ବଳାତ୍କାର ଓ ଅପହରଣ ମାମଲାକୁ ୮ମାସ ବିତିଲା, ଅଭିଯୁକ୍ତଙ୍କୁ ଗିରଫ କରୁନି ପୋଲିିସ

ରଣପୁର,୪।୧୨(ସ୍ବ.ପ୍ର.)-ନୟାଗଡ ଜିଲା ରଣପୁର ଥାନା ସୁନାଖଳା ଫାଣ୍ଡି ବାଣିକିଲୋ ପଞ୍ଚାୟତ ଅଞ୍ଚଳରେ ଜଣେ ୧୭ ବର୍ଷୀୟା ନାବାଳିକା କଲେଜ ଛାତ୍ରୀଙ୍କୁ ଅପହରଣ ଓ ବଳାକତ୍ାର କରାଯିବା ଘଟଣାକୁ ୮ମାସ ବିତି ଗଲାଣି। ତେବେ ଏ ଯାଏ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିନି। ଫେରାର ବଳାତ୍କାରୀ ଅଧିକାଂଶ ସମୟ ନିଜ ଘରକୁ ଆସୁଥିଲେ ମଧ୍ୟ ପୋଲିସ ନୀରବ ରହିବା ଘଟଣା ‘ମୋ ସରକାର’ କାର୍ଯ୍ୟକ୍ରମର ସ୍ବଚ୍ଛତାକୁ ପଦାରେ ପକାଇଛି । ରାଜନୈତିକ ଚାପରେ ପୋଲିସ ଚୁପ୍‌ ହୋଇ ବସିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷେ ଏହି ଘଟଣାକୁ ସହଯୋଗ କରିଥିବା ଅଭିଯୁକ୍ତଙ୍କ ପରିବାର ଲୋକଙ୍କ ପ୍ରତି ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଏଭଳିସ୍ଥଳେ ନାବାଳିକା କଲେଜ ଛାତ୍ରୀ ପାଢ଼ପଢ଼ା ବନ୍ଦ କରି ମାନସିକ ଦୁଶ୍ଚିନ୍ତାରେ ଘରେ ଚୁପ ହୋଇ ବସି ରହୁଛନ୍ତି । ପୋଲିସର ନୀରବତା ଓ ମୟୂରଭଞ୍ଜର ଅଧ୍ୟାପିକା ପୋଲିସଠାରୁ ସହଯୋଗ ନ ପାଇ ଆମତ୍ହତ୍ୟା କରିବା ଘଟଣା ପରେ ପୀଡିତା ଅସହାୟ ହୋଇ ପଡିଛନ୍ତି। ଅଭିଯୁକ୍ତ ପରିବାର ସଦସ୍ୟଙ୍କ ଧମକ, ପୋଲିସର ଅସହଯୋଗକୁ ନେଇ ନାବାଳିକାଙ୍କ ମା’ ବାପା ନ୍ୟାୟ ପାଇଁ ଥାନା ଓ କୋଟର୍ର୍ କଚେରିକୁ ଦୌଡି ଦୌଡି ନୟାନ୍ତ ହୋଇ ସାରିଥିଲେ ମଧ୍ୟ ସୁଫଳ ମିଳୁନି ବୋଲି ଅଭିଯୋଗ ହେଉଛି । ଏପରିକି ୩ ଥର ଜିଲାପାଳଙ୍କ ଅଭିଯୋଗ ଶୁଣାଣିକୁ ଯାଇ ଜିଲାପାଳ ଓ ଏସପିଙ୍କୁ ଭେଟି ନ୍ୟାୟ ପାଇଁ ନିବେଦନ କରିଥିଲେ ମଧ୍ୟ ନିରାଶ ହେବାକୁ ପଡିଛି ବୋଲି ପୀଡିତାଙ୍କ ବାପା ପ୍ରକାଶ କରିଛନ୍ତି।
ପ୍ରକାଶଥାଉକି, ଗତ ଏପ୍ରିଲ ୧ରେ ନାବାଳିକା ସାଇକେଲରେ କଲେଜକୁ ଯାଇ ଆଉ ଘରକୁ ଫେରି ନ ଥିଲେ । ନାବାଳିକାଙ୍କ ସାଇକେଲ ବାଟରେ ପଡି ରହିଥିବା ଦେଖି ପରିବାର ଲୋକେ ଝିଅକୁ ବହୁ ଖୋଜା ଖୋଜି କରି ନ ପାଇବାରୁ ଶେଷରେ ସୁନାଖଳା ଫାଣ୍ଡିରେ ଅଭିଯୋଗ କରିଥିଲେ । ଦୁଇ ଦିନ ପରେ ପରିବାର ଲୋକେ ବୋଲଗଡ ଥାନା ମାଣିକଗୋଡା ଗଁାରୁ ଝିଅକୁ ବିଷ ପିଇ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୁନାଖଳା ଡାକ୍ତରଖାନାରେ ଭର୍ତ୍ତି କରିିଥିଲେ । ପରେ ସେ ସୁସ୍ଥ ହୋଇଥିଲେ। ତାଙ୍କ ବୟାନ ଅନୁସାରେ ବଡପତୁରିଆ ଗ୍ରାମର ସୁଶୀଲ କୁମାର ମହାରଣା କିଛି ସମ୍ପର୍କୀୟଙ୍କ ସହ ମିଶି ଅପହରଣ କରି ନେଇଥିଲେ । ଗୋଟିଏ ଘରେ ରଖି ସୁଶୀଲ ତାଙ୍କୁ ବଳାତ୍କାର କରିଥିଲେ। ପରେ ତାଙ୍କୁ ମାରିଦେବା ପାଇଁ ସେ ଓ ତାଙ୍କ ପରିବାର ସଦସ୍ୟ ମିଶି ଜୋରଜବରଦସ୍ତି ବିଷ ପିଆଇଥିଲେ । ଏ ନେଇ ପୀଡିତାଙ୍କ ପରିବାର ଲୋକେ ଅପହରଣ, ବଳାକତ୍ାର ଓ ହତ୍ୟା ଉଦ୍ୟମ ପରି ଘଟଣା ସମ୍ପର୍କରେ ଫାଣ୍ଡିରେ ଅଭିଯୋଗ କରିଥିଲେ। ପୋଲିସ ୩୬୩, ୩୬୬, ୩୭୬,(୨)(ଏନ), ୩୪ ଆଇପିସି, ୬ ଓ ୧୭ ପୋକ୍ସୋ ଆକ୍ଟ ୮୦/୧୯ରେ ମାମଲା ରୁଜୁ କରି ବସି ରହିଛି । ଏ ସମ୍ପର୍କରେ ସୁନାଖଳା ଫାଣ୍ଡି ଅଧିତ୍କାରୀ ପ୍ରଦୀପ କୁମାର ସାମଲଙ୍କୁ ପଚାରିବାରୁ ସେ କୁହନ୍ତି ଅଭିଯୁକ୍ତ ଫେରାର ହୋଇ ଯାଇଥିବାରୁ ଗିରଫ କରାଯାଇ ପାରୁ ନାହିଁ । କେସ ଡାଏରୀ ହାଇକୋର୍ଟ ମାଗିବା ପରେ ପ୍ରଦାନ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ମନ୍ଦିରରେ ହିନ୍ଦୁ ନବବର୍ଷ ପାଳିତ

ହାଟଡ଼ିହୀ,୨୦ା୩(ଶୁଭକାନ୍ତ ନାୟକ): ରାଷ୍ଟ୍ରୀୟ ସେବିକା ସମିତି ପକ୍ଷରୁ କେନ୍ଦୁଝର ଜିଲା ହାଟଡ଼ିହୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ହିନ୍ଦୁ ନବବର୍ଷ ଗୁରୁବାର ପାଳନ ହୋଇଯାଇଛି। ଉପସ୍ଥିତ ସେବିକାମାନେ ପତାକା…

ଖୋଲିଲା ତାରାତାରିଣୀ ମନ୍ଦିରର ଦାନହୁଣ୍ଡି: ମିଳିଲା ସୁନା,ରୁପା ଅଳଙ୍କାର ସହ ୭ ଲକ୍ଷ ୮୦ ହଜାର ଟଙ୍କା

ପୁରୁଷୋତ୍ତମପୁର,୨୦ା୩ (ସବିତା ମିଶ୍ର):ଗଞ୍ଜାମ ଜିଲାର ଇଷ୍ଟ ଦେବୀ ମା’ ତାରାତାରିଣୀ ମନ୍ଦିର ଦାନ ହୁଣ୍ଡି ଶୁକ୍ରବାର ଖୋଲାଯାଇ ଗଣତି ହୋଇଛି। ହୁଣ୍ଡିରୁ ସୁନା,ରୁପା ଅଳଙ୍କାର ସହ ୭…

ଥୁଆମୂଳରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳରାମପୁର, ୨୦ା୩ (ଦୁର୍ଗା ଦୁର୍ଗା): କଳାହାଣ୍ଡି ଜିଲା  ଥୁଆମୂଳରାମପୁର ବ୍ଲକ ଅଞ୍ଚଳରେ ଗତ ମଙ୍ଗଳବାରଠାରୁ ଜାରି ରହିଥିବା ପ୍ରଳୟଙ୍କରୀ କାଳବୈଶାଖୀ ଜନଜୀବନକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦେଇଛି। ତୁହାକୁ…

ଜମିପଟ୍ଟା ପ୍ରଦାନ ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ: ବିକ୍ଷୋଭ

ମୋହନା,୨୦ା୩(ମନ୍ମଥ ମିଶ୍ର): ବିଭିନ୍ନ ଦାବି ନେଇ ଶୁକ୍ରବାର ଅଲ ଇଣ୍ଡିଆ ମୂଳ ନିବାସୀ ସଂଘ ପକ୍ଷରୁ ମୋହନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହାଇସ୍କୁଲ ଛକରୁ ମୁଖ୍ୟ ବଜାର…

ଠାକୁର ମଦନ ମୋହନଙ୍କ ଜାଗା ଜବର ଦଖଲ: ଦୁଇବର୍ଷ ପରେ ଆସିଲା ରାୟ

ଗଞ୍ଜାମ,୨୦ା୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ ବ୍ରାହ୍ମଣ ଢମଣା ସାହିରେ ପୂୂଜା ପାଉଥିବା ଶ୍ରୀମଦନ ମୋହନଙ୍କ ବଡ଼ବଜାରଠାରେ ଥିବା ଜାଗାକୁ ଦୀର୍ଘବର୍ଷ ହେଲା ଏକ ପରିବାର ଜବରଦଖଲ କରି…

ବାଲିଗୁଡ଼ାରେ ଗ୍ୟାସ୍‌ ସମସ୍ୟା, ହୋଟେଲ ବନ୍ଦ

ବାଲିଗୁଡା,୨୦ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ସହରରେ କିଛିଦିନ ହେବ ଜାଳେଣି ଗ୍ୟାସ ସମସ୍ୟା ଦେଖାଦେଇଛି। ଫଳରେ ଗ୍ୟାସ୍‌ ଉପଭୋକ୍ତାଙ୍କ ମଧ୍ୟରେ ଘୋର ଅସନ୍ତୋଷ ବୃଦ୍ଧି ପାଇଛି। ଅନ୍ୟପଟେ…

ସରକାରଙ୍କ ବଡ଼ ଘୋଷଣା: ନିୟମିତ ହେବେ ସ୍କିମାଟିକ ଜୁନିୟର ଶିକ୍ଷକ

ଭୁବନେଶ୍ୱର,୨୦।୩: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଚୁକ୍ତିଭିତ୍ତିକ ସ୍କିମାଟିକ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା ମିଳିବ ବୋଲି ସରକାରଙ୍କ…

ଛାତ୍ରୀମାନେ ନିଜ ସୁରକ୍ଷା ନିଜେ କରିବା ପାଇଁ ନେଲେ ଏମିତି ପଦକ୍ଷେପ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୩(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁଠାରେ ରହିଥିବା ଋଷିମାଳ ଡିଗ୍ରୀ ମହାବିଦ୍ୟାଳୟରେ ମାର୍ଚ୍ଚ ୫ରୁ ୧୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri