ବାଣୀବିହାର ଛକରେ ରହିପାରିବନି ବସ୍‌

ଭୁବନେଶ୍ୱର,୩୦।୮(ବ୍ୟୁରୋ) : ଏଥର ସାବାଡ ହେବେ ବସ୍‌ ଡ୍ରାଇଭର। ସେମାନେ ଆଉ ମନଇଚ୍ଛା ବାଣୀବିହାର ଛକରେ ନିୟମ ଉଲ୍ଲଂଘନ କରି ବସ୍‌ ରଖିପାରିବେ ନାହିଁ। ସେହିପରି ରଙ୍ଗ୍‌ରୁଟ୍‌ରେ କୌଣସି ଗାଡ଼ି ଚଳାଚଳ କରିପାରିବ ନାହିଁ। ଏଠାରେ ଟ୍ରାଫିକ ସମସ୍ୟା ଜଟିଳ ହେଉଥିବାରୁ କମିଶନ୍‌ରେଟ ପୋଲିସ୍‌ର ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। କମିଶନରେଟ ପୋଲିସ ମୁଖ୍ୟାଳୟରେ ଶୁକ୍ରବାର ସକାଳେ ଅନୁଷ୍ଠିତ ଏହି ବୈଠକରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଅତିରିକ୍ତ ପୋଲିସ କମିଶନର ସଞ୍ଜୟ ସିଂ, ଟ୍ରାଫିକ୍‌ ଡିସିପି ସାଗରିକା ନାଥ, ଟ୍ରାଫିକ ଏସିପି କେ.କେ. ପାଣିଗ୍ରାହୀ, ଟ୍ରାଫିକ ଇନ୍ସପେକ୍ଟର ସୁରେନ୍ଦ୍ର ଭଳ ପ୍ରମୁଖ ଉପସ୍ଥିତ ରହି ଏନେଇ ଆଲୋଚନା କରିଥିଲେ। ସେହିପରି ଅପରାହ୍ନରେ ଆର୍‌ଟିଓ -୧ କାର୍ଯ୍ୟାଳୟରେ ଆଉ ଏକ ବୈଠକ ବସିଥିଲା। ଏଥିରେ ଆର୍‌ଟିଓ ପ୍ରଦୀପ କୁମାର ମହାନ୍ତି, ଭୁବନେଶ୍ୱର ବସ୍‌ ମାଲିକ ସଂଘ ସେକ୍ରେଟାରି ବରଦା ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ବାଣୀବିହାର ଛକରୁ ସତ୍‌ସଂଙ୍ଗ ବିହାର ପର୍ଯ୍ୟନ୍ତ ରାସ୍ତାରେ କୌଣସି ବସ୍‌ ଅଟକିପାରିବ ନାହିଁ ବୋଲି ବସ୍‌ମାଲିକମାନଙ୍କୁ ଜଣାଇ ଦିଆଯିବା ସହ ନିଜ ନିଜର କର୍ମଚାରୀଙ୍କ ଅବଗତ କରାଇବାକୁ କୁହାଯାଇଥିଲା। ଏଥିପାଇଁ ବସ୍‌ଗୁଡିକଠାରୁ ୫ଶହ ଟଙ୍କା ଲେଖାଏ ଜରମାନା ଆଦାୟ କରାଯିବ। ଟ୍ରାଫକ୍‌ ପୋଲିସ ପକ୍ଷରୁ ଡ୍ରାଇଭିଂ ଲାଇସେନ୍ସ ଯାଞ୍ଚ କରାଯିବା ସହ ଆରଟିଓ ପକ୍ଷରୁ ବସ୍‌ର ଫିଟ୍‌ନେସ୍‌ ସହ ଅନ୍ୟ କାଗଜପତ୍ର ଯାଞ୍ଚ କରାଯିବ। ବୈଠକର କିଛି ଘଣ୍ଟା ପରେ ବାଣୀବିହାର ଛକରେ ଟ୍ରାଫିକ୍‌ ପୋଲିସ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଥିଲା। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିଥିବା ଗାଡି ଚାଳକଙ୍କଠାରୁ ୧୯ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଏଥିରେ ଅଧିକାଂଶ ଥିଲେ ବସ୍‌ ଡ୍ରାଇଭର। ସେହିପରି ରଙ୍ଗ୍‌ରୁଟ୍‌ରେ ଯାଉଥିବା ବାଇକ୍‌ ଓ ଅନ୍ୟଗାଡିଠାରୁ ଜରିମାନା ଆଦାୟ କରାଯାଇଥିଲା।
ଅନ୍ୟପକ୍ଷରେ ଲୋକଙ୍କ ଯାତାୟାତ ସୁବିଧା ପାଇଁ ବାଣୀବିହାର ସମ୍ମୁଖ ଓଭରବ୍ରିଜ୍‌ ତଳେ ଥିବା ଅଣ୍ଡରପାସ୍‌କୁ କାର୍ଯ୍ୟକ୍ଷମ କରିବାକୁ ଟ୍ରାଫିକ୍‌ ପୋଲିସ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏନେଇ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ। ପରେ ଶନିମନ୍ଦିର ଓ ବାଣୀବିହାର ସମ୍ମୁଖ ଉକ୍ତ ଅଣ୍ଡରପାସ୍‌କୁ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। ଅଣ୍ଡରପାସ୍‌ର ଦୁଇ ପାର୍ଶ୍ୱରେ ଦୁଇଟି ଟ୍ରାଫିକ ପୋଲିସ ରହି ଲୋକଙ୍କୁ ସହାୟତା ଯୋଗାଇ ଦେବେ। ତେବେ ସହରରେ ଟ୍ରାଫିକ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବାକୁ ଅଣ୍ଟା ଭିଡିଥିବା ଟ୍ରାଫିକ ପୋଲିସ ଗୁରୁବାର ଗୋଟିଏ ଦିନରେ ନିୟମ ଉଲ୍ଲଂଘନକାରୀଙ୍କଠାରୁ ୧ ଲକ୍ଷ ୧୧ହଜାର ଟଙ୍କା ଜରିମାନା ଆଦାୟ କରିଛି। କେବଳ ଡ୍ରୋନ୍‌ ମାଧ୍ୟମରେ ୭ ହଜାର ୫ଶହ ଟଙ୍କା ଆଦାୟ କରିଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri