ବଳକା ଧାନର ଅଭାବୀ ବିକ୍ରି

ବାଲିଆପାଳ,୧୧।୭(ସ୍ବ.ପ୍ର.)-ସେବା ସମବାୟ ସମିତି ଗତ ମାସ ୩୦ ତାରିଖରୁ ଡାଳୁଅ ଧାନ କିଣା ବନ୍ଦ କରିଦେବାରୁ ଚାଷୀମାନେ ବଳକା ଧାନ ବିକି ନ ପାରି ହଇରାଣ ହେଉଛନ୍ତି। ଏହି ସୁଯୋଗରେ ଆନ୍ଧ୍ର , ପଶ୍ଚିମବଙ୍ଗର ବେପାରୀ ଓ ଦଲାଲ ଏଠାରେ ଡେରା ପକାଇ ଚାଷୀଙ୍କଠାରୁ କମ୍‌ ଦରରେ ଧାନ କିଣି ନେଉଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କ ପାଇଁ ନୂଆ ନୂଆ ଯୋଜନା ପ୍ରଣୟନ କରୁଥିଲେ ମଧ୍ୟ ଏହାର ସୁଫଳ ଚାଷୀଙ୍କ ପାଖରେ ପହଞ୍ଚତ୍ ପାରୁନାହିଁି। ତ୍ରୁଟିପୂର୍ଣ୍ଣ ଧାନ କିଣା ନୀତି ଓ ଉତ୍ପାଦନ ତୁଳନାରେ କମ୍‌ ଟାର୍ଗେଟ ଧାର୍ଯ୍ୟ କରାଯାଉ ଥିବାରୁ ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇ କ୍ଷତି ସହୁଥିବା କହିଛନ୍ତି।
ବାଲେଶ୍ୱର ଜିଲାର ବାଲିଆପାଳ କୃଷିପ୍ରଧାନ ଅଞ୍ଚଳ। ଜଳସେଚନ ସୁବିଧା ଥିବାରୁ ରବି ଋତୁରେ ଏଠାରେ ପ୍ରଚୁର ଅଧିକ ଅମଳକ୍ଷମ ଡାଳୁଅ ଧାନ ଚାଷ ହୋଇଥାଏ। ଚଳିତବର୍ଷ ଧାନ ଉତ୍ପାଦନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସେବା ସମବାୟ ସମିତି ଜରିଆରେ ଚାଷୀଙ୍କଠାରୁ ସିଧାସଳଖ ସରକାରୀ ଧାର୍ଯ୍ୟ ମୂଲ୍ୟ ଅନୁଯାୟୀ ଧାନ କିଣିବା ବ୍ୟବସ୍ଥା କରିଥିଲେ। ଧାନର ସର୍ବନିମ୍ନ ମୂଲ୍ୟ ରହିଥିଲା ୧୭୫୦ ଟଙ୍କା । ଧାନ ଅମଳ ପରେ ସେବା ସମବାୟ ସମିତି ଅଳ୍ପ କିଛିଦିନ ଧାନ କିଣି ଟାର୍ଗେଟ ପୂରଣ ହେଇଗଲା ଦର୍ଶାଇ ଆଉ ଧାନ କିଣୁ ନାହାନ୍ତି । ଚାଷୀମାନେ ଏହାର ପ୍ରତିବାଦ ଜଣାଇ କିଭଳି ଟାର୍ଗେଟ ପୂରଣ ହେଲା ବୋଲି ପ୍ରଶ୍ନ କରି ଧାନ କିଣାରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ଚାଷୀଙ୍କଠାରୁ ସମସ୍ତ ବଳକା ଧାନ କିଣିବାକୁ ନିଷ୍ପତ୍ତି ନିଅନ୍ତୁ ବୋଲି ଦାବି କରିଛନ୍ତି ା ଏବେ ବର୍ଷାଋତୁ ଆରମ୍ଭ ହୋଇଯାଇଥିବାରୁ ଚାଷୀମାନେ ନିଜ ପାଖରେ ବଳକା ଧାନ ରଖି ନ ପାରିବା ନେଇ ଚିନ୍ତାରେ ପଡିଛନ୍ତି। ଏଭଳି ସ୍ଥିତିରେ ସେମାନେ ଆନ୍ଧ୍ର ଓ ପଶ୍ଚିମବଙ୍ଗର ବ୍ୟବସାୟୀଙ୍କୁ କୁଇଣ୍ଟାଲ ପିଛା ୧ହଜାର ଟଙ୍କାରେ ଧାନ ବିକ୍ରି କରି ଦେଉଥିବା ଅଭିଯୋଗ କରିିଛନ୍ତି। ଅନ୍ୟପକ୍ଷେ ବର୍ତ୍ତମାନ ବାଲିଆପାଳ ଅଞ୍ଚଳରୁ ପ୍ରତିଦିନ ଟ୍ରକରେ ରାଜ୍ୟ ବାହାରକୁ ଧାନ ଚାଲାଣ ବୃଦ୍ଧି ପାଉଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ଅଙ୍କୁଶ ଲଗାଯାଉ ନାହିଁ ା ବେପାରୀମାନେ ଅଭାବୀ ବିକ୍ରିର ଶିକାର ହୋଇଥିଲେ ବି ଏହାର କୌଣସି ପ୍ରତିକାର କରାଯାଉ ନାହିଁ । ଚଳିତ ବର୍ଷ ସରକାର ଟାର୍ଗେଟ ଅନୁଯାୟୀ ଚାଷୀଙ୍କଠାରୁ ସାଢେ ୮ କୁଇଣ୍ଟାଲ ଲେଖାଏ ଧାନ କିଣିଛନ୍ତି । ଅଧିକ ଉତ୍ପାଦନ ସତ୍ତ୍ୱେ କମ୍‌ ଧାନ କିଣା ଟାର୍ଗେଟ ଧାର୍ଯ୍ୟ ହେଉଥିବାରୁ ଚାଷୀମାନେ କ୍ଷତି ସହୁଛନ୍ତି ବୋଲି ଚାଷୀ ଭରତ ମହାନ୍ତି, ଜଗମୋହନ ଜେନା, ଅନନ୍ତ ରାଉତ, ଗତିକୃଷ୍ଣ ପଣ୍ଡା, ମୃତ୍ୟୁଞ୍ଜୟ ସେନାପତି, ସାବିତ୍ରୀ ସାହୁ, ବଂଶୀଧର ଜେନା, ଖଗେଶ୍ୱର ପାଢୀ ପ୍ରମୁଖ ଅଭିଯୋଗ କରିଛନ୍ତ। ରାଜ୍ୟ ସରକାର ପରିସ୍ଥିତି ଅନୁଧ୍ୟାନ କରି ସମସ୍ୟାର ପ୍ରତିକାର ନ କଲେ ଚାଷୀମାନେ ବାଧ୍ୟ ହୋଇ ଚାଷ ଛାଡିଦେବ ବୋଲି କହିଛନ୍ତି । ଏ ସମ୍ପର୍କରେ ବାଲିଆପାଳ ସେବା ସମବାୟ ସମିତି ସଭାପତି ସୁବ୍ରତ ମହାପାତ୍ରଙ୍କୁ ପଚାରିବାରୁ କହିଛନ୍ତି, ସରକାରଙ୍କ ଟାର୍ଗେଟ ଅନୁସାରେ ଧାନ କିଣା ଯାଇଛି । ବଳକା ଧାନ କିଣିବା ପାଇଁ ସରକାରୀ ନିର୍ଦ୍ଦେଶ ଆସିଲେ ତୁରନ୍ତ ଏହା କାର୍ଯ୍ୟକାରୀ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଦାଦା ବଟି ପାଇଁ ଗୋଷ୍ଠୀ ସଂଘର୍ଷ : ମାରଣାସ୍ତ୍ରରେ ଯୁବକଙ୍କୁ ହାଣିଦେଲେ…

ବାଲେଶ୍ୱର,୧୪।୨( ବାଞ୍ଛାନିଧି ଦେ ) : ଦାଦା ବଟି ପାଇଁ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଗୁଜୁରୀ ବଜାର ଛକଠାରେ ଶନିବାର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

ମୁହାଁମୁହିଁ ଧକ୍କା ହୋଇ ବିଳମ୍ବିତ ରାତିରେ ଜଳିଲା ୨ଟି ଟ୍ରକ୍‌, ଦୁଇ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ବସ୍ତା, ୧୪।୨(ହରି ଶଙ୍କର ପାଢ଼ୀ) : ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥରେ ଧକ୍କା ଲାଗି ଜଳିଗଲା ଦୁଇଟି ଟ୍ରକ୍‌। ଗୁରୁତର ଆହତ ଅବସ୍ଥାରେ ଦୁଇ…

ଦ୍ୱିତୀୟ ସ୍ତ୍ରୀଙ୍କୁ ଏସିଡ ମାଡ଼କରି ମାରିଥିଲେ ସ୍ବାମୀ: କୋର୍ଟ ଶୁଣାଇଲେ ଏମିତି ରାୟ 

ବାଲେଶ୍ବର,୧୩।୨(ବାଞ୍ଛାନିଧି ଦେ): ୨୦୨୩ରେ  ବାଲେଶ୍ୱର ସହଦେବଖୁଣ୍ଟା ଥାନା ଭୀମପୁରା ଅଞ୍ଚଳର ମହିଳା ବନିତା ସିଂଙ୍କୁ ଏସିଡ୍‌ ପକାଇ ହତ୍ୟା  ମାମଲାର  ଶୁକ୍ରବାର ରାୟ ପ୍ରକାଶ ପାଇଛି ।…

ଅଧାରେ ରହିଗଲା ତୀର୍ଥଯାତ୍ରା; ଦୁର୍ଘଟଣାଗ୍ରସ୍ତ ହୋଇ ପୋଲ ଉପରେ ଝୁଲିଲା ବସ୍, ୪୦ ଜଣ ଯାତ୍ରୀ…

ବାହାନଗା, ୧୩। ୨(ଅରୂପ କୁମାର ଦାସ ): ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ଓଭର ବ୍ରିଜ ଉପରେ ତ୍ରୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ…

ପ୍ରତିବାଦ ସମୟରେ ବାମପନ୍ଥୀ ନେତାଙ୍କୁ ଧକ୍କା ଦେଲା କାର୍‌, ଜିଲାପାଳଙ୍କ ଅଫିସରେ ଧସେଇ ପଶିଲେ…

ବାଲେଶ୍ୱର,୧୨ା୨(ବାଞ୍ଛାନିଧି ଦେ): ବାଲେଶ୍ୱର ଷ୍ଟେଶନରେ ଗୁରୁବାର ଟ୍ରେଡ୍‌ ୟୁନିଅନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସକାଳେ ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ ଟ୍ରେନ୍‌କୁ ଅଟକାଇ ପ୍ରତିବାଦ କରାଯାଇଛି। ଏଥିସହ ସହରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri