ବାଟହୁଡ଼ା ଉଜ୍ଜ୍ୱଳା ଯୋଜନା: ମିଳୁନି ଏଲ୍‌ଇଡି ବଲ୍‌ବ: କାର୍ଯ୍ୟାଳୟ ବନ୍ଦ

ଭୁବନେଶ୍ୱର,୩୦।୭(ବ୍ୟୁରୋ): ସବୁ ଘରକୁ ବିଦ୍ୟୁତ୍‌ ସଂଯୋଗ ସହ ଏଲଇଡି ବଲ୍‌ବ। ଘର ପିଛା ୧୦ ଏଲ୍‌ଇଡି ବଜାର ମୂଲ୍ୟଠାରୁ ଅଧା ଦାମରେ ମିଳିବ। କେନ୍ଦ୍ର ସରକାରଙ୍କ ଉଜ୍ଜ୍ୱଳା ଯୋଜନାରେ ସବୁ ବିଦ୍ୟୁତ୍‌ କାର୍ଯ୍ୟାଳୟରେ ଏହା ଉପଲବ୍ଧ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦ୍‌ଘାଟନ କରିବା ସମୟରେ କହିଥିଲେ। ହେଲେ ଭୁବନେଶ୍ୱରରେ ଏହାର ବିପରୀତ ଚିତ୍ର ଦେଖିବାକୁ ମିଳିଛି। ରାଜଧାନୀରେ ବଲ୍‌ବ ଯୋଗାଉଥିବା ସଂସ୍ଥାର ଦେଖା ମିଳୁନି। ଉକ୍ତ ସଂସ୍ଥା ହିତାଧିକାରୀଙ୍କୁ ଯୋଗାଇ ଦେଇଥିବା ବଲ୍‌ଗୁଡ଼ିକର ୩ବର୍ଷ ଓ୍ବାରେଣ୍ଟି ଦେବା ସହ ତାରିଖ ଉଲ୍ଲେଖ କରିଥିଲା। ହେଲେ ତାହା ୬ମାସ ବି ଜଳିପାରିଲା ନାହିଁ। ବଲ୍‌ବ ବଦଳାଇବାକୁ ଲୋକେ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ି ନିରାଶରେ ଫେରୁଥିବା ଦେଖିବାକୁ ମିଳୁଛି।
ଏନର୍ଜି ଏଫିସିଏନ୍ସି ସର୍ଭିସେସ୍‌ ଲିମିଟେଡ୍‌ (ଇଇଏସ୍‌ଏଲ୍‌) ଏଲ୍‌ଇଡି ବଲ୍‌ବ ଯୋଗାଣ ଦାୟିତ୍ୱ ନେଇଥିଲା। ପ୍ରଥମେ ସଂସ୍ଥାର କର୍ମଚାରୀମାନେ ସହରର ବିଦ୍ୟୁତ୍‌ କାର୍ଯ୍ୟାଳୟରେ ହିତାଧିକାରୀଙ୍କୁ ବଲ୍‌ବ ଯୋଗାଇଥିଲେ। ପରବର୍ତ୍ତୀ ସମୟରେ ଭୁବନେଶ୍ୱରର ୬ଟି ସ୍ଥାନ ଯଥା ୟୁନିଟ୍‌-୮ କଲ୍ୟାଣ ମଣ୍ଡପ ନିକଟ ମୁଖ୍ୟ ବିଦ୍ୟୁତ୍‌ କାର୍ଯ୍ୟାଳୟ, ପୁରୁଣା ଭୁବନେଶ୍ୱର ବିଦ୍ୟୁତ୍‌ କାର୍ଯ୍ୟାଳୟ, ସୁନ୍ଦରପଦା ବିଦ୍ୟୁତ୍‌ କାର୍ଯ୍ୟାଳୟ, ଲକ୍ଷ୍ମୀସାଗର ବିଦ୍ୟୁତ୍‌ କାର୍ଯ୍ୟାଳୟ, ଇନ୍ଦ୍ରଧନୁ ମାର୍କେଟ କାର୍ଯ୍ୟାଳୟ ଓ କଳିଙ୍ଗ ନଗର ବିଦ୍ୟୁତ୍‌ କାର୍ଯ୍ୟାଳୟରେ ଏହି ସେବାକୁ ଉପଲବ୍ଧ କରାଯାଉଥିଲା। ହେଲେ ଦୀର୍ଘ ୩ମାସ ହେବ ୟୁନିଟ୍‌-୮ ମୁଖ୍ୟ କାର୍ଯ୍ୟାଳୟରେ ଏହି ସେବା ମିଳୁନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏଥିସହିତ ଅନ୍ୟ କାର୍ଯ୍ୟାଳୟଗୁଡ଼ିକ ମଧ୍ୟ ନିୟମିତ ଭାବେ ଖୋଲା ରହୁନି। ଏଥିରେ ଏବେ ନାନା ଅବ୍ୟବସ୍ଥା ପଦାକୁ ଆସିଛି। ସମ୍ପୃକ୍ତ କର୍ମଚାରୀମାନେ ମନ ହେଲେ ସେଠାକୁ ଆସୁଛନ୍ତି ନ ହେଲେ ନାହିଁ। ସଂସ୍ଥାର କୌଣସି ସ୍ଥାୟୀ ଠିକଣା ବା କାର୍ଯ୍ୟାଳୟ ନାହିଁ। ଫଳରେ ଫ୍ୟୁଜ୍‌ ବଲ୍‌ବ ବଦଳାଇବାକୁ ଲୋକେ ବିଦ୍ୟୁତ୍‌ କାର୍ଯ୍ୟାଳୟରେ ସଂସ୍ଥାର କର୍ମଚାରୀଙ୍କୁ ନ ପାଇ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି।
ଏ ସଂକ୍ରାନ୍ତରେ ଇଇଏସ୍‌ଏଲ ଭୁବନେଶ୍ୱରର ଡିଜିଏମ ଅରୁଣ ସାହୁ କହିଛନ୍ତି, ଏଲ୍‌ଇଡି ବଲ୍‌ବ ନିୟମିତ ଭାବେ ଯୋଗାଇ ଦିଆଯାଉଥିଲା। ସମସ୍ତ ହିତାଧିକାରୀଙ୍କୁ ୧୦ଟି ପର୍ଯ୍ୟନ୍ତ ମିଳୁଥିଲା। ହେଲେ କିଛିଦିନ ପରେ ଅଧିକ ସଂଖ୍ୟାରେ ବଲ୍‌ବ ବଦଳାଇବାକୁ ଲୋକେ ଆସିଲେ। କିନ୍ତୁ ଆବଶ୍ୟକ ପରିମାଣର ବଲ୍‌ବ ନ ଥିବାରୁ ଅଧିକାଂଶ ବିତରଣ କେନ୍ଦ୍ରକୁ ବନ୍ଦ ରଖାଯାଇଥିଲା। ଗତ ଦେଢମାସ ହେବ ଅଳ୍ପକିଛି ସ୍ଥାନରେ ଏହି ସେବା ଯୋଗାଇ ଦିଆଯାଉଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଇଇଏସ୍‌ଏଲର ଜଣେ କର୍ମଚାରୀ କହିଛନ୍ତି, ରାଜ୍ୟ ସରକାର ‘ଆମ ଘର ଏଲ୍‌ଇଡି ଯୋଜନା’ ଶୁଭାରମ୍ଭ କଲାପରେ ଯେଉଁ ହିତାଧିକାରୀ ଉଜ୍ଜ୍ୱଳାରେ ବଲ୍‌ବ ପାଇଥିଲେ ସେମାନେ ସେଥିରେ ବି ୪ଟି ବଲ୍‌ବ ପାଇଲେ। ଦିନକୁ ୭ରୁ ୮ଘଣ୍ଟା ସେ ବଲ୍‌ବଟି ଜାଳିବା ପାଇଁ ନିୟମ ଥିବାବେଳେ ସେମାନେ ଅହରହ ଜାଳିବାରୁ ଅଧିକାଂଶ ଫ୍ୟୁଜ୍‌ ହେଲା। ତାହାକୁ ବଦଳାଇବାକୁ ଲୋକ ଭିଡ଼ ଜମାଇ ହୋହଲ୍ଲା କଲେ। ଏପରିକି କେତେଜଣ ଲୋକ ବଲ୍‌ବ ଯୋଗାଉଥିବା କର୍ମଚାରୀଙ୍କ ଉପରେ ହାତ ଉଠାଇବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବାରୁ ବଲ୍‌ବ ଯୋଗାଣକୁ କିଛିଦିନ ଲାଗି ବନ୍ଦ କରି ଦିଆଯାଇଥିଲା। ଏବେ ମୁଖ୍ୟ କାର୍ଯ୍ୟାଳୟକୁ ଛାଡ଼ି ଅନ୍ୟ ସମସ୍ତ କାର୍ଯ୍ୟାଳୟରେ ଇଇଏସ୍‌ଏଲ ବଲ୍‌ବ ଯୋଗାଣ କରୁଛି ବୋଲି ସେ କହିଛନ୍ତି।
ରିପୋର୍ଟ(ଫଟୋ)- ସ୍ଥିତପ୍ରଜ୍ଞ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ଭାଜପା ସହ ବଡ଼ ଗେମ ଖେଳିଦେଲେ ଡିକେ ଶିବକୁମାର! କ୍ରସ-ଭୋଟିଂ କରି ୫ ଆସନ ହାସଲ କଲେ

ବେଙ୍ଗାଲୁରୁ,୧୮।୬: ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri