ବାଦ ପଡ଼ିବା ପରେ ଜୁଏଲଙ୍କ ପ୍ରତିକ୍ରିୟା: କହିଲେ ଏହା ଗଣତନ୍ତ୍ରର ଏକ ସୁସ୍ଥ ପରମ୍ପରା, ସ୍ବାଭାବିକ ପ୍ରକ୍ରିୟା

ଭୁବନେଶ୍ୱର,୩୧।୫(ବ୍ୟୁରୋ): ମୋଦି ସରକାରଙ୍କ ଦ୍ୱିତୀୟ ପାଳି ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଛନ୍ତି ସୁନ୍ଦରଗଡ଼ ଲୋକ ସଭା ଆସନରୁ ଏମ୍‌ପି ହୋଇଥିବା ଜୁଏଲ୍‌ ଓରାମ। ଉକ୍ତ ଆସନରୁ ବିପୁଳ ଭୋଟରେ ବିଜୟୀ ହେବା ପରେ ଜୁଏଲଙ୍କ ମନ୍ତ୍ରୀ ପଦ ବଜାୟ ରହିବ ବୋଲି ଆଶା କରାଯାଉଥିବା ବେଳେ ତାଙ୍କୁ ସୁଯୋଗ ମିଳିନାହିଁ। ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଜୁଏଲ୍‌। ସେ କହିଛନ୍ତି, ଚଳିତ ଥର ଭାଜପା ୩ଶହରୁ ଊର୍ଦ୍ଧ୍ୱ ଆସନରେ ଜିତିଛି। ସେମାନଙ୍କ ମଧ୍ୟରୁ ୪୦ରୁ ୫୦ଜଣ ମନ୍ତ୍ରୀ ହେବେ। ଏଥର କିଛି ଲୋକଙ୍କୁ ସୁଯୋଗ ମିଳିଛି, କିଛି ଲୋକ ବାଦ ପଡ଼ିଛନ୍ତି। ଗତଥର ମୋତେ ସୁଯୋଗ ମିଳିଥିଲା, ଏଥର ଆଉ କିଛି ଲୋକଙ୍କୁ ମିଳିଛି। ଏହା ଗଣତନ୍ତ୍ରର ଏକ ସୁସ୍ଥ ପରମ୍ପରା। ଏହା ଏକ ସାଧାରଣ ଓ ସ୍ବାଭାବିକ ପ୍ରକ୍ରିୟା। ତାଙ୍କୁ ଦଳ ଯାହା ବି କାମ ଦେଇଛି ତାହା ସେ କରି ଆସିଛନ୍ତି କହିବା ସହ ୫ ବର୍ଷ କ୍ୟାବିନେଟ୍‌ ମନ୍ତ୍ରୀ ହେବା ସୁଯୋଗ ଦେଇଥିବାରୁ ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି।

ପ୍ରକାଶଯୋଗ୍ୟ, ଗୁରୁବାର ଏନ୍‌ଡିଏର ନୂତନ ମନ୍ତ୍ରିମଣ୍ଡଳରେ ସାମିଲ ହେବା ଲାଗି ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କୁ ଫୋନ୍‌ କଲ୍‌ ଆସିଥିଲା। ମାତ୍ର ମନ୍ତ୍ରୀ ଦୌଡ଼ରେ ଥିବା ଜୁଏଲଙ୍କୁ ଆସି ନ ଥିଲା। ଧର୍ମେନ୍ଦ୍ର ନିଜ ସ୍ଥାନ ବଜାୟ ରଖି ଶୁକ୍ରବାର ପୁନର୍ବାର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ବିଭାଗ ମନ୍ତ୍ରୀ ହୋଇଥିବା ବେଳେ ପ୍ରତାପ ଏମ୍‌ଏସ୍‌ଏମ୍‌ଇ, ପ୍ରାଣୀ ସମ୍ପଦ, ମତ୍ସ୍ୟ ଓ ଦୁଗ୍ଧ ବିଭାଗ ମନ୍ତ୍ରୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ଷ୍ଠ ଆକ୍ରାନ୍ତ ଚିହ୍ନଟ ପରେ ସରକାରଙ୍କ ନିଷ୍ପତ୍ତି: କଟକ ସହର ୪୮ ଘଣ୍ଟା ସଟ୍‌ ଡାଉନ୍‌

ଭୁବନେଶ୍ୱର,୩।୪(ବ୍ୟୁରୋ): କରୋନା ମୁକାବିଲାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ରାଜଧାନୀ ଏବଂ ଭଦ୍ରକ ପରେ ଏବେ କଟକ ସହରକୁ ମଧ୍ୟ ୪୮ ଘଣ୍ଟିଆ ସଟ୍‌...

ଆଜି ବିଶ୍ୱ ନୃତ୍ୟ ଦିବସ: ନୃତ୍ୟର ବିବର୍ତ୍ତନ

ଭୁବନେଶ୍ୱର,୨୯।୪-‘ନୃତ୍ୟ’ ଓ ‘ନାଟକ’ ଭାରତୀୟ ସଂସ୍କୃତିର ଦୁଇ ଅବିଚ୍ଛେଦ୍ୟ ଅଙ୍ଗ। ସମୟ ଯେତେ ବଦଳିଲେ ବି, ମଣିଷ ଯେତେ ଆଧୁନିକ ହେଲେ ବି ମନୋରଞ୍ଜନର ଏହି...

ଯାଜପୁର ଜିଲାରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ : ବ୍ରହ୍ମବରଦା ଅଞ୍ଚଳ ସିଲ

ଯାଜପୁର ଅଫିସ/ରସୁଲପୁର,୪।୪(ଡି.ଏନ.ଏ.)-ଯାଜପୁର ଜିଲା ବ୍ରହ୍ମବରଦାରେ ଶୁକ୍ରବାର ରାତିରେ ଜଣେ କରୋନା ଭାଇରସ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହାପରେ ବ୍ରହ୍ମବରଦା ଅଞ୍ଚଳକୁ ସିଲ କରି ଦିଆଯାଇଛି ବୋଲି...

ଜାଗା ମିଶନ ବଢ଼ାଉଛି ଜବରଦଖଲ

ନୟାଗଡ଼ ଅଫିସ,୧୮।୪: ଜବରଦଖଲକୁ ଜାଗା ମିଶନ ଯୋଜନା ପ୍ରୋତ୍ସାହିତ କରୁଛି। ଏହି ଯୋଜନାରେ ୮୦୨ରୁ ୪୯୬ ହିତାଧିକାରୀଙ୍କୁ ଭୂମି ଯୋଗ୍ୟତା ପ୍ରମାଣପତ୍ର (ପଟ୍ଟା) ମିଳିବା ପରେ...

ନିର୍ଯାତିତା ନାବାଳିକା ଆତ୍ମହତ୍ୟା ମାମଲା : ଜଙ୍ଗଲରୁ ଅଭିଯୁକ୍ତ ଗିରଫ

ଢେଙ୍କାନାଳ ଅଫିସ,୩୧।୭-ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅଞ୍ଚଳର ଜଣେ ନାବାଳିକା ଶାରୀରିକ ଏବଂ ମାନସିକ ନିର୍ଯାତନାରେ ଅତିଷ୍ଠ ହୋଇ ବିଷପିଇ ଆତ୍ମହତ୍ୟା କରିଥିଲେ। ଏହି...

ଆର୍‌ପିଏଫ୍‌ର ବାର୍ଷିକ ଅପରାଧ ରିପୋର୍ଟ ପ୍ରକାଶ: ଟ୍ରେନ୍‌ରେ ନିଶା କାରବାର, ଚୋରି ବଢ଼ିଛି

ଭୁବନେଶ୍ୱର,୧୫-୧(ବ୍ୟୁରୋ): ଟ୍ରେନ୍‌ ଓ ଷ୍ଟେଶନରେ ବଢ଼ି ଚାଲିଥିବା ଅପରାଧ ରୋକିବା ସହ ଯାତ୍ରୀ ଏବଂ ଧନଜୀବନକୁ ସୁରକ୍ଷା ଦେବାରେ ରେଲ୍‌ଓ୍ବେ ପ୍ରୋଟେକ୍ସନ ଫୋର୍ସ (ଆର୍‌ପିଏଫ୍‌)ର ଗୁରୁତ୍ୱପୂର୍ଣ୍ଣ...

ବାତ୍ୟା ‘ୟାସ୍‌’: ୨୫ରୁ ଉପକୂଳରେ ବର୍ଷିବ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଘୂର୍ଣ୍ଣିବଳୟ ଶନିବାର ଲଘୁଚାପରେ ପରିଣତ ହେବ। ଧୀରେ ଧୀରେ ଘନୀଭୂତ ହୋଇ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି...

ଅବସର ନେଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ନିରଞ୍ଜନ ସେଠୀଙ୍କୁ ନିର୍ଦ୍ଦେଶକ ଦାୟିତ୍ୱ

ଭୁବନେଶ୍ୱର, ୩୧।୫(ବ୍ୟୁରୋ): ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ସୋମବାର ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ସେ ୧ବର୍ଷ ୧୦ମାସ ଧରି...

Advertisement
Archives

Model This Week