ବଲିଉଡ୍‌ର ଦାମୀ ଉପହାର

ଉପହାରଟିଏ ପାଇଲେ ସମସ୍ତେ ଖୁସି ହୁଅନ୍ତି। ତାହା ଛୋଟିଆ ହେଲେ ବି ମନରେ ଭରିଥାଏ ଅପାର ଆନନ୍ଦ। ସାଧାରଣ ଲୋକଙ୍କଠୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ଏହାର ମାୟାରେ ପଡ଼ିଥାଆନ୍ତି। ଯଦିଓ ସେଲିବ୍ରିଟିଙ୍କ ଉପହାରର ମୂଲ୍ୟ ଶହେ କି ହଜାରରେ ସୀମିତ
ନ ରହି ଲକ୍ଷ ଲକ୍ଷ ଓ କୋଟି କୋଟି ଟଙ୍କାର ହୋଇଥାଏ। ଜାଣନ୍ତୁ ବଲିଉଡ୍‌ର କେତୋଟି ଦାମୀ ଉପହାର ସମ୍ପର୍କରେ…


ସ୍ତ୍ରୀଙ୍କୁ ରାଜକୁନ୍ଦ୍ରାଙ୍କ ଦାମୀ ଉପହାରର ସମ୍ଭାର- ସ୍ତ୍ରୀକୁ ଖୁସି କରିବାର ଉପାୟ ରାଜ କୁନ୍ଦ୍ରାଙ୍କୁ ବେଶ୍‌ ଜଣା। ବିବାହ ବାର୍ଷିକୀ ହେଉ ବା ଜନ୍ମଦିନ ଅବା ଅନ୍ୟ କିଛି ଖାସ୍‌ ଦିନ, ଦାମୀ ଦାମୀ ଉପହାର ପ୍ରଦାନ କରି ସେ ସ୍ତ୍ରୀ ଶିଳ୍ପାଙ୍କୁ ଖୁସି କରିଥାଆନ୍ତି। ପୃଥିବୀର ଉଚ୍ଚତମ ଅଟ୍ଟାଳିକା ବୁର୍ଜ ଖଲିଫାର ୧୯ ତମ ମହଲାରେ ୫୦ କୋଟି ଟଙ୍କାର ଏକ ଆପାର୍ଟମେଣ୍ଟ, ଇଂଲଣ୍ଡରେ ୫୧.୫ କୋଟିର ମାନସନ୍‌, ଆଇପିଏଲ୍‌ରେ ୪୨ କୋଟି ଟଙ୍କାର ରାଜସ୍ଥାନ ରୟାଲ୍ସ ଟିମ୍‌, ୩ କୋଟିର ମୁଦି, ଲକ୍‌ଜ୍ୟୁରିୟସ୍‌ କାର୍‌ ଭଳି ଅନେକ ଦାମୀ ଉପହାର ରାଜ ଶିଳ୍ପାଙ୍କୁ ପ୍ରଦାନ କରିଛନ୍ତି।


ରାଓ୍ବାନ୍‌ର ୫ଜଣ କ୍ରୁ ମେମ୍ବରଙ୍କୁ ଶାହରୁଖଙ୍କ ଉପହାର- ଶାହରୁଖଙ୍କ ରାଓ୍ବାନ୍‌ ଚଳଚ୍ଚିତ୍ର ବକ୍ସ ଅଫିସ୍‌ରେ ଆଶାନୁରୂପ ସଫଳତା ହାସଲ କରିପାରି ନ ଥିଲା। ତଥାପି ଶାହରୁଖ ଚଳଚ୍ଚିତ୍ରର ୫ ଜଣ କ୍ରୁ ମେମ୍ବର, ଯେଉଁଥିରେ ରଜନୀକାନ୍ତ, ଅର୍ଜୁନ ରାମପାଲ, ଅନୁଭବ ସିହ୍ନା ଥିଲେ ତାଙ୍କୁ ୧ କୋଟି ଟଙ୍କାର ବ୍ରାଣ୍ଡ ନ୍ୟୁ ବିଏମ୍‌ଡବ୍ଲ୍ୟୁ ୭ସିରିଜ୍‌ ସେଦାନ କାର୍‌ ଉପହାର ସ୍ବରୂପ ପ୍ରଦାନ କରିଥିଲେ।


ବିଧୁ ବିନୋଦ ଚୋପ୍ରାଙ୍କ ଅମିତାଭ ବଚ୍ଚନଙ୍କୁ ଉପହାର- ବଲିଉଡ୍‌ର ଶେହନଶାହ ଅମିତାଭ ବଚ୍ଚନଙ୍କ ସହ କାମ କରିବାକୁ କିଏ ବା ନ ଚାହେଁ। ଯେବେ ଏହି ସୁଯୋଗ ବିଧୁ ବିନୋଦ ଚୋପ୍ରାଙ୍କୁ ମିଳିଲା ଓ ଅମିତାଭ ବଚ୍ଚନ ତାଙ୍କ ପ୍ରଡକ୍ସନ ଏକଲବ୍ୟରେ କାମ କଲେ ସେ ବେଶ୍‌ ଖୁସି ହୋଇଯାଇଥିଲେ। ଆଉ ନିଜର ଖୁସିକୁ ଜାହିର କରିବାକୁ ଯାଇ ସେ ୩.୫ କୋଟି ଟଙ୍କାର ରଲସ୍‌ ରୟସ୍‌ କାର୍‌ ଅମିତାଭଙ୍କୁ ଉପହାରଭାବେ ପ୍ରଦାନ କରିଥିଲେ।


ସଲ୍‌ମାନଙ୍କର ଭଉଣୀକୁ ଉପହାର- ଭାଇଜାନ୍‌ଙ୍କ ବଦାନ୍ୟତା ସମ୍ପର୍କରେ ସମସ୍ତେ ଜାଣନ୍ତି। ଆଉ ଯେବେ ତାଙ୍କ ଆଖପାଖର ପ୍ରିୟ ଲୋକଙ୍କୁ ଉପହାର ଦେବାକଥା ଉଠେ ସେ କାର୍ପଣ୍ୟ କରନ୍ତି ନାହିଁ । ଅନେକ ବହୁମୂଲ୍ୟର ଉପହାର ସେ ନିଜର ପ୍ରିୟ ଲୋକଙ୍କୁ ଦେଇଛନ୍ତି। ଆଉ ଭଉଣୀମାନଙ୍କୁ ବି ସେ ଦେଇଛନ୍ତି ଅନେକ ଉପହାର। ଭଉଣୀ ଅଲଭିରାଙ୍କୁ ୧୬ କୋଟିର ଲକ୍‌ଜ୍ୟୁରିୟସ୍‌ ପେଣ୍ଟହାଉସ୍‌ ଓ ଅର୍ପିତାଙ୍କୁ ବି ଲକ୍‌ଜ୍ୟୁରିୟସ୍‌ କାର୍‌ ସହ ଅନେକ ଦାମୀ ଉପହାର ପ୍ରଦାନ କରିଛନ୍ତି।


କ୍ୟାଟ୍ରିନାଙ୍କୁ କରନ ଜୋହରଙ୍କ ଉପହାର- କ୍ୟାଟ୍ରିନା କୈଫ ବନ୍ଧୁ କରନ ଜୋହରଙ୍କ ପ୍ରଡକ୍ସନରେ ବିନା ମୂଲ୍ୟରେ ‘ଚିକ୍‌ନୀ ଚମେଲୀ’ ଗୀତରେ ନୃତ୍ୟ କରିଥିଲେ। ଏହା ବଦଳରେ କରନ୍‌ କ୍ୟାଟ୍ରିନାଙ୍କୁ ଉପହାର ସଦୃଶ ପ୍ରଦାନ କରିଥିଲେ ଲକ୍‌ଜ୍ୟୁରିୟସ୍‌ ଫେରାରୀ କାର୍‌।


ବିଦ୍ୟାଙ୍କୁ ସ୍ବାମୀ ସିଦ୍ଧାର୍ଥ ରୟ କପୁରଙ୍କ ଉପହାର- ପ୍ରଡ୍ୟୁସର୍‌ ତଥା ୟୁଟିଭି ମୁଖ୍ୟ ସିଦ୍ଧାର୍ଥ ରୟ କପୁର ତାଙ୍କ ସ୍ତ୍ରୀ ବିଦ୍ୟା ବଲାନଙ୍କୁ ମୁମ୍ବାଇର ଜୁହୁରେ ଏକ ଲକ୍‌ଜ୍ୟୁରିୟସ ଫ୍ଲାଟ୍‌ ଉପହାରସ୍ବରୂପ ପ୍ରଦାନ କରିଛନ୍ତି।


ଅଭି-ଐଶଙ୍କର ଝିଅ ଆରାଧ୍ୟାକୁ ଉପହାର- ସନ୍ତାନର ପ୍ରଥମ ଜନ୍ମଦିନରେ ମା’ବାପା କେକ୍‌ କାଟି ପାର୍ଟି କରିଥାଆନ୍ତି। ହେଲେ ଐଶ୍ୱର୍ଯ୍ୟା ଓ ଅଭିଷେକ ଝିଅ ଆରାଧ୍ୟାର ପ୍ରଥମ ଜନ୍ମଦିନରେ ପାର୍ଟି ଓ କେକ୍‌ କାଟିବା ସହ ତାକୁ ଦେଇଥିଲେ ୨୫ ଲକ୍ଷ ଟଙ୍କାର ବିଏମ୍‌ଡବ୍ଲ୍ୟୁ ମିନି କୁପର୍‌ ଲକ୍‌ଜ୍ୟୁରିୟସ୍‌ କାର ଉପହାର।

ଆମୀର ସ୍ତ୍ରୀ କିରନଙ୍କୁ ଦେଇଥିବା ଉପହାର- ମିଷ୍ଟର ପରଫେକ୍ସନିଷ୍ଟଭାବେ ପରିଚିତ ଆମୀର ଖାଁ, ସ୍ତ୍ରୀ କିରନ୍‌ ରାଓଙ୍କୁ ଆମେରିକାର ବେଭରଲି ହିଲ୍ସରେ ଦେଇଛନ୍ତି ଏକ ହଲିଡେ’ ହୋମ୍‌ର ଉପହାର। ଯାହାର ମୂଲ୍ୟ ୭୫ କୋଟି ଟଙ୍କା।


ଅକ୍ଷୟ କୁମାରଙ୍କ ସ୍ତ୍ରୀ ଟ୍ବିଙ୍କିଲ୍‌ଙ୍କୁ ଉପହାର- ଟ୍ବିଙ୍କିଲଙ୍କ ୩୪ତମ ଜନ୍ମଦିନରେ ଅକ୍ଷୟ ତାଙ୍କୁ ଦେଇଥିଲେ ଏକ ଲକ୍‌ଜ୍ୟୁରିୟସ୍‌ କାର୍‌ର ଉପହାର।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

ବର୍ଷା-ଗୁଲୁଆଙ୍କୁ ନେଇ ମୁହଁ ଖୋଲିଲେ ସାଙ୍ଗ, କହୁକହୁ କହିଦେଲେ ଭିତିରି କଥା…

ଭୁବନେଶ୍ୱର,୨୭ା୧୨: ଥମୁନି ୟୁଟ୍ୟୁବର ଦମ୍ପତି ତଥା କମେଡିଆନ ଗୁଲୁଆ-ବର୍ଷାଙ୍କ ବିବାଦ। ତାଙ୍କ ସହ ଅତି ନିକଟତର ଥିବା ଜଣଙ୍କ ପରେ ଜଣେ ବ୍ୟକ୍ତି ମିଡିଆ ସାମ୍ନାକୁ...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

Salman Khan Birthday: ସଲମାନଙ୍କୁ 60 ବର୍ଷ…କ୍ୟାମେରା ସାମ୍ନାରେ କାଟିଲେ କେକ୍, ଜାଣନ୍ତୁ ଗେଷ୍ଟ ଲିଷ୍ଟ

ନୂଆଦିଲ୍ଲୀ,୨୭ା୧୨ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଜି ଜନ୍ମଦିନ ।  ୬୦ତମ ଜନ୍ମଦିନକୁ ବହୁତ ଉତ୍ସାହ ଏବଂ ହୃଦୟସ୍ପର୍ଶୀ ଶୈଳୀରେ ପାଳନ କରିଥିଲେ। ଅଭିନେତା...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri