ବାରପାହାଡ଼ ଫେରୁଛନ୍ତି ହାତୀପଲ: ଚିନ୍ତାରେ ଚାଷୀ

ଭଟ୍‌ଲି,୨୬ା୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବାରପାହାଡ଼ ଜଙ୍ଗଲରୁ ଛତିଶଗଡ଼ ଜଙ୍ଗଲକୁ ଚାଲିଯାଇଥିବା ହାତୀପଲ ଶନିବାର ପୁଣିଥରେ ବାରପାହାଡ଼ ଜଙ୍ଗଲମୁହାଁ ହୋଇଛନ୍ତି। ବିଗତ ୩ଦିନ ଧରି ଭଟ୍‌ଲି ବନ ବିଭାଗ ହାତୀପଲ ଫେରୁଥିବା ଖବର ପାଇ ସଜାଗ ରହିଥିଲେ। ଶନିବାର ସକାଳୁ ଉକ୍ତ ହାତୀପଲ ମଧ୍ୟରୁ ୨ ବଣୁଆ ହାତୀ ଭଟ୍‌ଲି ବ୍ଲକ୍‌ ବାରପାହାଡ଼ ପାଦଦେଶରେ ଥିବା ଜିରାତରା ନିକଟରେ ରହିଥିବା ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଏହି ୨ଟି ହାତୀ ନୂଆଁଗଡ଼ ଗ୍ରାମ ହାଇସ୍କୁଲର ପ୍ରାୟ ୨୦ ଫୁଟ ପାଚେରି ଭାଙ୍ଗିଦେଇଥିବା ବେଳେ ଅନେକ ଚାରା ନଷ୍ଟ କରିଦେଇଛନ୍ତି। ଏହାସହ ଗ୍ରାମର ଭୋଜରାଜ ସା ଏବଂ ସୁଦାମ ସାହୁଙ୍କ ଧାନ ଫସଲ ନଷ୍ଟ କରିଥିବା ଜଣାପଡ଼ିଛି। ପରେ ସେମାନେ ଭଟ୍‌ଲି ନିକଟସ୍ଥ ଗୋପାଳପୁର ଦେଇ ଯିବା ବେଳେ ଅନେକ ବିଲରେ ଥିବା ଧାନ ଫସଲ ନଷ୍ଟ କରିଥିବା ଖବର ମିଳିଛି। ଏ ନେଇ ଚାଷୀ ଚିନ୍ତାରେ ପଡିଛନ୍ତି। ଏ ସମ୍ପର୍କରେ ଭଟ୍‌ଲି ବନ ବିଭାଗ ରେଞ୍ଜର ରାଜେନ୍ଦ୍ର ଭୋଇଙ୍କୁ ପଚାରିବାରୁ ବର୍ତ୍ତମାନ ଦୁଇଟି ହାତୀଙ୍କୁ ଠାବ କରାଯାଇଛି। ଅନ୍ୟ ହାତୀପଲ ଓଡ଼ିଶା-ଛତିଶଗଡ଼ ସୀମାରୁ ପ୍ରାୟ ୫୦ କିମି ଦୂରରେ ଥିବା କହିଛନ୍ତି। ବନବିଭାଗ ସେମାନଙ୍କ ଗତିବିଧି ଉପରେ ନଜର ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଳି ମର୍ଡର କେସ୍‌: ସିନ୍‌ ରିକ୍ରିଏଶନ କଲା ପୋଲିସ, ଘଟଣାସ୍ଥଳରୁ ଲୁହାରଡ୍‌ ସହ ୩ ଅଭିଯୁକ୍ତ ଦେଖାଇଲେ…

ଆଳି,୭ା୬(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ମହାଦେଇପାଟଣା ଗ୍ରାମର ଗୌରାଙ୍ଗ ହତ୍ୟାକାଣ୍ଡ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ନେଇ ପୋଲିସର ତନାଘନା ଆରମ୍ଭ ହୋଇଛି। ଜିଲା ପୋଲିସ…

CNG ଠାରୁ ବି ଶସ୍ତା ହେଲା ପେଟ୍ରୋଲ! ଦିଲ୍ଲୀରେ ଲିଟର ପ୍ରତି ମାତ୍ର ୮୨ଟଙ୍କାରେ ମିଳିଲା…

ନୂଆଦିଲ୍ଲୀ,୭।୬: ପଶ୍ଚିମ ଏସିଆ (ମିଡିଲ ଇଷ୍ଟ)ରେ ଜାରି ରହିଥିବା ଯୁଦ୍ଧ ଏବଂ ଆକାଶଛୁଆଁ ତେଲ ଦର ମଧ୍ୟରେ ଦିଲ୍ଲୀର ଗାଡ଼ି ଚାଳକଙ୍କ ପାଇଁ ଏକ ବେଶ ଆଶ୍ୱସ୍ତିକର…

ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ଘର ଉପରକୁ ବୋମାମାଡ଼ ଘଟଣା: ବାପି ସର୍ଖେଲଙ୍କୁ ଟାର୍ଗେଟ୍‌ କରି ଏକାଠି ହେଲେ…

ପାରାଦୀପ,୭ା୬(ଶରତ ରାଉତ): ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳଙ୍କ ଘର ଉପରେ ଗତମାସ ୩୦ ତାରିଖରେ ପେଟ୍ରୋଲ ବୋମାମାଡ଼ ହୋଇଥିଲା। ଉକ୍ତ ଘଟଣାକୁ ନେଇ ରବିବାର ପାରାଦୀପ ରାଜନୀତି…

‘ସ୍ବପ୍ନ ପୂରଣ ହେଲା..’, ବିରାଟ କୋହଲିଙ୍କୁ ନେଇ ଏମିତି କଥା କହିଲେ ବୈଭବ ସୂର୍ଯ୍ୟବଂଶୀ, ଏବେ ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୭।୬: ଯଦିଓ RCB GTକୁ ପରାସ୍ତ କରି IPL 2026 ଟାଇଟଲ ଜିତିଥିଲା, କିନ୍ତୁ 19ତମ ସିଜିନ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନ ପାଇଁ ମନେ ରହିବ। ବୈଭବ…

ଦାବି ପୂରଣ ନ ହେଲେ ଆସନ୍ତାକାଲିଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏ ଧାରଣା, ଚେତାବନୀ ଦେଇ…

କେସିଙ୍ଗା,୭ା୬(ତୁମେଶ୍ୱର ସାହୁ): ଅଲ ଓଡ଼ିଶା ରାଇସ୍‌ ମିଲର୍ସ ଆସୋସିଏଶନ ରାଜ୍ୟ ସରକାରଙ୍କୁ ୯ ଦଫା ସମ୍ବଳିତ ଦାବି ନେଇ ଦୀର୍ଘ ଦୁଇବର୍ଷରୁ ଦାବି କରି ଆସୁଛି। କିନ୍ତୁ…

ଅଧିନାୟକ ପଦ ଯିବା ପରେ ସନ୍ୟାସ ନେଲେ ସୂର୍ଯ୍ୟକୁମାର? ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ

ନୂଆଦିଲ୍ଲୀ,୭।୬: ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଟିମ ଇଣ୍ଡିଆର ଇଂଲଣ୍ଡ ଏବଂ ଆୟର୍ଲାଣ୍ଡ ଗସ୍ତ ପାଇଁ ଚୟନ କରାଯାଇ ନଥିଲା। ତାଙ୍କ ସ୍ଥାନରେ ଶ୍ରେୟସ…

ବନ୍ଧୁକ ସହ ଜୀବନ୍ତ ଗୁଳି ଧରି ଚାଲାଣ କରୁଥିଲେ କଫ ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୭।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ଶନିବାର ଚାଲାଣ ବେଳେ କଫ ସିରପ୍‌ ଜବତ କରିଛି। ଏହି କାରବାରରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ…

TMCରେ ବିଦ୍ରୋହ ମଧ୍ୟରେ ମମତାଙ୍କ ବଡ଼ ବଦକ୍ଷେପ, କଟିଲା ଅଭିଷେକଙ୍କ ଡେଣା!

କୋଲକାତା,୭।୬: ପଶ୍ଚିମବଙ୍ଗରେ ପରାଜୟ ପରେ, ତୃଣମୂଳ କଂଗ୍ରେସ ଆଭ୍ୟନ୍ତରୀଣ ଅସନ୍ତୋଷ ସହିତ ସଂଘର୍ଷ କରୁଛି; ଏହାର ଜବାବରେ, ମମତା ବାନାର୍ଜୀ ସମଗ୍ର ସଂଗଠନର ଗଠନକୁ ଭାଙ୍ଗି ଦେଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri