ବାଟହୁଡ଼ା ଉଜ୍ଜ୍ୱଳା ଯୋଜନା: ମିଳୁନି ଏଲ୍‌ଇଡି ବଲ୍‌ବ: କାର୍ଯ୍ୟାଳୟ ବନ୍ଦ

ଭୁବନେଶ୍ୱର,୩୦।୭(ବ୍ୟୁରୋ): ସବୁ ଘରକୁ ବିଦ୍ୟୁତ୍‌ ସଂଯୋଗ ସହ ଏଲଇଡି ବଲ୍‌ବ। ଘର ପିଛା ୧୦ ଏଲ୍‌ଇଡି ବଜାର ମୂଲ୍ୟଠାରୁ ଅଧା ଦାମରେ ମିଳିବ। କେନ୍ଦ୍ର ସରକାରଙ୍କ ଉଜ୍ଜ୍ୱଳା ଯୋଜନାରେ ସବୁ ବିଦ୍ୟୁତ୍‌ କାର୍ଯ୍ୟାଳୟରେ ଏହା ଉପଲବ୍ଧ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦ୍‌ଘାଟନ କରିବା ସମୟରେ କହିଥିଲେ। ହେଲେ ଭୁବନେଶ୍ୱରରେ ଏହାର ବିପରୀତ ଚିତ୍ର ଦେଖିବାକୁ ମିଳିଛି। ରାଜଧାନୀରେ ବଲ୍‌ବ ଯୋଗାଉଥିବା ସଂସ୍ଥାର ଦେଖା ମିଳୁନି। ଉକ୍ତ ସଂସ୍ଥା ହିତାଧିକାରୀଙ୍କୁ ଯୋଗାଇ ଦେଇଥିବା ବଲ୍‌ଗୁଡ଼ିକର ୩ବର୍ଷ ଓ୍ବାରେଣ୍ଟି ଦେବା ସହ ତାରିଖ ଉଲ୍ଲେଖ କରିଥିଲା। ହେଲେ ତାହା ୬ମାସ ବି ଜଳିପାରିଲା ନାହିଁ। ବଲ୍‌ବ ବଦଳାଇବାକୁ ଲୋକେ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ି ନିରାଶରେ ଫେରୁଥିବା ଦେଖିବାକୁ ମିଳୁଛି।
ଏନର୍ଜି ଏଫିସିଏନ୍ସି ସର୍ଭିସେସ୍‌ ଲିମିଟେଡ୍‌ (ଇଇଏସ୍‌ଏଲ୍‌) ଏଲ୍‌ଇଡି ବଲ୍‌ବ ଯୋଗାଣ ଦାୟିତ୍ୱ ନେଇଥିଲା। ପ୍ରଥମେ ସଂସ୍ଥାର କର୍ମଚାରୀମାନେ ସହରର ବିଦ୍ୟୁତ୍‌ କାର୍ଯ୍ୟାଳୟରେ ହିତାଧିକାରୀଙ୍କୁ ବଲ୍‌ବ ଯୋଗାଇଥିଲେ। ପରବର୍ତ୍ତୀ ସମୟରେ ଭୁବନେଶ୍ୱରର ୬ଟି ସ୍ଥାନ ଯଥା ୟୁନିଟ୍‌-୮ କଲ୍ୟାଣ ମଣ୍ଡପ ନିକଟ ମୁଖ୍ୟ ବିଦ୍ୟୁତ୍‌ କାର୍ଯ୍ୟାଳୟ, ପୁରୁଣା ଭୁବନେଶ୍ୱର ବିଦ୍ୟୁତ୍‌ କାର୍ଯ୍ୟାଳୟ, ସୁନ୍ଦରପଦା ବିଦ୍ୟୁତ୍‌ କାର୍ଯ୍ୟାଳୟ, ଲକ୍ଷ୍ମୀସାଗର ବିଦ୍ୟୁତ୍‌ କାର୍ଯ୍ୟାଳୟ, ଇନ୍ଦ୍ରଧନୁ ମାର୍କେଟ କାର୍ଯ୍ୟାଳୟ ଓ କଳିଙ୍ଗ ନଗର ବିଦ୍ୟୁତ୍‌ କାର୍ଯ୍ୟାଳୟରେ ଏହି ସେବାକୁ ଉପଲବ୍ଧ କରାଯାଉଥିଲା। ହେଲେ ଦୀର୍ଘ ୩ମାସ ହେବ ୟୁନିଟ୍‌-୮ ମୁଖ୍ୟ କାର୍ଯ୍ୟାଳୟରେ ଏହି ସେବା ମିଳୁନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏଥିସହିତ ଅନ୍ୟ କାର୍ଯ୍ୟାଳୟଗୁଡ଼ିକ ମଧ୍ୟ ନିୟମିତ ଭାବେ ଖୋଲା ରହୁନି। ଏଥିରେ ଏବେ ନାନା ଅବ୍ୟବସ୍ଥା ପଦାକୁ ଆସିଛି। ସମ୍ପୃକ୍ତ କର୍ମଚାରୀମାନେ ମନ ହେଲେ ସେଠାକୁ ଆସୁଛନ୍ତି ନ ହେଲେ ନାହିଁ। ସଂସ୍ଥାର କୌଣସି ସ୍ଥାୟୀ ଠିକଣା ବା କାର୍ଯ୍ୟାଳୟ ନାହିଁ। ଫଳରେ ଫ୍ୟୁଜ୍‌ ବଲ୍‌ବ ବଦଳାଇବାକୁ ଲୋକେ ବିଦ୍ୟୁତ୍‌ କାର୍ଯ୍ୟାଳୟରେ ସଂସ୍ଥାର କର୍ମଚାରୀଙ୍କୁ ନ ପାଇ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି।
ଏ ସଂକ୍ରାନ୍ତରେ ଇଇଏସ୍‌ଏଲ ଭୁବନେଶ୍ୱରର ଡିଜିଏମ ଅରୁଣ ସାହୁ କହିଛନ୍ତି, ଏଲ୍‌ଇଡି ବଲ୍‌ବ ନିୟମିତ ଭାବେ ଯୋଗାଇ ଦିଆଯାଉଥିଲା। ସମସ୍ତ ହିତାଧିକାରୀଙ୍କୁ ୧୦ଟି ପର୍ଯ୍ୟନ୍ତ ମିଳୁଥିଲା। ହେଲେ କିଛିଦିନ ପରେ ଅଧିକ ସଂଖ୍ୟାରେ ବଲ୍‌ବ ବଦଳାଇବାକୁ ଲୋକେ ଆସିଲେ। କିନ୍ତୁ ଆବଶ୍ୟକ ପରିମାଣର ବଲ୍‌ବ ନ ଥିବାରୁ ଅଧିକାଂଶ ବିତରଣ କେନ୍ଦ୍ରକୁ ବନ୍ଦ ରଖାଯାଇଥିଲା। ଗତ ଦେଢମାସ ହେବ ଅଳ୍ପକିଛି ସ୍ଥାନରେ ଏହି ସେବା ଯୋଗାଇ ଦିଆଯାଉଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଇଇଏସ୍‌ଏଲର ଜଣେ କର୍ମଚାରୀ କହିଛନ୍ତି, ରାଜ୍ୟ ସରକାର ‘ଆମ ଘର ଏଲ୍‌ଇଡି ଯୋଜନା’ ଶୁଭାରମ୍ଭ କଲାପରେ ଯେଉଁ ହିତାଧିକାରୀ ଉଜ୍ଜ୍ୱଳାରେ ବଲ୍‌ବ ପାଇଥିଲେ ସେମାନେ ସେଥିରେ ବି ୪ଟି ବଲ୍‌ବ ପାଇଲେ। ଦିନକୁ ୭ରୁ ୮ଘଣ୍ଟା ସେ ବଲ୍‌ବଟି ଜାଳିବା ପାଇଁ ନିୟମ ଥିବାବେଳେ ସେମାନେ ଅହରହ ଜାଳିବାରୁ ଅଧିକାଂଶ ଫ୍ୟୁଜ୍‌ ହେଲା। ତାହାକୁ ବଦଳାଇବାକୁ ଲୋକ ଭିଡ଼ ଜମାଇ ହୋହଲ୍ଲା କଲେ। ଏପରିକି କେତେଜଣ ଲୋକ ବଲ୍‌ବ ଯୋଗାଉଥିବା କର୍ମଚାରୀଙ୍କ ଉପରେ ହାତ ଉଠାଇବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବାରୁ ବଲ୍‌ବ ଯୋଗାଣକୁ କିଛିଦିନ ଲାଗି ବନ୍ଦ କରି ଦିଆଯାଇଥିଲା। ଏବେ ମୁଖ୍ୟ କାର୍ଯ୍ୟାଳୟକୁ ଛାଡ଼ି ଅନ୍ୟ ସମସ୍ତ କାର୍ଯ୍ୟାଳୟରେ ଇଇଏସ୍‌ଏଲ ବଲ୍‌ବ ଯୋଗାଣ କରୁଛି ବୋଲି ସେ କହିଛନ୍ତି।
ରିପୋର୍ଟ(ଫଟୋ)- ସ୍ଥିତପ୍ରଜ୍ଞ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ନାହିଁ: ଖଟିଆରେ ଚାଲିଗଲା ଜୀବନ

ସମ୍ବଲପୁର/ନାକଟିଦେଉଳ,୨୦ା୭(ବ୍ୟୁରୋ/ଡ଼ି.ଏନ.ଏ.): ଗଁ।ର ବିକାଶରେ ପ୍ରତିବନ୍ଧକ ସାଜିଛି ନାଳ। ନାଳ ଉପରେ ପୋଲ ନ ଥିବାରୁ ଗଁ।କୁ ଯାଇ ପାରିଲାନି ଆମ୍ବୁଲାନ୍ସ। ଗଁ। ଲୋକେ ରୋଗୀକୁ ଖଟିଆରେ...

ଜିଲାପାଳଙ୍କୁ ଚିଠି ଲେଖିଲା ଗଣଶିକ୍ଷା ବିଭାଗ

ଭୁବନେଶ୍ୱର,୧୪।୫(ବ୍ୟୁରୋ): କୋଭିଡ୍‌ ମହାମାରୀ ଯୋଗୁ ଗତ ୨ବର୍ଷ ଧରି ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିଥିଲା। ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପାଠପଢା ଆରମ୍ଭ...

ମହାପ୍ରଭୁଙ୍କ କରୁଣାରୁ କରୋନା ସଙ୍କଟ ଦୂର ହେଉ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୪(ବ୍ୟୁରୋ): ଆଜି ପବିତ୍ର ରାମ ନବମୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ସେ ଲେଖିଛନ୍ତି, ” ପବିତ୍ର...

ଖାଲି ବାକ୍ସ ନେଇ ଫେରିଲେ ପୋଲିଂ ଅଧିକାରୀ

ବାରିପଦା ଅଫିସ,୧୯ ।୨ ମୟୂରଭଞ୍ଜ ଜିଲାର ୫ ବ୍ଲକରେ ଶୁକ୍ରବାର ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଶେଷ ହୋଇଛି। ଶୁଳିଆପଦା ବ୍ଲକର କୁଜିଡିହୀ, ଫାନିଆ,...

ବିଏମ୍‌ସି ଅବସରପ୍ରପ୍ତ କର୍ମଚାରୀ ପାଇବେ ପେନସନ

ବ୍ରହ୍ମପୁର ଅଫିସ,୧୮ା୧-ବ୍ରହ୍ମପୁର ମହାନଗର ନିଗମ ଅବସରପ୍ରାପ୍ତ କର୍ମଚାରୀ ସପ୍ତମ ବେତନ କମିଶନ ସୁପାରିସ ଅନୁସାର ପାଇବେ ପେନ୍‌ସନ। ରାଜ୍ୟ ସରକାରଙ୍କ ମଞ୍ଜୁରୀପତ୍ର ବିଏମ୍‌ସିରେ ପହଞ୍ଚତ୍ଛି ଓ...

କୋଭିଡ୍‌-୧୯: ‘ମାଇକ୍ରୋସଫ୍ଟ ଟିମ୍‌’ରେ ପାଠପଢ଼ିବେ ସରକାରୀ ସ୍କୁଲ ଛାତ୍ରୀଛାତ୍ର

ଭୁବନେଶ୍ୱର,୯।୫(ବ୍ୟୁରୋ): କୋଭିଡ୍‌-୧୯ ସଂକ୍ରମଣ ଯୋଗୁ ଦେଶ ସମେତ ସାରା ରାଜ୍ୟରେ ଲକ୍‌ଡାଉନ୍‌ ଜାରି କରାଯାଇଥିବାବେଳେ ଛାତ୍ରୀଛାତ୍ରଙ୍କ ପାଇଁ ରାଜ୍ୟ ସରକାର ହ୍ବାଟ୍‌ସଆପ୍‌ ଏବଂ ଡିଡି ଓଡ଼ିଆ...

କେନ୍ଦ୍ରାପଡ଼ାରେ ଚର୍ମରୋଗ ଭୟ

କେନ୍ଦ୍ରାପଡ଼ା ଅଫିସ, ୨୦ା୭: ଦୁଇବର୍ଷ ଧରି କରୋନା ସଂକ୍ରମଣ ଭୟରେ ଲୋକେ ବହୁ କଷ୍ଟରେ ଜୀବନ ଜୀବିକା ନିର୍ବାହ କରୁଥିବା ବେଳେ ଏବେ କେନ୍ଦ୍ରାପଡ଼ା ଜିଲାରେ...

ଜେଲ ଗଲେ ୪ ଇଞ୍ଜିନିୟରିଂ ଛାତ୍ର

ଭୁବନେଶ୍ୱର/ଜଟଣୀ/ଯାଁଳା, ୮।୭(ବ୍ୟୁରୋ/ଡି.ଏନ୍‌.ଏ.) : ଇଞ୍ଜିନିୟରିଂ ପାଠ ପଢି ହାଇଟେକ ଉପାୟରେ ଲୁଟ କରୁଥିଲେ। ଏଭଳି ଏକ ଲୁଟେରା ଗ୍ୟାଙ୍ଗର ସଦସ୍ୟଙ୍କୁ ଧରିବାରେ ସଫଳ ହୋଇଛି ଜଟଣୀ...

Advertisement
Archives

Model This Week