Posted inଖେଳ

ବାବର ଆଜମଙ୍କ ଲୋକପ୍ରିୟତା ଯୋଗୁ ସମରସେଟ୍‌ ଓ୍ବେବସାଇଟ୍‌ ଅଚଳ

କରାଚୀ,୭।୮- ପାକିସ୍ତାନ ବ୍ୟାଟ୍ସମ୍ୟାନ ବାବର ଆଜମ ବର୍ତ୍ତମାନ କାଉଣ୍ଟି କ୍ଲବ ସମରସେଟ୍‌ ପାଇଁ ଖେଳୁଛନ୍ତି। ତାଙ୍କ ଲୋକପ୍ରିୟତା ଯୋଗୁ କ୍ଲବର ଓ୍ବେବସାଇଟ୍‌ ଅଚଳ ହୋଇଯାଇଛି। ସମରସେଟ୍‌ କ୍ଲବ ତା’ର ସମସ୍ତ ମ୍ୟାଚ୍‌ର ସିଧାପ୍ରସାରଣ ନିଜ ଓ୍ବେବସାଇଟ୍‌ରେ କରାଯାଏ। ଦଳର ପ୍ରଥମ ଟି୨୦ ବେଳେ ପାକିସ୍ତାନର ପ୍ରଶଂସକମାନେ ଷ୍ଟାର ବ୍ୟାଟ୍ସମ୍ୟାନଙ୍କ ବ୍ୟାଟିଂ ଦେଖିବା ପାଇଁ ଓ୍ବେବସାଇଟ୍‌ ଷ୍ଟ୍ରିମ କରିବାକୁ ଉଦ୍ୟମ କରିଥିଲେ। ଏତେ ମାତ୍ରରେ ପାକିସ୍ତାନ ପ୍ରଶଂସକମାନେ ଷ୍ଟ୍ରିମ କରିବାରୁ ଓ୍ବେବସାଇଟ୍‌ ଅଚଳ ହୋଇଯାଇଥିଲା। ଏଥିନେଇ କ୍ଲବର ଡିଜିଟାଲ ମାର୍କେଟିଂ ଏକ୍‌ଜିକ୍ୟୁଟିଭ ବେନ ଓ୍ବାରେନ ଆଗାମୀ ମ୍ୟାଚ୍‌ ପୂର୍ବରୁ ଓ୍ବେବସାଇଟ୍‌କୁ ଉନ୍ନତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାଫଳରେ ଓ୍ବେବସାଇଟ୍‌ର ସର୍ଭରର କ୍ଷମତା ବୃଦ୍ଧି ପାଇବ। ଆଶାନୁଯାୟୀ, ସମରସେଟ ତା’ର ପ୍ରଥମ ଘରୋଇ ମ୍ୟାଚ୍‌ରେ ସସେକ୍ସଠାରୁ ପରାଜୟ ବରଣ କରିଛି। ବାବର ୮୩ ରନ୍‌ ଇନିଂସ ଖେଳିଥିଲେ। ତାଙ୍କ ଇନିଂସକୁ ୟୁବ୍ୟୁଭରେ ଦେଢ଼ ନିୟୁତ ପ୍ରଶଂସକ ଦେଖିସାରିଛନ୍ତି। ବିଶ୍ୱକପ୍‌ରେ ୪୭୪ ରନ୍‌ କରିଥିବା ୨୪ ବର୍ଷୀୟ ଖେଳାଳି ଟି୨୦ କ୍ରିକେଟ ଶୀର୍ଷ ର଼୍ୟାଙ୍କ ବ୍ୟାଟ୍ସମ୍ୟାନ। ବାବର ସମରସେଟର ପ୍ରଥମ କାଉଣ୍ଟି ଚାମ୍ପିୟନଶିପ ମ୍ୟାଚ୍‌ ପାଇଁ ଉପଲବ୍ଧ ରହିବା ନେଇ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri