Posted inଜାତୀୟ

ବାବ୍ରୀ ମସ୍‌ଜିଦ ଭଙ୍ଗ ମାମଲା: ୯ ମାସ ମଧ୍ୟରେ ରାୟ ଦିଅ; ସ୍ବତନ୍ତ୍ର ବିଚାରପତିଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୦ା୭(ପି.ଟି.) : ବହୁଚର୍ଚ୍ଚିତ ବାବ୍ରୀ ମସ୍‌ଜିଦ ଭଙ୍ଗ ମାମଲାର ଶୁଣାଣି କରୁଥିବା ସ୍ବତନ୍ତ୍ର ବିଚାରପତି ଆଗାମୀ ୯ ମାସ ମଧ୍ୟରେ ରାୟ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ, ମୁରଲୀ ମନୋହର ଜୋଷୀ, ଉମା ଭାରତୀ , ବିନୟ କଟିଆର୍‌ , ସାଧ୍ୱୀ ଋତମ୍ବରା ପ୍ରମୁଖ ଅଛନ୍ତି।
ଆର୍‌.ଏଫ୍‌. ନରିମନ୍‌ ଓ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ରାଜନୈତିକ ସମ୍ବେଦନଶୀଳ ମାମଲାର ରେକର୍ଡ଼ିଂ ତଥ୍ୟ ୬ ମାସ ମଧ୍ୟରେ ଶେଷ କର। ଏଥିସହ ସେପ୍ଟେମ୍ବର ୩୦ରେ ଅବସର ଗ୍ରହଣ କରିବାକୁ ଥିବା ସ୍ବତନ୍ତ୍ର ବିଚାରପତିଙ୍କ କାର୍ଯ୍ୟକାଳ ବୃଦ୍ଧି ଲାଗି ୪ ସପ୍ତାହ ମଧ୍ୟରେ ଉଚିତ ନିର୍ଦ୍ଦେଶନାମା ଜାରି କରିବା ଲାଗି ଖଣ୍ଡପୀଠ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ଶୁଣାଣି ଶେଷକରିବା ଓ ଚୂଡ଼ାନ୍ତ ରାୟ ଦେବା ଲାଗି ସ୍ବତନ୍ତ୍ର ବିଚାରପତିଙ୍କ କାର୍ଯ୍ୟକାଳ ବୃଦ୍ଧିକରାଯାଉଥିବା ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି। କାର୍ଯ୍ୟକାଳ ବୃଦ୍ଧି ସମୟରେ ସେ ଆଲ୍ଲାହାବାଦ ହାଇକୋର୍ଟଙ୍କ ପ୍ରଶାସନିକ ନିୟନ୍ତ୍ରଣରେ ରହିବେ। ଏଠାରେ ସୂଚନାଯୋଗ୍ୟ ଯେ, ଗତ ସୋମବାର ସ୍ବତନ୍ତ୍ର ଅଦାଲତ ମାମଲା ଶେଷ କରିବା ଲାଗି ସୁପ୍ରିମକୋର୍ଟଙ୍କୁ ଅଧିକ ୬ ମାସ ସମୟ ମାଗିଥିଲେ।
ବାବ୍ରୀ ମସ୍‌ଜିଦ ଭଙ୍ଗ ମାମଲାରେ ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ଗିରିରାଜ କିଶୋର, ବିଶ୍ୱ ହିନ୍ଦୁ ପରିଷଦ ନେତା ଅଶୋକ ସିଂଘଲ ଓ ବିଷ୍ଣୁହରି ଡାଲମିଆ ଶୁଣାଣି ଚାଲିଥିବାବେଳେ ପ୍ରାଣ ହରାଇଥିଲେ। ସେମାନଙ୍କ ନାମ ଏବେ ମାମଲାରୁ ହଟାଇ ଦିଆଯାଇଛି। ବାବ୍ରୀ ମସ୍‌ଜିଦ ଭଙ୍ଗବେଳେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା କଲ୍ୟାଣ ସିଂ ଏବେ ରାଜସ୍ଥାନ ରାଜ୍ୟପାଳ ଥିବାରୁ ସମ୍ବିଧାନ ଦୃଷ୍ଟିରୁ କାର୍ଯ୍ୟକାଳ ଶେଷ ପର୍ଯ୍ୟନ୍ତ ତାଙ୍କୁ ଏଥିରେ ସାମିଲ କରାଯାଇ ପାରିବ ନାହିଁ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri