Posted inଜାତୀୟ

ବାଚସ୍ପତିଙ୍କ କୋର୍ଟରେ ବଲ୍‌

ବେଙ୍ଗାଲୁରୁ/ନୂଆଦିଲ୍ଲୀ,୮ା୭: କର୍ନାଟକରେ ଶାସକ କଂଗ୍ରେସ ଓ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌) ମେଣ୍ଟର ବିଧାୟକମାନେ ଇସ୍ତଫା ଦେବା ପରେ ତେରମାସିଆ ସରକାର ଉପରେ ଘନକଳାବାଦଲ ଉଠିଛି। ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ ରବିବାର ରାତିରେ ଆମେରିକାରୁ ଫେରିବା ପରେ ଏହି ସଙ୍କଟକୁ ଟାଳିବା ପାଇଁ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍‌ ସୁପ୍ରିମୋ ଏଚ୍‌.ଡି. ଦେବେଗୌଡ଼ା ପୁଅ କୁମାରସ୍ବାମୀଙ୍କୁ ଇସ୍ତଫା ନ ଦେଇ ଶକ୍ତିପରୀକ୍ଷାର ସମ୍ମୁଖୀନ ହେବାକୁ ପରାମର୍ଶ ଦେଇଛନ୍ତି। ବେଙ୍ଗାଲୁରୁସ୍ଥିତ ଏକ ହୋଟେଲରେ ମାରାଥନ୍‌ ବୈଠକ ଚାଲିଥିବାବେଳେ ସୋମବାର କ୍ୟାବିନେଟ ବୈଠକ ପରେ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ କୁମାରସ୍ବାମୀ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଅନ୍ୟପକ୍ଷରେ ଭାଜପା ବାଚସ୍ପତିଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଥିବାବେଳେ କଂଗ୍ରେସ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପରୋକ୍ଷରେ ଦାବି କରିଥିବା କୁହାଯାଉଛି। ଏହି ରାଜନୈତିକ ସଙ୍କଟରୁ କର୍ନାଟକରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି।
କର୍ନାଟକର ରାଜନୈତିକ ଘଟଣାକ୍ରମକୁ ନେଇ ଏଆଇସିସି ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ବେଙ୍ଗାଲୁରୁରେ ଡେରା ପକାଇ ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱର, ମନ୍ତ୍ରୀ ଡି.କେ. ଶିବକୁମାର ଏବଂ କେପିସିସି କାର୍ଯ୍ୟକାରୀ ସଭାପତି ଈଶ୍ୱର ଖଣ୍ଡରେଙ୍କ ସହ ଘନଘନ ବୈଠକ କରୁଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ମଙ୍ଗଳବାର ବିଧାୟକ ଦଳ ବୈଠକ ଡାକିଛନ୍ତି। ଇସ୍ତଫା ଦେଇଥିବା କଂଗ୍ରେସ ବିଧାୟକମାନେ ବୈଠକକୁ ନ ଆସିଲେ ଗମ୍ଭୀର ପରିଣାମ ଭୋଗିବେ ବୋଲି ସେ ଚେତାବନୀ ଦେଇଛନ୍ତି। ଦିନେ ଦୁଇଦିନ ମଧ୍ୟରେ ଆହୁରି କେତେଜଣ ବିଧାୟକ ଇସ୍ତଫା ଦେବାକୁ ଯାଉଥିବାରୁ ଏହି ବୈଠକକୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି। ସେପଟେ ମୁମ୍ବାଇର ଏକ ହୋଟେଲରେ ରହିଥିବା ଅସନ୍ତୁଷ୍ଟ ବିଧାୟକମାନେ ଇସ୍ତଫାପତ୍ର ପ୍ରତ୍ୟାହାର କରିବେ ନାହିଁ କି ବିଧାୟକ ଦଳ ବୈଠକରେ ଯୋଗଦେବେ ନାହିଁ ବୋଲି ରବିବାର ସ୍ପଷ୍ଟ କରିଛନ୍ତି। କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ମେଣ୍ଟ ଭାଙ୍ଗି ସରକାରର ପତନ ଘଟାଇବା ଲାଗି ଭାଜପା ଷଡ଼ଯନ୍ତ୍ର ରଚୁଛି। ମହମ୍ମଦ ବିନ୍‌ ତୋଗ୍‌ଲକ୍‌ ପରେ ନରେନ୍ଦ୍ର ମୋଦି ନାମରେ ସମାନ ପ୍ରକୃତିର ଆଉ ଜଣେ ବ୍ୟକ୍ତି ଆସିଛନ୍ତି ବୋଲି ଖାର୍ଗେ ଟୁଇଟ୍‌ କରିଛନ୍ତି। ସେହିପରି ତାଙ୍କୁ କର୍ନାଟକର ମୁଖ୍ୟମନ୍ତ୍ରୀ କରାଯିବା ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଉଥିବା ଖବରକୁ ସେ ଖଣ୍ଡନ କରିଛନ୍ତି।
ପ୍ରକାଶ ଯେ, କଂଗ୍ରେସର ୯ ଏବଂ ଜେଡିଏସ୍‌ର ୩ ବିଧାୟକ ଶନିବାର ବାଚସ୍ପତି କେ.ଆର. ରମେଶ କୁମାରଙ୍କୁ ଇସ୍ତଫା ଦେଇ ରାଜ୍ୟପାଳ ଭଜୁଭାଇ ଭାଲାଙ୍କୁ ଭେଟିବା ପରେ ମୁମ୍ବାଇ ଯାଇଥିଲେ। ଏହା ପୂର୍ବରୁ କଂଗ୍ରେସର ଆଉ ଜଣେ ବିଧାୟକ ମଧ୍ୟ ଇସ୍ତଫା ଦେଇଥିଲେ। ଫଳରେ ୨୨୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୧୧୮ ବିଧାୟକଙ୍କୁ ନେଇ ଚାଲିଥିବା ମେଣ୍ଟ ସରକାର ସଂଖ୍ୟାଲଘୁରେ ପରିଣତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏମାନଙ୍କ ଇସ୍ତଫା ଗୃହୀତ ହେଲେ ମେଣ୍ଟର ବିଧାୟକ ସଂଖ୍ୟା ୧୦୩କୁ ଖସିଯିବ। ଏଭଳି ସମୟରେ ଭାଜପା ବାଚସ୍ପତିଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ସୂଚନା ଦେଇଛନ୍ତି। ଶାସକ ମେଣ୍ଟର ବିଧାୟକଙ୍କ ଇସ୍ତଫା ପଛରେ ଭାଜପାର ହାତ ଥିବା ଅଭିଯୋଗକୁ ସେ ଖଣ୍ଡନ କରି ଦଳର କେନ୍ଦ୍ରୀୟ ନେତୃତ୍ୱ ଏହି ଘଟଣାକ୍ରମ ଉପରେ ତୀକ୍ଷ୍ଣ ନଜର ରଖିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଆପାର୍ଟମେଣ୍ଟ, ୨ କିଲୋ ସୁନା, ପୁଳାପୁଳା ଟଙ୍କା: ସରକାରୀ ଇଞ୍ଜିନିୟରଙ୍କ ସମ୍ପତ୍ତି ଜାଣିଲେ ଇଡ଼ିଯିବ ହୋଶ୍‌

ହାଇଦ୍ରାବାଦ,୨୩।୭:ସରକାରୀ ବ୍ୟବସ୍ଥା ମଧ୍ୟରେ ଦୁର୍ନୀତି ଦମନ ପାଇଁ ପ୍ରୟାସ ଜାରି ରହିଥିବା ବେଳେ ଏହା ଥମୁନି। ସରକାରୀ ଅଧିକାରୀମାନେ ଲାଞ୍ଚ ଦେଇ ଅବୈଧ ସମ୍ପତ୍ତି ସଂଗ୍ରହ କରିବାର…

୨୦୨୭ରେ ଏହି ୪ ରାଶି ହେବେ ମାଲାମାଲ: ଚାରିଆଡ଼ୁ ମିଳିବ ଶୁଭ ଫଳ

ସନାତନ ଧର୍ମରେ ଶନି ଦେବଙ୍କୁ ନ୍ୟାୟର ଦେବତା ଭାବରେ ପୂଜା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଭାବରେ ବିବେଚନା କରାଯାଏ, ଯାହା ଏହାର…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣା ପରେ CJPର ଆସିଲା ବଡ଼ ବୟାନ, କହିଲା…

ନୂଆଦିଲ୍ଲୀ,୨୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ଯେ ପେପର ଲିକ ଦୋଷୀମାନଙ୍କୁ ଦଣ୍ଡ ଦେବା ପାଇଁ ଫାଷ୍ଟ ଟ୍ରାକ କୋର୍ଟ ଗଠନ କରାଯିବ। ସେ କହିଛନ୍ତି…

ରାଜନୀତିରେ ହଲଚଲ: ଓଡ଼ିଶାର ସାଂସଦଙ୍କ ସହ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ବୈଠକ, ସାମିଲ ହେଲେ…

ନୂଆଦିଲ୍ଲୀ,୨୩।୭: କକ୍ରୋଚ ଜନତା ପାର୍ଟି (CJP) ର ଜନ୍ତର-ମନ୍ତରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ପ୍ରଦର୍ଶନକାରୀମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଲଗାତାର ଧାରଣାରେ ଅଟଳ…

ଆନ୍ଦୋଳନର ୩୪ ଦିନ: ଆଗକୁ କ’ଣ ହେବ? ସରକାରଙ୍କ ଚିନ୍ତା ବଢାଇଲା CJPର ଯୋଜନା

ନୂଆଦିଲ୍ଲୀ,୨୩।୭: ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନର ୩୪ ଦିନ ପୂରଣ ହେବା ପରେ ମଧ୍ୟ ପ୍ରଦର୍ଶନକାରୀଙ୍କ ଉତ୍ସାହ କମିନାହିଁ। କକ୍ରୋଚ ଜନତା ପାର୍ଟି (CJP) ର ସଂସ୍ଥାପକ ଅଭିଜୀତ୍‌…

ପେପର୍‌ ଲିକ୍‌ ଘଟଣାରେ ମୋଦି କଲେ ବଡ଼ ଘୋଷଣା, ଜାତୀୟ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୩ା୭: ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶ୍ନପତ୍ର ଲିକ୍ (Paper Leak) ମାମଲାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ସେ ପ୍ରଶ୍ନପତ୍ର…

ସିଜେପି ବିକ୍ଷୋଭ ସ୍ଥଳ ନିକଟରେ ହିଂସା: ଟେକାମାଡ଼ରେ ୫ ପୋଲିସ ଆହତ

ନୂଆଦିଲ୍ଲୀ,୨୩ା୭: ନୂଆଦିଲ୍ଲୀର ଯନ୍ତରମନ୍ତରସ୍ଥିତ ବିକ୍ଷୋଭ ସ୍ଥଳ ନିକଟରେ ବୁଧବାର ସନ୍ଧ୍ୟାରେ ହିଂସାକାଣ୍ଡ ଘଟିଛି। ବିକ୍ଷୋଭକାରୀଙ୍କ ଟେକାମାଡ଼ରେ ୨ ଜଣ ଏସିପିଙ୍କ ସମେତ ୫ ପୋଲିସ ଆହତ ହୋଇଛନ୍ତି।…

ଯେବେ ପେପର୍‌ ଲିକ୍‌କୁ ନେଇ ଧର୍ମେନ୍ଦ୍ର ନିଜେ ଖାଇଥିଲେ ମାଡ଼; ୨୯ ବର୍ଷ ପରେ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୩।୭: NEET-UG ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜିକାଲି ବିରୋଧୀ ଦଳ ଏବଂ ଆନ୍ଦୋଳନରତ ଛାତ୍ରମାନଙ୍କ ନିଶାଣରେ ଅଛନ୍ତି। ଜନ୍ତର-ମନ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri