ବାରିପଦାରେ ନକଲି ଆର୍‌ଆଇ ଅଟକ

ବାରିପଦା ଅଫିସ,୨୦ା୨- ମୟୂରଭଞ୍ଜ ଜିଲା ବାରିପଦା ସର୍କଲ-୧ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରୁ ବୁଧବାର ରାତିରେ ଜଣେ ନକଲି ଆର୍‌ଆଇଙ୍କୁ ଟାଉନ ଥାନା ପୋଲିସ କାବୁ କରିଛି। ତାଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରା ଉଚରା ଜାରି ରଖିଛି।
ପୋଲିସ ସୂଚନା ଅନୁଯାୟୀ, ରାତି ୮ଟା ବେଳେ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସାମ୍ନାପଟ ବନ୍ଦ ଥିବା ବେଳେ ପଛ ପଟ ଦ୍ୱାର ଖୋଲି ଜଣେ ବ୍ୟକ୍ତି ଭିତରେ ପ୍ରବେଶ କରିଥିଲେ। ସେ ନିଜକୁ ଆରଆଇ ବୋଲି ପରିଚୟ ଦେଇ ସର୍କଲ-୧ ଆରଆଇଙ୍କ ସିଟ୍‌ରେ ବସି ସ୍ଥାନୀୟ ଜଣେ ବ୍ୟକ୍ତିଙ୍କୁ ଉତ୍ତରାଧିକାରୀ ପ୍ରମାଣପତ୍ର ଦେବା ପାଇଁ କାଗଜପତ୍ର ପ୍ରସ୍ତୁତ କରୁଥିଲେ। ତେବେ ବାରିପଦା ଟାଉନଥାନା ପୋଲିସ କୌଣସି ସୂତ୍ରରୁ ଖବର ପାଇ ସେଠାରେ ଚଢାଉ କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ କାବୁ କରି ଥାନାକୁ ଧରି ଆଣିଥିଲେ। ଧରା ପଡ଼ିଥିବା ନକଲି ଆରଆଇଙ୍କଠାରୁ ପୋଲିସ ୨ଟି ଲାପ୍‌ଟପ ଓ ସେ ବ୍ୟବହାର କରିଥିବା ବାଇକ୍‌ ଜବତ କରିଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ସ୍ପଷ୍ଟ ଦିବାଲୋକରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନଗହଣା, ଘର ଆଗରେ କାର୍‌ ରଖି…

ମୋରଡ଼ା,୧୪ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜାଠାରେ ଜଣଙ୍କ ଘରୁ ଦୁର୍ବୃତ୍ତମାନେ ଲୁଟ୍‌ କରିଥିବାର ଜଣାପଡ଼ିଛି। ସୂଚନା ମୁତାବକ, ଉକ୍ତ ଗ୍ରାମର ଆଲାଦି ଟୁଡୁ…

ମୋରଡ଼ାରେ ଭାରତ ବନ୍ଦର ପ୍ରଭାବ

ମୋରଡ଼ା,୧୨ା୨(ସ୍ମାରକ ମାଜୀ): ଗୁରୁବାର ସିପିଆଇ(ଏମ୍‌)ର ଶ୍ରମିକ, କୃଷକ ଓ କ୍ଷେତ ମଜଦୁର ସଂଘ ତରଫରୁ ବିଭିନ୍ନ ଦାବି ନେଇ ଭାରତ ବନ୍ଦ ଡାକରା ଦିଆଯାଇଛି ଦିଆଯାଇଛି। ଫଳରେ…

ଜିରିଡା ପୋଲ ଉପରୁ ୪୦ ଫୁଟ ତଳକୁ ଡେଇଁ ପଡ଼ିଲେ ମହିଳା, ତାପରେ…

ଉଦଳା,୧୧।୨(ସନ୍ତୋଷ କୁମାର ବାଚ୍ଛିନୀ): ପୋଲ ଉପରୁ ନଦୀକୁ ଡେଇଁ ପଡିଲେ ମହିଳା। ନଦୀରେ ଥିବା ମାଛ ଧରାଳି ତାଙ୍କୁ ଉଦ୍ଧାର କରିଛନ୍ତି । ଏଭଳି ଘଟଣା ଘଟିଛି…

ଭାଇର ମୃତ୍ୟୁ ଖବର ଶୁଣି ଟଳିପଡିଲେ ବଡ଼ ଭାଇ, ଜଳିବ ଦୁଇ ଭାଇଙ୍କ ଜୁଇ, ଦୁଃଖରେ ଭାଙ୍ଗିପଡିଛି ପରିବାର

ମୋରଡା,୧୧।୨(ସ୍ମାରକ ମାଜୀ): ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରୁନଥିଲେ। ଦୁଇ…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ସ୍କୁଟିକୁ ପିଟିଲା କାର: ୭ ଗୁରୁତର

ବାରିପଦା,୯।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ଉପକଣ୍ଠ ବେତନଟୀ ଥାନା  ଅଧିନ ୧୮ନଂ ଜାତୀୟ ରାଜପଥ ବୁଢ଼ୀଖମାରଠାରେ ଏକ ଦୁର୍ଘଟଣା ଘଟିଛି । ସୋମବାର ଅପରାହ୍ନରେ…

ପୁଣି ଖସିଲା ପାରଦ, ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀ ରେକର୍ଡ

ବାରିପଦା,୮।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି । ଉପରବାରହାକାମୁଡାରେ ତାପାମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri