ବାଦ ପଡ଼ିବା ପରେ ଜୁଏଲଙ୍କ ପ୍ରତିକ୍ରିୟା: କହିଲେ ଏହା ଗଣତନ୍ତ୍ରର ଏକ ସୁସ୍ଥ ପରମ୍ପରା, ସ୍ବାଭାବିକ ପ୍ରକ୍ରିୟା

ଭୁବନେଶ୍ୱର,୩୧।୫(ବ୍ୟୁରୋ): ମୋଦି ସରକାରଙ୍କ ଦ୍ୱିତୀୟ ପାଳି ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଛନ୍ତି ସୁନ୍ଦରଗଡ଼ ଲୋକ ସଭା ଆସନରୁ ଏମ୍‌ପି ହୋଇଥିବା ଜୁଏଲ୍‌ ଓରାମ। ଉକ୍ତ ଆସନରୁ ବିପୁଳ ଭୋଟରେ ବିଜୟୀ ହେବା ପରେ ଜୁଏଲଙ୍କ ମନ୍ତ୍ରୀ ପଦ ବଜାୟ ରହିବ ବୋଲି ଆଶା କରାଯାଉଥିବା ବେଳେ ତାଙ୍କୁ ସୁଯୋଗ ମିଳିନାହିଁ। ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଜୁଏଲ୍‌। ସେ କହିଛନ୍ତି, ଚଳିତ ଥର ଭାଜପା ୩ଶହରୁ ଊର୍ଦ୍ଧ୍ୱ ଆସନରେ ଜିତିଛି। ସେମାନଙ୍କ ମଧ୍ୟରୁ ୪୦ରୁ ୫୦ଜଣ ମନ୍ତ୍ରୀ ହେବେ। ଏଥର କିଛି ଲୋକଙ୍କୁ ସୁଯୋଗ ମିଳିଛି, କିଛି ଲୋକ ବାଦ ପଡ଼ିଛନ୍ତି। ଗତଥର ମୋତେ ସୁଯୋଗ ମିଳିଥିଲା, ଏଥର ଆଉ କିଛି ଲୋକଙ୍କୁ ମିଳିଛି। ଏହା ଗଣତନ୍ତ୍ରର ଏକ ସୁସ୍ଥ ପରମ୍ପରା। ଏହା ଏକ ସାଧାରଣ ଓ ସ୍ବାଭାବିକ ପ୍ରକ୍ରିୟା। ତାଙ୍କୁ ଦଳ ଯାହା ବି କାମ ଦେଇଛି ତାହା ସେ କରି ଆସିଛନ୍ତି କହିବା ସହ ୫ ବର୍ଷ କ୍ୟାବିନେଟ୍‌ ମନ୍ତ୍ରୀ ହେବା ସୁଯୋଗ ଦେଇଥିବାରୁ ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି।

ପ୍ରକାଶଯୋଗ୍ୟ, ଗୁରୁବାର ଏନ୍‌ଡିଏର ନୂତନ ମନ୍ତ୍ରିମଣ୍ଡଳରେ ସାମିଲ ହେବା ଲାଗି ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କୁ ଫୋନ୍‌ କଲ୍‌ ଆସିଥିଲା। ମାତ୍ର ମନ୍ତ୍ରୀ ଦୌଡ଼ରେ ଥିବା ଜୁଏଲଙ୍କୁ ଆସି ନ ଥିଲା। ଧର୍ମେନ୍ଦ୍ର ନିଜ ସ୍ଥାନ ବଜାୟ ରଖି ଶୁକ୍ରବାର ପୁନର୍ବାର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ବିଭାଗ ମନ୍ତ୍ରୀ ହୋଇଥିବା ବେଳେ ପ୍ରତାପ ଏମ୍‌ଏସ୍‌ଏମ୍‌ଇ, ପ୍ରାଣୀ ସମ୍ପଦ, ମତ୍ସ୍ୟ ଓ ଦୁଗ୍ଧ ବିଭାଗ ମନ୍ତ୍ରୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣରୁ ହୋଇଛି ବିଉଟି ମହାନ୍ତିଙ୍କ ମୃତ୍ୟୁ, ଆସିଲା ଚାଉଳିଆଗଞ୍ଜ ଥାନା IICଙ୍କ ପୋଷ୍ଟମର୍ଟମ ରିପୋର୍ଟ

କଟକ,୭।୭: ଚାଉଳିଆଗଞ୍ଜ ଥାନା IIC ବିଉଟି ମହାନ୍ତିଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ତେବେ ଶ୍ବାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି…

ବିଳମ୍ବିତ ରାତିରେ ରାସ୍ତାରୁ ଖସିଗଲା ବାଇକ୍, ଯୁବକଙ୍କ ଉପରେ ପଡ଼ିଗଲା…

କେନ୍ଦ୍ରାପଡ଼ା,୭।୭(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଜଳା ରାସ୍ତାରେ ସୋମବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଜଣେ ଅଚିହ୍ନା…

ମାଛ ଧରିବାକୁ ଯାଇ ବୈତରଣୀ ନଦୀରେ ଭାସିଗଲେ ଯୁବକ, ତାପରେ….

ପାଟଣା,୭।୭(ବୀର କିଶୋର ଦାଶ): ମାଛ ମାରିବାକୁ ଯାଇ ବୈତରଣୀ ନଦୀ ମୁହାଣରେ ଭାସି ଜଣେ ଯୁବକ ନିଖୋଜ ହୋଇଛନ୍ତି । ନିଖୋଜ ଯୁବକ ହେଉଛନ୍ତି ଟାଙ୍ଗରପଡ଼ା ପଂଚାୟତ…

ଚାକିରି ଛାଡ଼ି ଏବେ ଏହି କାମ କରିବେ ଡିସିପି ଜଗମୋହନ ମୀନା! ଜାଣନ୍ତୁ କେମିତି ଗ୍ରହଣ ହୁଏ ଆଇପିଏସ୍‌ ଅଧିକାରୀଙ୍କ ଇସ୍ତଫା:

ଭୁବନେଶ୍ୱର,୭।୭(ତ୍ରିନାଥ ମହାନ୍ତି):୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ତଥା ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସରକାରୀ ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ପୋଲିସ ଡିଜିଙ୍କ ମାଧ୍ୟମରେ ରାଜ୍ୟ…

ଟ୍ରମ୍ପ-ମେଲୋନିଙ୍କ ଫଟୋ ଦେଖି ରାଗିଗଲା ଇଟାଲୀ! ‘ଲୋକ ଆସନ୍ତି ଆଉ …’

ରୋମ,୭।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇଟାଲୀ ଟ୍ରମ୍ପଙ୍କ ଏକ ନୂତନ ଆକ୍ରମଣର ଜବାବ…

‘ଏଲ୍‌ ନିନୋ’ ପ୍ରଭାବ: ଭାରତରେ ସୃଷ୍ଟି ହୋଇପାରେ ବଡ଼ ବିଦ୍ୟୁତ୍‌ ସଙ୍କଟ

ନୂଆଦିଲ୍ଲୀ,୭ା୭(ପି.ଟି.):ଚଳିତ ବର୍ଷ ବିଶ୍ୱ ପାଣିପାଗରେ ଦେଖାଦେଇଥିବା ‘ଏଲ୍‌ ନିନୋ’ର ସବୁଠାରୁ ମାରାତ୍ମକ ପ୍ରଭାବ ଭାରତର ଶକ୍ତି ବ୍ୟବସ୍ଥା ଉପରେ ପଡ଼ିବାକୁ ଯାଉଛି। ଅନ୍ତର୍ଜାତୀୟ ଗବେଷଣା ସଂସ୍ଥା ‘ସେଣ୍ଟର…

ଝାଡ଼ଖଣ୍ଡ ଉପରେ ଅବପାତ ସକ୍ରିୟ: ଆଜିଠୁ କମିବ ବର୍ଷା

ଭୁବନେଶ୍ୱର,୭।୭(ବନ୍ଦନା ସେଠୀ):ଦକ୍ଷିଣ ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଘଣ୍ଟାପ୍ରତି ପ୍ରାୟ ୨୫କି.ମି. ବେଗରେ ଗତି କରି…

ମସ୍ତିଷ୍କର ଭିନ୍ନ ଅଂଶରୁ ସୃଷ୍ଟି ହୁଏ ସ୍ବତଃସ୍ଫୂର୍ତ୍ତ, ଇଚ୍ଛାକୃତ ହସ

ନୂଆଦିଲ୍ଲୀ,୭।୭(ପି.ଟି.): ମଣିଷର ହସ ପଛରେ ଥିବା ରହସ୍ୟକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଆମର ସ୍ବତଃସ୍ଫୂର୍ତ୍ତ (ଆବେଗିକ) ଏବଂ ଇଚ୍ଛାକୃତ ହସ ପାଇଁ ମସ୍ତିଷ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri