ବାତ୍ୟା ଅମ୍ଫନ ମୁକାବିଲା: ଧାମରା ଅଞ୍ଚଳରୁ ସ୍ଥାନାନ୍ତର ହେବେ ୧୦ ହଜାର ଲୋକ

ଚାନ୍ଦବାଲି,୧୯।୫(ଡି.ଏନ.ଏ.)-ବାତ୍ୟା ଅମ୍ଫାନ ମୁକାବିଲା ପାଇଁ ମଙ୍ଗଳବାର ମଧ୍ୟାହ୍ନରେ ଧାମରା ଅତିରିକ୍ତ ତହସିଲଦାରଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ ଯୋଗଦେଇ ବାତ୍ୟା ଜନିତ ସାମ୍ଭାବ୍ୟ ପରିସ୍ଥିତି ପ୍ରତି ସଜାଗ ରହିବାକୁ ପରାମର୍ଶ ଦେଇଥିଲେ। ଚାନ୍ଦବାଲି ବ୍ଲକର ୧୭ଟି ବାତ୍ୟା ଆଶ୍ରୟସ୍ଥଳୀ, ୪୨ଟି ବିଦ୍ୟାଳୟ ଏବଂ ୨୫ଟି ଅଙ୍ଗନଓ୍ବାଡି କେନ୍ଦ୍ରରେ ପ୍ରାୟ ୧୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବାକୁ ଜିଲା ପ୍ରଶାସନ ପକ୍ଷରୁ ଯୋଜନା କରାଯାଇଛି। କଚ୍ଚା ଘର ଏବଂ ସମୁଦ୍ର ପାଖାପାଖି ଲୋକଙ୍କୁ ପ୍ରଥମେ ଥଇଥାନ କରାଯିବ। ଏଥିସହିତ ବ୍ଲକର ସମୁଦ୍ର ଓ ମନ୍ତେଈ ନଦୀକୂଳିଆ ୮ଟି ପଞ୍ଚାୟତର କେତେକ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳ ଓ ବିଭିନ୍ନ ସ୍କୁଲ ଗୃହକୁ ସ୍ଥାନାନ୍ତର କରାଯିବ ନିଷ୍ପତି ହୋଇଥିଲା।
ସେହିପରି ଧାମରା ପଞ୍ଚାୟତରେ ୧୩୦୦, ଜାଗୁଳାରେ ୨୦୦୦, ଦୋସିଙ୍ଗାରେ ୨୫୦୦, ବାଂଶଡାରେ ୧୫୦୦, କଇଥଖୋଲାରେ ୨୦୦୦, କରଣପଲ୍ଲୀ ୧୧୦୦, ପଞ୍ଚୁଟିକ୍ରିରେ ୧୫୦୦ ଏବଂ କରଞ୍ଚମାଳ ପଞ୍ଚାୟତର ୨୦୦୦ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ ବୋଲି ଉପସ୍ଥିତ ଲୋକ ପ୍ରତିନିଧିମାନେ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ଏମ୍‌ପି ମଞ୍ଜୁଲାତା ମଣ୍ଡଳ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ଜିଲା ପାଇଁ ନିଯୁକ୍ତ ଅତିରିକ୍ତ ଶାସନ ସଚିବ ଅଶୋକ ବେହୁରିଆ, ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର, ଧାମରା ଅତିରିକ୍ତ ତହସିଲଦାର ଚୈତନ୍ୟ ପ୍ରସାଦ ମୁର୍ମୁ, ସୁପରଭାଇଜର ଦାସରଥି ଦାସ, ଧାମରା ଥାନା ଅଧିକାରୀ ଶ୍ରୀକାନ୍ତ ପତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାମଧନ୍ଦା ବନ୍ଦ ଯୋଗୁ ପାଇଲେନି ଖାଇବାକୁ: ଭଣ୍ଡାରିପୋଖରୀରୁ ଚାଲି ଚାଲି ଝାଡ଼ଖଣ୍ଡ ବାହାରିଲେ ୪୦ ଶ୍ରମିକ

ବନ୍ତ,୫।୫(ଡି.ଏନ୍‌.ଏ.): କରୋନା(କୋଭିଡ-୧୯) ସଂକ୍ରମଣ ଆଶଙ୍କା କରି କେନ୍ଦ୍ର ସରକାର ସମଗ୍ର ଦେଶକୁ ତୃତୀୟ ପର୍ଯ୍ୟାୟରେ ମେ ୭ ତାରିଖ ଯାଏ ଲକ୍‌ଡାଉନ୍‌ ରହିବାକୁ ଘୋଷଣା କରିଛନ୍ତି।...

ୟୁଟ୍ୟୁବ୍‌ରୁ ସାପ ଧରା କୌଶଳ ଦେଖି ଓଡ଼ିଶାର ସାପ ଧରାଳିଙ୍କୁ ଭେଟିଲେ ବିଦେଶୀ ଦମ୍ପତି

ଭଦ୍ରକ ଅଫିସ,୨୪ା୨: ଜୀବଜନ୍ତୁମାନଙ୍କୁ ଭଲପାଉଥିବା ବିଦେଶୀ ଦମ୍ପତି ଭଦ୍ରକର ସାପ ଧରାଳି ମିର୍ଜା ଆରିଫଙ୍କୁ ଶୁକ୍ରବାର ଦେଖା କରି ତାଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି। ୟୁଟ୍ୟୁବ୍‌ରୁ...

ନକଲି ସୁନା ଅଳଙ୍କାର ବିକି ଧରାପଡ଼ିଲେ ଯୁବକ

ଚାନ୍ଦବାଲି,୧୩।୩(ଡି.ଏନ.ଏ.)-ବ୍ୟବସାୟୀଙ୍କୁ ନକଲି ସୁନା ଅଳଙ୍କାର ବିକ୍ରି କରୁଥିବା ବେଳେ ଧରା ପଡ଼ିଛନ୍ତି ଜଣେ ଯୁବକ। ତାଙ୍କ ନିକଟରୁ ୩୮ ଗ୍ରାମର ନକଲି ସୁନା ଅଳଙ୍କାର ସହିତ...

ମଠଡିହ ବଜାରରୁ ଚୋରି ଘଟଣା : ଠାବ ହୋଇପାରୁନି ସାମଗ୍ରୀ

ଆରଡ଼ି,୧୦ା୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡ଼ି ଫାଣ୍ଡି ଅନ୍ତର୍ଗତ ମଠଡିହ ବଜାରରେ ରବିବାର ରାତିରେ ଏକ ମୋବାଇଲ ଦୋକାନରୁ ଚୋରି ହୋଇଥିଲା। ଓଳଗ ଗାଁର ଜଣେ ଯୁବକ...

ଲୋକାୟୁକ୍ତ ଟିମ୍‌ର ତଦନ୍ତ

ଚାନ୍ଦବାଲି, ୧୦ା୩(ଡି.ଏନ.ଏ.)  ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଖଦାଳପୋଖରୀ ଓ ଭାଟପଡ଼ା ପଞ୍ଚାୟତରେ ବିଭିନ୍ନ ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଗ୍ରାମବାସୀ ଜିଲାପାଳ, ବିଡିଓ...

ଭଦ୍ରକରେ ଆସାମର ୪୦ ଚାଷୀ

ଭଦ୍ରକ ଅଫିସ, ୧୯।୨: ଆସାମ କୃଷି ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଭିନ୍ନ ଜିଲାର ୪୦ଜଣ ଅଗ୍ରଣୀ ଚାଷୀ ଉନ୍ନତ ଚାଷ ପ୍ରଣାଳୀ ଓ ବିଭିନ୍ନ ଚାଷ ମଡେଲ...

ଏଯାଏ ଆଧାର ଲିଙ୍କ୍‌ କରିନାହାନ୍ତି ୭୮୫୫ କାର୍ଡଧାରୀ

ଭଦ୍ରକ ଅଫିସ, ୧୩।୮ – ରାଶନ କାର୍ଡ ସହ ଆଧାର ଲିଙ୍କ୍‌କୁ ବାଧ୍ୟତାମୂଳକ କରାଯାଇଛି। ଆଧାର ଲିଙ୍କ୍‌ ନ ଥିଲେ ସେପ୍ଟେମ୍ବର ମାସରୁ ହିତାଧିକାରୀଙ୍କୁ ଖାଉଟି...

ଧାନ କାଟିବାକୁ ଆସି ବ୍ୟକ୍ତିଙ୍କ ଆତ୍ମହତ୍ୟା

ପଦ୍ମପୁର,୮।୧୨(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କଶିଆ ସାମୁଦ୍ରିକ ଥାନା ଅଧିନସ୍ଥ ଗୋପବନ୍ଧୁ ନଗରଠାରେ ଜଣେ ବ୍ୟକ୍ତି ଶନିବାର ରାତିରେ ଏକ ଗଛରେ ଗାମୁଛା...

Advertisement
Archives

Model This Week