Posted inଜାତୀୟ

ବାଚସ୍ପତି ନିର୍ବାଚନରେ ଭାଗ ନେବନାହିଁ ଭାଜପା

ମୁମ୍ବାଇ,୧।୧୨: ମହାରାଷ୍ଟ୍ର ବିଧାନସଭାରେ ଆସ୍ଥା ଭୋଟରେ ଉଦ୍ଧବ ଠାକରେ ବାଜି ମାରିଲେ ସତ। ହେଲେ ରବିବାର ପୁଣି ଏକ ପରୀକ୍ଷା ଦେବେ ଉଦ୍ଧବ। ରବିବାର ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ। ହେଲେ ଏଥିରେ ଭାରତୀୟ ଜନତା ପାର୍ଟି(ଭାଜପା) ଭାଗ ନେବ ନାହିଁ ବୋଲି ଜଣାପଡିଛି। ମହାରାଷ୍ଟ୍ର ଭାଜପାର ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ ଏହି ସୂଚନା ଦେଇଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଭାଜପାର ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁଯାୟୀ ଭାଜପା ବାଚସ୍ପତି ଦୌଡରୁ ଓହରି ଆସିଛି। ଏଥିପାଇଁ ପୂର୍ବରୁ ଭାଜପାର କିଶାନ କାଠୋରେ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ କଂଗ୍ରେସରୁ ନାନା ପଟୋଲେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ରବିବାର ୧୦ଟା ୩୦ ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହର ପାଇଁ ସମୟ ଥିବା ବେଳେ ଏବେ ଆଲୋଚନା ହେଲାଣି କି ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ନିର୍ବିରୋଧରେ ନିର୍ବାଚିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଚୋପା ସହ ଚୋବାଇ ଖାଆନ୍ତୁ ଫାଳେ ସେଓ…

ପ୍ରତିଦିନ ଫାଳେ ସେଓକୁ ଚୋପା ସହ ଚୋବାଇ ଖାଇଲେ ଅନେକ ଉପକାର ମିଳିଥାଏ। ସେଓରେ ଭିଟାମିନ୍‌ ଏ, ଭିଟାମିନ୍‌ ସି’, ପୋଟାସିୟମ୍‌, ଫାଇବର ଓ କାର୍ବୋହାଇଡ୍ରେଟ୍‌ସ...

ଆଜି ମହାରାଷ୍ଟ୍ରରେ ଏଣ୍ଟ୍ରି କରିବ ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ଯାତ୍ରା’

ନୂଆଦିଲ୍ଲୀ,୭ ।୧୧: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ଆଜି ଅର୍ଥାତ୍ ୭ ନଭେମ୍ବର ସୋମବାର ରାତି ପ୍ରାୟ ୯ଟାରେ ପଡୋଶୀ ରାଜ୍ୟ...

ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ବାୟୁସେନାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୬।୮: ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ଦେବା ଅନୁଚ୍ଛେଦ ୩୭୦ ହଟାଯିବା ପରେ ଏବେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ...

ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ଅନ୍ତିମ ସଂସ୍କାର: ତୋପ ସଲାମୀରେ ଫୁଟିଲାନି ବନ୍ଧୁକରୁ ଗୁଳି

ପାଟନା,୨୨।୮: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ଅନ୍ତିମ ସଂସ୍କାର ବୁଧବାର ସାପୁଲ୍‌ ଜିଲାର ଥିବା ତାଙ୍କ ପୈତୃକ ଗାଁରେ ହୋଇଛି। ତୋପ ସଲାମୀ ସମୟରେ...

ପଞ୍ଜାବ ବିଧାନସଭା ନିର୍ବାଚନ ଫଳାଫଳ ବଖାଣିଲା କୃଷକଙ୍କ କ୍ରୋଧ: ଶରଦ ପାୱାର

ମୁମ୍ବାଇ,୧୧ ।୩: ଦେଶର ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଉପରେ ସଭିଙ୍କ ନଜର ଥିବା ବେଳେ ପଞ୍ଜାବ ବିଧାନସଭା ନିର୍ବାଚନର ଫଳାଫଳ ସଭିଙ୍କୁ ଚମକାଇ...

ମହାରାଷ୍ଟ୍ରର ହିଂସା ପଛରେ ସୋସିଆଲ ମିଡିଆ

ମୁମ୍ବାଇ, ୧୭।୧୧: ତ୍ରିପୁରାରେ ସାମ୍ପ୍ରଦାୟିକ ହିଂସାକୁ ନେଇ ସୋସିଆଲ ମିଡିଆରେ କେତେକ ମିଛ ଖବର ପ୍ରସାରିତ ହୋଇଥିଲା। ଏହାକୁ ନେଇ ଗତ ୧୨ ତାରିଖରେ ମହାରାଷ୍ଟ୍ରର...

ଗୋଟିଏ ଦିନ ପରେ ପୂରଣ ହୋଇପାରେ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦ

ନୂଆଦିଲ୍ଲୀ,୧୦।୧୦: ପାଖେଇ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଆସନ୍ତା ବର୍ଷ ଫେବୃୟାରୀରେ ଏହି ନିର୍ବାଚନ ହେବ ବୋଲି ଅନୁମାନ କରାଯାଉଛି। ଏହି ସମୟରେ ଦିଲ୍ଲୀର କଂଗ୍ରେସ...

ଆତ୍ମହତ୍ୟା କଲେ ଆଇଆଇଟି ମାଡ୍ରାସର ଜଣେ ଛାତ୍ର: ମାସକ ଭିତରେ ଦ୍ୱିତୀୟ ଘଟଣା

ଚେନ୍ନାଇ,୧୪।୩: ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି) ମାଡ୍ରାସର ଆଉ ଜଣେ ଛାତ୍ର ମଙ୍ଗଳବାର ଆତ୍ମହତ୍ୟା କରିଛନ୍ତି। ମୃତକ ଛାତ୍ର ଜଣକ ପୁଷ୍ପକ ବୋଲି ଜଣାପଡ଼ଛି।...

Advertisement
Archives

Model This Week