ବାତ୍ୟାରେ ଭାଙ୍ଗିଛି ଶହ ଶହ ନଡ଼ିଆ ଗଛ: ଶ୍ରୀମନ୍ଦିର ଲାଗି ଅଭାବ ପଡ଼ିପାରେ ପଇଡ଼

ପୁରୀ ଅଫିସ, ୧୯ା୫: ବାତ୍ୟାରେ ପୁରୀ ଜିଲାରେ ଲକ୍ଷାଧିକ ନଡ଼ିଆ ଗଛ ଭାଙ୍ଗିପଡ଼ିଛି। ଫଳରେ ଆଗାମୀ ଦିନରେ ନଡ଼ିଆ ଓ ପଇଡ଼ ଅଭାବ ପଡ଼ିପାରେ। ଶ୍ରୀମନ୍ଦିରରେ ଦୈନିକ ନୀତି ଲାଗି ଫୁଲ ଓ ତୁଳସୀ ପତ୍ର ପରେ ଏବେ ପଇଡ଼ ଅଭାବ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଶ୍ରୀମନ୍ଦିରରେ ଦୈନିକ ନୀତି ଲାଗି ୩୬ଟିରୁ ଊର୍ଦ୍ଧ୍ୱ ପଇଡ଼ ଆବଶ୍ୟକ ହୋଇଥାଏ। ସେହିପରି ସ୍ବତନ୍ତ୍ର ପୂଜା ତଥା ପର୍ବପର୍ବାଣିରେ ମଧ୍ୟ ବହୁସଂଖ୍ୟକ ପଇଡ଼ ଲୋଡ଼ା ପଡ଼ିଥାଏ। ଏବେ ଚନ୍ଦନ ଯାତ୍ରା ଚାଲିଛି। ଅକ୍ଷୟ ତୃତୀୟାଠାରୁ ଏହା ଆରମ୍ଭ ହୋଇଥିବାବେଳେ ୪୨ଦିନ ଧରି ଚାଲିବ। ଏଥିରେ ନୀତି ଲାଗି ପଇଡ଼ର ଆବଶ୍ୟକତା ପଡୁଛି। ବଜାରରେ ପଇଡ଼ ମିଳୁଥିଲେ ବି ଚଢା ଦାମ୍‌ ରହିଛି। ଅନ୍ୟପକ୍ଷେ ନଡ଼ିଆ ଓ ପଇଡ଼ ବିକି ଗୁଜୁରାଣ ମେଣ୍ଟାଉଥିବା ଲୋକେ ଜୀବିକା ହରାଇବାକୁ ବସିଛନ୍ତି।

ନରେନ୍ଦ୍ରକୋଣସ୍ଥିତ ଉପବନ, ମାଟିତୋଟା ଏବଂ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ଶତାଧିକ ନଡ଼ିଆ ଗଛ ରହିଥିଲା। ଏହି ୩ଟି ସ୍ଥାନରୁ ଶ୍ରୀମନ୍ଦିର ନୀତି ଲାଗି ପଇଡ଼ ତୋଳାହୋଇ ଯାଉଥିଲା। ମାତ୍ର ଏବେ ଚିତ୍ର ଭିନ୍ନ। ବାତ୍ୟାରେ ସମସ୍ତ ନଡ଼ିଆ ଗଛ ଭାଙ୍ଗିପଡ଼ିଛି। ସେହିପରି ପୁରୀ ସଦର, ବ୍ରହ୍ମଗିରି, ସତ୍ୟବାଦୀ ପ୍ରଭୃତି ଅଞ୍ଚଳରେ ଲକ୍ଷାଧିକ ନଡ଼ିଆ ଗଛ ଭାଙ୍ଗିପଡ଼ିଥିବାବେଳେ ଅନେକଙ୍କ ନଡ଼ିଆ ବଗିଚା ଉଜୁଡ଼ିଯାଇଛି। ଫଳରେ ନଡ଼ିଆ ଓ ପଇଡ଼ ବିକି ପରିବାର ପ୍ରତିପୋଷଣ କରୁଥିବା ଲୋକଙ୍କ ସମେତ ରାସ୍ତାକଡ଼ର ବହୁ ବେପାରୀ ପ୍ରଭାବିତ ହୋଇଛନ୍ତି। ଏମାନେ ଜୀବିକା ହରାଇବା ଆଶଙ୍କା ସୃଷ୍ଟି ହୋଇଛି। ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ କଡ଼ରେ ଚନ୍ଦନପୁର ବାଇପାସ୍‌ଠାରୁ ପିପିଲି ପର୍ଯ୍ୟନ୍ତ ୩୬କି.ମି. ବ୍ୟାପୀ ବିଭିନ୍ନ ସ୍ଥାନରେ ବେପାରୀମାନେ ପଇଡ଼ ବିକ୍ରି କରନ୍ତି। ଖରାଦିନେ ପଇଡର ଚାହିଦା ଅଧିକ। ତେଣୁ ଏମାନଙ୍କର ଭଲ ରୋଜଗାର ହୋଇଥାଏ। ମାତ୍ର ଏବେ ବେପାର ଧିମେଇ ଯାଇଛି ବୋଲି କହିଛନ୍ତି ବ୍ୟବସାୟୀ ଅନିଲ ଦାସ। ପୂର୍ବରୁ ଖରାଦିନେ ଦୈନିକ ୪ଶହରୁ ୬ଶହ ଟଙ୍କା ପର୍ଯ୍ୟନ୍ତ ରୋଜଗାର ହେଉଥିଲା। ଏବେ କିନ୍ତୁ ବେପାର ମାନ୍ଦା। ଚାହିଦାନୁସାରେ ପଇଡ଼ ଆସିପାରୁନି ବୋଲି କହିଛନ୍ତି ସତ୍ୟବାଦୀର ଦୀପକ ସାହୁ। ଚାରିଆଡ଼େ ନଡ଼ିଆ ଗଛ ନଷ୍ଟ ହୋଇଛି। ତେଣୁ ଆଗାମୀ ଦିନରେ ନଡ଼ିଆ ଓ ପଇଡ଼ ମିଳିବା କଷ୍ଟକର ହୋଇପାରେ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି। ସାକ୍ଷୀଗୋପାଳର ଦେବାଶିଷ ମିଶ୍ର ଓ ବୀରହରେକୃଷ୍ଣପୁରର ପ୍ରଫୁଲ୍ଲ ତ୍ରିପାଠୀ କହିଛନ୍ତି, ବାତ୍ୟାରେ ଆମ ଅଞ୍ଚଳରେ ଶହ ଶହ ନଡ଼ିଆଗଛ ଭାଙ୍ଗିପଡ଼ିଛି। ତେଣୁ ପୂଜାପାର୍ବଣ ଓ କାମକାର୍ଯ୍ୟ ଲାଗି ଆମକୁ ବଜାରରୁ ନଡ଼ିଆ, ପଇଡ଼ କିଣିବାକୁ ପଡ଼ିବ। ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର ମିଶ୍ର କହିଛନ୍ତି, ସନାତନ ପୂଜାନୀତିରେ ନଡ଼ିଆ (ଶ୍ରୀଫଳ) ଓ ପଇଡ଼ର ବିଶେଷ ଆବଶ୍ୟକତା ରହିଛି। ଏହା ଶ୍ରୀମନ୍ଦିର ଦୈନିକ ପୂଜାବିଧିରେ ବିଶେଷ ଆବଶ୍ୟକ ପଡ଼ିଥାଏ। ତେଣୁ ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri