ବାଇକ ଚୋରି ର଼୍ୟାକେଟର ପର୍ଦ୍ଦାଫାଶ: ୫ ବାଇକ ଜବତ, ୩ ଗିରଫ

ଦେଓଗାଁ, ୨୨ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ପୋଲିସ ଏକ ବାଇକ ଚୋରି ର଼୍ୟାକେଟର ପର୍ଦ୍ଦାଫାଶ କରିଛି। ଏ ସଂକ୍ରାନ୍ତରେ ବୁଧବାର ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ସଇଁନ୍ତଲା ଥାନା ଅନ୍ତର୍ଗତ ଦାବଜୁରୀର ପବିତ୍ର ଛତ୍ରିଆ(୨୪), ଦେଓଗାଁ ଥାନା ଅନ୍ତର୍ଗତ ଛତାପିପଲର ସ୍ବାଧୀନ ବାରିକ(୩୫) ଓ ବ୍ରାହ୍ଣଣୀର ଭୂପେନ୍ଦ୍ର କୁମ୍ଭାର(୨୮)। ଏଥିସହିତ ୪ଟି ଚୋରି ବାଇକ ଏବଂ ଚୋରିରେ ବ୍ୟବହୃତ ଏକ ବାଇକ ଜବତ ହୋଇଛି। ବଲାଙ୍ଗୀର ଏସ୍‌ଡିପିଓ ଶ୍ରୀମନ୍ତ ବାରିକ ଓ ଥାନାଧିକାରୀ ରଞ୍ଜନ ବରିହା ଏ ନେଇ ସୂଚନା ଦେଇଛନ୍ତି। ସୂଚନାନୁସାରେ ଗତ ମାର୍ଚ୍ଚ ୩୧ ତାରିଖରେ ସଇଁନ୍ତଲା ଥାନା କୁମ୍ଭାରୀ ଗାଁର ଚମାର ତୁମୁଲିଆ ଗଁ।ରୁ ଦେଓଗାଁ ବ୍ଲକ ସିକୁଆଁକୁ ତାଙ୍କ ବାଇକରେ ଆସୁଥିଲେ। ଏହି ସମୟରେ ଲଣ୍ଡାପଥର ପାଖରେ ତାଙ୍କୁ ଅନ୍ୟତମ ଅଭିଯୁକ୍ତ ପବିତ୍ର ଲିଫ୍ଟ ମାଗିଥିଲେ। ତାଙ୍କ ସହ କିଛି ଦୂର ଆସିବା ପରେ ପରିଶ୍ରା କରିବା ବାହାନାରେ ଅଟକାଇ ବାଇକ ଧରି ଫେରାର ହୋଇ ଯାଇଥିଲେ। ଏ ନେଇ ଚମାର ଦେଓଗାଁ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ. ୧୦୦/୨୦)ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ସଇଁନ୍ତଲା ଥାନା ଦାବଜୁରୀ ଭିରକାପଡାରୁ ଅଭିଯୁକ୍ତ ପବିତ୍ରଙ୍କୁ ଧରିବା ସହ ଛତ୍ରିଆଙ୍କ ଚୋରି ବାଇକ ଓ ହାତିସରାରୁ ଚୋରି ଅନ୍ୟ ଏକ ବାଇକ ଜବତ କରିଥିଲା ପୋଲିସ। ତାଙ୍କୁ ସହଯୋଗ କରିଥିବା ସ୍ବାଧୀନ ବାରିକଙ୍କ ସମେତ ଚୋରିରେ ବ୍ୟବହୃତ ବାଇକ ନଂ ଓଡି୦୩ଏମ୭୫୫୩୯କୁ ଛତାପିପଲରୁ ଉଦ୍ଧାର କରାଯାଇଥିଲା। ଏଥିସହ ପବିତ୍ର ବ୍ରାହ୍ମଣୀ ଗାଁର ଭୂପେନ୍ଦ୍ର କୁମ୍ଭାରଙ୍କୁ ପୂର୍ବରୁ ବିକ୍ରୀ କରିଥିବା ଅନ୍ୟ ଏକ ବାଇକକୁ ଜବତ କରିବା ସହ ତାଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ। ତେବେ ଅଭିଯୁକ୍ତି ବିକ୍ରି କରିଥିବା ଅନ୍ୟ ଏକ ଚୋରି ବାଇକକୁ ବଲାଙ୍ଗୀର ଆରଟିଓ ଜବତ କରିଥିଲା। ଉକ୍ତ ଗାଡିର ନମ୍ବର ବଦଳା ଯାଇ ଏକ ପୁରୁଣା ରାଜଦୂତ ନମ୍ବର ଓଆର୦୩ଏ୫୬୨୨ ଲଗାଇଥିବାରୁ ଆରଟିଓ ଓ ପୋଲିସର ସନ୍ଦେହ ଦୃଢ଼ୀଭୂତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲା ଆକାଶ ତଳେ ପଢୁଛନ୍ତି ଛାତ୍ରୀଛାତ୍ର

ସଇଁତଲା,୪ା୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ସଇଁତଲା ବ୍ଲକ ଡୁଙ୍ଗୁରିପାଲି ପଞ୍ଚାୟତ ଅନ୍ତର୍ଗତ କୁଅଁାରଗଁାଠାରେ ଥିବା ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟକୁ ରାଜ୍ୟ ସରକାର ୫-ଟିରେ ସାମିଲ କରି ସ୍ମାର୍ଟ...

ଜୀବନବିନ୍ଦୁରେ ୩୦ୟୁନିଟ୍‌ ରକ୍ତ ସଂଗ୍ରହ: ୨ ପରିବାରରୁ ୬ଜଣ କଲେ ରକ୍ତଦାନ

କେନ୍ଦୁଝର, ୨୬ା୪(ଡି.ଏନ.ଏ.)-ପବିତ୍ର ଅକ୍ଷୟତୃତୀୟା ଅବସରରେ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ଆନୁକୂଲ୍ୟରେ ଜୀବନବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ ୩୦ୟୁନିଟ୍‌ ରକ୍ତ ସଂଗ୍ରହ...

ଯୁକ୍ତ ୨ ବିଜ୍ଞାନ ଟପ୍ପର ଶର୍ମିଷ୍ଠାଙ୍କ ପଢ଼ା ଖର୍ଚ୍ଚ ବହନ କରିବ ବିଏସ୍‌ଇଟି

ଭଦ୍ରକ ଅଫିସ, ୮।୬ : ଚଳିତବର୍ଷ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଶର୍ମିଷ୍ଠା ସାମଲ ୫୨୫ ନମ୍ବର ରଖି ମହାବିଦ୍ୟାଳୟ...

ଶ୍ରମିକଙ୍କ ପାଇଁ ଦିନ ୧୧ରୁ ୩ କାର୍ଯ୍ୟ ବନ୍ଦ

ଭଦ୍ରକ ଅଫିସ,୫।୩: ସମ୍ଭାବ୍ୟ ଅଂଶୁଘାତ ମୁକାବିଲା ପାଇଁ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଜିଲା ଜରୁରୀକାଳୀନ ବିଭାଗ ସଂଯୋଜନାରେ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।...

ଜନବସତି ନିକଟରେ ବେଆଇନ ଇଟାଭାଟି

ଧାମନଗର, ୩।୫(ସ୍ବ.ପ୍ର.) ଭଦ୍ରକ ଜିଲା ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳରେ ବେଆଇନ ଇଟାଭାଟି ଗଢ଼ିଉଠିଛି। ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି...

୩ ଅଙ୍ଗନୱାଡ଼ି କେନ୍ଦ୍ରରେ ତଦନ୍ତ ଆରମ୍ଭ

ରୂପ୍‌ସା, ୨୦।୨(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଶ୍ରୀରାମପୁର ପଞ୍ଚାୟତ ଅନ୍ତର୍ଗତ ନିମା, ଖିରଂ ଓ ଗୁଣ୍ଡୁରିପଦା ଅଙ୍ଗନୱାଡ଼ି କେନ୍ଦ୍ରରେ ମଙ୍ଗଳବାର ତଦନ୍ତ ଆରମ୍ଭ ହୋଇଛି। ଏହି ଅଙ୍ଗନୱାଡି...

ମରି ପଡ଼ିଥିଲେ ମହିଳା, କୁନିଝିଅ କହିବା ପରେ ଜଣାପଡ଼ିଲା ପୂରା ଘଟଣା

ବଲାଙ୍ଗୀର ଅଫିସ,୨୭ା୧୨: ବଲାଙ୍ଗୀର ସହର ସାଗରପଡ଼ାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସାଗରପଡ଼ା ଶିବ ମନ୍ଦିର ନିକଟ ଘର ଭିତରୁ ଜଣେ ବିଧବା...

ବିଦ୍ୟୁତ୍‌ ଆଘାତରେ ମା’,ପୁଅ ମୃତ

ଖଲ୍ଲିକୋଟ,୨୦-୯(ଡି.ଏନ୍‌.ଏ.):ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ବାକୁଟଗାଁରେ ଗୁରୁବାର ଅପରାହ୍ନରେ ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଛଟପଟ ହେଉଥିବା ପୁଅଙ୍କୁ ଉଦ୍ଧାର କରିବାକୁ...

Advertisement
Archives

Model This Week