ବସ୍‌ରେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଘଟଣା: ଅଭିଯୁକ୍ତ ହେଲ୍‌ପର ଗିରଫ

ପୁରୀ ଅଫିସ, ୯ା୭ : ମହାପ୍ରଭୁଙ୍କ ରଥଯାତ୍ରା ଅବସରରେ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇପଡ଼ିଥିବାବେଳେ ଘଟିଛି ଲଜ୍ଜାଜନକ ଘଟଣା। ସୋମବାର ରାତିରେ ପୁରୀ ବସ୍‌ଷ୍ଟାଣ୍ଡ ପରିସରସ୍ଥ ଏକ ବସ୍‌ ଭିତରେ ଜଣେ ଆଦିବାସୀ ନାବାଳିକାଙ୍କୁ ବସ୍‌ ହେଲ୍‌ପର ବଳାତ୍କାର କରିଛନ୍ତି। ଏହି ଘଟଣାରେ ମଙ୍ଗଳବାର କୁମ୍ଭାରପଡ଼ା ଥାନା ପୋଲିସ ଅଭିଯୁକ୍ତ ବସ୍‌ ହେଲ୍‌ପର ନାରାୟଣ ମଲ୍ଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଏସ୍‌ପି ଡା. ଉମାଶଙ୍କର ଦାଶ କହିଛନ୍ତି। ଏ ନେଇ ଆଇପିସି ଦଫା ୩୭୬, ପୋକ୍ସୋ ଆକ୍ଟର ସେକ୍ସନ ୪ ଭିତ୍ତିରେ ଏକ ମାମଲା (ନଂ. ୧୩୭/୧୯) ରୁଜୁ ହୋଇଛି। ଥାନା ଅଧିକାରୀ ଏସ.କେ. ଦାଶ କହିଛନ୍ତି, ପୀଡ଼ିିତାଙ୍କ ବୟାନ ରେକର୍ଡ କରାଯାଇଛି। ଉଭୟ ନାବାଳିକା ଓ ଗିରଫ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯାଇଛି। ନାବାଳିକାଙ୍କୁ ଜିଲା ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି) ନିକଟରେ ହାଜର କରାଯାଇଥିଲା। ପରେ ସିଡବ୍ଲ୍ୟୁସି ନିର୍ଦ୍ଦେଶ କ୍ରମେ ତାଙ୍କୁ ଚିକିତ୍ସା ଲାଗି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ କହିଛନ୍ତି ଯେ, ପୀଡ଼ିତାଙ୍କୁ ଏବେ ଉତ୍କଳ ବାଳାଶ୍ରମରେ ରଖାଯାଇଛି। ତାଙ୍କ ପରିବାର ସହ ଯୋଗାଯୋଗ କରାଯାଉଛି। ଘଟଣାକୁ ନେଇ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଓଏସ୍‌ସିପିସିଆର୍‌) ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କ୍ଷୋଭ ପ୍ରକାଶ କରି ନିରପେକ୍ଷ ତଦନ୍ତ ଲାଗି ଜିଲା ପ୍ରଶାସନ ଏବଂ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର ଜିଲାର ଉକ୍ତ ନାବାଳିକା ପୁରୀର ଏକ ଘରୋଇ ସଂସ୍ଥାରେ ପ୍ରାୟ ମାସେ ହେବ କାର୍ଯ୍ୟ କରୁଥିଲେ। ଜୁନ ୨୯ ତାରିଖରେ ସେ ନିଜ ଘରକୁ ଯାଇଥିଲେ। ପୁରୀରୁ ଏକ ଘରୋଇ ବସ୍‌ ଯୋଗେ ଭୁବନେଶ୍ୱର ଯାତ୍ରା କରିବା ସମୟରେ ବସ୍‌ର ହେଲ୍‌ପର ନାରାୟଣ (ଗିରଫ ଅଭିଯୁକ୍ତ)ଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ସୋମବାର ନାବାଳିକା ଜଣକ ସେହି ବସ୍‌ରେ ଭୁବନେଶ୍ୱରରୁ-ପୁରୀ ଫେରୁଥିଲେ। ବସ୍‌ଟି ରାତି ୮ଟାରେ ପୁରୀ ବସ୍‌ଷ୍ଟାଣ୍ଡରେ ଲାଗିଥିଲା। ସମସ୍ତ ଯାତ୍ରୀ ଓହ୍ଲାଇ ଯାଇଥିଲେ। ରାତି ହୋଇ ଯାଇଥିବାରୁ ବସ୍‌ରେ ରାତ୍ରୀଯାପନ କରି ସକାଳେ ଚାଲିିଯିବାକୁ ନାରାୟଣ ପୀଡ଼ିତାଙ୍କୁ କହିଥିଲେ। ନାରାୟଣଙ୍କ ଉପରେ ବିଶ୍ୱାସ କରି ପୀଡ଼ିିତା ଖାଇ ସାରି ବସ୍‌ର ପଛ ସିଟରେ ଶୋଇ ପଡ଼ିଥିଲେ। ନାରାୟଣ ମଧ୍ୟ ଉକ୍ତ ବସ୍‌ରେ ଶୋଇଥିଲେ। ତେବେ ପୀଡ଼ିିତାଙ୍କ ବିଶ୍ୱାସରେ ବିଷ ଦେଇଥିଲେ ନାରାୟଣ। ରାତି ୧୧ଟାରେ ସେ ତାଙ୍କୁ ବଳାତ୍କାର କରିଥିଲେ। କୌଣସି ମତେ ପୀଡ଼ିତା ଚିତ୍କାର କରି ସେଠାରୁ ଖସିଆସିଥିଲେ। ଗୁରୁତର ଅବସ୍ଥାରେ ସେ ବସ୍‌ଷ୍ଟାଣ୍ଡରେ ବୁଲୁଥିବାବେଳେ କେତେଜଣ ସ୍ଥାନୀୟ ବ୍ୟକ୍ତି ତାଙ୍କୁ ଦେଖି ପୋଲିସକୁ ଖବର ଦେଇଥିଲେ। ଏହି ସମୟରେ ପିସିଆର ପହଞ୍ଚତ୍ଥିଲା। ତେବେ ପିସିଆରରେ କୌଣସି ମହିଳା ପୋଲିସ ନ ଥିବାରୁ ପୀଡ଼ିତାଙ୍କୁ ନେବାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ପରେ ପୋଲିସ ତାଙ୍କୁ ଶରଧାବାଲି ନିକଟ ଅସ୍ଥାୟୀ କ୍ୟାମ୍ପକୁ ନେଇଥିଲା। ସେଠାରୁ କୁମ୍ଭାରପଡ଼ା ଥାନା ପୋଲିସ ପୀଡିତାଙ୍କୁ ମେଡିକାଲକୁ ନେଇଥିଲା। ଅନ୍ୟପକ୍ଷେ ଏହି ଘଟଣା ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡଳସ୍ତରୀୟ ପରିବର୍ଦ୍ଧିତ ତଥ୍ୟ ସଂଗ୍ରହ ବ୍ୟବସ୍ଥା ସମ୍ପର୍କିତ ତାଲିମ: ଏଣିକି ଅନ୍‌ଲାଇନ୍‌ରେ ପିଲାଙ୍କ ତଥ୍ୟ ପୂରଣ ହେବ

ଜଗତ୍‌ସିଂହପୁର ଅଫିସ୍‌,୬ା୨: ବିଦ୍ୟାଳୟଗୁଡିକରେ ଛାତ୍ରୀଛାତ୍ରଙ୍କ ନାମ ଲେଖାଠାରୁ ଆରମ୍ଭ କରି ବିଦ୍ୟାଳୟ ଛାଡିବା ପର୍ଯ୍ୟନ୍ତ ସମସ୍ତ ତଥ୍ୟ ଫାଇଲ୍‌ରେ ରଖାଯାଉଛି। ଯଦ୍ଦ୍ବାରା ଅଯଥା କାଗଜପତ୍ର କାମ...

ଆହୁରି ୨ଦିନ ବର୍ଷା

ଭୁବନେଶ୍ୱର, ୨୪ା୧୦(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ବୁଧବାର ଲଘୁଚାପରେ ପରିଣତ ହୋଇଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ବିଶେଷ କରି ଦକ୍ଷିଣ...

ବୁଧବାର ବନକଲାଗି, ମହାପ୍ରଭୁଙ୍କ ଦର୍ଶନ ୪ ଘଣ୍ଟା ବନ୍ଦ

ପୁରୀ ଅଫିସ, ୧୭ା୧୨: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୩ଟାରୁ ରାତି ୭ଟା ୪ ଘଣ୍ଟା ଶ୍ରଦ୍ଧାଳୁ...

୬ରେ ଲଘୁଚାପ

ଭୁବନେଶ୍ୱର, ୩।୪(ବ୍ୟୁରୋ): ଆସୁଛି ଏକ ଲଘୁଚାପ। ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଆସନ୍ତା ୬ ତାରିଖ ବେଳକୁ...

ଆଠମଲ୍ଲିକ ସହର ରାସ୍ତା ବିପର୍ଯ୍ୟସ୍ତ

ଆଠମଲ୍ଲିକ, ୨୮|୨(ଡି.ଏନ.ଏ.) – ଆଠମଲ୍ଲିକ ସହରରେ ବିଭିନ୍ନ ସ୍ଥାନରେ ରାସ୍ତା ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଦୀର୍ଘ ଦିନ ହେଲା ଏଗୁଡିକର ମରାମତି କରାଯାଉ ନ ଥିବାରୁ...

ବାହାର ରାଜ୍ୟରୁ ଫେରିବେ ୪୩ ହଜାର ଲୋକ

ଜଗତ୍‌ସିଂହପୁର ଅଫିସ,୨୯ା୪: ଲକ୍‌ଡାଉନ୍‌ ଯୋଗୁ ଓଡ଼ିଶାର ବିଭିନ୍ନ ଜିଲା ଲୋକ ବାହାର ରାଜ୍ୟରେ ଫସି ରହିଛନ୍ତି। ଏବେ ରାଜ୍ୟ ସରକାର ସେମାନଙ୍କୁ ଆଣିବା ପାଇଁ ପଦକ୍ଷେପ...

ସଞ୍ଜୀବ ପାଣିଗ୍ରାହୀ ଓଡ଼ିଶା ହାଇକୋର୍ଟ ବିଚାରପତି ନିଯୁକ୍ତ

କଟକ ଅଫିସ,୭।୨: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ସଞ୍ଜୀବ ପାଣିଗ୍ରାହୀଙ୍କୁ ଶୁକ୍ରବାର ନିଯୁକ୍ତି ମିଳିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଜଜ୍‌ ଭାବେ ନିଯୁକ୍ତି ଦେଇଥିବା...

୩୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ଅତିରିକ୍ତ ତହସିଲଦାର

ଢେଙ୍କାନାଳ ଅଫିସ, ୧୯।୧: ଢେଙ୍କାନାଳ ସଦର ତହସିଲର ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ ଲାଞ୍ଚ ନେଇ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଲକ୍ଷ୍ମଣ ମାଙ୍କଡ଼ା ପଥର...

Advertisement
Archives

Model This Week