ବାଇକ ଦୁର୍ଘଟଣାରେ ଜଣେ ମୃତ, ରାସ୍ତାରୋକୋ

ଧରାକୋଟ,୧୮।୬(ଡି.ଏନ.ଏ.)- ଧରାକୋଟ ଥାନା ଜାନିବିଲିଠାରେ ଜାତୀୟ ରାଜପଥ ନଂ.୫୯ରେ ମଙ୍ଗଳବାର ବାଇକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଜାନିବିଲି ଗ୍ରାମର ଦେବରାଜ ଗୌଡ଼ (୨୮)। ମଙ୍ଗଳବାର ଅପରାହ୍ନ ପ୍ରାୟ ଗୋଟାଏରେ ଆସିକାପଟୁ ଛତ୍ରପୁର ଅଞ୍ଚଳ ସୁନ୍ଦରପୁର ଗ୍ରାମର କାଳୁ ଚରଣ ସାହୁ ଶ୍ୱଶୁର ଘର ଶୁରମଣି ଗ୍ରାମକୁ ଯାଉଥିଲେ। ଜାନିବିଲିଠାରେ ଦେବରାଜ କୌଣସି କାମପାଇଁ ରାସ୍ତାପାର ହେଉଥିବାବେଳେ କାଳୁଙ୍କ ବାଇକ ସହ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଦେବରାଜଙ୍କ ମୃତ୍ୟୁ ହୋଇଥିଲା। ଗଁାରେ ଖବର ପହଞ୍ଚତ୍ବାପରେ ଜାତୀୟ ରାଜପଥକୁ ମୃତକଙ୍କ ପରିବାର ଓ ଗ୍ରାମବାସୀ ଅବରୋଧ କରିଥିଲେ। ଧରାକୋଟ ଥାନାଧିକାରୀ ସନ୍ତୋଷ କୁମାର ବେହେରା, ସ୍ଥାନୀୟ ତହସିଲଦାର ଗଦାଧର ପାତ୍ର ପହଞ୍ଚତ୍ ଅବରୋଧକାରୀଙ୍କୁ ବୁଝାଶୁଝା କରିବା ସହ ମୃତକଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଓ ରେଡକ୍ରସ ପାଣ୍ଠିରୁ ୫ ହଜାର ଟଙ୍କା ପ୍ରଦାନ କରିବା ସହ ଆଇନ ଅନୁଯାୟୀ ସରକାରୀ ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହାସହ ବାଇକ (ନଂ.ଓଡି୦୭ଇ-୨୬୮୧)କୁ ଜବତ କରି ଚାଳକ କାଳୁଙ୍କୁ ଧରାକୋଟ ଥାନାରେ ଅଟକ ରଖାଯାଇଛି। ଏନେଇ ନଂ.୮୬/୧୯ରେ ମାମଲା ରୁଜୁ କରାଯାଇ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ଆସିକା ପଠାଯାଇଛି । ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧ ହଟିବା ସହ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିସିସି ବ୍ୟାଙ୍କ କୃଷିଋଣ ଦେଇଛି ୨୩୨.୬୫ କୋଟି

ବ୍ରହ୍ମପୁର ଅଫିସ,୧୪।୪: ବ୍ରହ୍ମପୁର ସମବାୟ କେନ୍ଦ୍ର (ବିସିସି) ବ୍ୟାଙ୍କ ୨୦୨୨-୨୩ ବର୍ଷରେ ରବି ଫସଲ ପାଇଁ ଗଞ୍ଜାମ-ଗଜପତି ଜିଲାର ୬୦,୬୬୨ ପଞ୍ଜୀକୃତ ଚାଷୀଙ୍କୁ ୨୩୨.୬୫ କୋଟି...

ଓରେରାକୁ ଚକମା ଦେଉଛନ୍ତି ଅସାଧୁ ବିଲ୍‌ଡର

ଭୁବନେଶ୍ୱର,୧୩-୯(ବ୍ୟୁରୋ):ଘର କିମ୍ବା ଜମି କିଣୁଥିବା ବ୍ୟକ୍ତି ଅନେକ ସମୟରେ ଅସାଧୁ ପ୍ରମୋଟର ଓ ରିୟଲ ଇଷ୍ଟେଟ ମାଲିକଙ୍କର ଶୋଷଣର ଶିକାର ହେଉଥିଲେ। ଗ୍ରାହକମାନଙ୍କୁ ସେମାନଙ୍କଠାରୁ ସୁରକ୍ଷା...

ଚିକିତ୍ସା ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କଲେ ସାମାଜିକ କର୍ମୀ

ବରଗଡ଼ ଅଫିସ୍‌,୨୮ା୪ ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାଲପାଲି ଗ୍ରାମର ସୁଶୀଲ ଖମାରୀଙ୍କ ଶିଶୁକନ୍ୟା ରୁନି(୧୦) ପୋଡ଼ିଯାଇ ଗୁରୁତର ଅସୁସ୍ଥ ଅଛନ୍ତି। ଏ ନେଇ...

ସମ୍ପର୍କରୁ ମିଳିଛି ଲୋକପ୍ରିୟତା

ଛୋଟ ଏକ ଗାଁ ଆଉ ଛୋଟିଆ ଆଶା ଧରି ମେଧାବୀ ଛାତ୍ର ଜଣକ (ଇଞ୍ଜିନିୟରିଂ ଶିକ୍ଷା ଶେଷ ବର୍ଷ) ଭୁବନେଶ୍ୱରରେ ବ୍ୟବସାୟ କରିବାକୁ ମନ ବଳାଇଥିଲେ।...

ଆଜି ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର,୮-୧୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ମନ୍ତ୍ରୀ ପରିଷଦ ବୈଠକ ଶୁକ୍ରବାର ଲୋକସେବା ଭବନଠାରେ ଅନୁଷ୍ଠିତ ହେବ। ଅପରାହ୍ନ ୧୨ଟା ୫ମିନିଟ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି...

ମା’ ସମଲେଶ୍ୱରୀଙ୍କ ସାଧାରଣ ଦର୍ଶନ ସମୟରେ ପରିବର୍ତ୍ତନ

ସମ୍ବଲପୁର,୧।୬(ବ୍ୟୁରୋ): ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ସାଧାରଣ ଦର୍ଶନ ସମୟରେ ପରିବର୍ତ୍ତନ କରାଯାଇଛି। ପୂଜକମାନଙ୍କ ସହମତିରେ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଗୁରୁବାରଠାରୁ...

ଅଖାରେ ପୂରାଇ ଶିଶୁକନ୍ୟାଙ୍କୁ ଫୋପାଡ଼ି ଦେଲେ

ବଡ଼ବିଲ,୯।୬ : କେନ୍ଦୁଝର ଜିଲା ବଡ଼ବିଲ ଥାନା ଭଦ୍ରାସାହି ପଞ୍ଚାୟତ ୪ନଂ. ଓ୍ବାର୍ଡ ଅନ୍ତର୍ଗତ ଭୁଷୁଗାଁରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ଏକ ଜରି...

ଟଙ୍କା ୨ ଶହ ପାଇଁ ମାମୁଙ୍କ ମୃତ୍ୟୁର କାରଣ ସାଜିଲା ଭଣଜା

ଉମରକୋଟ, ୧୭।୧୧(ସ୍ବ.ପ୍ର.): ମାତ୍ର ୨ଶହ ଟଙ୍କା ପାଇଁ ମାମୁଙ୍କୁ ହତ୍ୟା କରିଛି ଭଣଜା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ...

Advertisement
Archives

Model This Week