Posted inଫୁରସତ

ବାପା ଚଢେଇ

ଜୀବଜଗତରେ ଅନେକ ଅଜବ ପ୍ରାଣୀ ଅଛନ୍ତି। ସେମିତି ଏକ ପ୍ରାଣୀ ହେଉଛି ଆଫ୍ରିକୀୟ ଜାକାନା ଚଢେଇ। ଏହା ସାଧାରଣତଃ ଆର୍ଦ୍ର ଅଞ୍ଚଳରେ ରହେ। ପାଣି ଉପରେ ତଥା ପାଣିରେ ଭାସମାନ କଇଁ, ପଦ୍ମ ପତ୍ର ଉପରେ ଏହା ଚାଲିପାରେ। ଲମ୍ବା ଲମ୍ବା ପତଳା ଗୋଡ ସାଙ୍ଗକୁ ୭ ସେ.ମି ଲମ୍ବର ପଞ୍ଝା ଯୋଗୁ ପାଣି ଉପରସ୍ଥ ପତ୍ର ଉପରେ ଏମାନେ ଚାଲିପାରନ୍ତି। ଅଧିକାଂଶ ସମୟ ଏହି ଚଢେଇ ପାଣିରେ ରହୁଥିବାରୁ ଏହାକୁ ‘ଲିଲି ଟ୍ରଟର୍‌’ ବି କହନ୍ତି। ଏହାବାଦ ଏହି ଚଢେଇ ଏକ ଭଲ ବାପା ମଧ୍ୟ, ଯେକି ଛୁଆଙ୍କ ସୁରକ୍ଷା କବଚ ପାଲଟିଥାଏ। ଆଉ ସେମାନଙ୍କର ସବୁ ଦାୟିତ୍ୱ ବାପା ହିଁ ତୁଲାଇଥାଆନ୍ତି। ବିପଦ ଆସୁଥିବା ଦେଖିଲେ ବାପା ଜାକାନା ପିଲାମାନଙ୍କୁ ନିଜ ଡେଣା ଭିତରେ ଲୁଚାଇ ରଖି ଦିଅନ୍ତି। ପିଲାଙ୍କର ଦେହ ଲୁଚି ଯାଉଥିବାବେଳେ ଗୋଡ ଝୁଲି ରହିଥିବା ଦେଖାଯାଏ। ଯଦ୍ଦ୍ବାରା ବାପା ଚଢେଇର ଅନେକ ଗୋଡ ଥିବା ପରି ଲାଗେ। ବାପା ଜାକାନାର ଛୁଆଙ୍କୁ ବିପଦରୁ ସୁରକ୍ଷା ଦେବାର ଏହି ଦୃଶ୍ୟ ବେଶ୍‌ ହୃଦୟସ୍ପର୍ଶୀ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆରେ ଏକ ହୋଟେଲ ରୁମ୍‌ର ମୂଲ୍ୟ କେତେ? ଗୋଟିଏ ସପ୍ତାହ ରହିଲେ କେତେ ଖର୍ଚ୍ଚ ହୁଏ ଜାଣନ୍ତୁ…

ନୂଆଦିଲ୍ଲୀ/କାନ୍‌ବେରା,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି-ରାଷ୍ଟ୍ରୀୟ ଗସ୍ତରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ଯାହା ଦେଶ ବିଷୟରେ ଅଧିକ ଜାଣିବା ପାଇଁ ଇଚ୍ଛାକୁ ବୃଦ୍ଧି କରିଥିଲା। ଅନେକ ଲୋକ…

ପୋଲିସକୁ ଚିହ୍ନିବେ କେମିତି? କନଷ୍ଟେବଳଙ୍କଠାରୁ ଆରମ୍ଭ କରି ଆଇଜି-ଡିଜି ପର୍ଯ୍ୟନ୍ତ ଜାଣନ୍ତୁ ଏହି…

ପୋଲିସ ବିଭାଗରେ ଅନେକ ପଦ ପଦବୀ ରହିଛି। ମାତ୍ର ସାଧାରଣ ଲୋକଟିଏ ଏହି ଖାକି ପୋଷାକରୁ ସେମାନେ କିଏ କେଉଁ ପଦବୀରେ ଅଛନ୍ତି ଜାଣିବା ପାଇଁ ବେଳେବେଳେ…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

ବର୍ଷା ସମୟରେ ଏହି ଗଛ ତଳେ ଠିଆ ହେଲେ ହୋଇପାରେ ମୃତ୍ୟୁ, ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ…

ବିଶ୍ୱରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ଯାହା ମଧ୍ୟରୁ ଅନେକ ଅଦ୍ଭୁତ ଏବଂ କିଛି ଅତ୍ୟନ୍ତ ବିପଦପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri