ବାତ୍ୟା ଅମ୍ଫନ୍‌ କ୍ଷୟକ୍ଷତି ଆକଳନ: ବାଲେଶ୍ୱର, କେନ୍ଦ୍ରାପଡ଼ା ପରିଦର୍ଶନ କଲେ କେନ୍ଦ୍ରୀୟ ଟିମ୍‌; ଶୁକ୍ରବାର ଗସ୍ତ କରିବେ ଜଗତ୍‌ସିଂହପୁର, ଭଦ୍ରକ 

ଭୁବନେଶ୍ୱର,୪ା୬(ବ୍ୟୁରୋ)/କେନ୍ଦ୍ରାପଡ଼ାଅଫିସ/ଭୋଗରାଇ/ବାଲିଆପାଳ, (ଡି.ଏନ୍‌.ଏ.): ବାତ୍ୟା ଅମ୍ଫନ୍‌ର କ୍ଷୟକ୍ଷତି ଆକଳନ କରିବାକୁ ଏକ ୭ ଜଣିଆ କେନ୍ଦ୍ରୀୟ ଟିମ୍‌ ଭୁବନେଶ୍ୱରରେ ପହଞ୍ଚିଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଯୁଗ୍ମ ସଚିବ ଶ୍ରୀ ପ୍ରକାଶଙ୍କ ନେତୃତ୍ୱରେ ଏହି ଟିମ୍‌ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଟିମ୍‌ରେ କୃଷି ଓ ସମବାୟ ବିଭାଗର ଆସିଷ୍ଟାଣ୍ଟ କମିଶନର ସୋମନାଥ ଆଗାସିମନି, ନୂଆଦିଲ୍ଲୀ ସ୍ଥିତ ମତ୍ସ୍ୟ ବିଭାଗର ଆସିଷ୍ଟାଣ୍ଟ କମିଶନର ଏସ.କେ. ରଥ, ଅର୍ଥ ମନ୍ତ୍ରଣାଳୟର ଖର୍ଚ୍ଚ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସୁରଜ କୁମାର ପ୍ରଧାନ, ଜଳଶକ୍ତି ମନ୍ତ୍ରଣାଳୟର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ଅମରୀଶ ପାଲ ସିଂ, ଶକ୍ତି ମନ୍ତ୍ରଣାଳୟର ନିର୍ଦ୍ଦେଶକ ଏନ୍‌ଆର୍‌ଏଲ୍‌କେ ପ୍ରସାଦ ଏବଂ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ଅଧିକାରୀ ବି ଏନ ସହାୟ ଏହି ଟିମ୍‌ର ସଦସ୍ୟ ରହିଛନ୍ତି। ଏହି କେନ୍ଦ୍ରୀୟ ଟିମ୍‌ ଦୁଇଦିନ ୪ଟି ଜିଲା ବାଲେଶ୍ୱର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଜଗତ୍‌ସିଂହପୁର ଗସ୍ତକରି କ୍ଷୟକ୍ଷତି ଆକଳନ କରିବେ। ୫ ତାରିଖରେ ଟିମ୍‌-ଏ ଭଦ୍ରକ ଏବଂ ଟିମ୍‌-ବି ଜଗତ୍‌ସିଂହପୁର ଗସ୍ତ କରିବେ। ସେହି ଦିନ ଅପରାହ୍ନରେ ଉଭୟ ଟିମ୍‌ ଭୁବନେଶ୍ୱର ଫେରିଆସିବେ। ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ସହିତ ବୈଠକରେ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିବେ। ଗୁରୁବାର ଏହି ଟିମ୍‌ ଦୁଇ ଭାଗରେ ବିଭକ୍ତ ହୋଇ ଜିଲାଗସ୍ତ କରିଛନ୍ତି। ଟିମ୍‌-ଏ ବାଲେଶ୍ୱର ଏବଂ ଟିମ୍‌-ବି କେନ୍ଦ୍ରାପଡ଼ା ଜିଲା ଗସ୍ତ କରିଛନ୍ତି।
କେନ୍ଦ୍ରୀୟ ଟିମ୍‌-ବି ସଦସ୍ୟଙ୍କ ସହିତ ଜିଲାପାଳ ସମର୍ଥ ବର୍ମା ପ୍ରମୁଖ ରାଜନଗର ବ୍ଲକ ପେଣ୍ଠ ଓ ନଳିତାପାଟିଆ ଅଞ୍ଚଳ ପରିଦର୍ଶନ କରିଥିଲେ। ପରେ ଜିଲାପାଳଙ୍କ କାର୍ଯ୍ୟାଳୟରେ କେନ୍ଦ୍ରୀୟ ଟିମ୍‌ ସହ ଜିଲା ପ୍ରଶାସନ ଅଧିକାରୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲା ଜରୁରିକାଳୀନ ଅଧିକାରୀ ସମ୍ବିତ୍‌ କୁମାର ଶତପଥୀ ଅମ୍ଫନ୍‌ ସମୟରେ କ୍ଷୟକ୍ଷତି ସହିତ ବାତ୍ୟା ପରିଚାଳନା ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ। ସେ ଦର୍ଶାଇଥିଲେ, ଅମ୍ଫନ୍‌ ବାତ୍ୟାରେ ଜିଲାର ୧୫୯୨ ରାଜସ୍ବ ଗ୍ରାମରେ କ୍ଷତି ହୋଇଛି। ୪୭୮ ହେକ୍ଟର ଚାଷ କ୍ଷତି ହୋଇଥିବା ବେଳେ ୧୪୫୧ଟି ଘର ଭାଙ୍ଗିଛି। ସେହିପରି ୮,୭୧,୯୪୩ ପ୍ରାଣୀ ସମ୍ପଦ ପ୍ରଭାବିତ ହୋଇଛନ୍ତି। ଏଥିରେ ୪୬୩.୬୭୩ ଲକ୍ଷ ଟଙ୍କାର ବେସରକାରୀ ଓ ସରକାରୀ ସମ୍ପଦ କ୍ଷତି ହୋଇଛି। ତେବେ ବାତ୍ୟାରେ କୌଣସି ଲୋକ ମୃତାହତ ହୋଇନାହାନ୍ତି। ବାତ୍ୟା ପୂର୍ବରୁ ଜିଲାର ୩୯୮୬୪ ଜଣଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଇଥିଲା। ବୈଠକରେ ଏଡିଏମ୍‌ ବସନ୍ତ କୁମାର ରାଉତ, ପିଡି ଦିଲୀପ କୁମାର ପରିଡାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫୩ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ବଢ଼ାଇଛି ସମସ୍ୟା: ପାଉଁଶଗୁଣ୍ଡରେ ଅଣନିଃଶ୍ୱାସୀ

ପରଜଙ୍ଗ, ୨୯।୪(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ୫୩ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ବ୍ୟବହୃତ ପାଉଁଶଗୁଣ୍ଡ ଚିନ୍ତା ବଢ଼ାଇଛି। ରାସ୍ତା ନିର୍ମାଣକାରୀ ସଂସ୍ଥା ଆଇନକୁ...

ସରିଲା ତୃତୀୟ ରିମାଣ୍ଡ, ଜେଲ ଗଲେ ନକଲି ଡାକ୍ତର

ଭୁବନେଶ୍ୱର,୯।୩(ବ୍ୟୁରୋ): ବିଭିନ୍ନ ରାଜ୍ୟର ୧୭ରୁ ଅଧିକ ମହିଳାଙ୍କୁ ବିବାହ କରି ପ୍ରତାରଣା ପରେ ଲୁଟିବା ସହ ବିଭିନ୍ନ ଠକେଇ ମାମଲାରେ ଗିରଫ ହୋଇଥିବା ନକଲି ଡାକ୍ତର...

ପେଟ୍ରୋଲ ୩୬, ଡିଜେଲ ୩୮ ପଇସା ବଢ଼ିଲା

ଭୁବନେଶ୍ୱର,୨୧।୧୦: ଦୁଇଦିନ ବିରତି ପରେ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିଛି। ବୁଧବାର ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୩୬ ପଇସା ବଢ଼ି...

କଲରାପତରିଆ ବାଘ ଚମଡ଼ା ଜବତ, ୫ ଗିରଫ

ବାରିପଦା ଅଫିସ/ବିଶୋଇ, ୨୦।୧୦(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟକୁ ଟାର୍ଗେଟ କରିଛନ୍ତି ବାଘଛାଲ ବେପାରୀ। ଶିମିଳିପାଳ ପାଦଦେଶରେ ମଙ୍ଗଳବାର କଲରାପତରିଆ ବାଘଚମଡା ବିକ୍ରି ନିମନ୍ତେ ଡିଲ୍‌ ଚାଲିଥିବା...

ଅନ୍ତର୍ଜାତୀୟ ପର୍ଯ୍ୟାୟ ସାରଣୀ ବର୍ଷ ପାଳନ

ବଲାଙ୍ଗୀର ଅଫିସ, ୨୦।୮: ବଲାଙ୍ଗୀର ନବଜୀବନ ବିଦ୍ୟାପୀଠ ପରିସରରେ ବଲାଙ୍ଗୀର ବିଜ୍ଞାନ ସାହିତ୍ୟ ପରିଷଦ ପକ୍ଷରୁ ନବଜୀବନ ବିଦ୍ୟାପୀଠ ଓ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ...

ଓଲଟିଲା ଗୋରୁ ବୋଝେଇ ଟ୍ରକ୍‌: ୧୪ ମୃତ, ୧୦ ଗୁରୁତର

ଭୋଗରାଇ, ୧୬।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଚନ୍ଦନେଶ୍ୱର ବର୍ଡର ରାସ୍ତାର ମହାନ୍ତି ଛକଠାରେ ସୋମବାର ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଏକ ଗୋରୁ ବୋଝେଇ ଟ୍ରକ୍‌...

ବିଗୁଡୁଛି ଗ୍ରାମାଞ୍ଚଳ ଅର୍ଥନୀତି

କେନ୍ଦ୍ରାପଡ଼ା ଅଫିସ,୧୩।୭: କରୋନା ସଂକ୍ରମଣ ଭୟ କେନ୍ଦ୍ରାପଡ଼ା ଜିଲାର ଗ୍ରାମାଞ୍ଚଳ ଅର୍ଥନୀତିକୁ ପ୍ରଭାବିତ କରୁଛି। ଜିଲାକୁ ୭୮ ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଫେରିଥିବା ବେଳେ ରୋଜଗାର...

ସାଧୁସନ୍ଥଙ୍କ ମେଳରେ ଖଣ୍ଡଗିରି କୁମ୍ଭମେଳା ଆରମ୍ଭ

ଭୁବନେଶ୍ୱର, ୮।୨ (ବ୍ୟୁରୋ): ସୋମବାର ମାଘ ସପ୍ତମୀରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭ ମେଳା। ସାଧୁସନ୍ଥଙ୍କ ସମାଗମ ସହ ପ୍ରଭୁ ଅନନ୍ତକେଶରୀ ଦେବଙ୍କ ଆଗମନରେ...

Advertisement
Archives

Model This Week