Posted inଖେଳ

ବାରବାଟୀ ଦିନିକିଆ: ଆଉ ୧୮ଦିନ; ଅନଲାଇନ୍‌ରେ ବିକ୍ରି ହେବ ୮୧୫୦ ଟିକେଟ୍‌

କଟକ ଅଫିସ,୪ା୧୨- ଭାରତ-ଓ୍ବେଷ୍ଟଇଣ୍ଡିଜ ଅନ୍ତର୍ଜାତୀୟ ଏକଦିବସୀୟ କ୍ରିକେଟ ମ୍ୟାଚ୍‌ ପାଇଁ ଆସନ୍ତା ୫ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନଲାଇନ୍‌ରେ ଟିକେଟ ବିକ୍ରି ହେବ। ଟିକେଟ www.paytm.com ଏବଂ www.insider.inରେ ଉପଲବ୍ଧ ହେବ। ପୂର୍ବରୁ ୯୨୦୦ ଟିକେଟ ଅନଲାଇନରେ ବିକ୍ରି ହେଉଥିବା ବେଳେ ଚଳିତବର୍ଷ ୮୧୫୦ଟି ଟିକେଟ ଅନଲାଇନରେ ବିକ୍ରି କରାଯିବାକୁ ଧାର୍ଯ୍ୟ କରାଯାଇଛି। ତେବେ ଦର୍ଶକମାନଙ୍କୁ ପ୍ରତ୍ୟେକ ଟିକେଟର ମୂଳ ରାଶି ସହ ୧୮ପ୍ରତିଶତ ଜିଏସ୍‌ଟି ଟ୍ୟାକ୍ସ ଦେବାକୁ ପଡ଼ିବ। ଅନଲାଇନ ଜରିଆରେ ଗ୍ୟାଲେରୀ ନଂ-୨ଓ ୪ରେ ୩୦୦୦ ଲେଖାଏ ଟିକେଟ ଉପଲବ୍ଧ ଅଛି। ଏହି ଟିକେଟର ମୂଲ୍ୟ ୫୦୦ଟଙ୍କା ରହିଛି। ଗ୍ୟାଲେରୀ ନଂ-୬ର ୧୫୦୦ଟିକେଟ ଅନଲାଇନରେ ବିକ୍ରି ହେବ। ଏହି ଟିକେଟର ମୂଲ୍ୟ ୪୦୦ଟଙ୍କା। ଉକ୍ତ ଟିକେଟ କିଣିବାକୁ ହେଲେ ଜିଏସ୍‌ଟି ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ। ଅନଲାଇନରେ ନ୍ୟୁ ପ୍ୟାଭିଲିୟନର ୫୦ଟି ଟିକେଟ ବିକ୍ରି ହେବ ଓ ପ୍ରତ୍ୟେକ ଟିକେଟର ମୂଲ୍ୟ ୫ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି ସ୍ପେସାଲ ଏନକ୍ଲୋଜର ଟିକେଟର ମୂଲ୍ୟ ୩ହଜାର ଥିବା ବେଳେ ଅନଲାଇନରେ ବିକ୍ରି ହେବ ୫୦୦ଟି ଟିକେଟ ଓ ୫ହଜାର ଦର ବିଶିଷ୍ଟ ଏସି ବକ୍ସ ଗ୍ୟାଲେରୀ ଟିକେଟ ଅନଲାଇନରେ ୧୦୦ଖଣ୍ଡ ଉପଲବ୍ଧ ରହିବ। ଆସନ୍ତା ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ କେମ୍ବ୍ରିଜ ସ୍କୁଲରୁ ଅନଲାଇନ୍‌ ଟିକେଟ୍‌ କ୍ରେତାମାନେ ଅରିଜିନାଲ ଟିକେଟ ହାସଲ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଦଳ ପାଇଁ ପୁଣି ଏକାଠି ଖେଳିଲେ ଦୁଇ ଭାଇ

ଗୁୟାନା,୭।୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚରେ ଭାରତ ବିଜୟୀ ହୋଇଛି। ସ୍ଥାନୀୟ ପ୍ରୋଭିଡେନ୍ସ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଭାରତ ୫ଟି...

କୋଲକାତାକୁ ହରାଇଲା ମୁମ୍ବାଇ

ଆବୁଧାବି, ୨୪।୯- ଅଧିନାୟକ ରୋହିତ ଶର୍ମାଙ୍କ ଦ୍ରୁତ ଅର୍ଦ୍ଧଶତକ ପରେ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ବୁଧବାର...

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ,୧୪।୭: ପୂର୍ବତନ କ୍ରିକେଟର ୟଶ୍‌ପାଲ ଶର୍ମାଙ୍କ ଦେହାନ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କ୍ରିକେଟ ଜଗତ ଓ ସମାଜର ବିଭିନ୍ନ ବର୍ଗରୁ...

ଆର୍ସେନାଲ ଖେଳାଳିଙ୍କୁ ଲୁଟିଥିବା ଅପରାଧିଙ୍କୁ ୧୦ ବର୍ଷ ଜେଲ୍‌

ଲଣ୍ଡନ,୯।୧୧(ଏଏଫ୍‌ପି)- ହାତରେ ମାରଣା ଅସ୍ତ୍ର ଧରି ଆର୍ସେନାଲ ଫୁଟ୍‌ବଲ ଖେଳାଳି ମେସୁଟ ଓଜିଲ ଓ ସିଡ୍‌ କୋଲାସିନାକଙ୍କୁ ଲୁଟିଥିବା ଅପରାଧିଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ...

ପନ୍ତଙ୍କୁ ନେଇ ଏହି ବଡ଼ ବୟାନ ଦେଲେ ରୋହିତ ଶର୍ମା, କହିଲେ…

ଅହମ୍ମଦାବାଦ,୬।୩: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ୧୧୮ ବଲ୍‌ରେ ୧୦୧ରନ୍‌ କରି ଭାରତକୁ ମଜଭୂତ ସ୍ଥିତିକୁ ଆଣିଥିଲେ କ୍ରିକେଟର ରିଷଭ ପନ୍ତ। ଏହାକୁ ନେଇ ତାଙ୍କର...

ଚାପରେ ନ୍ୟାଶନାଲ ରାଇଫଲ ଆସୋସିଏଶନ

ନୂଆଦିଲ୍ଲୀ, ୨ା୪ (ପି.ଟି.)-କୋଭିଡ୍‌-୧୯ ଯୋଗୁ ନୂଆଦିଲ୍ଲୀରେ ହେବାକୁଥିବା ଶୁଟିଂ ବିଶ୍ୱକପ୍‌କୁ ବାତିଲ କରିବା ଲାଗି ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆର୍‌ଏଆଇ) ଉପରେ ଦିନକୁ...

ଧୋନୀଙ୍କ ରେକର୍ଡ ଭାଙ୍ଗିଲେ କୋହଲି

କୋଲକାତା,୨୪।୧୧- ଦେଶର ପ୍ରଥମ ଭାରତୀୟ ଅଧିନାୟକ ଭାବେ ବିରାଟ କୋହଲି ରବିବାର କ୍ରମାଗତ ୭ ଟେଷ୍ଟ ଜିତି ରେକର୍ଡ କରିଛନ୍ତି। ବାଂଲାଦେଶ ବିପକ୍ଷ ଦ୍ୱିତୀୟ ତଥା...

ଇଞ୍ଜୁରୀ କାରଣରୁ ୨୦୨୧ ଆରମ୍ଭ ପର୍ଯ୍ୟନ୍ତ ଫେଡରର ଖେଳିବେନି

ଲଣ୍ଡନ,୧୦।୬(ଏପି): ଚଳିତ ୨୦୨୦ ବର୍ଷରେ ଆୟୋଜନ ହେବାକୁ ଥିବା ବାକି ଟୁର୍ନାମେଣ୍ଟଗୁଡିକରୁ ବାଦ୍‌ ପଡିଛନ୍ତି ସୁଇଜରଲାଣ୍ଡ ଅଭିଜ୍ଞ ଟେନିସ୍‌ ତାରକା ରୋଜର ଫେଡରର। ଡାହାଣ ଆଣ୍ଠୁରେ...

Advertisement
Archives

Model This Week