ବାଇକ ଚୋରି ର଼୍ୟାକେଟର ପର୍ଦ୍ଦାଫାଶ: ୫ ବାଇକ ଜବତ, ୩ ଗିରଫ

ଦେଓଗାଁ, ୨୨ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ପୋଲିସ ଏକ ବାଇକ ଚୋରି ର଼୍ୟାକେଟର ପର୍ଦ୍ଦାଫାଶ କରିଛି। ଏ ସଂକ୍ରାନ୍ତରେ ବୁଧବାର ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ସଇଁନ୍ତଲା ଥାନା ଅନ୍ତର୍ଗତ ଦାବଜୁରୀର ପବିତ୍ର ଛତ୍ରିଆ(୨୪), ଦେଓଗାଁ ଥାନା ଅନ୍ତର୍ଗତ ଛତାପିପଲର ସ୍ବାଧୀନ ବାରିକ(୩୫) ଓ ବ୍ରାହ୍ଣଣୀର ଭୂପେନ୍ଦ୍ର କୁମ୍ଭାର(୨୮)। ଏଥିସହିତ ୪ଟି ଚୋରି ବାଇକ ଏବଂ ଚୋରିରେ ବ୍ୟବହୃତ ଏକ ବାଇକ ଜବତ ହୋଇଛି। ବଲାଙ୍ଗୀର ଏସ୍‌ଡିପିଓ ଶ୍ରୀମନ୍ତ ବାରିକ ଓ ଥାନାଧିକାରୀ ରଞ୍ଜନ ବରିହା ଏ ନେଇ ସୂଚନା ଦେଇଛନ୍ତି। ସୂଚନାନୁସାରେ ଗତ ମାର୍ଚ୍ଚ ୩୧ ତାରିଖରେ ସଇଁନ୍ତଲା ଥାନା କୁମ୍ଭାରୀ ଗାଁର ଚମାର ତୁମୁଲିଆ ଗଁ।ରୁ ଦେଓଗାଁ ବ୍ଲକ ସିକୁଆଁକୁ ତାଙ୍କ ବାଇକରେ ଆସୁଥିଲେ। ଏହି ସମୟରେ ଲଣ୍ଡାପଥର ପାଖରେ ତାଙ୍କୁ ଅନ୍ୟତମ ଅଭିଯୁକ୍ତ ପବିତ୍ର ଲିଫ୍ଟ ମାଗିଥିଲେ। ତାଙ୍କ ସହ କିଛି ଦୂର ଆସିବା ପରେ ପରିଶ୍ରା କରିବା ବାହାନାରେ ଅଟକାଇ ବାଇକ ଧରି ଫେରାର ହୋଇ ଯାଇଥିଲେ। ଏ ନେଇ ଚମାର ଦେଓଗାଁ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ. ୧୦୦/୨୦)ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ସଇଁନ୍ତଲା ଥାନା ଦାବଜୁରୀ ଭିରକାପଡାରୁ ଅଭିଯୁକ୍ତ ପବିତ୍ରଙ୍କୁ ଧରିବା ସହ ଛତ୍ରିଆଙ୍କ ଚୋରି ବାଇକ ଓ ହାତିସରାରୁ ଚୋରି ଅନ୍ୟ ଏକ ବାଇକ ଜବତ କରିଥିଲା ପୋଲିସ। ତାଙ୍କୁ ସହଯୋଗ କରିଥିବା ସ୍ବାଧୀନ ବାରିକଙ୍କ ସମେତ ଚୋରିରେ ବ୍ୟବହୃତ ବାଇକ ନଂ ଓଡି୦୩ଏମ୭୫୫୩୯କୁ ଛତାପିପଲରୁ ଉଦ୍ଧାର କରାଯାଇଥିଲା। ଏଥିସହ ପବିତ୍ର ବ୍ରାହ୍ମଣୀ ଗାଁର ଭୂପେନ୍ଦ୍ର କୁମ୍ଭାରଙ୍କୁ ପୂର୍ବରୁ ବିକ୍ରୀ କରିଥିବା ଅନ୍ୟ ଏକ ବାଇକକୁ ଜବତ କରିବା ସହ ତାଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ। ତେବେ ଅଭିଯୁକ୍ତି ବିକ୍ରି କରିଥିବା ଅନ୍ୟ ଏକ ଚୋରି ବାଇକକୁ ବଲାଙ୍ଗୀର ଆରଟିଓ ଜବତ କରିଥିଲା। ଉକ୍ତ ଗାଡିର ନମ୍ବର ବଦଳା ଯାଇ ଏକ ପୁରୁଣା ରାଜଦୂତ ନମ୍ବର ଓଆର୦୩ଏ୫୬୨୨ ଲଗାଇଥିବାରୁ ଆରଟିଓ ଓ ପୋଲିସର ସନ୍ଦେହ ଦୃଢ଼ୀଭୂତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri