ବାଡ଼ ଦେଇ ରାସ୍ତା ଅବରୋଧ, ଜିଲାପାଳଙ୍କୁ ଅଭିଯୋଗ

ବଇଣ୍ଡା, ୨୮ା୩(ଡି.ଏନ.ଏ.)- ଅନୁଗୋଳ ଜିଲାରେ ଲକଡାଉନ ଜାରି ଥିବାବେଳେ ବିଭିନ୍ନ ସ୍ଥାନରେ ଲୋକେ ଗାଁକୁ ଯିବାଆସିବା ରାସ୍ତାରେ ବାଡ଼ ଦେଇ ବାଟ ଅବରୋଧ କରିଥିବା ଅଭିଯୋଗ ହୋଇଛି । ଏଥିଯେୋଗୁ ସ୍ଥାନୀୟ ଲୋକେ ଜରୁରୀ କାମରେ ମଧ୍ୟ ବାହାରକୁ ଯାଇପାରୁ ନ ଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବିଶେଷ କରି କିଶୋରନଗର ଓ ଆଠମଲ୍ଲିକ ବ୍ଲକର ବିଭିନ୍ନ ରାସ୍ତା ଅବରୋଧ କରାଯାଇଥିବା ନେଇ ଅଞ୍ଚଳବାସୀ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ହଣ୍ଡପା ଥାନା ରଘୁନାଥପୁର, ବିଡିସିଙ୍ଗ, ଧଉରାଗୋଠ, ବଡହୁଲା, ଠାକୁରଗଡ ଥାନା ରାଣୀବନ୍ଧ, ତିଳେଶ୍ୱର ଆଦି ଗ୍ରାମଗୁଡିକରେ ପୂର୍ତ୍ତବିଭାଗ ରାସ୍ତାକୁ ବାଉଁଶ ବନ୍ଧାଯାଇ ଅବରୋଧ କରାଯାଇଛି। କେତେଜଣ ଯୁବକ ସେଠାରେ ଜଗି ରହିଛନ୍ତି। କୌଣସି ଯାନକୁ ସେମାନେ ଛାଡୁ ନ ଥିବାବେଳେ କେତେଜଣ ଲୋକଙ୍କଠାରୁ ଚାନ୍ଦା ଆଦାୟ କରୁଥିବା ଲୋକେ ପ୍ରକାଶ କରିଛନ୍ତି । ଫଳରେ ଜରୁରୀ କାମରେ ଯାଉଥିବା  ଲୋକେ ମଧ୍ୟ ଏଥିପାଇଁ ହଇରାଣ ହେଉଛନ୍ତି ।ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆଯିବାକୁ ବଇଣ୍ଡା ସଚେତନ ନାଗରିକ ଯୁବକ ସଂଘ ପକ୍ଷରୁ ଶନିବାର ଅନୁଗୋଳ ଜିଲାପାଳଙ୍କଠାରେ ଅଭିଯୋଗ କରାଯାଇଛି । ଏଥିସହ  ବଇଣ୍ଡା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବଇଣ୍ଡା ସାପ୍ତାହିକ ହାଟ, ରେଳଷ୍ଟେଶନଠାରେ ରହୁଥିବା ୨୫ ଯାଯାବର ପରିବାରକୁ ଖାଉଟି ସାମଗ୍ରୀ ବଣ୍ଟନ କରାଯାଇଛି । ମନୋରଞ୍ଜନ ରାଉତ, ଅର୍ଜୁନ କୁମାର ସାହୁ, ବୃନ୍ଦାବନ ପ୍ରଧାନ ଓ ହଣ୍ଡପା ଥାନା ଏଏସଆଇ ଆର. ବିଶ୍ୱାଳ ଏହି ସାମଗ୍ରୀ ବଣ୍ଟନ କରିଛନ୍ତି ।
ଏ ସମ୍ପର୍କରେ କିଶୋରନଗର ତହସିଲଦାର ଡ. ଲକ୍ଷ୍ମୀପ୍ରସାଦ ସାହୁ କହିଛନ୍ତି, ସର୍ବସାଧାରଣ ରାସ୍ତାରେ ବାଡ଼ ଦେବାକୁ କାହାରିକୁ ଅଧତ୍କାର ଦିଆଯାଇନାହିଁ । ଯିଏ ଏପରି କରିଛନ୍ତି ତାଙ୍କ ବିରୋଧରେ ମାମଲା ରୁଜୁ ସହ ସେମାନଙ୍କୁ ଗିରଫ କରାଯିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ନୂଆ ପୁସ୍ତକ ‘ପାର୍ଶ୍ୱସ୍ରୋତ’କୁ ନେଇ ବଢୁଛି ଚର୍ଚ୍ଚା: କନ୍ଧମାଳର ଐତିହ୍ୟକୁ ନେଇ…

ଦାରିଙ୍ଗବାଡି,୪।୨(ଅରୁଣ ସାହୁ):କନ୍ଧମାଳ ଜିଲାର ପୂର୍ବତନ ଜିଲାପାଳ ତଥା ଏବେକାର ଖୋର୍ଦ୍ଧା ଜିଲାପାଳ ଅମ୍ରିତ ଋତୁରାଜଙ୍କ ଦ୍ୱାରା ଲେଖାଯାଇଥିବା ପୁସ୍ତକ ‘ପାର୍ଶ୍ୱସ୍ରୋତ’ ଉନ୍ମୋଚନ ହୋଇଯାଇଛି। କନ୍ଧମାଳ ଜିଲା ତୁମୁଡିବନ୍ଧ…

ଉପାସରେ ଦିନ କାଟୁଛନ୍ତି କନକ: ୩ ମାସ ହେଲା ମିଳୁନି ଭତ୍ତା

ଦାରିଙ୍ଗବାଡି,୪।୨(ଅରୁଣ ସାହୁ): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା ହେଲେ କିଛି ଯୋଜନା ଲୋକଙ୍କୁ ସରକାରଙ୍କ ତୁହାକୁ ତୁହା ନିୟମ ପରିବର୍ତ୍ତନ ଯୋଗୁ ନିୟମ…

ରେଳ ଟ୍ରାକ୍‌ ମରାମତି କାମ କରୁଥିଲେ ଶ୍ରମିକ, ହଠାତ୍‌ ମାଡିଆସିଲା ଏକ୍ସପ୍ରେସ ଟ୍ରେନ୍‌, ଆଉ ତା’ ପରେ…

ଲୋଇସିଂହା,୪।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ବୁର୍ଡା ବସ୍ତି ରେଳ ଫାଟକ ନିକଟରେ ଦୁଇଦିନ ତଳେ ରେଳ ଟ୍ରାକ୍‌ ମରାମତି କାମ ଚାଲିଥିବାବେଳେ ଏକ…

ମା’ ହେଲେ ୭ମ ଶ୍ରେଣୀ ଛାତ୍ରୀ: ଲୋକଲଜ୍ଜ୍ୟା ଭୟରେ ଘର ଲୋକେ…

ରସୁଲପୁର,୪ା୨(ରଞ୍ଜିତ ରାଉତ):ଯାଜପୁର ଜିଲା କୁଆଖିଆ ଥାନା ଅଞ୍ଚଳରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ମାତୃତ୍ୱଲାଭ କରିଛନ୍ତି। ଏହିଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାକୁ ନେଇ…

ଜି.ଉଦୟଗିରି ଶୀତ ମହୋତ୍ସବ “ତୁଷାର” ୨୦୨୬ ଉଦଘାଟିତ: କଳାହାଣ୍ଡି କଟାପାଙ୍କ ଅଭିନୟ ଦେଖି…

ଜି.ଉଦୟଗିରି, ୩।୨(ଚିନ୍ମୟ କୁମାର ସେଠି): କନ୍ଧମାଳ ଜିଲା ଜି.ଉଦୟଗିରି ସହରର ଶ୍ରୀରାମପଦା ସ୍ଥିତ କଳିଙ୍ଗ ମିନି ଷ୍ଟାଡିୟମରେ ୫ଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଜି.ଉଦୟଗିରି ଶୀତ ମହୋତ୍ସବ…

ସାମାନ୍ୟ ବଚସା ପରେ ଧସ୍ତାଧସ୍ତି: ଚାଲିଗଲା ବ୍ୟବସାୟୀଙ୍କ ଜୀବନ, ମୁଣ୍ଡ ପିଟି…

ଭଞ୍ଜନଗର,୩।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସହର ଇଣ୍ଡିଆନ ଗ୍ୟାସ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ରାତି ପ୍ରାୟ ୯ ଟା ସମୟରେ ଜଣେ ବ୍ୟବସାୟୀଙ୍କ ସହ ଅନ୍ୟ ଜଣେ…

ଆନ୍ଧ୍ରରେ ବିକ କୋଟିଆ ଶସ୍ୟ: ସୀମାନ୍ତବାସୀଙ୍କୁ ପ୍ରବର୍ତ୍ତାଇଲେ ପଡ଼ୋଶୀ ରାଜ୍ୟ ଅଧିକାରୀ,ଏପଟେ…

ପଟ୍ଟାଙ୍ଗି,୩ା୨(ଶରତ କୁମାର ଧଳ)-କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତର ସୀମାନ୍ତବାସୀଙ୍କୁ ନେଇ ଓଡ଼ିଶା-ଆନ୍ଧ୍ର ପ୍ରଦେଶ ପକ୍ଷରୁ ବୈଠକକରି ସଚେତନ କରାଯାଉଛି। ଏଥିରେ ଉକ୍ତ ପଞ୍ଚାୟତର…

ଆମ୍ବ ବିକ୍ରୟ ସଙ୍କଟ ପାଇଁ ଅନିଶ୍ଚିତତାରେ ଚାଷୀ: ପ୍ରକ୍ରିୟାକରଣ ୟୁନିଟ୍‌ ସ୍ଥାପନା କରିବାକୁ…

ରାୟଗଡ଼ା,୩।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲାରେ ଆମ୍ବ ବିକ୍ରୟ ସମସ୍ୟାକୁ କେନ୍ଦ୍ର ସରକାର ସ୍ବୀକାର କରିଥିଲେ ମଧ୍ୟ ଦାୟିତ୍ୱ ଗ୍ରହଣରୁ ଏଡାଇ ଯାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri