ବାପାଙ୍କୁ ନୂଆ ଜୀବନ ଦେଲା ପୁଅ

ଭୁବନେଶ୍ୱର, ୭ା୩ (ବ୍ୟୁରୋ): ସମ୍‌ ହସ୍ପିଟାଲରେ ରାଜ୍ୟର ପ୍ରଥମ ଲିଭର ପ୍ରତିରୋପଣ ହୋଇଛି। ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳର ୫୫ବର୍ଷ ବୟସ୍କ ଜୟନ୍ତ ବିଶ୍ୱାଳଙ୍କ ଶରୀରରେ ତାଙ୍କ ପୁଅ ସୌମ୍ୟ ରଞ୍ଜନ ଦାନ କରିଥିବା ଲିଭରର କିଛି ଅଂଶକୁ ଡାକ୍ତରମାନେ ସଫଳତାର ସହ ପ୍ରତିରୋପଣ କରିଛନ୍ତି। ଦୀର୍ଘ ୯ଘଣ୍ଟାର ଅପରେଶନ ପରେ ଉଭୟ ପିତା ପୁତ୍ର ଆଇସିୟୁରେ ଥିଲେ ମଧ୍ୟ ନିରାପଦ ରହିଥିବା ସମ୍‌ ହସ୍ପିଟାଲ୍‌ର ଗ୍ୟାଷ୍ଟ୍ରୋଏଣ୍ଟୋରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡା. ମନୋଜ କୁମାର ସାହୁ କହିଛନ୍ତି। ହସ୍ପିଟାଲ ପକ୍ଷରୁ ଶୁକ୍ରବାର ଭୁବନେଶ୍ୱରର ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଡା. ସାହୁ ଏହି ସୂଚନା ଦେଇଛନ୍ତି। ରାଜ୍ୟର ଏହି ପ୍ରଥମ ଲିଭର ପ୍ରତିରୋପଣ ଅସ୍ତ୍ରୋପଚାର ସମ୍‌ ହସ୍ପିଟାଲ ପକ୍ଷରୁ ସମ୍ପୂର୍ଣ୍ଣ ମାଗଣାରେ କରାଯାଇଥିବାବେଳେ ଏଥିପାଇଁ ପ୍ରାୟ ଦେଢ଼ବର୍ଷ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା। ଏଥିଲାଗି ସମ୍‌ ହସ୍ପିଟାଲ ଓ ହାଇଦ୍ରାବାଦସ୍ଥିତ ଯଶୋଦା ହସ୍ପିଟାଲ ମଧ୍ୟରେ ଏକ ରାଜିନାମା ହୋଇଥିବା ସମ୍‌ ହସ୍ପିଟାଲର ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କହିଛନ୍ତି। ଗୁରୁବାର ଅପରାହ୍ନ ୩ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଜଟିଳ ଅପରେଶନରେ ଯଶୋଦା ହସ୍ପିଟାଲର ୧୩ଜଣିଆ ଟିମ୍‌ଙ୍କ ସମେତ ସମ୍‌ ହସ୍ପିଟାଲର ୪୦ଜଣିଆ ଟିମ୍‌ ସାମିଲ ଥିଲେ। ଯଶୋଦା ହସ୍ପିଟାଲ୍‌ର ମୁଖ୍ୟ ଲିଭର ପ୍ରତିରୋପଣ ସର୍ଜନ୍‌ ପ୍ରଫେସର ଡା. ପି. ବାଲାଚନ୍ଦ୍ରନ୍‌ ମେନନ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପ୍ରତିରୋପଣ କରାଯାଇଥିଲା। ତାଙ୍କୁ ଯଶୋଦା ହସ୍ପିଟାଲ୍‌ର ନିଶ୍ଚେତକ ଏବଂ ଇଣ୍ଟେନ୍‌ସିଭ୍‌ କେୟାରର ନିର୍ଦ୍ଦେଶକ ଡା. ଜି. ଭି. ପ୍ରେମ୍‌ କୁମାର, ସମ୍‌ ହସ୍ପିଟାଲ୍‌ର ଗ୍ୟାଷ୍ଟ୍ରୋଏଣ୍ଟୋରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡା. ମନୋଜ କୁମାର ସାହୁ ଏବଂ ଗ୍ୟାଷ୍ଟ୍ରୋସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ଡା. ପ୍ରେମାନନ୍ଦ ପଟ୍ଟନାୟକ ସହଯୋଗ କରିଥିଲେ।
ସୂଚନା ଅନୁଯାୟୀ, ଜୟନ୍ତ ୨୦୧୬ରେ ହଠାତ୍‌ ଯକୃତଜନିତ ରୋଗରେ ପୀଡ଼ିତ ହୋଇଥିଲେ। ସେ ନନ୍‌ ଆଲକୋହଲିକ୍‌ ଫ୍ୟାଟି ଲିଭର ରୋଗରେ ପୀଡ଼ିତ ହୋଇପଡ଼ିଥିବା ବେଳେ ନିଜ ଜୀବନ ବଞ୍ଚାଇବା ପାଇଁ ଲିଭର ପ୍ରତିରୋପଣ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରାଥମିକ ପର୍ଯ୍ୟାୟରେ ତାଙ୍କ ସ୍ତ୍ରୀ ଅନୀତା ବିଶ୍ୱାଳ ତାଙ୍କ ଲିଭରର କିଛି ଅଂଶ ପ୍ରଦାନ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ମାତ୍ର ତାଙ୍କ ବ୍ଲଡ୍‌ ଗ୍ରୁପ୍‌ ‘ବି’ ପଜିଟିଭ୍‌ ଥିବାରୁ ତାହା ଜୟନ୍ତଙ୍କ ‘ଏ’ ପଜିଟିଭ୍‌ ବ୍ଲଡ୍‌ ଗ୍ରୁପ୍‌ ସହିତ ମିଶି ନ ଥିଲା। ତେବେ ତାଙ୍କର ୧୯ ବର୍ଷୀୟ ଏକମାତ୍ର ପୁଅ ସାୈମ୍ୟ ରଞ୍ଜନଙ୍କର ବ୍ଲଡ୍‌ ଗ୍ରୁପ୍‌ ‘ଓ’ ପଜିଟିଭ୍‌ ହୋଇଥିବାବେଳ ଏହା ଜୟନ୍ତଙ୍କ ବ୍ଲଡ୍‌ ଗ୍ରୁପ୍‌ ସହ ମିଶିଲା। ତେଣୁ ପିତାଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଲିଭରର କିଛି ଅଂଶ ପ୍ରଦାନ କରିବାକୁ ସୌମ୍ୟ ରଞ୍ଜନ ନିଷ୍ପତ୍ତିି ନେଇଥିଲେ। ତାଙ୍କ ନିଷ୍ପତ୍ତି ପରେ ସମ୍‌ ହସ୍ପଟାଲ୍‌ରେ ଏହି ପ୍ରତିରୋପଣ କରାଯିବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ରାଜ୍ୟ ବାହାରେ ଲିଭର ପ୍ରତିରୋପଣ ପାଇଁ ୨୦ରୁ ୨୫ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସମ୍‌ରେ ୧୦ ଲକ୍ଷ ଟଙ୍କାରେ ଏହି ପ୍ରକ୍ରିୟା କରାଯିବ। ତେବେ ଜୟନ୍ତଙ୍କ ଲିଭର ପ୍ରତିରୋପଣ ପ୍ରଥମ ହୋଇଥିବାରୁ ସମ୍‌ ହସ୍ପିଟାଲ୍‌ ପକ୍ଷରୁ ସମ୍ପୂର୍ଣ୍ଣ ମାଗଣାରେ କରାଯାଇଥିବା ଡା. ସାହୁ କହିଛନ୍ତି। ଆସନ୍ତା ୪ରୁ ୫ଦିନ ମଧ୍ୟରେ ପିତା ପୁତ୍ର ଆଇସିୟୁରୁ ପଦାକୁ ଆସିବେ ଏବଂ ଖୁବ୍‌ଶୀଘ୍ର ଆରୋଗ୍ୟ ହୋଇ ଘରକୁ ଫେରିବେ। ଡା. ସାହୁ କହିଛନ୍ତି ଯେ, ଲିଭର ପ୍ରତିରୋପଣ ଏକ ଜଟିଳ ପ୍ରକ୍ରିୟା ହୋଇଥିଲେ ମଧ୍ୟ ଦାନ କରୁଥିବା ବ୍ୟକ୍ତିଙ୍କର କୌଣସି ସମସ୍ୟା ହୁଏ ନାହିଁ। କାରଣ ଚର୍ମ ଭଳି କିଛିଦିନ ମଧ୍ୟରେ ଲିଭର ମଧ୍ୟ ପୂର୍ବାବସ୍ଥାକୁ ଫେରିଆସେ। ସେହିଭଳି ଯାହାଙ୍କ ଠାରେ ଲିଭର ପ୍ରତିରୋପଣ ହୁଏ ସେ ମଧ୍ୟ ଦୀର୍ଘଦିନ ପର୍ଯ୍ୟନ୍ତ ସୁସ୍ଥ ଜୀବନ ଯାପନ କରିଥାନ୍ତି। ରାଜ୍ୟରେ ଲିଭର ଜନିତ ରୋଗ ଗୁରୁତର ସ୍ଥିତିରେ ରହିଛି। ଉପକୂଳ ଓଡ଼ିଶାରେ ୮ ପ୍ରତିଶତ ଲୋକ ଲିଭର ରୋଗରେ ପୀଡିତ ଥିବାବେଳେ ଆଦିବାସୀ ଅଞ୍ଚଳରେ ଏହା ପ୍ରାୟ ୧୩ ପ୍ରତିଶତ ରହିଛି।
ଏହି ଖବରଦାତା ସମ୍ମିଳନୀରେ ଡା. ପ୍ରେମାନନ୍ଦ ପଟ୍ଟନାୟକ, ଯଶୋଦା ହସ୍ପିଟାଲ୍‌ର ସିନିୟର୍‌ ଜେନେରାଲ ମ୍ୟାନେଜର ସନ୍ତୋଷ କୁମାର ସାହୁ, ସୋଆର ଜଏଣ୍ଟ ରେଜିଷ୍ଟ୍ରାର୍‌ ଶଶାଙ୍କ ଶେଖର ମିଶ୍ର, ଯଶୋଦା ହସ୍ପିଟାଲ୍‌ର ସର୍ଜନ୍‌ ଡା. କ୍ରିଷ୍ଣା ଚୈତନ୍ୟ ଏବଂ ଆନେସ୍ଥେସିଷ୍ଟ ଡା. ଶକ୍ତି ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ୨୦୧୩ ଜାନୁୟାରୀ ୨୭ରେ ବୋନ୍‌ ମ୍ୟାରୋ ପ୍ରତିରୋପଣ ସମ୍‌ ହସ୍ପିଟାଲରେ ରାଜ୍ୟରେ ପ୍ରଥମ ଥର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ପରିବାରଲୋକେ କରୁଥିଲେ ନାପସନ୍ଦ, ପ୍ରେମିକଙ୍କୁ ପାଇବାକୁ ଅପହରଣ ନାଟକ ରଚିଥିଲେ ପ୍ରେମିକା, ଏବେ ପୋଲିସ…

ଫୁଲବାଣୀ, ୨ା୧(ରାକେଶ କୁମାର ରାଉତ)- କନ୍ଧମାଳ ଜିଲା ଗୋଛାପଡା ଥାନା ଅଞ୍ଚଳର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ କେତେ ଜଣ ଯୁବକ ତାଙ୍କ ଗାଁ ନିକଟରୁ...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

ନୂଆବର୍ଷ ଦିନ ହୋଇଯାଇଥିଲେ ନିଖୋଜ, ସକାଳୁ ଗଛରେ ଝୁଲୁଥିଲା ମୃତଦେହ; କୋକସରା ପୋଲିସ…

କୋକସରା,୨।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧିନସ୍ଥ ଜୟନ୍ତପୁର ପଞ୍ଚାୟତ ରଏନଗୁଡା ଗ୍ରାମରୁ ଶୁକ୍ରବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର...

ବିଚ୍ଛିନ୍ନତାବାଦୀଙ୍କ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌: ୭ ମୃତ ୨୦ରୁ ଊର୍ଦ୍ଧ୍ୱ ଆହତ

ଦୁବାଇ,୨ା୧: ପୂର୍ବ ୟେମେନ୍‌ରେ ଥିବା ବିଚ୍ଛିନ୍ନତାବାଦୀଙ୍କ କ୍ୟାମ୍ପ ଉପରେ ସାଉଦି ଆରବ ନେତୃତ୍ୱରେ ଶୁକ୍ରବାର ମିଳିତ ଏୟାରଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିବା...

ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଅଜାଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri