Posted inଜାତୀୟ

ବସ୍‌ ଷ୍ଟପ୍‌ରୁ ମିଳିଥିବା ୪୦ ହଜାର ଫେରାଇଲେ ଶ୍ରମିକ: ପୁରସ୍କାର ଭାବେ ବସ୍‌ ଭଡ଼ା ପାଇଁ ନେଲେ କେବଳ ୭ ଟଙ୍କା

ମୁମ୍ବାଇ,୪।୧୧: କୁହାଯାଏ ଅଭାବରୁ ସ୍ବଭାବ ନଷ୍ଟ। ତେବେ ଏହା ମହାରାଷ୍ଟ୍ରର ଜଣେ ଶ୍ରମିକଙ୍କ ପାଖରେ ମିଥ୍ୟାରେ ପରିଣତ ହୋଇଛି। ସ୍ଥାନୀୟ ସାତାରାରେ ବାସ କରୁଥିବା ୫୪ ବର୍ଷ ବୟସ୍କ ଶ୍ରମିକ ଧନଜୀ ଜଗଦାଲେଙ୍କୁ ବସ୍‌ ଷ୍ଟପ୍‌ରୁ ୪୦ ହଜାର ଟଙ୍କା ମିଳିଥିଲା। ସେ ନିଜେ ଅନୁସନ୍ଧାନ କରି ଏହାକୁ ନେଇ ଏହାର ଉପଯୁକ୍ତ ମାଲିକଙ୍କୁ ଦେଇଥିଲେ। ମାଲିକ ଖୁସି ହୋଇ ଧନଜୀଙ୍କୁ ଏକ ହଜାର ଟଙ୍କା ପୁରସ୍କାର ଦେଇଥିଲେ। ତେବେ ଧନଜୀ ତାଙ୍କଠାରୁ ବସ୍‌ ଭଡ଼ା ପାଇଁ କେବଳ ୭ ଟଙ୍କା ନେଇଥିଲେ। ଧନଜୀଙ୍କ ପାଖରେ ତାଙ୍କ ଗାଁକୁ ଫେରିବା ଲାଗି ୩ ଟଙ୍କା ଥିଲା। କିନ୍ତୁ ଗାଁକୁ ବସ୍‌ଭଡ଼ା ୧୦ ଟଙ୍କା ଥିବାରୁ ଧନଜୀ ଏପରି କରିଥିଲେ। ଧନଜୀଙ୍କ ନିଷ୍ଠାପର ଭାବ ସମ୍ପର୍କରେ ବିଭିନ୍ନ ଖବର କାଗଜରେ ଲେଖା ପ୍ରକାଶ ପାଇଥିଲା। ସ୍ଥାନୀୟ ପୋଲିସ ତାଙ୍କୁ ସମ୍ମାନୀତ କରିଥିଲେ। ଏହି ଖବର ଶୁଣି ଆମେରିକାରେ ରହୁଥିବା ମହାରାଷ୍ଟ୍ରର ରାହୁଲ ବର୍ଗ ତାଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ କହିଥିଲେ। ମାତ୍ର ଧନଜୀ ଏହାକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। ପରର ଟଙ୍କାରେ ସନ୍ତୁଷ୍ଟି ମିଳି ନ ଥାଏ ବୋଲି ଧନଜୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଟେନରରେ ଚାଲାଣ ହେଉଥିଲା ୩୭ ମଇଁଷି, ମାଡ଼ି ବସିଲା ପୋଲିସ

ଛତ୍ରପୁର, ୧୫/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଚମାଖଣ୍ଡି ଥାନା ଅଞ୍ଚଳ ଦେଇ ବେଆଇନ ଭାବେ ମଇଁଷି ଚାଲାଣ ହେଉଥିବା ବେଳେ ଚମାଖଣ୍ଡି ପୋଲିସ ଏକ କଣ୍ଟେନରକୁ ପିଛା…

ବିଶ୍ୱକର୍ମା ପୂଜାରୁ ଆରମ୍ଭ ହେବ ସିଂହ ସମେତ ଏହି ରାଶିଙ୍କ ପାଇଁ ଭଲ ଦିନ: ସୂର୍ଯ୍ୟଙ୍କ କୃପାରୁ ମିଳିବ ମନଚାହାଁ ସଫଳତା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନର ପ୍ରଭାବ ସମସ୍ତ ରାଶି ଉପରେ ଭିନ୍ନ ଭିନ୍ନ ଭାବେ ପଡ଼ିଥାଏ। ଆସନ୍ତା ୧୭ ସେପ୍ଟେମ୍ବର ୨୦୨୬ରେ ଗ୍ରହମାନଙ୍କ…

ବଲିଉଡ ପ୍ରେମରେ ମାଲେସିଆ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାହାପାଇଁ ପୋଷ୍ଟ କଲେ ‘ଦିଲ ତୋ ପାଗଲ ହୈ’

ନୂଆଦିଲ୍ଲୀ/କୁଆଲଲମପୁର,୧୫।୯: ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ଶେଷ ହୋଇଛି, କିନ୍ତୁ ଏହା ଏବେ ମଧ୍ୟ ଆଲୋଚନାର ବିଷୟ ହୋଇ ରହିଛି। ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ବ୍ରିକ୍ସ…

ଶୈଳଶ୍ରୀ ପ୍ୟାଲେସ୍‌ରେ ନୂଆଁଖାଇ ପାଳିଲେ ରାଜ ପରିବାର

ବଲାଙ୍ଗୀର, ୧୫/୯ (ସୁନିଲ କୁମାର ମହାନ୍ତି): ଗଣପର୍ବ ନୂଆଁଖାଇ ଅବସରରେ ମଙ୍ଗଳବାର ବଲାଙ୍ଗୀର ଶୈଳଶ୍ରୀ ପ୍ୟାଲେସ୍‌ରେ ରାଜପରିବାରର ସଦସ୍ୟମାନେ ନୂଆଁଖାଇ ପାଳନ କରିଥିଲେ। ପ୍ୟାଲେସ୍‌ ପରିସରରେ ଥିବା…

୨୧ ସେପ୍ଟେମ୍ବର ପର୍ଯ୍ୟନ୍ତ ୩ ରାଶିଙ୍କ ଗୋଲ୍ଡେନ ସମୟ: ହାତକୁ ଆସିବ ପ୍ରବଳ ଟଙ୍କା, ମିଳିବ ମନପସନ୍ଦ ଚାକିରି!

ଭୁବନେଶ୍ୱର: ବର୍ତ୍ତମାନ ବୁଧ ନିଜ ରାଶି କନ୍ୟାରେ ଅବସ୍ଥାନ କରିବା ସହ ହସ୍ତ ନକ୍ଷତ୍ରରେ ଗୋଚର କରୁଛନ୍ତି। ନିଜ ରାଶିରେ ବୁଧଙ୍କ ଅବସ୍ଥିତି ତାଙ୍କୁ ଅଧିକ ପ୍ରଭାବଶାଳୀ…

ବଲାଙ୍ଗୀରରେ ନୂଆଁଖାଇ ଉତ୍ସାହ: ମା’ ପାଟଣେଶ୍ୱରୀ, ମା’ ସମଲେଶ୍ୱରୀଙ୍କଠାରେ ନବାନ୍ନ ଅର୍ପଣ

ବଲାଙ୍ଗୀର, ୧୫।୯ (ସୁନିଲ କୁମାର ମହାନ୍ତି): ଗଣପର୍ବ ନୂଆଁଖାଇ ପାଇଁ ମଙ୍ଗଳବାର ବଲାଙ୍ଗୀର ଜିଲାର ପୁରପଲ୍ଲୀ ଉତ୍ସବମୁଖର ହୋଇଉଠିଛି। ଜିଲାର ବିଭିନ୍ନ ଗାଁ ଓ ସହରରେ ଉତ୍ସାହ…

ଏତିକିରୁ ଅଧିକ ଟ୍ରାଞ୍ଜାକ୍ସନ କଲେ ପଡ଼ିବ ଚାର୍ଜ, ରାହୁଲ ଆଣିଲେ ସାଂଘାତିକ ଅଭିଯୋଗ: ଆମେରିକା ଚାପରେ ସରକାର…

ନୂଆଦିଲ୍ଲୀ,୧୫।୯: ଦେଶର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାର ଅନ୍ୟତମ ପ୍ରମୁଖ ମାଧ୍ୟମ UPIକୁ ନେଇ ଏବେ ରାଜନୈତିକ ବିବାଦ ଚର୍ଚ୍ଚା ଜୋର୍‌ ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ, ଚେତାବନୀ ଜାରି କଲା…

ନୂଆଦିଲ୍ଲୀ,୧୫।୯: ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଉତ୍ତର ଭାରତ ମହାସାଗର, ବିଶେଷକରି ବଙ୍ଗୋପସାଗର ଓ ଆରବ ସାଗରରେ ଘୂର୍ଣ୍ଣିିଝଡ଼ କାର୍ଯ୍ୟକଳାପ ବଢ଼ିବାର ସମ୍ଭାବନା ରହେ। ଏହି ସମୟକୁ ଭାରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?