Posted inଖେଳ

ବାଂଲାଦେଶ ବିପକ୍ଷ ଟି୨୦ ସିରିଜପାଇଁ ଦଳ ଚୟନ ଆଜି; କୋହଲିଙ୍କ କାର୍ଯ୍ୟଭାର, ପନ୍ତ, ସାମସନଙ୍କ ଉପରେ ଫୋକସ

ମୁମ୍ବାଇ, ୨୪।୧୦(ପି.ଟି.)- ଭାରତ ଓ ବାଂଲାଦେଶ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଅନୁଷ୍ଠିତ ହେବ। ଏଥିପାଇଁ ଭାରତୀୟ ଦଳ ମନୋନୟନ ଗୁରୁବାର ହେବ। ଏହି ଅବସରରେ ମୁଖ୍ୟତଃ ଅଧିନାୟକ ବିରାଟ କୋହଲିଙ୍କ କାର୍ଯ୍ୟଭାର, ରିଷଭ ପନ୍ତ ଓ ସଞ୍ଜୁ ସାମସନଙ୍କ ମନୋନୟନ ଉପରେ ଚୟନକର୍ତ୍ତାଙ୍କ ଫୋକସ ରହିବ। ଟି୨୦ ସିରିଜର ପ୍ରଥମ ମ୍ୟାଚ ନଭେମ୍ବର ୩ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ରାଜକୋଟ ଓ ନାଗପୁରରେ ପରବର୍ତ୍ତୀ ୨ ମ୍ୟାଚ ଖେଳାଯିବ। ଏହାପରେ ଆଇସିସି ବିଶ୍ୱ ଚାମ୍ପିୟନଶିପ୍‌ ଅନ୍ତର୍ଗତ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଇନ୍ଦୋର ଓ ଫିରୋଜଶାହ କୋଟଲାରେ ଖେଳାଯିବ।
୨୦୧୮ ଅକ୍ଟୋବର ପରଠାରୁ ଭାରତ ଖେଳିଥିବା ୫୬ ଗେମ୍‌ରୁ କୋହଲି ୪୮ଟିରେ ଖେଳି ସାରିଛନ୍ତି। ତେଣୁ ଆସନ୍ତା ଟି୨୦ ସିରିଜରେ ଖେଳିବେ କିମ୍ବା ବିଶ୍ରାମ ନେବେ ସେ ସମ୍ପର୍କରେ ନିଷ୍ପତ୍ତି ନେବାପାଇଁ ଚୟନକର୍ତ୍ତାମାନେ କୋହଲିଙ୍କ ଉପରେ ଛାଡ଼ି ଦେଇଛନ୍ତି। ଚୟନ କମିଟି ବୈଠକରେ ମୁମ୍ବାଇ ଅଲରାଉଣ୍ଡର ଶିଭମ୍‌ ଦୁବେଙ୍କ ସାମିଲ ସମ୍ପର୍କରେ ଆଲୋଚନା ହେବା ସମ୍ଭାବନା ରହିଛି। ସେ ଅଲରାଉଣ୍ଡର ଭାବେ ଆହତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେଇପାରନ୍ତି। ବଡ଼ ଶଟ୍‌ ଖେଳିବାର ଦକ୍ଷତା ରଖିଥିବାରୁ ତାଙ୍କ ଚୟନ ସମ୍ଭାବନା ବଢ଼ିଛି। ସାମସନ ଅନୁଷ୍ଠିତ ବିଜୟ ହଜାରେ ଟ୍ରଫିରେ କେରଳ ପକ୍ଷରୁ ଦ୍ୱିଶତକ ହାସଲ କରିଛନ୍ତି। ”ଉଭୟ ସାମସନ ଓ ପନ୍ତ ଭାରତୀୟ ଦଳରେ ସାମିଲ ହେଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ସେମାନେ ସାଥିହୋଇ ଆଇପିଏଲ ଖେଳିଛନ୍ତି। ଟି୨୦ରେ ରିଷଭଙ୍କ ରେକର୍ଡ ଭଲ ନ ଥିଲେ ହେଁ ତାଙ୍କୁ ଦୀର୍ଘ କାଳୀନ ଭିତ୍ତିରେ ତାଙ୍କ ଚୟନକୁ ଗୁରୁତ୍ୱ ଦିଆ ଯାଇପାରେ। ସାମସନଙ୍କ ନିକଟରେ ମ୍ୟାଚର ମୋଡ଼ ପରିବର୍ତ୍ତନ କରିବା ଦକ୍ଷତା ରହିଛି। ଆଗକୁ ଟି୨୦ ବିଶ୍ୱକପ ଆସୁଥିବାରୁ ଚୟନକର୍ତ୍ତାମାନେ ଉପଲବ୍ଧ ବିଭିନ୍ନ ବିକଳ୍ପକୁ ଧ୍ୟାନରେ ରଖି ଦଳ ଚୟନ କରିବେ ବୋଲି ଜଣେ ବିସିସିଆଇ ଅଫିସିଆଲ ପ୍ରକାଶ କରିଛନ୍ତି।
କୋହଲି ଯଦି ଉପଲବ୍ଧ ନ ହୁଅନ୍ତି ତେବେ ସାମସନ ବ୍ୟାକ୍‌ଅପ୍‌ ବ୍ୟାଟ୍ସମ୍ୟାନଭାବେ ଦଳରେ ରହିପାରନ୍ତି। ମାତ୍ର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିବା ମନୀଷ ପାଣ୍ଡେ ଯଦି ସ୍ଥାନ ବଜାୟ ରଖନ୍ତି ତେବେ କାହାକୁ ମନୋନୟନ କରାଯାଉଛି ତାହା ଦେଖିବାକୁ ଉତ୍କଣ୍ଠା ରହିବ। ବିଗ୍‌ ହିଟିଂ ଦକ୍ଷତା ଯୋଗୁ ଶିଭମ୍‌ ଏବେ ବିଜୟ ଶଙ୍କରଙ୍କୁ ପଛରେ ପକାଇ ଭାରତର ଦ୍ୱିତୀୟ ପସନ୍ଦ ଅଲରାଉଣ୍ଡର ହୋଇ ଯାଇଛନ୍ତି। ”ଶିଭମଙ୍କ ବୋଲିଂ ଏବେ ଅନ୍ତର୍ଜାତୀୟ ଷ୍ଟାଣ୍ଡାର୍ଡର ନୁହେଁ ବୋଲି ସମସ୍ତେ ନିଶ୍ଚିତ ସ୍ବିକାର କରିବେ। ହାର୍ଦ୍ଦିକ ଯେପରି ପେସ୍‌ରେ ବିବିଧତା ଆଣିପାରନ୍ତି ଶିଭମ୍‌ ତାହା ମଧ୍ୟ କରିପାରନ୍ତି ନାହିଁ। ମାତ୍ର ସେ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ ଏବଂ ବଡ଼ ଛକ୍କା ମାରିବାର ଦକ୍ଷତା ରଖିଛନ୍ତି। ଆଇପିଏଲ ଖେଳୁଥିବାବେଳେ କୋହଲି ନିଶ୍ଚିତ ଶିଭମଙ୍କ ପ୍ରଦର୍ଶନକୁ ଲକ୍ଷ୍ୟ ରଖିଥିବେ“ ବୋଲି ସେ କହିଛନ୍ତି। ୫୦ ଓଭର ବିଶିଷ୍ଟ ବିଶ୍ୱକପ ପର୍ଯ୍ୟନ୍ତ ବିଜୟ ଶଙ୍କର ଭାରତର ଦ୍ୱିତୀୟ ପସନ୍ଦର ଅଲରାଉଣ୍ଡର ଥିଲେ। ମାତ୍ର ଏବେ ସେ କେବଳ ଜଣେ ଦିନିକିଆ ଖେଳାଳିଭାବେ ପରିଗଣିତ ହେଉଛନ୍ତି। ରାହୁଲ ଚହର ଓ ଓ୍ବାଶିଂଟନ ସୁନ୍ଦରଙ୍କୁ ଆଉ ଏକ ସୁଯୋଗ ଦିଆଯାଇପାରେ। ତେଣୁ ଦୁଇ ରିଷ୍ଟ ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ସ୍ଥାନ ପାଇବା ସମ୍ଭାବନା କମ୍‌। ଲୋକେଶ ରାହୁଲ ବିଜୟ ହଜାରେ ଟ୍ରଫିରେ ଭଲ ଖେଳିଥିବାରୁ ଦଳରେ ସ୍ଥାନ ବଜାୟ ରଖିବା ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

DA Hike: କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ଆସିବ ଅଧିକ ଦରମା!

ନୂଆଦିଲ୍ଲୀ,୨୦।୨: ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି ମୋଦି ସରକାର । ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି ।…

ଆଲୋକମାଳାରେ ଝଲସୁଛି ବ୍ରାହ୍ମଣୀଗାଁ: ନାମଯଜ୍ଞରେ କମ୍ପୁଛି ମୁକ୍ତେଶ୍ୱରଙ୍କ ପୀଠ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୨ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ମହାରୁଦ୍ରଙ୍କ ଜୀର୍ଣ୍ଣୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହାସମାରୋହ…

ବକ୍ସାଇଟ୍‌ ଖଣି ଖନନ ପାଇଁ ଗ୍ରାମସଭା, ଏଥିରେ ରହିଛି ମୃତକଙ୍କ ଦସ୍ତଖତ, ପ୍ରତିବାଦରେ ଉତ୍ତେଜନା

ନନ୍ଦପୁର,୨୦ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡ଼ା ନାଗେଶ୍ୱରୀ ପାହାଡ଼ ବକ୍ସାଇଟ ଖଣି ଖନନ ପାଇଁ ଗତ ଅକ୍ଟୋବର ୯ ତାରିଖରେ ବାଲଡ଼ା ଓ ବନୁରରେ…

Holi 2026: ମାର୍ଚ୍ଚ ୩ ନା ୪, ଏ ବର୍ଷ କେବେ ଖେଳିବେ ହୋଲି? ଜ୍ୟୋତିଷ କହିଦେଲେ…

ପ୍ରତିବର୍ଷ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ରାତିରେ ହୋଲିକା ଦହନ କରାଯାଏ। ହୋଲିକା ଦହନ ପର୍ୱକୁ ମିଥ୍ୟା ଉପରେ ସତ୍ୟର ବିଜୟର ପ୍ରତୀକ ଭାବରେ ବିବେଚନା କରାଯାଏ।…

ଖୁବଶୀଘ୍ର ଭାରତ ଆସିବେ ଟ୍ରମ୍ପ! ଏହା ପୂର୍ବରୁ ହେଲା ବଡ଼ ଡିଲ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୨: ଭାରତ ଆମେରିକା ନେତୃତ୍ୱାଧୀନ ପାକ୍ସ ସିଲିକା ପଦକ୍ଷେପରେ ସାମିଲ ହୋଇଛି। ନୂଆଦିଲ୍ଲୀରେ ପାକ୍ସ ସିଲିକା ଘୋଷଣାପତ୍ର ସ୍ବାକ୍ଷର ସମାରୋହରେ ଭାରତରେ ଥିବା ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ…

ରୁଟି କେଉଁଠୁ ଆସିଥିଲା? ଭାରତ ସହ କ’ଣ ରହିଛି ଲିଙ୍କ୍‌…

ରୁଟି ହେଉଛି ମଣିଷଜାତିର ସବୁଠାରୁ ପୁରୁଣା ଖାଦ୍ୟ ମଧ୍ୟରୁ ଗୋଟିଏ। ଏହା ସଭ୍ୟତାର ଉତ୍ଥାନ ସହିତ ଗଭୀର ଭାବରେ ଜଡିତ। ଆଜି ରୁଟିକୁ ଭାରତୀୟ ଖାଦ୍ୟର ଏକ…

କଣାସରେ ପଶିଲା ଗୋଠଛଡ଼ା ହାତୀ

କଣାସ,୨୦ା୨(ବିଭୂତି ଭୂଷଣ ତ୍ରିପାଠୀ): ପ୍ରତ୍ୟେକ ବର୍ଷ ଧାନ ଫସଲ ଖାଇବା ପାଇଁ ବରୁଣେଇ ଜଙ୍ଗଲରୁ ହାତୀମାନେ କଣାସ ବ୍ଲକର ବିଭିନ୍ନ ପଞ୍ଚାୟତକୁ ଆସି ବ୍ୟାପକ ଫସଲ କ୍ଷତିଗ୍ରସ୍ତ…

ଜେଏସଡବ୍ଲୁଓ-ପୋସ୍କୋ ଷ୍ଟିଲ ପ୍ଲାଣ୍ଟ ପାଇଁ ବଡ଼ ସର୍ତ୍ତ ରଖିଲେ ଗ୍ରାମବାସୀ: ଜମି ଏକର ପିଛା ୭୫ କୋଟି ଟଙ୍କା ସହ…

ପାଟଣା,୨୦।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ତୃତୀୟ ଗ୍ରାମ ସଭା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ରେଙ୍ଗାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri