ବାରବାଟୀ ଦିନିକିଆ: ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଗୃହ ରାଷ୍ଟ୍ର ମନ୍ତ୍ରୀ

କଟକ ଅଫିସ,୭।୧୨: ବାରବାଟୀରେ ଆସନ୍ତା ୨୨ ତାରିଖରେ ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ଅନୁଷ୍ଠିତ ହେବ। ମ୍ୟାଚ୍‌ର ସଫଳ ଆୟୋଜନ ପାଇଁ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଏହି କ୍ରମରେ ଶନିବାର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବାରବାଟୀରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ମନ୍ତ୍ରୀ ଡିଜିପି ଏବଂ ସିପିଙ୍କ ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିବା ସୂଚନା ମିଳିଛି।

ପ୍ରକାଶଯୋଗ୍ୟ, ବାତ୍ୟା ‘ଫନୀ’ରେ ଷ୍ଟାଡିୟମର ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଏହାର ପୁନରୁଦ୍ଧାର ପାଇଁ ଗ୍ୟାଲେରୀ, ଫ୍ଲଡଲାଇଟ୍‌ ଏବଂ ଗ୍ରାଉଣ୍ଡ ଆଦିକୁ ପ୍ରସ୍ତୁତ କରାଯାଉଛି। ଅପରପକ୍ଷେ ଗୁରୁବାରଠାରୁ ଅନ୍‌ଲାଇନ୍‌ରେ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା। ପ୍ରଥମ ଦିବସର କିଛି ଘଣ୍ଟାରେ ଉପଲବ୍ଧ ୮୧୫୦ଟି ଟିକେଟ ବିକ୍ରି ହୋଇଯାଇଥିଲା। ଏଣୁ କ୍ରିକେଟପ୍ରେମୀଙ୍କ ମନରେ ମ୍ୟାଚ୍‌ ପାଇଁ ଉତ୍ସାହ ବହୁତ ରହିଛି ବୋଲି କୁହାଯାଉଛି। ତେବେ ୧୯ ଓ ୨୦ ତାରିଖରେ ଷ୍ଟାଡିୟମର କାଉଣ୍ଟରରେ ଟିକେଟ ବିକ୍ରି ହେବ। ପ୍ରାୟ ୯ହଜାର ଟିକେଟ କାଉଣ୍ଟରରେ ଉପଲବ୍ଧ ରହିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କଟକ: ସନ୍ଧ୍ୟା ୭ରୁ ସକାଳ ୭ ସବୁ ବନ୍ଦ

କଟକ ଅଫିସ,୭ା୫: କଟକରେ ବୁଧବାର ଠାରୁ ଲାଗୁ ହୋଇଛି କର୍ଫ୍ୟୁ ଭଳି ପରିସ୍ଥିତି। ସନ୍ଧ୍ୟା ୭ଟା ପରେ ସାଧାରଣ ଚଳପ୍ରଚଳ ଉପରେ କଡ଼ା କଟକଣା ଲାଗିଛି।...

କାଳିଆ ଟଙ୍କା ନ ଫେରାଇବାକୁ କହିଲେ ପ୍ରଦୀପ୍ତ

ଭୁବନେଶ୍ୱର,୨୭।୭(ବ୍ୟୁରୋ): ରାଜ୍ୟ ସରକାରଙ୍କ କୃଷି ବିଭାଗ ପକ୍ଷରୁ ସବୁ ବ୍ଲକ କୃଷି ଅଧିକାରୀଙ୍କ ପାଖକୁ ଚିଠି ଦିଆଯାଇ ଅଯୋଗ୍ୟ କାଳିଆ ଯୋଜନା ହିତାଧିକାରୀମାନଙ୍କ ନିକଟରୁ ଅର୍ଥ...

ଅଙ୍ଗନଓ୍ବାଡି କର୍ମୀଙ୍କ ମାଧ୍ୟମରେ ଗାଁକୁ ସଂକ୍ରମଣମୁକ୍ତ କରାଯାଇପାରିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୨ା୫ (ବ୍ୟୁରୋ): କେବଳ ଛୋଟପିଲା ଓ ଗର୍ଭବତୀ ମା’ଙ୍କ ପୋଷଣ ତଥା ସ୍ବାସ୍ଥ୍ୟରକ୍ଷା ପାଇଁ ନୁହେଁ, ବରଂ କୋଭିଡ୍‌ ପରିସ୍ଥିତି ମଧ୍ୟରେ ଗତ ଏକ...

ବାଇକ୍‌କୁ ଧକ୍କା ଦେଲା କାର୍‌: ୨ ଗୁରୁତର

ରାୟଗଡ଼ା ଅଫିସ,୧।୧: ରାୟଗଡ଼ା ସହରର ସିରିଗୁଡ଼ା ନିକଟରେ ଥିବା ଜୟଗୁରୁ ମନ୍ଦିର ସମ୍ମୁଖରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ଏକ କାର୍‌ (ଓଡି୧୮ଡି ୭୭୪୭) କୋରାପୁଟ...

କଟକ ଆବର୍ଜନାରେ ବେଣ୍ଟୁଆବାସୀ ଅତିଷ୍ଠ

ନରାଜ, ୧୩।୭ (ଡି.ଏନ୍‌.ଏ.): କଟକ ଜିଲା ବାରଙ୍ଗ ବ୍ଲକ ମୁଣ୍ଡଳି ପଞ୍ଚାୟତର ବେଣ୍ଟୁଆ ଗ୍ରାମବାସୀ ଅଳିଆ ଆବର୍ଜନା ଗନ୍ଧରେ ଛଟପଟ ହେଉଛନ୍ତି। ୧୨ ବର୍ଷ ହେବ...

ଜଗତ୍‌ସିଂହପୁର ଜିଲା ପ୍ରାଥମିକ ବିଦ୍ୟାଳୟ କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି

ଜଗତ୍‌ସିଂହପୁର ଅଫିସ, ୭ା୧: କେନ୍ଦ୍ର ଓ ରାଜ୍ୟ ସରକାର ବିଦ୍ୟାଳୟସ୍ତରରେ କ୍ରୀଡ଼ାର ବିକାଶ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଏହି ଅନୁଯାୟୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କ...

ଆଇଏଏସ୍‌ ଅଫିସରଙ୍କୁ ମେଡିକାଲ ଦାୟିତ୍ୱ

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ସାରା ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମି, ରକ୍ଷଣାବେକ୍ଷଣ, ସାମଗ୍ରିକ ପ୍ରଦର୍ଶନ ଇତ୍ୟାଦି ସମ୍ପର୍କିତ କାର୍ଯ୍ୟର ସଂଯୋଜନା ପାଇଁ ବୁଧବାର ୧୦ ଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ...

ଗଞ୍ଜାମରେ ଘରକୁ ସ୍ବାସ୍ଥ୍ୟ ସ୍କ୍ରିନିଂ ଆରମ୍ଭ: ୨୦୨୧ଟି ଟିମ୍‌ ସାମିଲ

ଛତ୍ରପୁର,୧୯।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଘରକୁ ଘର ଯାଇ ସ୍ବାସ୍ଥ୍ୟ ସ୍କ୍ରିନିଂ ଆରମ୍ଭ ହୋଇଛି। ଆଶା କର୍ମୀ, ସ୍ବଚ୍ଛସାଥୀ, ସୁପରଭାଇଜରମାନେ ଏହି କାର୍ଯ୍ୟ ତ୍ୱରାନ୍ବିିତ କରୁଥିବା ଜିଲାପାଳ...

Advertisement


Archives

Model This Week