ବାପାଙ୍କ ସର୍ତ୍ତରେ ପ୍ରେମିକା ଜୟାଙ୍କୁ ହଠାତ୍‌ ବିବାହ କରିଥିଲେ ବିଗ୍‌ ବି

ମୁମ୍ବାଇ: ମହାନାୟକ ଅମିତାଭ ବଚ୍ଚନ ଅଭିନୟ ସାଙ୍ଗକୁ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାର ଶିରୋନାମା ପାଲଟିଥାନ୍ତି। ଏବେ ବି ରେଖାଙ୍କ ସହ ତାଙ୍କ ସମ୍ପର୍କ ଏବଂ ପରେ ଜୟାଙ୍କୁ ବିବାହ କରିବାର ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରେ। ଅମିତାଭ ଜୟାଙ୍କ ସହ ନିଜ ବିବାହକୁ ନେଇ ଟୁଇଟ୍‌ କରି କହିଛନ୍ତି। ଚଳଚ୍ଚିତ୍ର ଜଞ୍ଜିରର ସଫଳତା ପରେ ସେ ଯେତେବେଳେ ଜୟା ଏବଂ ବନ୍ଧୁମାନଙ୍କ ସହ ଲଣ୍ଡନ ଯିବାକୁ ବାହାରିଥିଲେ, ସେତେବେଳେ ପିତା ହରିବଂଶରାୟ ବଚ୍ଚନ ତାଙ୍କ ନିକଟରେ ସର୍ତ୍ତ ରଖିଥିଲେ। ବିବାହ କରି ସାରିବା ପରେ ଉଭୟ ଲଣ୍ଡନ ଯାଇପାରିବେ ବୋଲି ସେ କହିଥିଲେ। ଏଣୁ ବୁଲିବାକୁ ଯିବା ପୂର୍ବରୁ ଅର୍ଥାତ ୩ ଜୁନ୍‌ ୧୯୭୩ରେ ଉଭୟଙ୍କ ବିବାହ ହୋଇଥିଲା । ଉଭୟ ସେହିଦିନ ହନିମୁନ୍‌ ଲାଗି ଲଣ୍ଡନ ଯାଇଥିଲେ।
ଅମିତାଭ ଜୟାଙ୍କୁ ଫିଲ୍ମର ଶୁଟିଂ ସମୟରେ ଭେଟିଥିଲେ। ଉଭୟ ଏକାଠି କାମ କରିବା ସମୟରେ ପ୍ରେମରେ ପଡ଼ିଥିଲେ। ପରେ ଦୁହେଁ ଦୁହିଁଙ୍କୁ ଭେଟିବା ଏକ ଅଭ୍ୟାସରେ ପରିଣତ ହୋଇଯାଇଥିଲା। ଜୟା ଅନ୍ୟ ଫିଲ୍ମର ଶୁଟିଂରେ ବ୍ୟସ୍ତ ଥିବା ବେଳେ ଅମିତାଭ ସେଠାରେ ପହଞ୍ଚି ଯାଉଥିଲେ। ମାତ୍ର ଉଭୟଙ୍କ ବିବାହ ହଠାତ୍‌ ହୋଇଥିଲା। ପ୍ରେମିକା ହିସାବରେ ନୁହେଁ ବରଂ ସ୍ତ୍ରୀ ଭାବେ ଅମିତାଭଙ୍କ ସହ ଜୟା ବୁଲିବାକୁ ଯାଇପାରିବେ ବୋଲି ବାପାଙ୍କ ସର୍ତ୍ତକୁ ରଖିଥିଲେ ବିଗ୍‌ ବି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ଛାତ୍ରୀଙ୍କୁ ଘାରିଛି ଭୂତଭୟ, ଜଣଙ୍କ ପରେ ଜଣେ ହଠାତ୍‌ ତଳେପଡ଼ି ଗପୁଛନ୍ତି ଏଣୁତେଣୁ, ଆଜି ମେଡିକାଲ ଟିମ୍‌ ପହଞ୍ଚି…

ମହାକାଳପଡ଼ା,୧୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଦେଉଳପଡ଼ାସ୍ଥିତ ଗଜେଶ୍ୱର ବିଦ୍ୟାପୀଠରେ ୭ଜଣ ଛାତ୍ରୀଙ୍କୁ ଭୂତ ଭୟ ଘାରିଛି ବୋଲି କୁହାଯାଉଛି। ଏହି ବିଦ୍ୟାଳୟକୁ ନିକଟବର୍ତ୍ତୀ…

ଆବୁଧାବି ନିବେଶକ ସମ୍ମିଳନୀରେ ରୁଚି

କଟକ,୧୧ା୯(କାର୍ତ୍ତିକ ସାହୁ): ୟୁନାଇଟେଡ୍‌ ଆରବ ଏମିରେଟ୍ସର ଆବୁଧାବି ଓ ଦୁବାଇ ଠାରେ ଆରମ୍ଭ ହୋଇଛି ଓଡ଼ିଶା ନିବେଶକ ସମ୍ମିଳନୀ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶିଳ୍ପମନ୍ତ୍ରୀ…

କମାଲ୍‌ କଲେ କୁଲଦୀପ ଯାଦବ: ୧୦ ଉଇକେଟ୍‌ ନେଇ ରଚିଲେ ଇତିହାସ

ଲଣ୍ଡନ,୧୧।୯:ଇଂଲଣ୍ଡରେ କୁଲଦୀପ ଯାଦବ ପୁଣିଥରେ ନିଜର ସ୍ପିନ ବୋଲିଂର ଯାଦୁ ଦେଖାଇ ୟର୍କଶାୟରକୁ ଏସେକ୍ସ ବିପକ୍ଷରେ ଏକ ଚମତ୍କାର ବିଜୟ ଦେଇଛନ୍ତି। ଏହି ମ୍ୟାଚରେ କୁଲଦୀପ ଏସେକ୍ସର…

ଟେଷ୍ଟ କ୍ରିକେଟ୍‌ର ଇତିହାସ ବଦଳାଇଦେଲେ ଏହି କ୍ରିକେଟର୍‌: ସମସ୍ତଙ୍କୁ ପଛରେ ପକାଇ ହାସଲ କଲେ ବଡ଼ ରେକର୍ଡ

ନୂଆଦିଲ୍ଲୀ,୧୧।୯: ଜୋ ରୁଟ ଟେଷ୍ଟ କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଫିଲ୍ଡର ହୋଇପାରିଛନ୍ତି। ପାକିସ୍ତାନ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ ସମୟରେ ସେ ଏହି ସଫଳତା ହାସଲ…

ଜମ୍ବୁରୁ ତାମିଲନାଡୁକୁ ଗୋ’ ଚାଲାଣ, ସ୍ଥାନୀୟ ଦଲାଲଙ୍କ ସହଯୋଗରେ…

ମହାକାଳପଡ଼ା,୧୧ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଜମ୍ବୁ-ବାବର ରାସ୍ତା ନିକଟ ଭାଟେଣୀ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ଟ୍ରକ୍‌(ନଂ. ଟିଏନ…

କନ୍ୟା ରାଶିରେ ବୁଧ-ଚନ୍ଦ୍ରଙ୍କ ଏଣ୍ଟ୍ରି: ଆର୍ଥିକ ସମସ୍ୟାରେ ବୁଡିରହିବେ ୩ ରାଶି, ପାଖରୁ ପଳାଇବ ସବୁ ଧନ!

ଭୁବନେଶ୍ୱର: ସେପ୍ଟେମ୍ବର ୧୧ ସନ୍ଧ୍ୟାରେ ଚନ୍ଦ୍ରମା ସିଂହ ରାଶିରୁ ବାହାରି କନ୍ୟା ରାଶିରେ ପ୍ରବେଶ କରିବେ। କନ୍ୟା ରାଶିରେ ପୂର୍ବରୁ ଅବସ୍ଥାନ କରୁଥିବା ବୁଧ ଗ୍ରହଙ୍କ ସହ…

ଦୁଲୀପ ଟ୍ରଫିରେ ଇଶାନ କିଶନଙ୍କ ଦଳ ଇଷ୍ଟ ଜୋନ ମାଲାମାଲ: ହାରିକି ବି ସାଉଥ ଜୋନ୍‌ ଉପରେ ଟଙ୍କା ବର୍ଷା, ଜାଣନ୍ତୁ କାହାକୁ ମିଳିଲା କେତେ…

ନୂଆଦିଲ୍ଲୀ , ୧୧।୯: ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଡ୍ର’ରେ ଶେଷ ହୋଇଥିଲେ ମଧ୍ୟ ପ୍ରଥମ ଇନିଂସ୍‌ରେ ବଡ଼ ଅଗ୍ରଣୀ ଯୋଗୁ ଇଷ୍ଟ ଜୋନ ଚାମ୍ପିଅନ…

ମ୍ୟାଚ ଜିତିବା ପରେ ଖୁସିରେ ଗଦ୍‌ଗଦ୍‌ ହୋଇଗଲେ ବୈଭବ, ଶାମିଙ୍କୁ ଦେଲେ ବଡ଼ ଉପହାର: ଦେଖିକି ଭାବପୂର୍ଣ୍ଣ ହୋଇଗଲେ…

ନୂଆଦିଲ୍ଲୀ , ୧୧।୯: ମ୍ୟାଚ ଜିତିବା ପରେ ପଡ଼ିଆରେ ହେଉଥିବା ସେଲିବ୍ରେଶନ ଯେତିକି ଖାସ, ତାଠାରୁ ଅଧିକ ସ୍ମରଣୀୟ ହୋଇଥାଏ ଡ୍ରେସିଂ ରୁମ୍‌ର ଖୁସିର ମୁହୂର୍ତ୍ତ। ଦୀର୍ଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri