ବାଙ୍କୀ ଡବଲ୍‌ ମର୍ଡର ଘଟଣା: ଅଭିଯୁକ୍ତ ଜିତେନ୍ଦ୍ର ଗିରଫ

କଟକ ଅଫିସ/ବାଙ୍କୀ(ସ୍ବ.ପ୍ର)୨୧।୨: ବହୁ ଚର୍ଚ୍ଚିତ ବାଙ୍କୀ ଡବଲ ମର୍ଡର ଘଟଣାରେ ସ୍ଥାନୀୟ ପୋଲିସ ଆଉଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ସେ ହେଲେ କଟକ ଜିଲା ବୈଦେଶ୍ୱର ଥାନା ଅଧୀନ ଖଜୁରିପଦା ଗ୍ରାମର ଜିତୁ ଓରଫ ଜିତେନ୍ଦ୍ର ସ୍ବାଇଁ (୨୩)। ଜିତେନ୍ଦ୍ରଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବାଙ୍କୀ ଉପଖଣ୍ଡ ଉପକାରାଗାରକୁ ପଠାଇ ଦିଆଯାଇଛି। ପୂର୍ବରୁ ଏହି ଘଟଣାରେ ଉକ୍ତ ଗ୍ରାମର ବଳିଆ ଓରଫ ବଳଭଦ୍ର ପ୍ରଧାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅନ୍ୟପକ୍ଷରେ ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଥିବା କାଳିଆ ଓରଫ ସୁଶାନ୍ତ ପ୍ରଧାନ(୪୦) ଓ ଅନ୍ୟଜଣେ ଅଭିଯୁକ୍ତ ଭଦ୍ରକ ଟାଉନ ଥାନା ଅନ୍ତର୍ଗତ କୁଅଁାଶ ଗ୍ରାମର ହିମାଂଶୁ ଭୂଷଣ ରାଉତରାୟ(୩୯)ଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଚଳାଇଛି। ସୁଶାନ୍ତଙ୍କ ନିକଟରୁ ଅନ୍ୟ ୧୦ ଅଭିଯୁକ୍ତଙ୍କ ସମ୍ପର୍କରେ ପୋଲିସ ତଥ୍ୟ ପାଇଛି। ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ବୋଲି ଗୁରୁବାର କଟକ ଗ୍ରାମାଞ୍ଚଳ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଗ୍ରାମାଞ୍ଚଳ ଏସ୍‌ପି ରାଧାବିନୋଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ପାଣିଗ୍ରାହୀଙ୍କ କହିବାନୁଯାୟୀ, କ୍ଷମତା ଲୋଭକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡର ଶିକାର ହୋଇଥିବା ନୂଆଗଁା ସରପଞ୍ଚ ମମତା ମହାପାତ୍ରଙ୍କ ସ୍ବାମୀ ଭଗବାନ ସ୍ବାଇଁ ଓ ଏକ ଓ୍ବେବ୍‌ ଚ୍ୟାନେଲର ଖବରଦାତା ଆଦିତ୍ୟ କୁମାର ରଣସିଂଙ୍କ ସହିତ ଅଭିଯୁକ୍ତମାନଙ୍କର ଦୀର୍ଘଦିନ ହେବ ଶତ୍ରୁତା ଲାଗି ରହିଥିଲା। ବିଭିନ୍ନ ସମୟରେ ଛୋଟ କଥାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଅଶାନ୍ତି ଉପୁଜୁଥିଲା। ଆଦିତ୍ୟ ଓ ଭଗବାନଙ୍କୁ ଆକ୍ରମଣ କରିବା ପାଇଁ ଏକ ମାସ ପୂର୍ବରୁ ଅଭିଯୁକ୍ତମାନେ ଯୋଜନା କରିଥିଲେ। ଗତ ୧୫ ତାରିଖ ଅପରାହ୍ନରେ ଆଦିତ୍ୟ, ଭଗବାନ ଓ ଅନ୍ୟଜଣେ ଯୁବକ ମାନସ ରଞ୍ଜନ ସିଂ ବାଇକ୍‌ରେ ବାଙ୍କୀରୁ ଖଜୁରୀପଦା ଗ୍ରାମକୁ ଫେରୁଥିଲେ। ଏହି ସମୟରେ ବାଙ୍କୀ ଥାନା ଅନ୍ତର୍ଗତ କିଆପଲା ଜୋକଲାଞ୍ଜି ଜଳସେଚନ ପ୍ରକଳ୍ପ ନିକଟ ରାସ୍ତାରେ ସରୁ ଜିଆଇ ତାର ବାନ୍ଧି ଅଭିଯୁକ୍ତମାନେ ଲୁଚି ରହିଥିଲେ। ବାଇକ୍‌ ଜିଆଇ ତାରରେ ଛନ୍ଦି ହୋଇଯିବାରୁ ସେମାନେ ତଳେ ପଡିଯାଇଥିଲେ। ଏହି ସମୟରେ ସେମାନଙ୍କୁ ମାରଣାସ୍ତ୍ରରେ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। କୌଶଳକ୍ରମେ ମାନସ ଘଟଣାସ୍ଥଳରୁ ପଳାଇ ଯାଇଥିବାବେଳେ ଆଦିତ୍ୟ ଓ ଭଗବାନଙ୍କୁ ଅଭିଯୁକ୍ତମାନେ ଗୋଡାଇ ଗୋଡାଇ ହାଣିଥିଲେ। ଆଦିତ୍ୟଙ୍କ ଶରୀରରୁ ଗୋଡକୁ ଅଲଗା କରିଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ଭଗବାନଙ୍କୁ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଭଗବାନଙ୍କୁ ଆମ୍ବୁଲାନ୍ସରେ କଟକ ନେବା ବାଟରେ ସେ ୯ ଜଣ ଅଭିଯୁକ୍ତଙ୍କ ନାମ କହିଥିଲେ। ଆମ୍ବୁଲାନ୍ସ ଭିତରେ ଥିବା ଜଣେ ଯୁବକ ଏହାକୁ ରେକର୍ଡିଂ କରିଥିଲେ। ପରବର୍ତ୍ତୀ ସମୟରେ ଏହି ଭିଡିଓ ଭାଇରାଲ ହୋଇଥିଲା, ଯାହା ପୋଲିସର ତଦନ୍ତରେ ସହାୟକ ହୋଇଥିଲା। ଘଟଣା ସମ୍ପର୍କରେ ମାନସ ବାଙ୍କୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଦଫା ୩୦୨, ୧୪୭, ୧୪୮, ୧୨୦(ବି) ଏବଂ ୧୪୯ ଅନୁଯାୟୀ ଏକ ମାମଲା(ନଂ.୩୯/୨୦) ରୁଜୁ କରିଛି। ଅନ୍ୟପକ୍ଷରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବିଜୟଲକ୍ଷ୍ମୀ ସାହୁଙ୍କ ନେତୃତ୍ୱରେ ଏକ କମିଟି ଗୁରୁବାର ଖଜୁରୀପଦା ଗ୍ରାମକୁ ଯାଇ ମୃତକଙ୍କୁ ପରିବାରକୁ ଭେଟିଥିଲେ।
ଆଟୁରେ ଲୁଚିଥିଲେ ଜିତେନ୍ଦ୍ର
ହତ୍ୟାକାଣ୍ଡ ପରେ ଜିତେନ୍ଦ୍ର ଫେରାର ହୋଇଯାଇଥିଲେ। ପରେ ଗାଁକୁ ଫେରି ନିଜ ଘରେ କିଛିଦିନ ହେବ ଲୁଚି ରହିଥିଲେ। ଖବରପାଇ ପୋଲିସ ପହଞ୍ଚି ତାଙ୍କ ଘରକୁ ଘେରି ଯାଇଥିଲା। ଏହି ସମୟରେ ଜିତେନ୍ଦ୍ର ତାଙ୍କ ଚାଳ ଘରର ଆଟୁରେ ଲୁଚି ଥିବାବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri