ବଲିଉଡ୍‌ରେ ୧୦ ବର୍ଷ ପୂରଣ କରିବାକୁ ଯାଉଛନ୍ତି ସୋନାକ୍ଷୀ

ମୁମ୍ବାଇ: ବଲିଉଡ୍‌ ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ତାଙ୍କ ଅପ୍‌ କମିଂ ଫିଲ୍ମ ‘ଦବଙ୍ଗ-୩’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ନିକଟରେ ସେ ଏକ ସାକ୍ଷାତ୍‌କାରରେ କିଛି କଥା ମନଖୋଲି କଥା ହୋଇଛନ୍ତି। ସେ କହିଛନ୍ତି ଚାହୁଁ ଚାହୁଁ ଇଣ୍ଡଷ୍ଟ୍ରୀରେ ସେ ୧୦ ବର୍ଷ ପୂରଣ କରିବାକୁ ଯାଉଛନ୍ତି ହେଲେ ତାଙ୍କୁ ଆଦୌ ଜଣାପଡୁନି। କେତେ ଶୀଘ୍ର ସମୟ ଗଡି ଯାଇଛି ତାହା ତାଙ୍କୁ ବିଶ୍ୱାସ ହେଉନି। ‘ଦବଙ୍ଗ’ର ପ୍ରଥମ ଫିଲ୍ମ କାଲିଭଳି ଲାଗୁଥିଲେ ବି ଏବେ ‘ଦବଙ୍ଗ-୩’ରେ ବି ସେ ଅଭିନୟ କରିଛନ୍ତି ଏହା କେବଳ ଦର୍ଶକଙ୍କ ଭଲ ପାଇବା ଯୋଗୁ ସମ୍ଭବ ହୋଇଛି ବୋଲି ସୋନାକ୍ଷୀ କହିଛନ୍ତି। ଦର୍ଶକଙ୍କର ଏହି ଭଲପାଇବାକୁ ସେ ଜୀବନ ସାରା ପାଖରେ ରଖିବେ ବୋଲି ମତ ପ୍ରକାଶ କରିଛନ୍ତି। ସୋନାକ୍ଷୀ ତାଙ୍କ ସଫଳତାର ସମସ୍ତ ଶ୍ରେୟ ବଲିଉଡ୍‌ ଭାଇଜାନ ସଲମାନଙ୍କୁ ଦେଇଛନ୍ତି। କାରଣ ଫ୍ୟାଶନ ଡିଜାଇନିଂ କୋର୍ସ କରୁଥିବା ସୋନାକ୍ଷୀ କେବେ ଅଭିନୟ କରିବାକୁ ଚିନ୍ତା ବି କରି ନ ଥିଲେ। ହେଲେ ସଲମାନଙ୍କ ପ୍ରେରଣା ଓ ସହଯୋଗ ତାଙ୍କୁ ଆଜି ବଲିଉଡ୍‌ ନାୟିକାର ପରିଚୟ ଦେଇଛି ବୋଲି ସେ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେମା ମାଳିନୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଖବର ଭାଇରାଲ ପରେ, ଝିଅ ଇଶା କହିଲେ ଏମିତି

ବଚ୍ଚନ ପରିବାର କରୋନା କବଳିତ ହେବା ପରେ ବଲିଉଡ୍‌ ଜଗତରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହାସହ ଅନେକ ତାରକାଙ୍କ ବିଷୟରେ ଏଭଳି କିଛି ଖବର...

କ୍ରିକେଟରଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାକୁ ଆସିଥିଲେ ସଙ୍ଗିତା

ମୁମ୍ବାଇ: ବଲିଉଡ୍‌ର ବିଗତ ଦିନର ନାୟିକା ସଙ୍ଗିତା ବିଜଲାନୀ ଏଥର ତାଙ୍କ ଜନ୍ମଦିନ ନିରାଡମ୍ବର ସହ ପାଳନ କରିଛନ୍ତି। ଜୁଲାଇ ୯ରେ ତାଙ୍କ ଜନ୍ମଦିନ ଥିବା...

ରାନୁ ମଣ୍ଡଳଙ୍କୁ ଫ୍ଲାଟ୍‌ ଉପହାର ଦେବା ଖବର ଏକ ଗୁଜବ: ସଲମାନ୍‌ ଖାଁ

ମୁମ୍ବାଇ,୨୪।୯: ରେଳଷ୍ଟେଶନରେ ଗୀତ ଗାଇ ପରେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହୋଇଥିବା ରାନୁ ମଣ୍ଡଳଙ୍କୁ ସଲମାନ୍‌ ଖାଁ ୫୫ ଲକ୍ଷ ଟଙ୍କାର ଏକ ଫ୍ଲାଟ୍‌ ଉପହାର...

ଅର୍‌ମାନଙ୍କ ରିସେପ୍‌ସନ ପାର୍ଟିରେ ମଲାଇକା, ଅର୍ଜୁନ

କରିନା- କରିସ୍ମାଙ୍କ ସମ୍ପର୍କୀୟ ଭାଇ ଅରମାନ ଜୈନଙ୍କ ରିସେପ୍‌ସନ ପାର୍ଟିରେ ବହୁ ନାମୀଦାମୀ ଅତିଥି ଯୋଗ ଦେଇଥିଲେ। ମାତ୍ର ପାର୍ଟିରେ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ...

କରୀନାଙ୍କ ଡାଏଟ୍‌ ପ୍ଲାନ୍‌

କରୀନାଙ୍କୁ ସ୍କ୍ରିନ୍‌ରେ ଦେଖିବା କ୍ଷଣି ଫ୍ୟାନଙ୍କ ମନରେ ପ୍ରଶ୍ନ ଉଠେ କ’ଣ ଖାଉଛନ୍ତି? ଏତେ ସୁନ୍ଦର ଆଉ ସ୍ଲିମ୍‌ ରହୁଛନ୍ତି। ତେବେ ଜାଣନ୍ତୁ ତାଙ୍କ ଡାଏଟ୍‌...

ସୁପରହିରୋ ଶକ୍ତିମାନ ଉପରେ ନିର୍ମାଣ ହେବ ଫିଲ୍ମ!

ମୁମ୍ବାଇ: ପିଲାମାନଙ୍କର ଅତିପ୍ରିୟ ଧରାବାହିକ ଶକ୍ତିମାନ ସେତେବେଳେ ତା’ର ଲୋକ ପ୍ରିୟତାକୁ ବଜାୟ ରଖିଥିଲା । କେହି ଏହାକୁ ଭାରତର ପ୍ରଥମ ସୁପରହିରୋ କୁହନ୍ତି ତ...

୨ଶହ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ‘ହାଉସ୍‌ଫୁଲ୍‌-୪’

ମୁମ୍ବାଇ: ଗତ ଧନତେରସରେ ରିଲିଜ ହୋଇଥିବା ବଲିଉଡ୍‌ ମୁଭି ‘ହାଉସ୍‌ଫୁଲ-୪’ ଏବେ ୨ଶହ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି। ଅକ୍ଷୟ କୁମାର, ବବି ଦେଓଲ,...

ମାଳଦ୍ୱୀପରେ ଛୁଟି କାଟୁଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ସୋଫି ଚୌଧୁରୀ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରି ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ବର୍ତ୍ତମାନ...

Play 250+ Trending Games
Archives

Model This Week

Why Dharitri