ବାଇକ୍‌ ଯାଞ୍ଚବେଳେ ପୋଲିସ ଲାଠିମାଡରେ ଯୁବକ ଗୁରୁତର

ପାଟଣାଗଡ, ୨୩ା୯ (ଡି.ଏନ.ଏ.) ବଲାଙ୍ଗୀର ଜିଲା ପାଟଣାଗଡ ପୋଲିସ ତରଫରୁ ରବିବାର ସନ୍ଧ୍ୟାରେ ଡ୍ରିଙ୍କ ଆଣ୍ଡ ଡ୍ରାଇଭକୁ ନେଇ ଚେକିଂ ଚାଲିଥିଲା। ଏହି ସମୟରେ ପୋଲିସ ଲାଠି ମାଡରେ ଜଣେ ବାଇକ୍‌ ଆରୋହୀ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ବାଇକ ଆରୋହୀ ବଲାଙ୍ଗୀର ସହର ରୁଗୁଡିପଡାର ଦୀପଙ୍କର ପଣ୍ଡା (୩୦) ବୋଲି ଜଣାପଡିଛି ା ତାଙ୍କୁ ପାଟଣାଗଡ ଉପଖଣ୍ଡସ୍ତରୀୟ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି ା ସନ୍ଧ୍ୟାରେ ପାଟଣାଗଡ-ରାମପୁର ପେଟ୍ରୋଲ ପମ୍ପ ନିକଟରେ ପୋଲିସ ପକ୍ଷରୁ ଡ୍ରିଙ୍କ ଆଣ୍ଡ ଡ୍ରାଇଭକୁ ନେଇ ଚେକିଂ ଚାଲିଥିଲା ା ଏହି ସମୟରେ ବଲାଙ୍ଗୀରର ପଣ୍ଡା ଏକ ବାଇକ୍‌ (ଓଡି୩୩ଇ ୧୪୪୪)ରେ ପାଟଣାଗଡରୁ ବଲାଙ୍ଗୀର ଅଭିମୁଖେ ଯାଉଥିଲେ। ରାମପୁର ପେଟ୍ରୋଲ ପମ୍ପ ନିକଟରେ ପୋଲିସ ତାଙ୍କୁ ଚେକିଂ ଉଦ୍ଦେଶ୍ୟରେ ଅଟକାଇଥିଲେ ା ହେଲେ ପଣ୍ଡା ବାଇକ୍‌ ନ ଅଟକାଇ ବଲାଙ୍ଗୀର ଅଭିମୁଖେ ଦ୍ରୁତ୍‌ଗତିରେ ପଳାଇ ଆସୁଥିଲେ ା ଏହି ସମୟରେ ପୋଲିସର ଲାଠି ବାଜି ପଣ୍ଡାଙ୍କ ମୁହଁ ଫାଟି ଯାଇଥିଲା ା ବାଇକ ଚାଳକ ହେଲମେଟ୍‌ ପିନ୍ଧି ନ ଥିବାରୁ ମୁହଁରେ ଆହତ ଲାଗି ରକ୍ତସ୍ରାବ ହୋଇଥିଲା ା ଏହାପରେ ମଧ୍ୟ ପଣ୍ଡା ସେଠାରେ ନ ଅଟକି ବାଇକ୍‌ ଧରି ଉଲ୍‌ବା ପର୍ଯ୍ୟନ୍ତ ପଳାଇ ଯାଇଥିଲେ ା ପରେ ବଲାଙ୍ଗୀରରୁ କାର୍‌ରେ ପାଟଣାଗଡ ଆସୁଥିତ୍ବା ଦୁଇଜଣ ବ୍ୟକ୍ତି ଆହତ ପଣ୍ଡାଙ୍କୁ ଦେଖି ସେଠାରୁ ପାଟଣାଗଡ ହସପିଟାଲକୁ ଆଣି ଭର୍ତ୍ତି କରିଥିବା ଜଣାପଡିଛି ା ଏ ନେଇ ପାଟଣାଗଡ ଥାନା ଆଇଆଇସି କେ.ପ୍ରିୟଙ୍କା ରାଉତରାୟଙ୍କୁ ପଚରାଯିବାରୁ ପୋଲିସ ଚେକିଂ ଚାଲିଥିବା ସମୟରେ ସମ୍ପୃକ୍ତ ଯୁବକ ଜଣକ ଦ୍ରୁତଗତିରେ ବାଇକରେ ଯାଉଥିଲେ ା ତାଙ୍କୁ ଅଟକାଇବା ଚେଷ୍ଟା କରିଥିଲେ ମଧ୍ୟ ସେ ନ ଅଟକି ଓଲଟି କାର୍ଯ୍ୟରତ ଜଣେ କନଷ୍ଟେବଳଙ୍କ ଉପରକୁ ଗାଡି ଚଢାଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ କନ୍‌ଷ୍ଟେବଳଙ୍କ ବାଡି ବାଜି ଯାଇଥିବ ବୋଲି ସେ କହିିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri