧୯) ରୁଜୁକରି ରବି ଟିଟୁ ନାମକ ଜଣେ ଯୁବକଙ୍କୁ ଅଟକ ରଖିଥିଲା। ରାତିରେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀମାନେ ଟିଟୁଙ୍କ ହାତରେ ହ୍ୟାଣ୍ଡକପ୍‌ ଦେଇ ହାଜତ ଗେଟରେ ଲକ୍‌ କରିଦେଇଥିଲେ। ରାତି ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀମାନେ ନିଘୋଡ ନିଦରେ ଶୋଇଯିବା ପରେ ରବି କୌଶଳ କ୍ରମେ ହ୍ୟାଣ୍ଡକପ୍‌କୁ ଭାଙ୍ଗି ବିଳମ୍ବିତ ରାତିରେ ଚମ୍ପଟ ମାରିଥିଲେ। ନିଦ ଭାଙ୍ଗିବା ପରେ ରବି ଥାନାରେ ନ ଥିବା ଦେଖି ପୋଲିସ କର୍ମଚାରୀମାନେ ତାଙ୍କୁ ଖୋଜିବା ପାଇଁ ଲାଗି ପଡ଼ିଥିଲେ। ହେଲେ ତାଙ୍କ ପତ୍ତା ମିଳି ନ ଥିଲା। ପରେ ଥାନାର କର୍ମଚାରୀମାନେ ରାତ୍ରିି ପାଟ୍ରୋଲିଂ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଏସମ୍ପର୍କରେ ଜଣାଇଥିଲେ। ହେଲେ ସେ ଡ୍ୟୁଟି ଛାଡି ଘରେ ଶୋଇଥିବାରୁ ତୁରନ୍ତ ଆସିପାରି ନ ଥିଲେ। ଶେଷରେ ମଙ୍ଗଳବାର ଅପରାହ୍ନ ୨ଟା ବେଳେ ଫେରାର ଅଭିଯୁକ୍ତ ରବି ଥାନାର ଅଭ୍ୟର୍ଥନା କକ୍ଷ ପଛରେ ଲୁଚି ରହିଥିବା ଜଣାପଡ଼ିବାରୁ ପୋଲିସ ତାଙ୍କୁ କାବୁ କରିନେଇଥିଲା। କାର୍ଯ୍ୟରେ ଅବହେଳା କାରଣକୁ ନେଇ ଏସପି ପୁରୁଷୋତ୍ତମଦାସ ସୋମବାର ରାତିରେ ଡିସିଓ ଚାର୍ଜରେ ଥିବା ଏଏସଆଇ ବାସନ୍ତୀ ସିଂ, କନଷ୍ଟେବଳ ତପନ କୁମାର ବାରିକ ଏବଂ ଓଏପିଏଫ ଚୈତନ୍ୟ ଅମାନ୍ତ୍ୟଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି। ଥାନାରୁ ଫେରାର ହେବା ଘଟଣାରେ ଅନ୍ୟ ଏକ ମାମଲା(ନଂ. ୩୩୩/୧୯) ରୁଜୁ କରି ପୋଲିସ ଅଭିଯୁକ୍ତ ରବିଙ୍କୁ କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri